• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ବିଜେପୁର ଓ ଅତାବିରାରେ କାର୍ତ୍ତିକ ପାଣ୍ଡିଆନଙ୍କ ଜୋରଦାର୍‌ ପ୍ରଚାର

FNN WEB by FNN WEB
May 8, 2024
in ଓଡ଼ିଶା, ମୁଖ୍ୟ ଖବର, ରାଜନୀତି
0
ବିଜେପୁର ଓ ଅତାବିରାରେ କାର୍ତ୍ତିକ ପାଣ୍ଡିଆନଙ୍କ ଜୋରଦାର୍‌ ପ୍ରଚାର
0
SHARES
4
VIEWS

ଭୁବନେଶ୍ବର: କୁଆଡେ ଗଲା ଏମଏସପି ଦୁଇଗୁଣା କରିବାର ପ୍ରତିଶୃତି ? କୁଆଡେ ଗଲା ବରପାଲି ଷ୍ଟେସନକୁ ରେଲୱେ ଜଙ୍କସନ କରିବାର ପ୍ରତିଶୃତି ? କୁଆଡେ ଗଲା କେନ୍ଦୁପତ୍ର ଉପରୁ ଜିଏସଟି ଛାଡ ଘୋଷଣା ? କେବଳ ନିର୍ବାଚନ ଆସିଲେ ବିରୋଧୀ ଦଳର ଚାଷୀଙ୍କ କଥା ମନେପଡେ । ବରଗଡ଼ ବିଜେପୁରରୁ ବିରୋଧୀଙ୍କୁ ଏମିତି ଟାର୍ଗେଟ କରିଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ବିଜେପୁରରେ ବରଗଡ ବିଜେଡି ପ୍ରାର୍ଥୀ ପରିଣିତା ମିଶ୍ର ଓ ବିଜେପୁର ବିଧାୟକ ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ପ୍ରଚାର କରିଛନ୍ତି କାର୍ତ୍ତିକ ପାଣ୍ଡିଆନ।

ମୁଖ୍ୟମନ୍ତ୍ରୀଙ୍କୁ ପ୍ରାର୍ଥୀ କରିବାକୁ ସବୁ ନିର୍ବାଚନମଣ୍ଡଳିରୁ ଦାବି ହେଉଛି। କାରଣ ମୁଖ୍ୟମନ୍ତ୍ରୀ ଯେଉଁଠୁ ପ୍ରାର୍ଥୀ ହେବେ ସେହି ନିର୍ବାଚନମଣ୍ଡଳିର ଚିତ୍ର ବଦଳିଯିବ । ବିଜେପୁର ତାର ଏକ ଜ୍ବଳନ୍ତ ଉଦାହାରଣ। ବରଗଡ଼ ଜିଲ୍ଲାର ଜଳସେଚନ ସମସ୍ୟା ଦୂର କରିବାକୁ ୩୦ ମିଟର ତଳୁ ପାଣି ଉଠାଇ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ମାଧ୍ୟମରେ ୮୦ ହଜାର ହେକ୍ଟରରୁ ଅଧିକ ଜମି ଜଳସେଚିତ ହେଉଛି। ତିନି ବର୍ଷରେ ଏହି କାମ ଶେଷ ହୋଇଛି। ରୂପାନ୍ତରଣ କଣ ବିରୋଧୀ ଆସି ଏହି ପ୍ରକଳ୍ପକୁ ଦେଖନ୍ତୁ ବୋଲି ଆହ୍ବାନ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ ।

ଗତ ଉପନିର୍ବାଚନ ଓ ୨୦୧୯ରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପୁର ଆସି ଏମଏସପି ଦୁଇଗୁଣା ହେବ ବୋଲି କହିଥିଲେ। କିନ୍ତୁ ଏଯାଏଁ କଲେ ନାହିଁ । ଏବେ ପୁଣି ନିର୍ବାଚନ ଆସିଛି, ସେ ଆସିବେ ଆଉ ବଡ ବଡ ପ୍ରତିଶୃତି ଦେଇ ଚାଲିଯିବେ । ବରପାଲୀ ରେଳଷ୍ଟେସନକୁ ରେଲୱେ ଜଙ୍କସନ କରିବାକୁ ପ୍ରତିଶୃତି ଦେଇଥିଲେ । ଏଯାଏଁ ପ୍ରତିଶୃତି ପାଳନ କଲେ ନାହିଁ । କେନ୍ଦୁପତ୍ର ଉପରୁ ଜିଏସଟି ପ୍ରତ୍ୟାହାର କରିବାକୁ କହିଥିଲେ । କୁଆଡେ ଗଲା ବୋଲି ପ୍ରଶ୍ନ କରିବା ସହ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାର ପାଉଥିବା ଜିଏସଟି ଭାଗକୁ ଫେରାଇ ଦେଇଛନ୍ତି ବୋଲି ସେ କହିଛନ୍ତି। ଏହା ହେଉଛି ବରଗଡବାସୀଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା । ଫସଲ ବୀମା ସମସ୍ୟାର ସମାଧାନ ହେବ ବୋଲି କହିଥିଲେ ବିରୋଧୀ ଦଳର ନେତାମାନେ ଫେଲ ମାରିଲେ ।

ମୁଖ୍ୟମନ୍ତ୍ରୀ ଚାଷୀଙ୍କ ଫସଲ ବୀମାର ପ୍ରିମିୟମ ନିଜେ ବହନ କଲେ । ଗଙ୍ଗାଧର ମେହେରଙ୍କ ଜନ୍ମମାଟି ଓ ମ୍ୟୁଜିୟମ ପାଇଁ କୋଟିଏ ୨୦ ଲକ୍ଷ ଓ ଦୁଇ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଓଡିଶାର ବରପୁତ୍ର ଓ ଅସ୍ମିତା କଥା କହୁଥିବା କେନ୍ଦ୍ରମନ୍ତ୍ରୀ ଗଙ୍ଗାଧର ମେହେରଙ୍କ ଗୋଟିଏ ବି ପ୍ରତିମୂର୍ତ୍ତି କରିନାହାଁନ୍ତି । ପେଟ୍ରୋଲିୟମ ମନ୍ତ୍ରୀ ଥିବା ବେଳେ ଦେଶର ସବୁ ପେଟ୍ରୋଲ ପମ୍ପରେ ନିଜର ଫଟୋ ମାରିଲେ । କିନ୍ତୁ ବରଗଡର ଗର୍ବ ଗଙ୍ଗାଧର ମେହେରଙ୍କୁ ଭୁଲିଗଲେ । ଖରାଦିନେ ଥଣ୍ଡା ଜାଗାକୁ ବୁଲିଯିବା ଭଳି ନିର୍ବାଚନ ଆସିଲେ ବିରୋଧୀ ଦଳର ନେତାମାନେ ଟୁରିଷ୍ଟ ଭଳି ଆସିବେ ବଡ ବଡ ପ୍ରତିଶୃତି ଓ ମିଠା ମିଠା କଥା କହି ଚାଲିଯିବେ। ବିଜେପୁରର ବିକାଶଧାରାକୁ ଜାରି ରଖିବାକୁ ନବୀନ ପଟ୍ଟନାୟକଙ୍କୁ ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଜିତାଇବାକୁ ସେ ଅପିଲ କରିଛନ୍ତି।

ଭେଡେନ ଅତାବିରାରେ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର। ସାଧାରଣ ସଭାରେ ପାଣ୍ଡିଆନଙ୍କ ଉଦବୋଧନ। କହିଲେ ଏଭଳି ଜନସମୁଦ୍ର ଦେଖିଲେ ବିରୋଧୀଙ୍କ ମନୋବଳ ଭାଙ୍ଗିଯିବ। ବହୁ ନେତା ନିର୍ବାଚନ ଆସିଲେ ଏଭଳି ଆସିବେ ଏବଂ ପ୍ରତିଶୃତି ଦେଇ ଚାଲିଯିବେ। ପରେ ସେମାନଙ୍କ ଦେଖା ମିଳିବନି। କିନ୍ତୁ ନବୀନ ସରକାର ବିକାଶ କରୁଛନ୍ତି। ଓଡ଼ିଶା ମା’ ର ସେବା ମୁଖ୍ୟମନ୍ତ୍ରୀଙ୍କର ଧର୍ମ। ଆମେ ସବୁବେଳେ ହିସାବ ଦେଇଥାଉ। ସେପଟେ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି କାର୍ତ୍ତିକ ପାଣ୍ଡିଆନ । ସେ ଏବେ ସମ୍ବଲପୁରରେ ବ୍ୟସ୍ତ ଅଛନ୍ତି । ଏହାସହ ବିଜେପିର ଇସ୍ତାହାରକୁ ନେଇ ମଧ୍ୟ ଟାର୍ଗେଟ କରିବା ସହ ଭେଡେନ ଅତାବିରାର ବିକାଶର ହିସାବ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ୍ ।

Previous Post

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଟାର୍ଗେଟ: ଓଡିଶା ପାଇଁ କ’ଣ କଲେ

Next Post

ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ’ରେ ମୁତୟନ ହେବେ ୫୫ ପ୍ଲାଟୁନ ପୁଲିସ ଫୋର୍ସ

FNN WEB

FNN WEB

Next Post
ବଞ୍ଚିଥିବା ପର୍ଯ୍ୟନ୍ତ ମୁସଲିମ ସଂରକ୍ଷଣ ଦିଆଯିବ ନାହିଁ : ମୋଦୀ

ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ’ରେ ମୁତୟନ ହେବେ ୫୫ ପ୍ଲାଟୁନ ପୁଲିସ ଫୋର୍ସ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.