• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଓଡିଶାରେ ୮୪ତମ ଇଣ୍ଡିଆନ ରୋଡ କଂଗ୍ରେସ ମହାକୁମ୍ଭ

FNN WEB by FNN WEB
November 6, 2025
in ଓଡ଼ିଶା, ମୁଖ୍ୟ ଖବର
0
ଓଡିଶାରେ ୮୪ତମ ଇଣ୍ଡିଆନ ରୋଡ କଂଗ୍ରେସ ମହାକୁମ୍ଭ
0
SHARES
1
VIEWS


ଭୁବନେଶ୍ୱର : ଓଡ଼ିଶାରେ ଅନୁଷ୍ଠିତ ହେଉଛି ୮୪ତମ ଇଣ୍ଡିଆନ ରୋଡ୍ସ କଂଗ୍ରେସ (ଆଇଆର୍‌ସି) ମହାକୁମ୍ଭ । ୧୯୩୪ ମସିହାରୁ ଆଇଆର୍‌ସି ଗଠନ ହୋଇଥିବା ବେଳେ ଏଯାବତ୍ ଓଡ଼ିଶାରେ ଆଇଆର୍‌ସିର ୫ଟି ବାର୍ଷିକ ସମ୍ମିଳନୀ ଆୟୋଜିତ ହୋଇଛି ଏବଂ ପୁଣିଥରେ ୬ଷ୍ଠ ଥର ପାଇଁ ଆୟୋଜନ କରିବାର ସୁଯୋଗ ପାଇଛି ଓଡ଼ିଶା ।

ଏହି ମହାକୁମ୍ଭକୁ ଉଦ୍‌ଘାଟନ କରି ସମ୍ବୋଧିତ କରିବେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନିତିନ ଗଡ଼କରୀ । ୨୦୧୫ ପରେ ପୁଣି ଏକ ଦଶନ୍ଧି ବ୍ୟବଧାନରେ ଓଡ଼ିଶା ଆଇଆର୍‌ସି ଆୟୋଜନ କରିବାକୁ ଯାଉଛି । ସଡ଼କ ଭିତ୍ତିଭୂମିକୁ ନେଇ ବିଶେଷଜ୍ଞ ଓ ଯନ୍ତ୍ରୀଙ୍କ ମଧ୍ୟରେ ଜ୍ଞାନ ଆଦାନପ୍ରଦାନର ସେତୁ ପାଲଟିବ ଏହି ବୃହତ୍ତ ସମ୍ମିଳନୀ । ଆଜି ଜନତା ମଇଦାନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଓଡ଼ିଶାର ଆଇନ, ପୂର୍ତ୍ତ, ଅବକାରୀ ବିଭାଗ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ଆଗାମୀ ୫ ବର୍ଷ ମଧ୍ୟରେ ଓଡ଼ିଶାରେ ୭୫ ହଜାର କିମି ରାସ୍ତା ନିର୍ମାଣ ହେବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ । ସମଗ୍ର ଭାରତରେ ସଡ଼କ ଭିତ୍ତିଭୂମିର ବିକାଶ ତଥା ଏ ନେଇ ନୀତି ନିର୍ଦ୍ଧାରଣ କରିବା ନିମନ୍ତେ ଆଇଆର୍‌ସି ଭଳି ଜାତୀୟ ସମ୍ମିଳନୀ ଆୟୋଜିତ ହେଉଛି । ଏହି ସମ୍ମିଳନୀ ଇଞ୍ଜିନିୟର, ନୀତି ନିର୍ଦ୍ଧାରକ, ଗବେଷକ, ଶିଳ୍ପ ବୃତ୍ତିଗତ ଏବଂ ଶିକ୍ଷାବିତ୍‌ଙ୍କ ପାଇଁ ଏକ ଅନନ୍ୟ ପ୍ଲାଟଫର୍ମ । ସମ୍ମିଳନୀରେ ହେବାକୁ ଥିବା ଅଧିବେଶନଗୁଡ଼ିକର ବିଷୟବସ୍ତୁ ରହିଛି ‘ରାଜରାସ୍ତା ପ୍ରଯୁକ୍ତି ବିଦ୍ୟା ଏବଂ ନୀତିରେ ପ୍ରମୁଖ ଉନ୍ନତି’ ।

ଆଇଆର୍‌ସି ଦେଶର ସଡକ ଇଞ୍ଜିନିୟର ଏବଂ ଯୋଜନାକାରୀଙ୍କ ପାଇଁ ଏକ ବୃତ୍ତିଗତ ସଂଗଠନ ଭାବେ କାର୍ଯ୍ୟ କରୁଛି । କେନ୍ଦ୍ର ଓ ରାଜ୍ୟ ସ୍ତରରେ ବିଭିନ୍ନ ସରକାରୀ ବିଭାଗ ଏଥିରେ ସଶ୍ଳିଷ୍ଟ । ଏନ୍‌ଏଚ୍‌ଏଆଇ, ଏମ୍‌ୟୁଡି, ବ୍ରୋ, ଏମ୍‌ଇଏସ୍‌,ଏନ୍‌ଆର୍‌ଆଇଡିଏ, ଏନ୍‌ଏଚ୍‌ଆଇଡିଏସ୍‌ଏଲ୍‌, ଏମ୍ ଓ ଆର୍‌ଡି ବ୍ୟତୀତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପବ୍ଲିକ ୱାର୍କସ ବିଭାଗ, ପବ୍ଲିକ ସେକ୍ଟର ଅଣ୍ଡରଟେକିଂ, ଆଇଆଇଟି, ଇଞ୍ଜିନିୟରିଂ କଲେଜ, ଗବେଷଣା ସଂଗଠନ, ଠିକାଦାର ସଂସ୍ଥା, ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି । ସମଗ୍ର ଦେଶରେ ସଡ଼କ, ସେତୁ ଏବଂ ସୁଡଙ୍ଗ ନିର୍ମାଣର ଯୋଜନା, ଡିଜାଇନ୍‌, ପରିଚାଳନା ଓ ରକ୍ଷଣାବେକ୍ଷଣରେ ନୂତନ କୌଶଳକୁ ପ୍ରେତ୍ସାହିତ କରିବା ଏହି ସଂଗଠନର ଲକ୍ଷ୍ୟ ବୋଲି ମନ୍ତ୍ରୀ କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଆଇଆର୍‌ସିର ସଭାପତି ଶ୍ରୀ ମନୋରଞ୍ଜନ ପରିଡ଼ା, ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ (ଆଇଏଏସ୍‌), ସ୍ଥାନୀୟ ସଂଚାଳକ ଇଂ ମାନସ ରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଆଇଆର୍‌ସିର ଏହି ବାର୍ଷିକ ସମ୍ମିଳନୀରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଜୟ ତମ୍‌ତା, ଶ୍ରୀ ହର୍ଷ ମଲହୋତ୍ରା, ଓଡ଼ିଶାର ଆଇନ, ପୂର୍ତ୍ତ, ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ମଧ୍ୟପ୍ରଦେଶର ପୂର୍ତ୍ତ ମନ୍ତ୍ରୀ ରାକେଶ ସିଂହ ଅତିଥି ଭାବେ ଯୋଗଦେଇ ମାର୍ଗଦର୍ଶନ କରିବେ ।

ଭାରତର ସଡ଼କ ଭିତ୍ତିଭୂମିକୁ ମଜଭୁତ ଓ ଉନ୍ନତ କରିବାକୁ ଯନ୍ତ୍ରୀ ଓ ବିଶେଷଜ୍ଞଙ୍କ ମଧ୍ୟରେ ମାନସମନ୍ଥନ ହେବ । ୩ ଦିନରେ ମୋଟ ୧୯ଟି ଅଧିବେଶନ ଅନୁଷ୍ଠିତ ହେବ । ୩୫୦୦ରୁ ଊର୍ଦ୍ଧ୍ୱ ପ୍ରତିଭାଗୀ ଅଂଶଗ୍ରହଣ କରିବେ । ନଭେମ୍ବର ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ସଡ଼କ ଭିତ୍ତିଭୂମି, ଉନ୍ନତୀକରଣ ଓ ନୂଆ ଜ୍ଞାନକୌଶଳ ସଂପର୍କରେ ଜ୍ଞାନର ଆଦାନପ୍ରଦାନ ହେବ । ସମଗ୍ର ଭାରତ ବର୍ଷରୁ ଆସିବେ ବିଶେଷଜ୍ଞ, ବୈଜ୍ଞାନିକ, ସଡ଼କ ଯନ୍ତ୍ରୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି । ସେମାନଙ୍କ ଜ୍ଞାନ ଓ ନୂତନ କୌଶଳ ଆଲୋଚନାକୁ ସମୃଦ୍ଧ କରିବ । ଏହି ଅବସରରେ ବୈଷୟିକ ଅଧିବେଶନ ମଧ୍ୟ ଅନୁଷ୍ଠିତ ହେବ । ସଡ଼କ ନିର୍ମାଣ ସମ୍ବନ୍ଧରେ ପ୍ରୟୋଗ ହେଉଥିବା ଏବଂ ହୋଇଥିବା ବିଭିନ୍ନ ଜ୍ଞାନ କୌଶଳକୁ ଅବଲୋକନ କରିବେ ପ୍ରତିଭାଗୀବୃନ୍ଦ ।

ଉଦଘାଟନୀ ସମାରୋହ ପରେ ଆଇଆର୍‌ସିର ୨୩୫ତମ କାଉନସିଲ ବୈଠକ ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ଆଇଆଇଟି, ଏନଆଇଟି, ଇଂଜିନିୟରିଂ ଛାତ୍ରଛାତ୍ରୀ ଓ ଗବେଷକଙ୍କୁ ନେଇ ବୈଷୟିକ ଅଧିବେଶନ ଅନୁଷ୍ଠିତ ହେବ । ବୈଜ୍ଞାନିକ ଏବଂ ରିସର୍ଚ୍ଚ ଓ ଡେଭଲପମେଣ୍ଟ ସଂଗଠନର ଅଧିକାରୀଙ୍କୁ ନେଇ ଏକ ଅଧିବେଶନ ଅନୁଷ୍ଠିତ ହେବ । ଠିକାଦାର, ପରାମର୍ଶଦାତା ଓ ସ୍ୱେଚ୍ଛାସେବୀଙ୍କୁ ନେଇ ଅନ୍ୟ ଗୋଟିଏ ବୈଷୟିକ ଅଧିବେଶନ ଆୟୋଜିତ ହେବ ।

୮ତାରିଖରେ ରାଜପଥ ଗବେଷଣା ପରିଷଦର ୮୫ତମ ବୈଠକ ଅନୁଷ୍ଠିତ ହେବ । ଅନ୍ତର୍ଜାତୀୟ ସଂଗଠନ ଏବଂ ବହୁପାକ୍ଷିକ ଏଜେନ୍ସିକୁ ନେଇ ଅଧିବେଶନ କରାଯିବ । ଆଉ ଏକ ଅଧିବେଶନରେ ସଡ଼କ ନିର୍ମାଣରେ ବ୍ୟବହୃତ ସୃଜନ ଜ୍ଞାନ, ସ୍ଥାୟୀ ଏବଂ ସୁହାଇବା ଭଳି ମୂଲ୍ୟରେ ସଡ଼କ ନିର୍ମାଣ ଏବଂ ଏ ସମ୍ବନ୍ଧୀୟ ସଫଳ କାହାଣୀମାନ ଉପସ୍ଥାପିତ ହେବ । ରୋଡ୍ ଟନେଲ ପ୍ରସ୍ତୁତି ଏବଂ ରାଜଥରେ ଅଣ୍ଡରଗ୍ରାଉଣ୍ଡ ନିର୍ମାଣ କୌଶଳ ସଂପର୍କରେ ଏକ ଅଧିବେଶନ ଅନୁଷ୍ଠିତ ହେବ । ୯ ତାରିଖରେ ପୂର୍ତ୍ତ ବିଭାଗର ସଚିବ ଓ ପ୍ରମୁଖ ସଚିବମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେବ । ବୈଷୟିକ ଅଧିବେଶନରେ ଭାରତରେ ସଡ଼କ ନିର୍ମାଣରେ ହୋଇଥିବା ଗବେଷଣା କାର୍ଯ୍ୟର ଉପସ୍ଥାପନା କରାଯିବ । ଗ୍ରାମୀଣ ସଡ଼କ ନିର୍ମାଣ ବେଳେ ସୃଷ୍ଟି ହୋଇଥିବା ଆହ୍ୱାନ ଓ ସଫଳ କାହାଣୀକୁ ନେଇ ଏକ ଅଧିବେଶନ କରାଯିବ । ଭୂମି ଅଧିଗ୍ରହଣ ସଂକ୍ରାନ୍ତରେ ଜାତୀୟ ଓ ଅନ୍ତର୍ଜାତୀୟ ବିଶେଷଜ୍ଞମାନେ ଆଲୋଚନା କରିବେ।

ରାଜ୍ୟ ସରକାରଙ୍କ ପୂର୍ତ୍ତ ଓ ସ୍ଥାନୀୟ ପ୍ରତିନିଧିଙ୍କୁ ନେଇ ଏକ ଅଧିବେଶନ କରାଯିବ । କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନେଇ ଆଲୋଚନା ହେବ । ଆଇଆରସି ସଦସ୍ୟଙ୍କ ମଧ୍ୟରେ କାଉନସିଲ ସଭ୍ୟ ପାଇଁ ନିର୍ବାଚନ କରାଯିବ । ଶେଷରେ ୮୪ତମ ବ୍ୟବସାୟିକ ବୈଠକରେ ଅନ୍ୟତମ ଆକର୍ଷଣ ସାଜିବ ‘ଓପନ ଟୁ ସ୍କାଏ ଷ୍ଟଲ’ । ଏହା ମଧ୍ୟରେ ୨୦ଟି ଷ୍ଟଲରେ ସଡ଼କ ଭିତ୍ତିଭୂମି ମଡେଲ ସହ ବିଭିନ୍ନ ଜ୍ଞାନକୌଶଳର ପ୍ରୟୋଗ ପ୍ରଦର୍ଶିତ ହେବ । ଏତଦ୍‌ବ୍ୟତୀତ ୩୫୦ ଟି ବୈଷୟିକ ପ୍ରଦର୍ଶନୀ ଷ୍ଟଲ ନର୍ମିାଣ କରାଯାଇଛି । ଏଥିରେ ମେକାନାଇଜ୍ଡ ମାଷ୍ଟିକର ଡେମୋ ପ୍ରଦର୍ଶିତ ହେବ । ସଂପ୍ରତି ଅଧିକାଂଶ ସଡ଼କ ନିର୍ମାଣରେ ମାଷ୍ଟିକ ଆସ୍ଫାଲଟ ସମୟ ଉପଯୋଗୀ ସାବ୍ୟସ୍ତ ହୋଇଛି । ଏହାର ପ୍ରଦର୍ଶନ ସହ ଏଥିରେ ବ୍ୟବହାର ହେଉଥିବା ମେସିନର ଷ୍ଟଲରେ ପ୍ରଦର୍ଶିତ ହେବ । ଏହାବ୍ୟତୀତ ଫ୍ଲାଏ ଆସ୍‌, ବାଲି ପ୍ରସ୍ତୁତି, ପୋରସ କଂକ୍ରିଟ, ଏନଏସବି ଏବଂ ରାସ୍ତା ନିର୍ମାଣରେ ଆଧୁନିକ ଜ୍ଞାନ କୌଶଳର ପ୍ରୟୋଗକୁ ପ୍ରତ୍ୟକ୍ଷ କରିବାର ସୁଯୋଗ ମିଳିବ ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ପ୍ରତିଭାଗୀମାନଙ୍କ ରହଣି ପାଇଁ ଭୁବନେଶ୍ୱରରେ ୩୦ଟି ହୋଟେଲରେ ୮୦୦ ରୁମ୍ ବୁକିଂ କରାଯାଇଛି । ୧୦ ତାରିଖରେ ପ୍ରତିଭାଗୀମାନଙ୍କର ପୁରୀ, କୋଣାର୍କ ଆଦି ସ୍ଥାନକୁ ପରିଭ୍ରମଣ କାର୍ଯ୍ୟକ୍ରମ ରହିଛି । ଆମନ୍ତ୍ରିତ ଅତିଥିମାନଙ୍କ ଯାତାୟତ ପାଇଁ ୯୦୦ ଗାଡ଼ି ନିୟୋଜିତ କରାଯାଇ ଥିବା ବେଳେ ସେମାନଙ୍କ ସୁବିଧା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି । ଏହାସହିତ ମନୋରଂଜନ ପାଇଁ ଓଡ଼ିଆ ଖାଦ୍ୟପେୟଠୁ ନେଇ ଓଡ଼ିଶାର ପାରମ୍ପରିକ ନୃତ୍ୟ ସଂଗୀତରେ ବ୍ୟବସ୍ଥା କରାଯାଇଛି ।

Previous Post

ନୂଆପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର

Next Post

ଅଚ୍ୟୁତ ସାମନ୍ତଙ୍କୁ ଏସ୍‍ଆର୍‍ଏମ୍‍ ବିଶ୍ୱବିଦ୍ୟାଳୟରୁ ୬୯ତମ ସମ୍ମାନସୂଚକ ଡକ୍ଟରେଟ୍

FNN WEB

FNN WEB

Next Post
ଅଚ୍ୟୁତ ସାମନ୍ତଙ୍କୁ ଏସ୍‍ଆର୍‍ଏମ୍‍ ବିଶ୍ୱବିଦ୍ୟାଳୟରୁ ୬୯ତମ ସମ୍ମାନସୂଚକ ଡକ୍ଟରେଟ୍

ଅଚ୍ୟୁତ ସାମନ୍ତଙ୍କୁ ଏସ୍‍ଆର୍‍ଏମ୍‍ ବିଶ୍ୱବିଦ୍ୟାଳୟରୁ ୬୯ତମ ସମ୍ମାନସୂଚକ ଡକ୍ଟରେଟ୍

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.