• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ରାଜସ୍ୱ ପ୍ରଶାସନରେ ଆବଶ୍ୟକୀୟ ସଂସ୍କାର ଏବଂ ରାଜସ୍ୱ ରେକର୍ଡର ଆଧନିକୀକରଣ କରାଯିବ: ସୁରେଶ ପୁଜାରୀ

FNN WEB by FNN WEB
November 18, 2025
in ଓଡ଼ିଶା, ମୁଖ୍ୟ ଖବର
0
ରାଜସ୍ୱ ପ୍ରଶାସନରେ ଆବଶ୍ୟକୀୟ ସଂସ୍କାର ଏବଂ ରାଜସ୍ୱ ରେକର୍ଡର ଆଧନିକୀକରଣ କରାଯିବ: ସୁରେଶ ପୁଜାରୀ
0
SHARES
5
VIEWS

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ସମ୍ମିଳନୀ ୨୦୨୫

ଭୁବନେଶ୍ୱର : ରାଜ୍ୟରେ ଦୀର୍ଘ ଦିନ ହେବ ଜମିଜମା ସଂକ୍ରାନ୍ତୀୟ ମାମଲା ଥିବା ଯୋଗୁଁ ରାଜସ୍ୱ ହାନି ଘଟୁଛି । ରାଜ୍ୟ ସରକାର ଶିଳ୍ପକୁ ପ୍ରାଧାନ୍ୟ ଦେଉଥିବା ବେଳେ ଏଥିପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ପ୍ରକ୍ରିୟା ବିଳମ୍ବିତ ହେଉଛି । ବହୁ ସରକାରୀ ଜମି ଏବେ ମଧ୍ୟ ଜବର ଦଖଲରେ ରହିଛି । ଏଥି ନେଇ ରାଜ୍ୟ ସରକାର ଏକ ବିସ୍ତୃତ ରୋଡ୍ ମ୍ୟାପ୍ ଜରିଆରେ ସମସ୍ତ ଜମିଜମା ସମସ୍ୟାର ସମାଧାନ, ଜବରଦଖଲ ଜମିକୁ ସରକାର ଅଧିନକୁ ଆଣିବା, ଭୂମିହୀନକୁ ଘର ଡିହ ଯୋଗାଇବା ସହ ସାଧାରଣ ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବା ନିମନ୍ତେ ଆଇନ୍ ରେ ବ୍ୟାପକ ସଂଶୋଧନ ଆଣିବେ ବୋଲି ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ମତବ୍ୟକ୍ତ କରିଛନ୍ତି ।

ଆଜି ଲୋକ ସେବା ଭବନସ୍ଥିତ କନଭେନସନ ସେଣ୍ଟର ଠାରେ ଆୟୋଜିତ ହୋଇଥିବା ଦୁଇ ଦିନିଆ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ସମ୍ମିଳନୀର ପ୍ରଥମ ଦିବସର ଉଦ୍ଘାଟନୀ ଅଧିବେଶନ ପରେ ପରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ପୂଜାରୀ ଏହା ପ୍ରକାଶ କରିଛନ୍ତି । ସମ୍ମିଳନୀର ଏହି ଅଧିବେଶନରେ ରାଜସ୍ୱ ପ୍ରଶାସନକୁ ସୁବ୍ୟବସ୍ଥିତ କରିବା, ରାଜସ୍ୱ ରେକର୍ଡର ଆଧୁନିକୀକରଣ, ଭୂ-ଅଧିଗ୍ରହଣରେ ରହୁଥିବା ସମସ୍ୟା ସଂପର୍କିତ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ।

ଆଲୋଚନାରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ ଯେ, ରାଜ୍ୟରେ ନୂତନ ସରକାର କାର୍ଯ୍ୟଭାର ହାତକୁ ନେବା ପରେ ଭୂ-ଆଇନ୍ ରେ ଅନେକଗୁଡ଼ିଏ ସଂସ୍କାର ଆଣିଛନ୍ତି । ଜମିପଟ୍ଟା ସଂଶୋଧନ ପ୍ରକ୍ରିୟାରେ ସରଳୀକରଣ କରିଛନ୍ତି । ରାଜ୍ୟ ସରକାର ବିଭିନ୍ନ ବୃହତ୍ ଶିଳ୍ପ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଯୋଜନା ରଖିଥିବା ବେଳେ ଏଥିପାଇଁ ଲ୍ୟାଣ୍ଡ ବ୍ୟାଙ୍କ ଜରିଆରେ ଆବଶ୍ୟକ ଜମି ଯୋଗାଇଦେବା ସରକାରଙ୍କ ପ୍ରାଥମିକତା ରହିଛି । ଏଥି ପାଇଁ ଜବରଦଖଲ ହୋଇଥିବା ସମସ୍ତ ସରକାରୀ ଜମି ଉଚ୍ଛେଦ କରାଯିବ । ବିଭିନ୍ନ ପ୍ରକଳ୍ପ କାର୍ଯ୍ୟାନ୍ୱୟନରେ ଜମି ଅଧିଗ୍ରହଣରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ତୁରନ୍ତ କ୍ଷତିପୂରଣ ଦେବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ରାଜ୍ୟର ବିକାଶ ପାଇଁ ଜିଲ୍ଲାକୁ ଦିଆଯାଉଥିବା ପାଣ୍ଠିକୁ ସଠିକ୍ ଓ ସମୟୋପଯୋଗୀ ବିନିଯୋଗ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ବିଭିନ୍ନ ଜିଲ୍ଲାକୁ ବହୁମୁଖୀ ଆଶ୍ରୟ ସ୍ଥଳର ରକ୍ଷଣାବେକ୍ଷଣ ଓ ସର୍ବନିମ୍ନ ସୁବିଧା ପାଇଁ ଦିଆଯ।ଇଥିବା ବିପର୍ଯ୍ୟୟ ପରିଚାଳନା ପାଣ୍ଠିର ଉପଯୋଗ କରିବାକୁ ମନ୍ତ୍ରୀ କହିଥିଲେ । ଏଥି ସହିତ ରାଜ୍ୟରେ ଆଉ ୧୦୦ଟି ବହୁମୁଖୀ ବନ୍ୟା-ବାତ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ହେବା ସଂପର୍କରେ ମନ୍ତ୍ରୀ ସୂଚନା ଦେଇଥିଲେ ।

ସମ୍ମିଳନୀରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଂଜନ କୁମାର ସିଂ ଯୋଗଦେଇ କହିଲେ ଯେ, ରାଜ୍ୟରେ ଏକ ସୁଦୃଢ ଓ ଦକ୍ଷ ରାଜସ୍ୱ ପ୍ରଶାସନିକ ବ୍ୟବସ୍ଥା ପାଇଁ ରାଜ୍ୟ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି । ରାଜସ୍ୱ ବ୍ୟବସ୍ଥାର ଆଧୁନିକୀକରଣ ଯୋଗୁଁ ଦୀର୍ଘ ଦିନରୁ ବକେୟା ପଡ଼ିଥିବା ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ରାଜସ୍ୱ ମାମଲା ଫଇସଲା ହୋଇପାରିଛି । ରାଜ୍ୟରେ ଶିଳ୍ପ ପ୍ରକଳ୍ପ, ବ୍ୟବସାୟ ଉପଯୋଗୀ ବାତାବରଣ, ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା, ଲୋକମାନଙ୍କୁ ସେମାନଙ୍କର ନ୍ୟାର୍ଯ୍ୟ ଅଧିକାର ପ୍ରଦାନ ଓ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ସଫଳତା ପାଇଁ ରାଜସ୍ୱ ପ୍ରଶାସନକୁ ସୁଦୃଢ କରିବା ଓ ରାଜସ୍ୱ ଆଇନରେ ଆବଶ୍ୟକ ସଂସ୍କାରର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ସେ ଆହୁରି ମଧ୍ୟ କହିଲେ ଯେ, ଦୀର୍ଘ ଦିନରୁ ଭୂ-ରେକର୍ଡ ସଂଶୋଧନ ହୋଇ ପାରିବାରୁ ରାଜସ୍ୱ ହାନି ଘଟୁଛି । ସେ ସମସ୍ତ ଜିଲ୍ଲାପାଳମାନଙ୍କୁ ରାଜସ୍ୱ ପ୍ରଶାସନକୁ ଅଧିକ ଗୁରୁତ୍ୱ ଦେବା, ଜିଲ୍ଲାରେ ରାଜସ୍ୱ ଅଧିକାରୀମାନଙ୍କୁ ନେଇ ନିୟମିତ ସମୀକ୍ଷା କରିବା ସମ୍ପର୍କରେ ପରାମର୍ଶ ଦେଇଥିଲେ । ବଡ ବଡ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ନିମନ୍ତେ ୩ ରୁ ୫ ବର୍ଷ ଲାଗୁ ଥିବାରୁ ଏଥିରେ ସରଳୀକରଣ ପାଇଁ ସମ୍ମିଳନୀରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଜମି ଅଧିଗ୍ରହଣ କ୍ଷତି ପୂରଣ ପ୍ରଦାନରେ ବିଳମ୍ବିତ ହେଲେ ସମସ୍ୟା ଅଧିକ ଉପୁଜିଥାଏ । ରେକର୍ଡ ସଂଶୋଧନ ପ୍ରକ୍ରିୟାରେ ଜମିଜମାର ସଠିକ ତଥ୍ୟ ପ୍ରଦାନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଅଦ୍ୟାବଧି ରାଜ୍ୟରେ ପ୍ରାୟ ୧ କୋଟି ଏକର ସରକାରୀ ଜମି ରହିଛି, ଯାହା ରାଜ୍ୟର ଶିଳ୍ପ ଓ ସାମଗ୍ରିକ ଭିତ୍ତିଭୂମି ବିକାଶରେ ସହାୟକ ହେବ ବୋଲି ସେ ପ୍ରକାଶ କରିଥିଲେ ।

ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଅଧିବେଶନରେ ଉତ୍ତରାଂଚଳ ରାଜସ୍ୱ ଆୟୁକ୍ତ ଶ୍ରୀ ସଚିନ୍ ରାମଚନ୍ଦ୍ର ଯାଦବ ଉପସ୍ଥିତ ଥିବା ବେଳେ ଜିଲ୍ଲାପାଳ-ପୁରୀ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା, ଜିଲ୍ଲାପାଳ-କଳାହାଣ୍ଡି ଶ୍ରୀ ସଚିନ ପାଓ୍ୱାର, ରାୟଗଡା-ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀ, ବରଗଡ-ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟେଲ , ବୌଦ୍ଧ- ଜିଲ୍ଲାପାଳ ଶ୍ରୀ ବିଭୂତି ଭୂଷଣ ନାୟକ ଯୋଗଦେଇ ବିଷୟଭିତ୍ତିକ ପ୍ରସଙ୍ଗରେ ନିଜ ନିଜ ଜିଲ୍ଲାରେ ରାଜସ୍ୱ ପ୍ରଶାସନ, ରାଜସ୍ୱ ରେକର୍ଡର ଆଧୁନିକୀକରଣ ଏବଂ ଭୂ ଅଧିଗ୍ରହଣ ସମସ୍ୟା ଓ ସମାଧାନ ସଂପର୍କିତ ନିଜ ନିଜର ଉପସ୍ଥାପନ କରିବା ସହିତ ରାଜ୍ୟ ସରକାରଙ୍କୁ ଆବଶ୍ୟକ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଥିଲେ । ମନ୍ତ୍ରୀ ଶ୍ରୀ ପୂଜାରୀ ସମସ୍ତ ଜିଲ୍ଲାପାଳଙ୍କ ଠାରୁ ଜମିଜମା ସଂକ୍ରାନ୍ତୀୟ ସଂଶୋଧନ ପ୍ରସ୍ତାବ ନଭେମ୍ବର ଶେଷ ସୁଦ୍ଧା ଦେବାକୁ ପରାମର୍ଶ ଦେଇଛନ୍ତି । ସେହିପରି ଜିଲ୍ଲାପାଳମାନେ ରାଜସ୍ୱ ଆଇନ୍ ରେ ଆବଶ୍ୟକ ସଂଶୋଧନ ସଂପର୍କିତ ପ୍ରସ୍ତାବ ଆଗାମୀ ଫେବୃୟାରୀ ମାସ ସୁଦ୍ଧା ରାଜସ୍ୱ ବିଭାଗକୁ ପ୍ରଦାନ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।

Previous Post

ବରଗଡ଼ ଧନୁଯାତ୍ରା: ସୁଶୀଲ ମେହେର ହେବ କଂସ

Next Post

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ସମ୍ମିଳନୀ ଉଦ୍‍ଘାଟନ କଲେ ମୁଖ୍ୟମନ୍ତ୍ରୀ

FNN WEB

FNN WEB

Next Post
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ସମ୍ମିଳନୀ ଉଦ୍‍ଘାଟନ କଲେ ମୁଖ୍ୟମନ୍ତ୍ରୀ

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ସମ୍ମିଳନୀ ଉଦ୍‍ଘାଟନ କଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

June 12, 2026
ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

June 11, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.