• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ସୁଭଦ୍ରା ଶକ୍ତି ମେଳାରେ ମିଲେଟ୍ ଉତ୍ପାଦ ହେଲା ପ୍ରମୁଖ ଆକର୍ଷଣ

FNN WEB by FNN WEB
November 5, 2025
in ଓଡ଼ିଶା, ମୁଖ୍ୟ ଖବର
0
ସୁଭଦ୍ରା ଶକ୍ତି ମେଳାରେ ମିଲେଟ୍ ଉତ୍ପାଦ ହେଲା ପ୍ରମୁଖ ଆକର୍ଷଣ
0
SHARES
1
VIEWS

ଜୈବିକ ଓ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ପ୍ରତି ବଢୁଛି ସହରବାସୀଙ୍କ ଆଗ୍ରହ

ଭୁବନେଶ୍ୱର : ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ସୁଭଦ୍ରା ଶକ୍ତି ମେଳାରେ ମିଲେଟ୍ ଉତ୍ପାଦ ଦର୍ଶକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହେଉଛି। ମିଲେଟ୍ ପୋଡ଼ପିଠା, କ୍ଷୀର ଗଜା ଠାରୁ ଆରମ୍ଭ କରି ରାଗି ଲାଡୁ, ମିଲେଟ୍ ବିସ୍କୁଟ୍, ବାଜରା ଦୋସା ମିକ୍ସ, ଫକ୍ସଟେଲ୍ ନୁଡଲ୍ସ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ଓ ପୌଷ୍ଟିକ ଖାଦ୍ୟ ଶିଶୁ ଠାରୁ ବୟସ୍କ ପର୍ଯ୍ୟନ୍ତ ସଭିଙ୍କ ମନ ଜିତୁଛି। ଦର୍ଶକମାନେ ମେଳାରେ ରେଡି-ଟୁ-ଇଟ୍ ସ୍ନାକ୍ସ, ବେକେରୀ ବ୍ୟଞ୍ଜନ, ମିକ୍ସଚର୍, ପିଠା ଇତ୍ୟାଦି ମାଧ୍ୟମରେ ମିଲେଟ୍‌ର ବିବିଧତାର ଏକ ଝଲକ ପାଉଛନ୍ତି।

ସ୍ୱୟଂ ସହାୟକ ଗୋଷ୍ଠୀ ମା’ ମାନେ ନିଜ ହାତରେ ପ୍ରସ୍ତୁତ କରିଥିବା ଏହି ମିଲେଟ୍ ଉତ୍ପାଦ ଗୁଡ଼ିକ ସମ୍ପୁର୍ଣ୍ଣ ଜୈବିକ ଓ ପ୍ରାକୃତିକ ଗୁଣରେ ଭରପୁର । ଗ୍ରାମାଞ୍ଚଳରେ ଜୈବିକ ପ୍ରଣାଳୀରେ ଚାଷ ହୋଇଥିବା ମିଲେଟ୍‌ଗୁଡ଼ିକୁ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାମାନେ ପାରମ୍ପରିକ ଧାରାରେ ପ୍ରସ୍ତୁତ କରି ନୂଆ ଆକାର ଦେଇଛନ୍ତି, ଯାହା ସ୍ୱାଦିଷ୍ଟ ହେବା ସହିତ ପୁଷ୍ଟିକର। ଏଥିରେ ଥିବା ଫାଇବର୍, ପ୍ରୋଟିନ୍, ଆଇରନ୍, କ୍ୟାଲସିୟମ୍ ଓ ଆଣ୍ଟିଅକ୍ସିଡେଣ୍ଟ ଗୁଣ ମଧୁମେହ ନିୟନ୍ତ୍ରଣ, ପାଚନ ଶକ୍ତି ବଢ଼ାଇବା ସହିତ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।

ବର୍ତ୍ତମାନ ସମୟରେ ଲୋକମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ପ୍ରତି ସଚେତନତା ବଢ଼ିବା ସହିତ ମିଲେଟ୍ ପ୍ରଡକ୍ଟ୍‌ର ଚାହିଦା ମଧ୍ୟ ଦିନକୁ ଦିନ ବଢ଼ୁଛି। ସୁପର୍ ଗ୍ରେନ୍ ବୋଲି ପରିଚିତ ମିଲେଟ୍ ଆଜି ସୁସ୍ଥ ଜୀବନ ପାଇଁ ବେଶ୍ ଆଦୃତ ହେଉଛି। ସୁନ୍ଦରଗଡ଼, କନ୍ଧମାଳ, ରାୟଗଡ଼ା, କଟକ, ଖୋର୍ଦ୍ଧା ଭଳି ଜିଲ୍ଲାର ମହିଳା ଉଦ୍ୟୋଗୀ ମାନେ ରାଗି, ଲିଟଲ୍ ମିଲେଟ୍ ଓ ବାଜରାକୁ ବ୍ୟବହାର କରି ମିଲେଟ୍ ପାସ୍ତା, ମିଲେଟ୍ କୁକିଜ୍, ବିସ୍କଟ୍ ଭଳି ନୂଆ ନୂଆ ପ୍ରଡକ୍ଟ ତିଆରି କରୁଛନ୍ତି। ଆଧୁନିକ ବଜାରର ଚାହିଦାକୁ ଦୃଷ୍ଟିରେ ରଖି ୧୩୭ ନଂ ଷ୍ଟଲରେ କଟକ ଜିଲ୍ଲାର ଦୁଲଣପୁର ଉତ୍ପାଦକ ଗୋଷ୍ଠୀ ସଦସ୍ୟା ମିଲେଟ ଚକୋଲେଟ କୁକିଜ୍, ମାଣ୍ଡିଆ ମୁଢ଼ି, ଏନର୍ଜି ଚକୋଲେଟ୍ ବିକ୍ରି କରି ଗୋଟିଏ ସନ୍ଧ୍ୟାରେ ୫୦ ହଜାରରୁ ଉର୍ଦ୍ଧ୍ଵ ରୋଜଗାର କରିଛନ୍ତି।

“ଲୋକମାନେ ଆମ ଉତ୍ପାଦକୁ ଭଲ ପାଉଛନ୍ତି ଏବଂ କିଣୁଛନ୍ତି। ସୁଭଦ୍ରା ଶକ୍ତି ମେଳା ଆମ ପାଇଁ ଏକ ମଞ୍ଚ ଯେଉଁଠାରେ ଆମେ ଆମ ପ୍ରୋଡକ୍ଟକୁ ବିକ୍ରି କରିବା ପାଇଁ ନୂଆ ବଜାର ମିଳିଛି। ଆମ ସାମଗ୍ରୀର ଭଲ ବିକ୍ରି ହଉଛି। ଏହି ମେଳା ଆମକୁ ଆମର ଐତିହ୍ୟ ଖାଦ୍ୟକୁ ଏକ ସ୍ଥାୟୀ ବ୍ୟବସାୟରେ ପରିଣତ କରିବାରେ ସାହାଯ୍ୟ କରିଛି” ବୋଲି କହିଛନ୍ତି ସଦସ୍ୟା କହିଛନ୍ତି ଦୁଲଣପୁର ଉତ୍ପାଦକ ଗୋଷ୍ଠୀର ସଦସ୍ୟା ବିଜୟଲକ୍ଷ୍ମୀ ସାହୁ।

ସୁଭଦ୍ରା ଶକ୍ତି ମେଳାରେ ମିଲେଟ୍ ଉତ୍ପାଦ ମହିଳା ସଶକ୍ତିକରଣ ଓ ଓଡ଼ିଶାର ଗ୍ରାମ୍ୟ ସ୍ଵାଦକୁ ନୂଆ ପରିଚୟ ଦେଉଛି। ସହରବାସୀଙ୍କ ମଧ୍ୟରେ ମିଲେଟ୍ ଉତ୍ପାଦର ବଢୁଥିବା ଚାହିଦା – ସେମାନଙ୍କର ସ୍ୱାସ୍ଥ୍ୟ ପ୍ରତି ସଚେତନତା ଓ ସୁସ୍ଥ ଜୀବନଶୈଳୀ ଦିଗରେ ଆଗ୍ରହ ବୃଦ୍ଧିକୁ ଦର୍ଶାଉଛି। ବର୍ତ୍ତମାନ ସୁଦ୍ଧା ୨.୨୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ମୋଟ ବିକ୍ରୟ ରେକର୍ଡ କରାଯାଇଛି।

ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ମେଳାକୁ ଅଧିକ ଉତ୍ସବମୟ ଓ ଆକର୍ଷଣୀୟ କରୁଛି । ନୂପୁର ଧ୍ବନି ନୃତ୍ୟ ପରିଷଦ ଦ୍ଵାରା ଓଡ଼ିଶୀ ନୃତ୍ୟ, ଆର୍.କେ ନୃତ୍ୟ ଏକାଡେମୀ ଦ୍ୱାରା ଶିବ ତାଣ୍ଡବ ଓ ଭଜନ ସମ୍ରାଟ ନରେନ୍ଦ୍ର କୁମାରଙ୍କ ଭଜନ ମେଳାର ପରିବେଶକୁ ଭକ୍ତିମୟ କରିଥିଲା।

ସୁଭଦ୍ରା ଶକ୍ତି ମେଳା ମହିଳା ଉଦ୍ୟୋଗୀମାନଙ୍କ ପାଇଁ ନବୀନତା ପ୍ରଦର୍ଶନ, ବଜାର ସଂଯୋଗ ଗଢ଼ିବା ଏବଂ ଉପଭୋକ୍ତାମାନଙ୍କ ସହିତ ସିଧାସଳଖ ସଂଯୋଗ ସ୍ଥାପନ କରିବାର ଏକ ମଞ୍ଚ ଭାବେ କାର୍ଯ୍ୟ କରୁଛି।ଆମର ଦୈନନ୍ଦିନ ଖାଦ୍ୟ ଶୃଙ୍ଖଳାରେ ମିଲେଟ ଖାଦ୍ୟ ଅଭ୍ୟାସରେ ପରିଣତ କରିବା ପାଇଁ ସ୍ଵୟଂ-ସହାୟକ ଗୋଷ୍ଠୀଙ୍କ ଉଦ୍ୟମ ପ୍ରସଂଶା ଯୋଗ୍ୟ ।

Previous Post

ସୁଭଦ୍ରା ଶକ୍ତି ମେଳାରେ ୯ଟି ରାଜ୍ୟର ମହିଳା ଉଦ୍ୟୋଗୀମାନଙ୍କ ଅଂଶଗ୍ରହଣ

Next Post

କ୍ୟୁଏସ ଏସିଆ ୟୁନିଭର୍‍ସିଟି ରାଙ୍କିଙ୍ଗ ୨୦୨୬: ଓଡ଼ିଶାରେ ଶୀର୍ଷରେ କିଟ୍

FNN WEB

FNN WEB

Next Post
୨୬ରୁ କିଟ୍‍ ବିଶ୍ୱବିଦ୍ୟାଳୟର ୨୧ତମ ସମାବର୍ତ୍ତନ

କ୍ୟୁଏସ ଏସିଆ ୟୁନିଭର୍‍ସିଟି ରାଙ୍କିଙ୍ଗ ୨୦୨୬: ଓଡ଼ିଶାରେ ଶୀର୍ଷରେ କିଟ୍

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

March 7, 2026
ପାଣିରେ ବୁଡ଼ି ୫ ଛାତ୍ରଙ୍କ ମୃତ୍ୟୁ

ପାଣିରେ ବୁଡ଼ି ୫ ଛାତ୍ରଙ୍କ ମୃତ୍ୟୁ

March 7, 2026
୨୪ରେ ମିଳିବ ସୁଭଦ୍ରା ଟଙ୍କା, ଏକାସାଙ୍ଗରେ ଦୁଇଟି କିସ୍ତିର ଟଙ୍କା ମିଳିବ

ଆଜି ମହିଳା ଦିବସରେ ମିଳିବ ‘ସୁଭଦ୍ରା’ ଚତୁର୍ଥ କିସ୍ତି

March 7, 2026
ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

March 7, 2026
ପାଣିରେ ବୁଡ଼ି ୫ ଛାତ୍ରଙ୍କ ମୃତ୍ୟୁ

ପାଣିରେ ବୁଡ଼ି ୫ ଛାତ୍ରଙ୍କ ମୃତ୍ୟୁ

March 7, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.