ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ରବିବାର ୭୮ତମ ଏନ୍ସିସି ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏନସିସି ପତାକା ଉତ୍ତୋଳନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଭାରତୀୟ ବାୟୁସେନା ଅଧିକାରୀ ଶିବ ପଟ୍ଟନାୟକ ଯୋଗଦେଇ ପତାକା ଉତ୍ତୋଳନ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ପରିପ୍ରେକ୍ଷୀରେ ଏନ୍ସିସି କ୍ୟାଡ଼ଟ ମାନଙ୍କ ପକ୍ଷରୁ ଏକ ପ୍ୟାରେଡ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ମନୋଲିସା ଦାସ,ଏନସିସି (ଆର୍ମି )ପ୍ରମୁଖ ଅଧିକାରୀ ଜଗନ୍ନାଥ ପଟ୍ଟନାୟକ, ନେଭାଲ ଅଧିକାରୀ ଶ୍ରୀ ସୋମନାଥ ଦାସ ଓ ଶିକ୍ଷକ ଡି ଶ୍ରୀରାମ ମୂର୍ତ୍ତୀ ପ୍ରମୁଖ ଉପସ୍ଥିତ ରହି ଏହି ଦିବସକୁ ସୁଚାରୁ ରୂପେ ପରିଚାଳନା କରିଥିଲେ। କ୍ୟାଡେଟ ମାନେ କିପରି ଭାବେ ନିଜର ଭବିଷ୍ୟତ ଜୀବନରେ ଏକତା, ଶୃଙ୍ଖଳା ସହ ଦେଶ ଗଠନରେ ବ୍ରତୀ ହୋଇପାରିବେ ବୋଲି ଅତିଥି ନିଜ ଅଭିଭାଷଣରେ ଗୁରୁତ୍ୱାରୋପ କରିଥିଲେ। ଏନସିସି ଦିବସ ଉପଲକ୍ଷେ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀ କ୍ୟାଡେଟ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ପରିଶେଷରେ ଜାତୀୟ ସଂଗୀତ ଵନ୍ଦେମାତର ଗାନ କରାଯାଇ କାର୍ଯ୍ୟକ୍ରମର ସମାପ୍ତ କରାଯାଇଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉପସ୍ଥିତରହି ସଫଳ ଆୟୋଜନ କରିଥିଲେ।














