• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ସଶକ୍ତ ମତ୍ସ୍ୟଜୀବୀ, ବିକଶିତ ଓଡ଼ିଶା: ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ

FNN WEB by FNN WEB
November 21, 2025
in ଓଡ଼ିଶା, ମୁଖ୍ୟ ଖବର
0
ସଶକ୍ତ ମତ୍ସ୍ୟଜୀବୀ, ବିକଶିତ ଓଡ଼ିଶା: ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ
0
SHARES
8
VIEWS

ଶ୍ରେଷ୍ଠ ହେବାକୁ ହେଲେ, ଆମକୁ ଆତ୍ମନିର୍ଭର ହେବାକୁ ପଡ଼ିବ: ମନ୍ତ୍ରୀ

ଭୁବନେଶ୍ଵର : ମତ୍ସ୍ୟଚାଷ କ୍ଷେତ୍ରରେ ଆମ ପାଖରେ ବିପୁଳ ସମ୍ଭାବନା ରହିଛି । ଓଡ଼ିଶାରେ ୫୭୪.୭ କିମି ସୁଦୀର୍ଘ ଉପକୂଳ, ୪.୧୮ ଲକ୍ଷ ହେକ୍ଟର ଖାରିଜଳକ୍ଷେତ୍ର, ୭.୧୨ ଲକ୍ଷ ହେକ୍ଟର ମଧୁର ଜଳକ୍ଷେତ୍ର (ନଦୀ, ଜଳଭଣ୍ଡାର ଓ ପୋଖରୀ ଇତ୍ୟାଦି) ମତ୍ସ୍ୟ ସମ୍ପଦ ପାଇଁ ଅମୂଲ୍ୟ ବରଦାନ । ଏହାର ସଦୁପଯୋଗ କରି ଆଗକୁ ବଢିବା ପାଇଁ ମାନ୍ୟବର ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଆହ୍ଵାନ ଦେଇଥିଲେ । ସ୍ଥାନୀୟ ଓୟୁଏଟି କୃଷି ଶିକ୍ଷା ସଦନଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ବିଶ୍ଵ ମତ୍ସ୍ୟ ଦିବସ-୨୦୨୫ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସେ ଏହା କହିଛନ୍ତି । ଏହା ସହ କହିଥିଲେ, ଶ୍ରେଷ୍ଠ ହେବାକୁ ହେଲେ, ଆମକୁ ଆତ୍ମନିର୍ଭର ହେବାକୁ ପଡ଼ିବ ।

ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଆଭାସୀ ମାଧ୍ୟମରେ ପୁରୀର ତାଳବଣିଆ (ତଳ ମହଲା) ଠାରେ ସ୍ଵାସ୍ଥ୍ୟକର ମାଛ ବଜାର, ଗଞ୍ଜାମ ଜିଲ୍ଲାର ହୁମ୍ମାଠାରେ ସ୍ଵାସ୍ଥ୍ୟକର ଶୁଖୁଆ ବଜାର (ଉଭୟ ଖୁଚୁରା ଏବଂ ହୋଲସେଲ ବଜାର), ଅନୁଗୁଳର ମତ୍ସ୍ୟ ଚାଷୀ ତାଲିମ କେନ୍ଦ୍ର, କେନ୍ଦ୍ରାପଡ଼ା ଜିଲ୍ଲାର ତାଳଚୁଆରେ ବିଏଫଓ କାର୍ଯ୍ୟାଳୟ ଭଳି ସମ୍ପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ଉଦଘାଟନ କରିଥିଲେ । ଏହା ସହ କଟକର ଖପୁରିଆରେ ମତ୍ସ୍ୟ ନିର୍ଦ୍ଦେଶାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ତତସହିତ ମାନ୍ୟବର ମନ୍ତ୍ରୀ “ଓଡ଼ିଶା ମତ୍ସ୍ୟ ୱେବ୍ ପୋର୍ଟାଲ୍”ର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର “ବାର୍ଷିକ କାର୍ଯ୍ୟାବଳୀ ବିବରଣୀ” ଏବଂ “ମତ୍ସ୍ୟ କ୍ଷେତ୍ର ମାର୍ଗଦର୍ଶିକା”ର ଉନ୍ମୋଚନ ହୋଇଥିଲା ।

ଓଡ଼ିଶାର ରାଜ୍ୟ ମାଛର ମାନ୍ୟତା ପାଇଥିବା “ମହାନଦୀ ମହାସୀର” ମାଛର ସୁରକ୍ଷା, ସରଂକ୍ଷଣ ଓ ଉତ୍ପାଦନ ବୃଦ୍ଧି ପାଇଁ ସ୍ଵତନ୍ତ୍ର ଗବେଷଣା କରିବାକୁ ରାଜ୍ୟ ସରକାର ଓ ସିଫା ମଧ୍ୟରେ ଏକ ବୁଝାମଣାପତ୍ର ଆଜି ସ୍ଵାକ୍ଷରିତ ହୋଇଛି । ଏହି ଅବସରରେ ୧୦ ଜଣ ହିତାଧିକାରୀଙ୍କୁ ବିଭିନ୍ନ ଯୋଜନା ମାଧ୍ୟମରେ ସଂପୂର୍ଣ୍ଣ କରିଥିବା ପ୍ରକଳ୍ପଗୁଡିକ ପାଇଁ ସବସିଡି ପ୍ରଦାନ କରଯାଇଥିଲା । କଇଁଛଙ୍କ ସୁରକ୍ଷା ପାଇଁ ଟେଡ ବିତରଣ କରାଯାଇଥିବା ବେଳେ ସଚେତନତା ସୃଷ୍ଟି ପାଇଁ ମାନ୍ୟବର ମନ୍ତ୍ରୀ ସଚେତନତା ରଥର ଶୁଭାରମ୍ଭ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ଯୋଗ ଦେଇ, ମତ୍ସ୍ୟ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ । ସିଡ୍ (ମାଛ ବିହନ ବା ମଞ୍ଜି), ଫିଡ୍ (ମାଛ ଖାଦ୍ୟ), ୱିଡ୍ (ମାଛ ଉତ୍ପାଦନ ବୃଦ୍ଧିରେ ପ୍ରତିରୋଧକ)ର ସୁପରିଚାଳନା ସହ ରପ୍ତାନୀକୁ ଅଗ୍ରାଧିକାର ଦେବାକୁ ସେ ନିଜ ଅଭିଭାଷଣରେ କହିଥିଲେ ।

ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ ମତ୍ସ୍ୟ ସମବାୟ ସମିତି ମାଧ୍ୟମରେ ମତ୍ସ୍ୟଚାଷର ସମୃଦ୍ଧି କାମନା କରିଥିବା ବେଳେ ଓଡିଶା କୃଷି ଓ ବୈଷୟିକ ବିଶ୍ଵ ବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ଭିତ୍ତିଭୂମି ବିକାଶ ଓ ଗବେଷଣା ଉପରେ ଗୁରୁତ୍ଵ ଦେବାକୁ କହିଥିଲେ । ମତ୍ସ୍ୟ ନିର୍ଦ୍ଦେଶକ ମହମ୍ମଦ ସାଦ୍ଦିକ୍ ଆଲାମ୍ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଅତିରିକ୍ତ ମତ୍ସ୍ୟ ନିର୍ଦ୍ଦେଶକ(ବୈଷୟିକ) ଶ୍ରୀ ସୁବ୍ରତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ସିଫାର ନିର୍ଦ୍ଦେଶକ ଡକ୍ଟର ପ୍ରମୋଦ କୁମାର ସାହୁ, ଆପିକଲର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରାଂଶୁ ମିଶ୍ର, ଉଦ୍ୟାନ କୃଷି ନିର୍ଦ୍ଦେଶକ କାଲୁଙ୍ଗେ ଗୋରଖ ୱାମନ୍, ଏମପେଡାର ଉପ ନିର୍ଦ୍ଦେଶକ ଆଚମନ୍ ଲହରୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ ଯେ, ମତ୍ସ୍ୟଜୀବୀ, ମତ୍ସ୍ୟ ଚାଷୀ, ମତ୍ସ୍ୟ ଉଦ୍ୟୋଗୀ ଓ ବିଶ୍ଵବ୍ୟାପୀ ମତ୍ସ୍ୟ ବ୍ୟବସାୟ ସହ ଜଡ଼ିତ ଜନସାଧାରଣଙ୍କ ଅବଦାନକୁ ସ୍ୱୀକୃତି ଦେବା ଲକ୍ଷ୍ୟରେ ପ୍ରତିବର୍ଷ ନଭେମ୍ବର ୨୧ ତାରିଖରେ ବିଶ୍ଵ ମତ୍ସ୍ୟ ଦିବସ ପାଳନ କରାଯାଏ । ରାଜ୍ୟରେ ୧୬ ଲକ୍ଷରୁ ଅଧିକ ମତ୍ସ୍ୟଜୀବୀ, ମତ୍ସ୍ୟ ଚାଷୀ, ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ, ଉଦ୍ୟୋଗୀ ଓ ଯୁବଗୋଷ୍ଠୀ ସମ୍ପୃକ୍ତ ଥିବା ମତ୍ସ୍ୟକ୍ଷେତ୍ରର ବିକାଶ ପାଇଁ ଓଡ଼ିଶା ସରକାର ଅଗ୍ରାଧିକାର ଦେଉଛନ୍ତି । ୨୦୨୪ -୨୫ ବର୍ଷ ରେ ୧୧.୯୨ ଲକ୍ଷ ମେଟ୍ରିକ ଟନ ମାଛ ଉତ୍ପାଦନ ସହ ଓଡ଼ିଶା ସର୍ବ ଭାରତୀୟ ସ୍ତରରେ ସର୍ବାଧିକ ମାଛ ଉତ୍ପାଦନ ରେ ୪ର୍ଥ ସ୍ଥାନରେ ପହଞ୍ଚିଛି । ଓଡ଼ିଶାରେ ମାଛର ଚାହିଦା ଅଧିକ । ଶତକଡା ୯୪ ଭାଗ ଲୋକ ମାଛ ଖାଇବାକୁ ଭଲ ପାଇଥାନ୍ତି । ଆମ ରାଜ୍ୟରେ ମୁଣ୍ଡପିଛା ମାଛର ବାର୍ଷିକ ଆହରଣ ୧୯.୧୬ କେଜି ଯାହାକି ଜାତୀୟ ହାରଠାରୁ ଦୁଇଗୁଣରୁ ଅଧିକ । ବିଗତ ଦୁଇ ଦଶନ୍ଧିରେ ରାଜ୍ୟରେ ସାମୁଦ୍ରିକ ଖାଦ୍ୟ ରପ୍ତାନି ୧୨ ଗୁଣ ବୃଦ୍ଧି ପାଇ ୨୦୨୪-୨୫ ରେ ୯୧,୯୩୦ ମେଟ୍ରିକ ଟନରେ ପହଞ୍ଚିଛି ଏବଂ ୪, ୭୧୦ କୋଟି ଟଙ୍କାର ବୈଦେଶିକ ମୁଦ୍ରା ଅର୍ଜନ କରିବାରେ ଆମ ରାଜ୍ୟ ସକ୍ଷମ ହୋଇଛି ।

Previous Post

ପାରଳାଖେମୁଣ୍ଡି ସହରରେ ବର୍ତ୍ତମାନ ଆୟାପା ସ୍ବାମୀ ଦୀକ୍ଷା ଧରୁଙ୍କ ଭିଡ

Next Post

ସିଏସଆର ଏବଂ ସଷ୍ଟେନେବିଲିଟି କନକ୍ଲେଭ ୨୦୨୫ ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ ଭି ସିଂହଦେଓଙ୍କ ଦ୍ୱାରା ଉଦ୍ଘାଟିତ

FNN WEB

FNN WEB

Next Post
ସିଏସଆର ଏବଂ ସଷ୍ଟେନେବିଲିଟି କନକ୍ଲେଭ ୨୦୨୫ ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ ଭି ସିଂହଦେଓଙ୍କ ଦ୍ୱାରା ଉଦ୍ଘାଟିତ

ସିଏସଆର ଏବଂ ସଷ୍ଟେନେବିଲିଟି କନକ୍ଲେଭ ୨୦୨୫ ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ ଭି ସିଂହଦେଓଙ୍କ ଦ୍ୱାରା ଉଦ୍ଘାଟିତ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

March 5, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.