ବିଜେପି ଉପରେ ନବୀନଙ୍କ ଜୋରଦାର ଆକ୍ରମଣ
ଭୁବନେଶ୍ବର: ନୂଆପଡା ପ୍ରଚାର ମଇଦାନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। କୋମନା ତରବୋଡାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ପଟ୍ଟନାୟକଙ୍କୁ ସେଠାରେ ଭବ୍ୟ ସ୍ବାଗତ କରାଯାଇଥିଲା। ନବୀନ ସ୍ବାଗତମ୍ ଧ୍ବନିରେ କମ୍ପିଥିଲା ସଭାସ୍ଥଳ। ପରେ କୋମନାରେ ଜନତାଙ୍କୁ ନବୀନ ସମ୍ବୋଧନ କରିଥିଲେ। ଜୟ ମା’ ମାଣିକେଶ୍ଵରୀ କହି ସମ୍ବୋଧନ ଆରମ୍ଭ କରିଥିଲେ। ନୂଆପଡ଼ା ଆସିଲେ ବିଜୁବାବୁଙ୍କ କଥା ମନେପଡ଼େ ବୋଲି କହିଥିଲେ। ବିଜୁବାବୁ ହିଁ ନୂଆପଡ଼ା ଜିଲ୍ଲା ଗଢ଼ିଥିଲେ। ବିଜେଡି ସରକାରରେ ନୂଆପଡ଼ାର ବିକାଶ ଯୋଡ଼ି ହୋଇଥିଲା। ଆମ ସରକାର ସମୟରେ ବିଜୁ ଏକ୍ସପ୍ରେସ ୱେ ହୋଇଥିଲା। ୧୦ ହଜାରରୁ ଅଧିକ ହେକ୍ଟର ଜମି ଜଳସେଚିତ ହୋଇଥିଲା।ଲୋକଙ୍କ ଲାଗି ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ହୋଇଥିଲା। ପିଲାଙ୍କ ପାଠପଢ଼ା ଲାଗି ଭଲ ସ୍କୁଲ ନିର୍ମାଣ ହୋଇଥିଲା । ଆଦିବାସୀ ଭାଇ ଓ ଭଉଣୀଙ୍କୁ ଜଙ୍ଗଲ ଜମି ଅଧିକାର ମିଳିଥିଲା। ମିଶନ ଶକ୍ତି ମହିଳାଙ୍କୁ ଋଣ ପ୍ରଦାନ କରାଯାଇଥିଲା ବୋଲି ନବୀନ କହିଥିଲେ ।
ନୂଆପଡ଼ାରୁ ବିଜେପି ଉପରେ ନବୀନ ଜୋରଦାର ଆକ୍ରମଣ କରିଥିଲେ। କହିଥିଲେ ଯେ, ଆଗରୁ ଭୋ ଭୋଟ୍ ଚୋରି କରି ସରକାର ଗଢିଥିଲେ, ଏବେ ପ୍ରାର୍ଥୀ ଚୋରି କରିଛନ୍ତି। ବେଇମାନୀର ଉତ୍ତର ଭୋଟର ଦେବେ। ବିଜେପି ସରକାର ପବ୍ଲିସିଟିରେ ହିରୋ, କାମରେ ଜିରୋ । ମାଗଣା ୩ ଶହ ୟୁନିଟ ବିଜୁଳି ମିଳୁଛି କି ବୋଲି ପ୍ରଶ୍ନ କରିଥିଲେ।ପ୍ରତି ପଞ୍ଚାୟତରେ ଯୁବକଙ୍କୁ ଚାକିରି ଦେବେ କହିଥିଲେ। ଆପଣଙ୍କ ଗାଁରେ କେତେ ଯୁବକ ଚାକିରି ପାଇଛନ୍ତି ବୋଲି ପଚାରିଥିଲେ। ସ୍ନେହାଙ୍ଗିନୀ ଛୁରିଆଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଆଶୀର୍ବାଦ କରନ୍ତୁ। ବିଜୁ ଜନତା ଦଳକୁ ଆଶୀର୍ବାଦ କରନ୍ତୁ ।ମାଆ ମାନଙ୍କୁ ମୋର ଗୁହାରୀ, ମୋତେ ଆଶୀର୍ବାଦ କରନ୍ତୁ ।ଶେଷ ଜୀବନ ଯାଏଁ ମୁଁ ଓଡ଼ିଶା ମାଆର ସେବା ଜାରି ରଖିବି ବୋଲି ନବୀନ କହିଥିଲେ।
ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରି ନବୀନ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସରକାର ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଥିବା ଏବଂ ମିଥ୍ୟା ପ୍ରଚାର କରି ଜନସାଧାରଣଙ୍କୁ ଭ୍ରମିତ କରୁଥିବା ନେଇ ସେ ଗୁରୁତର ଅଭିଯୋଗ ଆଣିଛନ୍ତି। କୋମନା ତରବୋଡ଼ାରେ ନୂଆପଡ଼ାବାସୀଙ୍କୁ ନବୀନ ସମ୍ବୋଧନ କରି କଡ଼ା ସମାଲୋଚନା କରିଛନ୍ତି । ଜୟ ମା’ ମାଣିକେଶ୍ଵରୀ ସମ୍ବୋଧନ କରି ଭାଷଣ ଆରମ୍ଭ କରି ନବୀନ ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କଟାକ୍ଷ କରିଛନ୍ତି ବିଜେପି ସରକାର ପବ୍ଲିସିଟିରେ ହିରୋ, କାମରେ ଜିରୋ। ଗତ ୧୬ ମାସ ଧରି ସମଗ୍ର ଓଡ଼ିଶାରେ ବିକାଶମୂଳକ କାର୍ଯ୍ୟ ଠପ୍ ହୋଇଯାଇଛି। ମାଗଣା ବିଦ୍ୟୁତ୍, ବୃଦ୍ଧ ନାଗରିକଙ୍କ ପାଇଁ ବର୍ଦ୍ଧିତ ପେନସନ୍, ଚାଷୀଙ୍କ ପାଇଁ ସାର ଯୋଗାଣ ଏବଂ କପା ସବସିଡି ସମେତ ଅନେକ ପ୍ରତିଶ୍ରୁତି ସରକାର ପୂରଣ କରି ନଥିବା ସେ କହିଛନ୍ତି। ରାଜ୍ୟରେ ମହିଳାଙ୍କ ବିରୁଦ୍ଧରେ ବଢୁଥିବା ଅପରାଧ ଏବଂ ଆଇନ ଶୃଙ୍ଖଳା ବିଗିଡ଼ି ଯାଇଥିବା ସେ କହିଛନ୍ତି।
ମିଶନ ଶକ୍ତିର ମହିଳାମାନେ ଆଠ ମାସ ଧରି ଦରମା ପାଇନାହାନ୍ତି। ରାଜ୍ୟରେ ବିଏସକେୱାଇ(BSKY) ତୁଳନାରେ ଆୟୁଷ୍ମାନ ଭାରତର ପ୍ରଭାବ ଉପରେ ସେ ପ୍ରଶ୍ନ ଉଠାଇଛନ୍ତି। ବର୍ତ୍ତମାନର ପ୍ରଶାସନ ଗେମ୍ ଚେଞ୍ଜର ନୁହେଁ ବରଂ “ନାମ ପରିବର୍ତ୍ତନକାରୀ ସରକାର” ବୋଲି ନବୀନ କଟାକ୍ଷ କରିଛନ୍ତି।
ନବୀନ ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ନୂଆପଡ଼ା ଜିଲ୍ଲା ଗଠନରେ ବିଜୁ ପଟ୍ଟନାୟକଙ୍କ ଭୂମିକାକୁ ମନେ ପକାଇଥିଲେ। ସେ ବିଜେଡି ସରକାରଙ୍କ ସଫଳତା, ଯେପରିକି ବିଜୁ ଏକ୍ସପ୍ରେସୱେ, ୧୦,୦୦୦ ହେକ୍ଟରରୁ ଅଧିକ ଜମି ପାଇଁ ଜଳସେଚନ, ସ୍ୱଚ୍ଛ ପାନୀୟ ଜଳ ଏବଂ ସୁନାବେଡ଼ା ଅଭୟାରଣ୍ୟରେ ଆଦିବାସୀ କଲ୍ୟାଣ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରିଥିଲେ।
ସେ କହିଛନ୍ତି, ନୂଆପଡ଼ାଆସିଲେ ମୋର ବିଜୁବାବୁଙ୍କ କଥା ମନେପଡ଼େ । ବିଜୁବାବୁ ହିଁ ନୂଆପଡ଼ା ଜିଲ୍ଲା ଗଢ଼ିଥିଲେ । ବିଜେଡି ସରକାରରେ ନୂଆପଡ଼ାର ବିକାଶ ଯୋଡ଼ି ହୋଇଥିଲା । ଆମ ସରକାର ସମୟରେ ବିଜୁ ଏକ୍ସପ୍ରେସ ୱେ ହୋଇଥିଲା । ଚାଷ ଜମି ଜଳସେଚିତ ହୋଇଥିଲା । ଲୋକଙ୍କ ଲାଗି ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ହୋଇଥିଲା । ପିଲାଙ୍କ ପାଠପଢ଼ା ଲାଗି ଭଲ ସ୍କୁଲ ନିର୍ମାଣ ହେବା ସହ ଆଦିବାସୀ ଭାଇ ଓ ଭଉଣୀଙ୍କୁ ଜଙ୍ଗଲ ଜମି ଅଧିକାର ମିଳିଥିଲା । ମିଶନ ଶକ୍ତି ମହିଳାଙ୍କୁ ଋଣ ପ୍ରଦାନ କରାଯାଇଥିଲା ।
ବିଜେପି “ସରକାର ଗଠନ ପାଇଁ ଭୋଟ ଚୋରି” କରୁଥିଲା ଏବେ ଦଳ “ପ୍ରାର୍ଥୀମାନଙ୍କୁ ଚୋରି” କରୁଥିବା ଅଭିଯୋଗ ନବୀନ ଆଣିଛନ୍ତି। ବିଜେପି ସରକାର ଜନତା ଏବଂ ବିଜେଡି ପ୍ରତି ବିଶ୍ୱାସଘାତକତା କରି ଜନ ଅସନ୍ତୋଷ ସୃଷ୍ଟି କରିଛନ୍ତି। ନଭେମ୍ବର ୧୧ ରେ ନୂଆପଡ଼ା ଉପନିର୍ବାଚନରେ ଶଙ୍ଖ ଚିହ୍ନକୁ ଭୋଟ ଦେଇ ଭୋଟରମାନଙ୍କୁ ଏହି “ବିଶ୍ୱାସ ଭଙ୍ଗ”ର ଜବାବ ଦେବାକୁ ନବୀନ ଅନୁରୋଧ କରିଛନ୍ତି।














