ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ସ୍ତିତ ପାରଳାଖେମୁଣ୍ଡି ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ଜିଲା ଶିକ୍ଷା ଅଧିକାରୀ ଦ. ମାୟାଧର ସାହୁଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ହେଇଥିଲା। ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଏ. ରବିକୁମାର ଏହାକୁ ପ୍ରତ୍ୟକ୍ଷ ନିରୀକ୍ଷଣ କରିଥିଲେ। ପ୍ରଧାନ ଶିକ୍ଷୟତ୍ରୀ ମୋନାଲିସା ଦସ ଏହାକୁ ଅନୁଧ୍ୟାନ କରୁଥିବା ନବେକେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସୁରେନ୍ଦ୍ର କୁମାର ପାତ୍ର ଓ ବରିଷ୍ଟ ଶିକ୍ଷକ ଜଗନ୍ନାଥ ପଟ୍ଟନାୟକ ଏହି କାର୍ଯ୍ୟକ୍ରମ ସୁଚାରୁ ଭାବେ ପରିଚାଳନା କରିଥିଲେ। ଏଥିରେ ମୋଟ ୬୦ ଗୋଟି ପ୍ରକଳ୍ପ ସାମିଲ ହେଇଥିଲା। ସେଥିରୁ ୩ଗୋଟି ଶ୍ରେଷ୍ଟ ବିବେଚିତ ହେଇ ପୁରସ୍କୃତ ହେଇଥିଲା। ଏଗୁଡ଼ିକ ବ୍ଲକ ସ୍ତର ପାଇଁ ମନୋନୀତ ହେଇଚି।ଏଥିରେ ବିଚାରକ ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସତ୍ମିକ କୁମାର ପଟ୍ଟନାୟକ ଯୋଗ ଦେଇଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।














