ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ପାରଳାଖେମୁଣ୍ଡି ସହରରେ ଏବେ ଆୟାପା ସ୍ବାମୀ ଶିକ୍ଷା ନେଇଥିବା ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳୁଛି। ଭିନ୍ନ ଏକ ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳୁଛି। ଉପକୂଳ ଅଂଚଳରେ ଶ୍ରାବଣ ମାସରେ ଯେପରି ବୋଲ୍ବମ୍ ଭକ୍ତଙ୍କୁ ଅଧିକ ଦେଖିବାକୁ ମିଳେ ସେପରି କାର୍ତ୍ତିକ ପୂର୍ଣ୍ଣମୀ ନିକଟରୁ ଏହି ଭକ୍ତଙ୍କୁ ଏହି ଦକ୍ଷିଣ ଉପଣ୍ଟ ଅଞ୍ଚଳରେ ଦେଖିବାକୁ ମିଳେ। ଏମାନେ ସମ୍ପୂର୍ଣ୍ଣ କଳା ରଙ୍ଗର ବସ୍ତ୍ର ପରିଧାନ କରି ଅତି କମ ୪୧ ଦିନ ଧରି ଏହି ବ୍ରତ ଧାରଣ କରିଥାନ୍ତି। ଏହା ପରେ କେରଳ ରାଜ୍ୟର ଶାବରୀ ମଲା ପୀଠକୁ ଜାଇ ବ୍ରତ ଭାଙ୍ଗ କରନ୍ତି । ଏହି ସମୟରେ ନିଜ ଘରୁ ଏମାନେ ଅନ୍ୟତ୍ର କିଛି କିଛି ଭକ୍ତ ଏକାଠି ହେଇ ରହିଥାନ୍ତି। ଏହି ସମୟରେ ଏମାନେ ପୁରା ଶାକାହାରୀ ଭୋଜନ ଗ୍ରହଣ କରନ୍ତି। ଏମାନେ ମଧ୍ୟାହ୍ନ ସମୟରେ ଅର୍ଣ୍ଣ ପ୍ରସାଦ ଓ ସନ୍ଧ୍ୟା ପରେ ପୂଜା କର୍ମ ସାରି ଜଳଖିଆ ଭାବେ ଏହାର ନେଇଥାନ୍ତି। ଏତିକି ଦିନ ନିଜ ଘରେ ଏମାନେ ପ୍ରବେଶ କରି ନ ଥାଆନ୍ତି । ୨ ବେଳ ପ୍ରତିଦିନ ଏମାନେ ଆୟାପା ଠାକୁରଙ୍କ ପୂଜାର୍ଚ୍ଚନା କରନ୍ତି। ଅନେକ ଶ୍ରଦ୍ଧାଳୁ ନିଜ ଘରେ ଆୟାପା ସ୍ଵାମୀଙ୍କ ପୂଜା କରି ଏହି ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରିଥାନ୍ତି। ଏହି ଭକ୍ତ ମାନଙ୍କୁ ବାର୍ତ୍ତାଳାପ ସମୟରେ ସେମାନଙ୍କ ନାମ ପୂର୍ବରୁ ସ୍ବାମୀ ବୋଲି ସମ୍ବୋଧନ କରିବା ଏକ ଧାର୍ମିକ ଦୃଷ୍ଟିଭଙ୍ଗୀ ରହିଛି। ସ୍ଥାନୀୟ ଲୋକେ ଏପରି ସମ୍ବୋଧନ କରିବାକୁ ଏକ ଧାର୍ମିକ ଭାବନା ଭଳି ଗ୍ରହଣ କରନ୍ତି। ବାହାର ଲୋକ ଏହିପରି ସମ୍ବୋଧନ ବିଷୟରେ ଅବଗତ ନ ଥିବାର ଏମାଙ୍କ ସହ ବାର୍ତ୍ତାଳାପ କରିବା ସମୟରେ ଅସହଜ ବୋଧ କରିବା ଲକ୍ଷ୍ୟ କରାଯାଏ । ଦିନକୁ ଦିନ ଏଥିପ୍ରତି ଏହି ଅଞ୍ଚାଲରେ ଲୋକଙ୍କ ବିଶ୍ୱାସ ବୃଦ୍ଧି ଭକ୍ତଙ୍କ ସଂଖ୍ୟା ବୃଦ୍ଧି କରୁଛି ।ପାରଳାଖେମୁଣ୍ଡି ଠାରେ ଏକ ସତନ୍ତ୍ର ଆୟପା ମନ୍ଦିର ରହିଛି














