ପାରଳାଖେମୁଣ୍ଡି : ଗୁମ୍ମା ବ୍ଲକ୍ ସେରଙ୍ଗ ଥାନା ଅନ୍ତର୍ଗତ ଶୀତ୍ରିଗୁଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଭୁବନି ପଞ୍ଚାୟତର ଶୀତ୍ରିଗୁଡ଼ା ଗ୍ରାମରୁ କିଛି ଦୂରରେ ଏକ ଜଙ୍ଗଲରେ ବିର୍ସାନୁ ଗମାଙ୍ଗ (୩୪)ପରିବାର ସହିତ ରହୁଥିଲେ। ଥାନା ସୂତ୍ରରୁ ପ୍ରକାଶ ଯେ ଗତ ରାତିରେ ଅତ୍ୟଧିକ ମଦ୍ୟପାନ କରି ନିୟନ୍ତ୍ରଣ ହରାଇ ନିଜେ ରଖିଥିବା ଦେଶୀ ବନ୍ଧୁକରେ ନିଜେ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ଖବର ପାଇ ସେରଙ୍ଗ ଥାନା ପୋଲିସ ଏସ୍ ଆଇ କ୍ଷେତ୍ରପାଳ ସିଂ ଙ୍କ ନେତୃତ୍ୱରେ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ୯/୨୫ ରେ ଏକ ମାମଲା ୠଜୁକରି ବ୍ୟବଚ୍ଛେଦ ନିମନ୍ତେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଅଧିକ ତଦନ୍ତ ଚଳାଇଛନ୍ତି। ବ୍ୟବଚ୍ଛେଦ ପରେ ଶବ ପରିବାରକୁ ହସ୍ତାନ୍ତର କରିଥିବା ଏସ. ଆଇ କ୍ଷେତ୍ରପାଳ ସିଂ ସୂଚନା ଦେଇଛନ୍ତି। ମୃତ ବିର୍ସାନୁଙ୍କ ଦୁଇଟି ଛୋଟ ଛୋଟ ପୁଅ ଅଛନ୍ତି। ବାପାଙ୍କ ମୃତ୍ୟୁ ପରେ ଦୁଇ ପୁଅ ଅନାଥ ହୋଇଯାଇଛନ୍ତି। ଏହି ଦୁଇ ଛୁଆଙ୍କୁ ସରକାର ସାହାଯ୍ୟ କରିବା ନିମନ୍ତେ ମୃତ ବିର୍ସାନୁଙ୍କ ସ୍ତ୍ରୀ କୋହ ଭରା କଣ୍ଠରେ କହିଛନ୍ତି।














