• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ସମ୍ମିଳନୀ ଉଦ୍‍ଘାଟନ କଲେ ମୁଖ୍ୟମନ୍ତ୍ରୀ

FNN WEB by FNN WEB
November 18, 2025
in ଓଡ଼ିଶା, ମୁଖ୍ୟ ଖବର
0
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ସମ୍ମିଳନୀ ଉଦ୍‍ଘାଟନ କଲେ ମୁଖ୍ୟମନ୍ତ୍ରୀ
0
SHARES
14
VIEWS

୨୦୨୭ ସୁଦ୍ଧା ସମସ୍ତ ଗ୍ରାମକୁ ରାସ୍ତା, ବିଦ୍ୟୁତ ଓ ପାନୀୟ ଜଳ

ଓଡ଼ିଆ ଭାଷାକୁ ସରକାରୀ ସ୍ତରରେ ତୁରନ୍ତ କାର୍ଯ୍ୟକାରୀ କର:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆମ୍ଭେମାନେ ଯିଏ ଯେଉଁ ପଦବୀରେ ଥାଉ ନା କାହିଁକି, ଆମେ ସମସ୍ତେ ଜନସେବା ପାଇଁ ଉତ୍ସର୍ଗୀକୃତ ଏବଂ ଆମର କାର୍ଯ୍ୟକଳାପ ପାଇଁ ଆମେ ଜନସାଧାରଣଙ୍କ ପାଖରେ ଉତ୍ତରଦାୟୀ। ସେଥିପାଇଁ ଆପଣମାନେ ଲୋକଙ୍କ ସହିତ ମିଶନ୍ତୁ, ସାଧାରଣ ଲୋକଟିର କଥା ଧୈର୍ଯ୍ୟର ସହ ଶୁଣନ୍ତୁ ଓ ତାଙ୍କ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରନ୍ତୁ, ଏହା ହିଁ ହେଉଛି ସୁଶାସନର ମୂଳଦୁଆ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ସମ୍ମିଳନୀ ଉଦ୍‍ଘାଟନ ଅବସରରେ କହିଛନ୍ତି।

ଲୋକସଭା ଭବନ କନ୍‌ଭେନ୍‌ସନ୍ ସେଣ୍ଟର ଠାରେ ଆୟୋଜିତ ଦୁଇ ଦିନିଆ ସମ୍ମିଳନୀର ଉଦ୍‍ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜିଲ୍ଲାପାଳମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ, ଆମ ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ‘ସବ୍‍କା ସାଥ୍, ସବ୍‍କା ବିକାଶ, ସବ୍‍କା ବିଶ୍ୱାସ, ସବ୍‍କା ପ୍ରୟାସ’ ମନ୍ତ୍ରରେ ରାଜ୍ୟର କଲ୍ୟାଣ ପାଇଁ ଅନେକ ଉନ୍ନୟନମୂଳକ କାର୍ଯ୍ୟକ୍ରମ ପ୍ରଣୟନ କରିଛନ୍ତି ଏବଂ କରୁଛନ୍ତି। ଯୋଜନା ଯେତେ ଅଭିନବ ହେଲେ ମଧ୍ୟ, ଏହାର ପ୍ରକୃତ ସଫଳତା ଏହାର ସଠିକ୍ ରୂପାୟନ ଉପରେ ନିର୍ଭର କରେ। ତେଣୁ, ଲୋକଙ୍କ ସୁବିଧା ପାଇଁ ସମସ୍ତେ ସଚ୍ଚୋଟ ଓ କର୍ତ୍ତବ୍ୟନିଷ୍ଠ ହୁଅନ୍ତୁ ଏବଂ ଦିନରାତି ଅକ୍ଳାନ୍ତ ପରିଶ୍ରମ କରି ସମନ୍ୱୟ ରକ୍ଷା ମାଧ୍ୟମରେ ଯୋଜନାର ସଫଳ ରୂପାୟନ କରନ୍ତୁ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଆମ ସରକାର ବର୍ତ୍ତମାନ ରାଜ୍ୟର ୩୦ଟି ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଯାଉଛନ୍ତି। ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ନୀତି, ନିୟମ ପରିସରରେ ରହି ଉଦ୍ୟୋଗୀମାନଙ୍କୁ ସମସ୍ତ ସହାୟତା ପ୍ରଦାନ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ସରକାରଙ୍କ ନୂତନ କାର୍ଯ୍ୟକ୍ରମ ‘ମିଶନ ପାୱାର’ ଅଧିନରେ ୨୦୨୭ ସୁଦ୍ଧା ରାଜ୍ୟର ପ୍ରତିଟି ଗ୍ରାମକୁ ସବୁ ଦିନିଆ ରାସ୍ତା, ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣର ଲକ୍ଷ୍ୟ ରହିଛି। ଏହି ଲକ୍ଷ୍ୟକୁ ଧାର୍ଯ୍ୟ ସମୟ ମଧ୍ୟରେ ସାରିବା ପାଇଁ ଜିଲ୍ଲାପାଳମାନଙ୍କୁ ମିଶନ ମୋଡ୍ ରେ କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ସରକାରୀ ସ୍ତରରେ ନିଆଯାଇଥିବା ନିଷ୍ପତ୍ତି ଓ ଘୋଷଣା ସହିତ ଯୋଜନା ଗୁଡିକର କାର୍ଯ୍ୟକାରୀତାର ଅଗ୍ରଗତି ସମ୍ପର୍କରେ ନିୟମିତ ତଦାରଖ କରିବା ପାଇଁ ସେ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ। ଏଥି ସହିତ କାର୍ଯ୍ୟକ୍ରମ ଓ ଯୋଜନା ବାବଦ ଖର୍ଚ୍ଚ ଓ ଏହାର ଅଗ୍ରଗତି ସମ୍ପର୍କରେ ପ୍ରତି ତିନି ଚାରି ମାସରେ ଥରେ ସମୀକ୍ଷା କରିବା, ଲଘୁ ଖଣିଜ ଦ୍ରବ୍ୟର ଚୋରା କାରବାରକୁ କଡାକଡି ଭାବେ ରୋକିବା, ଚୋରା ମଦ କାରବାର ବିରୁଦ୍ଧରେ Enforcementକୁ ଅଧିକ କଡାକଡି କରିବା, ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଗୁଡିକରେ ଜନଜାତି ସମ୍ପ୍ରଦାୟଙ୍କୁ ଜଙ୍ଗଲଜାତ ଲଘୁ ଦ୍ରବ୍ୟ ସଂଗ୍ରହ ଓ ବିକ୍ରୀବଟା କ୍ଷେତ୍ରରେ ଆଇନ ଅନୁଯାୟୀ ସହାୟତା ପ୍ରଦାନ କରିବା, ଧାନ ସଂଗ୍ରହ ଋତୁରେ ଧାନ ଚୋରାଚାଲଣ ପ୍ରତି ତିକ୍ଷ୍‌ଣ ନଜର ରଖିବା ଇତ୍ୟାଦି ବିଷୟରେ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେବା ପାଇଁ କହିଥିଲେ।

ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ କ୍ଷମତାର ଉଚିତ୍ ବ୍ୟବହାର କରି ସବୁ ସ୍ତରରେ ଦୁର୍ନୀତିମୁକ୍ତ ଓ ସ୍ୱଚ୍ଛ ଶାସନ ଆଣିବା ପାଇଁ ପ୍ରୟାସ କରିବା ପାଇଁ ଆହ୍ୱାନ ଦେଇଥିଲେ। ଜିଲ୍ଲା ଓ ବ୍ଲକ ସ୍ତରରେ ସମସ୍ତ ସରକାରୀ ନଥିପତ୍ର, ନୋଟିସ୍, ବିବରଣୀ ଓ ବିଜ୍ଞାପନ ଓଡିଆ ଭାଷାରେ କରିବା ସହିତ କାର୍ଯ୍ୟାଳୟକୁ ଆସୁଥିବା ଜନପ୍ରତିନିଧିମାନଙ୍କୁ ସମ୍ମାନର ସହିତ ସୌଜନ୍ୟମୂଳକ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥିଲେ।

ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଜିଲ୍ଲାପାଳମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ, ସରକାର ଓ ପ୍ରଶାସନର ଗତି ସମାନ୍ତରାଳ ଭାବେ ନ ରହିଲେ ସମାଜର ଶେଷଧାଡି ପର୍ଯ୍ୟନ୍ତ ଯୋଜନାର ସୁଫଳ ପହଞ୍ଚିବ ନାହିଁ। ତେଣୁ, ଲୋକଙ୍କ ସରକାରରେ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଯାହାସବୁ ଯୋଜନା ଓ କାର୍ଯ୍ୟକ୍ରମ ରହିଛି ତାକୁ ସଠିକ୍ ସମୟରେ ସାରି ଲୋକଙ୍କ ପାଖରେ ପହଞ୍ଚାନ୍ତୁ। ୧୬ ମାସ ମଧ୍ୟରେ ଅନେକ କଲ୍ୟାଣକାରୀ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରୀତା ପାଇଁ ଧନ୍ୟବାଦ ଜଣାଇ ସେ କହିଥିଲେ ଯେ, ଆପଣମାନେ ନିୟମିତ ଭାବେ ବ୍ଲକ ଅଞ୍ଚଳ ଗସ୍ତ କରି ଲୋକଙ୍କ ସମସ୍ୟା ଶୁଣନ୍ତୁ ଓ ତା’ର ପ୍ରତିବିଧାନ କରନ୍ତୁ।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ କହିଥିଲେ ଯେ, ବିଗତ ଦେଢ ବର୍ଷ ମଧ୍ୟରେ ରାଜ୍ୟବାସୀଙ୍କ ପାଇଁ ସଫଳତା ପୂର୍ବକ ଅନେକ କଲ୍ୟାଣକାରୀ ଯୋଜନାମାନ ପ୍ରଣୟନ କରାଯାଇଛି। ଲୋକଙ୍କୁ ମୌଳିକ ସୁବିଧା ତଥା ସେମାନଙ୍କୁ ସାଧାରଣ ସେବା ଯୋଗାଇଦେବା ପାଇଁ ଲୋକଙ୍କ ପାଖକୁ ଯାଇ ସ୍ଥିତି ଅନୁଧ୍ୟାନ କରି ଉପଯୁକ୍ତ ପଦକ୍ଷେପ ନେବା ପାଇଁ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଥିଲେ। ସେ କହିଥିଲେ ରାଜସ୍ୱ ବିଭାଗ ହେଉଛି ସରକାରଙ୍କ ମେରୁଦଣ୍ଡ। ସାଧାରଣ ଜନତାଙ୍କ ପାଇଁ ରାଜସ୍ୱ ସେବାକୁ ଅଧିକ ସରଳ କରିବା ପାଇଁ ରାଜସ୍ୱ ଆଇନ ଗୁଡିକରେ ସଂଶୋଧନ କରାଯାଇଛି। ଏହା ଦ୍ୱାରା ଲୋକଙ୍କ ଅସୁବିଧା ଦୂର ହୋଇପାରିଛି । ଜିଲ୍ଲାମାନଙ୍କରେ ରାଜସ୍ୱ ଗ୍ରାମ ମାନ୍ୟତା ପାଇଁ ଯାହା ସବୁ ପ୍ରସ୍ତାବ ଅଛି, ତାକୁ ତୁରନ୍ତ କାର୍ଯ୍ୟକାରୀ କରିବା, ଆଦିବାସୀ ଲୋକମାନଙ୍କ ପାଇଁ ଜଙ୍ଗଲ ଜମି ଅଧିକାର ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା, ଜମି ଅଧିଗ୍ରହଣ ସମୟରେ ବିସ୍ଥାପିତ ଜନତାଙ୍କୁ ଉଚିତ୍ ରିଲିଫ୍ ଓ ଥଇଥାନ ପ୍ରଦାନ ଉପରେ ଗୁରୁତ୍ୱ ଦେଇ ସାଧାରଣ ଲୋକଙ୍କୁ ଏକ People Friendly Administration ଯୋଗାଇ ଦେବା ପାଇଁ ସେ କହିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇ କହିଥିଲେ ଯେ, ତୃଣମୂଳ ସ୍ତରରେ ପ୍ରତ୍ୟେକ ସ୍ଥାନକୁ ପ୍ରଶାସନ ପହଞ୍ଚିବା ଦରକାର ଏବଂ ପ୍ରତ୍ୟେକ ନାଗରିକଙ୍କୁ ଉଚିତ୍ ସମ୍ମାନର ସହିତ ସେବା ଯୋଗାଇଦେବା କ୍ଷେତ୍ରରେ ଯତ୍ନବାନ ହେବା ଆବଶ୍ୟକ। ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର ଧନ୍ୟବାଦ ଅର୍ପଣ କରିଥିଲେ।

Previous Post

ରାଜସ୍ୱ ପ୍ରଶାସନରେ ଆବଶ୍ୟକୀୟ ସଂସ୍କାର ଏବଂ ରାଜସ୍ୱ ରେକର୍ଡର ଆଧନିକୀକରଣ କରାଯିବ: ସୁରେଶ ପୁଜାରୀ

Next Post

ଟାୟାର୍‍ ଟେକ୍ନୋଲୋଜି ନେଇ କିଟ୍‍ ଓ ଆପୋଲୋ ଟାୟାର୍ସ ମଧ୍ୟରେ ବୁଝାମଣା

FNN WEB

FNN WEB

Next Post
ଟାୟାର୍‍ ଟେକ୍ନୋଲୋଜି ନେଇ କିଟ୍‍ ଓ ଆପୋଲୋ ଟାୟାର୍ସ ମଧ୍ୟରେ ବୁଝାମଣା

ଟାୟାର୍‍ ଟେକ୍ନୋଲୋଜି ନେଇ କିଟ୍‍ ଓ ଆପୋଲୋ ଟାୟାର୍ସ ମଧ୍ୟରେ ବୁଝାମଣା

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

June 12, 2026
ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

June 11, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.