ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ମହନା ବ୍ଲକ ଅନ୍ତର୍ଗତ ଅଡବା ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ଜିଲ୍ଲା ଶିକ୍ଷା ଅଧିକାରୀ ମାୟାଧର ସାହୁ ତଦାରଖ କରିଛନ୍ତି। ଗତ ଦିନରେ ବିଦ୍ୟାଳୟରେ ସ୍ଥାୟୀ ପ୍ରଧାନ ଶିକ୍ଷକ ଏବଂ ବିଦ୍ୟାଳୟର ଭିତିଭୂମି ସୁଦୃଢ ଓ ଅନ୍ୟାନ୍ୟ ସମସ୍ୟାକୁ ନେଇ ବିଦ୍ୟାଳୟ ର ପରିଚାଳନା କମିଟି ଜିଲ୍ଲାପାଳଙ୍କୁ ଏକ ଅଭିଯୋଗ ପତ୍ର ଦେଇଥିଲେ।ଏହାର ତଦନ୍ତ ନିମନ୍ତେ ଆଜି ଜିଲ୍ଲାପାଳ ଅପରାହ୍ନ ରେ ଅଡବା ବିଦ୍ୟାଳୟରେ ପହଞ୍ଚି ପ୍ରଥମେ ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢା ସମ୍ପର୍କରେ ପଚାରି ବୁଝିଥିଲେ ଏବଂ ବିଦ୍ୟାଳୟର ପରିଚାଳନା କମିଟି ଡାକି ବିଦ୍ୟାଳୟର ବିଭିନ୍ନ ସମସ୍ୟା ବିଷୟରେ ଆଲଚନା କରିଥିଲେ ଯାହା ଅଡବା ସରକାରୀ ଉଚ୍ଚ ବିଦ୍ୟାଳୟ ସରକାରୀ ସ୍ତରରେ ଅନେକ ପୁରସ୍କାର ପ୍ରାପ୍ତ ବିଦ୍ୟାଳୟ ଏହି ବିଦ୍ୟାଳୟରେ ପାଞ୍ଚ ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ପୁଣି ନୂତନ ଭାବରେ ଏଠାରେ ଯୁକ୍ତ୨ କ୍ଲାସ ସଂଯୋଗ କରାଯାଇ ଶିକ୍ଷାଦାନ ମଧ୍ୟ ଚାଲୁରହିଅଛି। ୨୦୨୨ ରେ ପ୍ରଧାନ ଶିକ୍ଷକ ଲକ୍ଷ୍ମଣ ବେହେରାକୁ ଅନ୍ୟତ୍ର ବଦଳି କରାଯାଇଛି ଏବଂ ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ବିଷ୍ନୁପ୍ରିୟା ମଣ୍ଡଳ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦାୟିତ୍ୱ ତୁଲାଇ ଆସୁଛନ୍ତି ଯାହା ଦ୍ୱାରା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ତାଳମେଳ ରହୁନାହିଁ ଏବଂ ଛାତ୍ରଛାତ୍ରୀ ମାନଂକୁ ଦିଆଯାଉଥିବା ପୋଷାକ, ବହିପାତ୍ର ଇତ୍ୟାଦି ଠିକ ସମୟରେ ମିଳୁନଥିବା ଇତ୍ୟାଦି ସମସ୍ୟାକୁ ନେଇ କମିଟି ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅଭିଯୋଗ କରିଥିଲେ। ପରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ। ପରେ ଜିଲ୍ଲା ଶିକ୍ଷାଧିକାରୀ ମାୟାଧର ସାହୁ ଅତିଶୀଘ୍ର ସ୍ଥାୟୀ ପ୍ରଧାନ ଶିକ୍ଷକ ନିଯୁକ୍ତି କରିବା ସଙ୍ଗେ ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରକାଶ କରିଥିଲେ। ତଦନ୍ତ ସମୟରେ ବ୍ଲକ ଶିକ୍ଷାଧିକାରୀ ନରେନ୍ଦ୍ର ବେହେରା ଓ ସି ଆର ସି ସି ଉପସ୍ଥିତ ଥିଲେ














