• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା କର୍ମଶାଳା ଅନୁଷ୍ଠିତ

FNN WEB by FNN WEB
November 26, 2025
in ଓଡ଼ିଶା, ମୁଖ୍ୟ ଖବର
0
ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା କର୍ମଶାଳା ଅନୁଷ୍ଠିତ
0
SHARES
5
VIEWS

ଭୁବନେଶ୍ୱର : ବିକଶିତ ଓଡ଼ିଶାର ସ୍ବପ୍ନକୁ ଦୃଢ଼ ଭିତ୍ତି ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ଭିଜନ ୨୦୩୬ ଏବଂ ୨୦୪୭’ ଭଳି ଏକ ବିଶେଷ ମାର୍ଗଦର୍ଶିକା ପ୍ରସ୍ତୁତ କରିଛନ୍ତି। ଏହା କେବଳ ଏକ ଯୋଜନା ନୁହେଁ ସମଗ୍ର ଓଡ଼ିଶାବାସୀଙ୍କ ସ୍ଵପ୍ନ, ଆଶା ଓ ଆକାଂକ୍ଷାକୁ ଏକତ୍ରିତ କରି ତିଆରି ହୋଇଥିବା ଗୋଟିଏ ବଳିଷ୍ଠ ପ୍ରତିଫଳନ। ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା ଗଢ଼ିବା ହେଉଛି ଏହି ଭିଜନର ମୂଳ ଉଦ୍ଦେଶ୍ୟ। ଆଜି ମିଶନ ଶକ୍ତି ଭବନ ଭୁବନଶ୍ବରଠାରେ ଆୟୋଜିତ “ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା” ଶୀର୍ଷକ କର୍ମଶାଳାରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଯୋଗଦେଇ ସମାଜର ସମସ୍ତ ବର୍ଗ ଛାତ୍ରଛାତ୍ରୀ, ବିଶେଷଜ୍ଞ, ଶିଳ୍ପ ସଂଗଠନ, ପ୍ରବାସୀ ଓଡ଼ିଆ ପ୍ରମୁଖ ଏହାକୁ ସାକାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ବୋଲି ସେ ମତବ୍ୟକ୍ତ କରିଛନ୍ତି ।

ଏହି ଭିଜନରେ ନାଗରିକ ମାନଙ୍କୁ ପ୍ରାଥମିକତା ଦିଆଯାଇଛି ଏବଂ ଏହାସହ ଗ୍ରାମୀଣ ସଶକ୍ତିକରଣ, ସଭିଙ୍କ ସମୃଦ୍ଧି, ଆମ ପରମ୍ପରା ଓ ଆମ ଗର୍ବ, ପଥ ପ୍ରଦର୍ଶନକାରୀ, ପ୍ରଯୁକ୍ତି ଓ ଲୋକ କୈନ୍ଦ୍ରିକ ପ୍ରଶାସନକୁ ମଧ୍ୟ ପ୍ରାଧାନ୍ୟତା ଦିଆଯାଇଛି। ଓଡ଼ିଶାକୁ ଆଗାମୀ ଦୁଇ ଦଶକ ପାଇଁ କିପରି ଆହୁରି ସବଳ, ସୁଧାର, ସମୃଦ୍ଧ ଓ ସ୍ୱାଭିମାନୀ ରାଜ୍ୟରେ ପରିଣତ କରାଯାଇପାରିବ – ତାହାର ଏକ ସ୍ପଷ୍ଟ ରୋଡମ୍ୟାପ୍ ଏହା ଦେଇଛି ବୋଲି ସେ କହିଥିଲେ ।

ମହିଳାଙ୍କ ସଶକ୍ତିକରଣ ଦିଗରେ ଏଥିରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ମହିଳା ନେତୃତ୍ୱାଧୀନ ଏମ୍. ଏସ୍.ଏମ୍.ଇ ବୃଦ୍ଧି, ସ୍ଵୟଂ ସହାୟକ ଗୋଷ୍ଠୀ ଉଦ୍ୟୋଗଗୁଡ଼ିଙ୍କୁ ବ୍ରାଣ୍ଡିଂ ଓ ବଜାର ସଂଯୋଗ, ଉତ୍ପାଦର ବିବିଧିକରଣ, ଗୁଣବତ୍ତା ସୁଧାର ଓ ପରାମର୍ଶ—ଏସବୁ ମାଧ୍ୟମରେ ଗ୍ରାମୀଣସ୍ତରରେ ମହିଳାମାନେ ଆର୍ଥିକ ଭାବରେ ଆହୁରି ସ୍ୱାବଲମ୍ୱୀ ଓ ସଶକ୍ତ ହେବାକୁ ରାସ୍ତା ଖୋଲିବ। ଏହି ଭିଜନକୁ କାର୍ଯ୍ୟକାରୀ କରିବା ପାଇଁ ଆୟୋଜିତ କର୍ମଶାଳାରେ ସମସ୍ତ ଜିଲ୍ଲାର ବିପିସି, ବିପିମ, ଡିପିସି ଓ ଡିପିମ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ବିଷୟରେ ସଚେତନତା କାର୍ଯ୍ୟକ୍ରମ କରଯାଇଥିଲା।
ବିଭାଗ ସହିତ ଅନୁବନ୍ଧିତ ସଂସ୍ଥା ଯଥା IRRI,IHM,WAASAN ଏବଂ WSCର ପ୍ରତିନିଧି ମହିଳାଙ୍କ ସଶକ୍ତିକରଣ ଦିଗରେ କରିଥିବା ବିଷୟରେ ଆଲୋଚନା ହୋଇଥିଲା।

ଓଡ଼ିଶାର ପ୍ରତ୍ୟେକ ନାଗରିକଙ୍କ ସହଭାଗୀତା ଏହି ଭିଜନକୁ ଆହୁରି ସଶକ୍ତ କରିଛି। ଆଗାମୀ ପିଢ଼ି ପାଇଁ ଏକ ସମୃଦ୍ଧ ଓ ଆତ୍ମନିର୍ଭର ଓଡ଼ିଶା ଗଠନ କରିବାର ପ୍ରତିଶ୍ରୁତି ନେଇ ‘ଓଡ଼ିଶା ଦୂରଦୃଷ୍ଟି (ଭିଜନ) ୨୦୩୬-୨୦୪୭’ ଆଜି ସମସ୍ତଙ୍କ ମଧ୍ୟରେ ଆଶାର ନୂତନ ଆଲୋକ ଉଜାଗର କରିଛି। ଆଗାମୀ ଦିନରେ ଏହା ହଜାର ହଜାର ମା’ମାନଙ୍କୁ ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଉଦ୍ୟୋଗୀ ଭାବେ ଗଢ଼ି ‘ଲକ୍ଷପତି ଦିଦି’ ଓ ‘ମହା ଲକ୍ଷପତି ଦିଦି’ କରିବାରେ ପ୍ରମୁଖ ଭୂମିକା ନେବେ । ଏହି ଅବସରରେ ମିଶନ ଶକ୍ତି ନିର୍ଦ୍ଦେଶକା ଡଃ ମୋନିକା ପ୍ରିୟଦର୍ଶିନୀ, ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀ ଶୈଳେନ୍ଦ୍ର କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Previous Post

୪୪ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୫ରେ ଶ୍ରେଷ୍ଠତ୍ଵ ପାଇଁ ଯୋଗ୍ୟ ବିବେଚିତ ହେଲା ଓଡ଼ିଶା ପାଭିଲିୟନ୍

Next Post

ଇଜ୍ଜତ ସହ ସିରିଜ ହାରିଲା ଭାରତ: ୨-୦ରେ ସିରିଜ ପୋଛି ନେଲା ଦକ୍ଷିଣ ଆଫ୍ରିକା

FNN WEB

FNN WEB

Next Post
ଇଜ୍ଜତ ସହ ସିରିଜ ହାରିଲା ଭାରତ: ୨-୦ରେ ସିରିଜ ପୋଛି ନେଲା ଦକ୍ଷିଣ ଆଫ୍ରିକା

ଇଜ୍ଜତ ସହ ସିରିଜ ହାରିଲା ଭାରତ: ୨-୦ରେ ସିରିଜ ପୋଛି ନେଲା ଦକ୍ଷିଣ ଆଫ୍ରିକା

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

June 4, 2026
ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026
ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ

ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ

June 4, 2026
ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

June 4, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

June 4, 2026
ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.