• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଚିରବିଦାୟ ନେଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର

FNN WEB by FNN WEB
November 18, 2025
in ଓଡ଼ିଶା, ମୁଖ୍ୟ ଖବର
0
ଚିରବିଦାୟ ନେଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର
0
SHARES
6
VIEWS


ଟିଟିଲାଗଡ଼: ଓଡ଼ିଶା ସଂଗୀତ ଜଗତର ଚର୍ଚ୍ଚିତ ଓ ଲୋକପ୍ରିୟ ଗାୟକ ହ୍ୟୁମାନ୍‌ ସାଗରଙ୍କ ଶେଷକୃତ ଆଜି ସନ୍ଧ୍ୟାରେ ବଲାଙ୍ଗୀରଜିଲ୍ଲା ଟିଟିଲାଗଡ଼ରେ ସମ୍ପନ୍ନ ହୋଇଛି। ହ୍ୟୁମାନ ସାଗରଙ୍କ ଅନ୍ତିମ ବିଦାୟ ସ୍ଥାନୀୟ ଏକ ଚର୍ଚ୍ଚରେ କରାଯାଇଛି। ପରଂପରା ଅନୁସାରେ ଅନୁଷ୍ଠିତ ଶେଷକୃତ୍ୟ କାର୍ଯ୍ୟକ୍ରମରେ ଲକ୍ଷାଧିକ ପ୍ରଶଂସକ ଓ ଶୁଭେଚ୍ଛୁ ସାମିଲ ହୋଇ ମରଶରୀରକୁ ଅଶ୍ରୁଳ ବିଦାୟ ଦେଇଥିଲେ। ପାର୍ଥିବ ଶରୀରର ଶେଷ ଦର୍ଶନ ପାଇଁ ବଲାଙ୍ଗୀର, କଣ୍ଟାବାଞ୍ଜି, ସଇଁତଳାରୁ ମଧ୍ୟ ପ୍ରଶଂସକମାନେ ଛୁଟି ଆସିଥିଲେ। ମରଶରୀର ଟିଟିଲାଗଡ଼ରେ ପହଞ୍ଚିଲା ପରେ ହ୍ୟୁମାନଙ୍କର ଘରେ ଓ ଘର ବାହାରେ ପ୍ରବଳ ଭିଡ଼ ଲାଗିଥିଲା। ପରିବାର ଲୋକ, ସଂପର୍କୀୟ, ପ୍ରଶଂସକମାନେ ଶ୍ରଦ୍ଧାଞ୍ଜଳି ଦେବା ସହିତ ଅନ୍ତିମ ଦର୍ଶନ କରିଥିଲେ।

ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଗତକାଲି ରାତି ପ୍ରାୟ ୯ଟାରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଥିଲା। ଡାକ୍ତରଖାନାରେ ଭର୍ତ୍ତି ହେବାର କିଛିଦିନ ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଥିଲା। ସେ ଲିଭର୍‌ ଓ କିଡନିଜନିତ ରୋଗରେ ପୀଡ଼ିତ ଥିଲେ। ସେଥିପାଇଁ ଶ୍ୱାସକ୍ରିୟା ଜନିତ ଅସୁବିଧା, ନିମୋନିଆ, ହେପାଟୋପାଥି, ଥ୍ରୋମ୍ବୋସାଇଟୋପେନିଆ ଓ କୋଆଗୁଲୋପାଥିରେ ପୀଡ଼ିତ ଥିଲେ। ତାଙ୍କୁ ଭେଣ୍ଟିଲେଟର୍‌ ସହାୟତାରେ ରଖାଯାଇଥିଲା। ଡାକ୍ତରଙ୍କ ସତଚେଷ୍ଟା ପରେ ବି ହ୍ୟୁମାନ୍‌ଙ୍କ ଦେହାନ୍ତ ହୋଇଥିଲା ଏବଂ ସେ ଚିରନିଦ୍ରାରେ ଶୋଇଯାଇଥିଲେ।

ହ୍ୟୁମାନ ସାଗରଙ୍କ କ୍ୟାରିୟରର ଆରମ୍ଭ ହୋଇଥିଲା ୧୦ ବର୍ଷ ତଳେ । ଏବେ ନିରବୀ ଗଲା ତାଙ୍କ ସଂଗୀତର ଯାତ୍ରା । ସିନେମା ଜଗତରେ ‘ଇସ୍କ ତୁ ହି ତୁ’ରୁ କଣ୍ଠଦାନ କଲେ… ଫିଲ୍ମ ‘ଚାରିଧାମ’ରେ ସରିଗଲା ହ୍ୟୁମାନଙ୍କ ସଂଗୀତ । ମାତ୍ର ୧୦ ବର୍ଷ , ସଂଗୀତର ଅବିଶ୍ରାନ୍ତ ବର୍ଷାରେ ଭିଜାଇ ଠକିଦେଲେ ଓଲିଉଡର ଯୁବ ପ୍ଲେ-ବ୍ୟାକ୍ କିଙ୍ଗ୍ । ୨୦୧୪ରେ ସମଥିଙ୍ଗ ସମଥିଙ୍ଗ-୨ର ପ୍ରେମ ହେଇଯାଏରେ ତାଙ୍କର ପ୍ରଥମ ଗୀତ ଥିଲା। ତାପରେ ସେ ଆଉ ପଛକୁ ଫେରି ନାହାନ୍ତି। ଅନେକ ହିଟ୍ ଗୀତ ଆଜି ବି ଶ୍ରୋତାଙ୍କ କାନରେ ଶୁଭେ। ପ୍ରେମ, ବିରହ, ଡ୍ୟାନ୍ସ , ଭଜନ ସବୁ ପ୍ରକାର ଗୀତରେ ସେ ସିଦ୍ଧହସ୍ତ। ହ୍ୟୁମାନଙ୍କ ଅଭୁଲା ଗୀତରେ ସାମିଲ ଅଛି, କେମିତି ଭୁଲିବି ସେ ଅଭୁଲା ଦିନ , କୁଆଡେ ଗଲୁ ପାଗେଳୀ, କାଇଁ କାନ୍ଦୁଛୁ କହ, ତୁ ମେଘ ହେଇଯା, ଗଜରା ଗଭା ବାଲି, ମରିଯିବି ଧନ ତୋ ବିନା, ମନେ ତୁ ପଡୁଛୁ ଆଲୋ ପାଗେଳୀ, ଝରିଯାଏ ଲୁହ, ଏଡ଼େ ବେଇମାନି ତୁ, ମା ତୋ ବିନା, ସେଦିନୁ ମୁଁ ହୁନୁ ହୁନୁ, ହଜାରେ ଥର, ବୁଝିଯାରେ ହୃଦୟ ତୁ, କିଛି ଲୁହ ଝରି ଥିଲା ଖୁସିରେ, ହେଲା କି ପ୍ରେମ, ଏଡ଼େ ବେଇମାନି ତୁ, ମା… , ଧିମା ଧିମା ଆଖି, ମିଠା ମିଠା ସ୍ବପ୍ନ, ସୁନ ଜରା, ଇସ୍କ ତୁ ହି ତୁ, ମୁସ୍କିଲ ହେ ଜୀନା, ମଲକା ମଲକା, ହାଏ ତୋ ପ୍ରେମର ରଙ୍ଗୋଲି, ଗଜଲ ଗଜଲ, ସବୁ ନଜର ଲାଗେ ପ୍ରେମ ନଜର, ନାରେ ନାରେ, ଫାଷ୍ଟ ଟାଇମ ଗୋଟେ ଝିଅ ତୁ, ଛାତି ଟା ରଗଡି ଦେଲାରେ, ବେବି ଓ ବେବି, ବାପା… ପ୍ରମୁଖ।

Previous Post

ଭୁବନେଶ୍ୱରରେ ଏକତା ପଦଯାତ୍ରା: ସାମିଲ ହେଲେ ଜନସାଧାରଣ ଓ ଛାତ୍ରଛାତ୍ରୀ

Next Post

ମହେନ୍ଦ୍ରଗିରି ଶିଖରରେ ଇକୋ ରିସର୍ଟ ଉଦ୍‌ଘାଟିତ

FNN WEB

FNN WEB

Next Post
ମହେନ୍ଦ୍ରଗିରି ଶିଖରରେ ଇକୋ ରିସର୍ଟ ଉଦ୍‌ଘାଟିତ

ମହେନ୍ଦ୍ରଗିରି ଶିଖରରେ ଇକୋ ରିସର୍ଟ ଉଦ୍‌ଘାଟିତ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.