• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଓଡ଼ିଶା ବିଧାନସଭା ପାଇଁ ଐତିହାସିକ ମୁହୂର୍ତ୍ତ: ଗୃହକୁ ସମ୍ବୋଧିତ କଲେ ରାଷ୍ଟ୍ରପତି

FNN WEB by FNN WEB
November 27, 2025
in ଓଡ଼ିଶା, ମୁଖ୍ୟ ଖବର
0
ଓଡ଼ିଶା ବିଧାନସଭା ପାଇଁ ଐତିହାସିକ ମୁହୂର୍ତ୍ତ: ଗୃହକୁ ସମ୍ବୋଧିତ କଲେ ରାଷ୍ଟ୍ରପତି
0
SHARES
5
VIEWS

ଭୁବନେଶ୍ୱର : ଓଡ଼ିଶା ବିଧାନସଭା ପାଇଁ ଐତିହାସିକ ମୁହୂର୍ତ୍ତ । ଗୃହକୁ ସମ୍ବୋଧିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନିଜ ସମ୍ବୋଧନରେ କହିଲେ ଆପଣଙ୍କ ଗହଣରେ ଉପସ୍ଥିତ ରହି ବହୁତ ଆନନ୍ଦିତ । ପୂର୍ବରୁ ଅନେକ ରାଜ୍ୟର ବିଧାନସଭାକୁ ସମ୍ବୋଧିତ କରିଛି । କିନ୍ତୁ ଓଡ଼ିଶା ବିଧାନସଭାକୁ ସମ୍ବୋଧିତ କରିବା ନିଶ୍ଚିତ ନିଆରା । ଆଜି ମୁଁ ଯେଉଁଠି ଅଛି ତାହାର ଶ୍ରେୟ ଏହି ଗୃହର । ଏହି ଗୃହରୁ ମୋ ରାଜନୈତିକ କ୍ୟାରିୟର ଆରମ୍ଭ ହୋଇଛି । ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନ ଥିଲେ ଏଠି ପହଞ୍ଚି ପାରିନଥାନ୍ତି । ଏହି ଗୃହରେ ବିଧାୟିକା ଭାବେ ପ୍ରଶ୍ନ ପଚାରିଛି । ଏହି ଗୃହରେ ମନ୍ତ୍ରୀ ଭାବେ ପ୍ରଶ୍ନର ଉତ୍ତର ଦେଇଛି । ଗ୍ୟାଲେରୀରେ ବସିଥିବା କିଛି ପୂର୍ବତନ ବିଧାୟକଙ୍କ ସହ କାମ କରିଛି । ଆଜି ମୁଁ ସେମାନଙ୍କୁ ପାଖରେ ପାଇ ଅବିଭୂତ। ଏହି କଳିଙ୍ଗ ଚଣ୍ଡାଶୋକ ଅଶୋକଙ୍କୁ ଧର୍ମାଶୋକ କରିଛି। ଐତିହାସିକ ନୌବାଣିଜ୍ୟ, ଇଂରେଜ ବିରୋଧୀ ଲଢ଼େଇରୁ ଶିକ୍ଷା ମିଳିଛି । ମହତାବ, ବିଜୁ ପଟ୍ଟନାୟକଙ୍କ ସମେତ ବହୁ ନିର୍ମାତାଙ୍କୁ ମନେପକାଇଲେ ରାଷ୍ଟ୍ରପତି ।

ମୋହନ ମାଝୀଙ୍କୁ ରାଷ୍ଟ୍ରପତିଙ୍କ ପ୍ରଶଂସା
ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋନହ ଚରଣ ମାଝୀ କମ ଦିନ ମଧ୍ୟରେ ରାଜ୍ୟ ପାଇଁ ବହୁ ଗୁରତ୍ବପୂର୍ଣ୍ଣ କାମ କରିଛନ୍ତି। ରାଜ୍ୟର ମହିଳାମାନେ ସୁଭଦ୍ରା ଟଙ୍କାକୁ ବିନିଯୋଗ କରିଛନ୍ତି, ଲକ୍ଷପତି ଦିଦି ହୋଇପାରିଛନ୍ତି। ଓଡ଼ିଶା ହେଉଛି ଚାଷ ଓ ଚାଷୀର ରାଜ୍ୟ। ସରକାର ଏଠାରେ ଚାଷୀମାନଙ୍କୁ ସବ୍‌ସିଡି ଯୋଗାଇଛନ୍ତି। କୃଷି, ଶିଳ୍ପ ଓ ବାଣିଜ୍ୟ ପାଇଁ ଓଡ଼ିଶା ଅନୁକୂଳ ହେବ। ଉଭୟ କେନ୍ଦ୍ର ଓ ରାଜ୍ୟର ମିଳିତ ଉଦ୍ୟମରେ ଓଡ଼ିଶାର ଶିଳ୍ପର ବିକାଶ ପାଇଁ କାମ ଜାରି ରହିଛି। ଓଡ଼ିଶା ହେଉଛି ଜଗନ୍ନାଥଙ୍କର ମାଟି। ସେଥିପାଇଁ ଓଡ଼ିଶାର ମାଟି, ଖଣି ଓ ଜଙ୍ଗଲ ଭରପୁର ରହିଛି। ଓଡ଼ିଶାରେ ସୁଦୀର୍ଘ ବେଳାଭୂମି ରହିଛି। ୨୦୪୭ରେ ଭାରତ ବିକଶିତ ହୋଇସାରିଥିବ। ୨୦୩୬ରେ ଓଡ଼ିଶା ସମୃଦ୍ଧ ହୋଇପାରିଲେ, ତାହା ବିକଶିତ ଭାରତରେ ବଡ଼ ଯୋଗଦାନ ହେବ ବୋଲି ରାଷ୍ଟ୍ରପତି କହିଛନ୍ତି।

ଏହି ଗୃହ ଆପଣଙ୍କୁ ସବୁଦିନ ମନେରଖିବ
ରାଜ୍ୟପାଳ ଡ. ହରିବାକୁ କମ୍ଭମପାଟି କହିଛନ୍ତି, ଏହି ଗୃହ ଆପଣଙ୍କୁ ସବୁଦିନ ପାଇଁ ମନେ ରଖିବ। ଏଠାରେ ଆପଣଙ୍କର ଉପସ୍ଥିତି ସ୍ମରଣୀୟ ରହିବ। ଆପଣଙ୍କୁ ଏଠାରେ ଦିନେ ସର୍ବଶ୍ରେଷ୍ଠ ବିଧାୟକ ସମ୍ମାନ ମିଳିଥିଲା। ଆପଣଙ୍କର ଜୀବନ କାହାଣୀ ସଂଘର୍ଷପୂର୍ଣ୍ଣ ଥିଲା। ଆପଣଙ୍କର ପାଖରେ ନେତୃତ୍ବ ନେବାର ଦକ୍ଷତା ରହିଛି। ଆଦିବାସୀମାନଙ୍କର ବିକାଶ ପାଇଁ ଆପଣ କାମ କରିଛନ୍ତି, ଯାହା ସବୁଦିନ ପାଇଁ ମନେ ରହିବ।

‘ଏହି ମାଟିର ଗର୍ବ ବୃଦ୍ଧି କରିଛନ୍ତି’
ରାଷ୍ଟ୍ରପତିଙ୍କ ଅଭିଭାଷଣ ପୂର୍ବରୁ ବାଚସ୍ପତି ସୁରମା ପାଢୀ ମହାମହିମ ରାଷ୍ଟ୍ରପତିଙ୍କୁ ବିଧାନସଭାକୁ ପାଛୋଟି ଆଣିବା ସହିତ କହିଥିଲେ ଯେ ଶ୍ରୀମତୀ ମୁମୁଁ ୨୦୦୭ ମସିହାରେ ବିଧାନସଭାର ସଦସ୍ୟ ଥିବାବେଳେ ଶ୍ରେଷ୍ଠ ବିଧାୟିକା ଭାବେ ପୁରସ୍କୃତ ହୋଇଥିଲେ । ଓଡିଶାର ଭଞ୍ଜ ମାଟିର ଝିଅ ଦ୍ରୌପଦୀ ହେଉଛନ୍ତି ଦେଶର ସର୍ବ କନିଷ୍ଠ ଓ ସ୍ୱାଧୀନ ଭାରତରେ ଜନ୍ମଲାଭ କରିଥିବା ପ୍ରଥମ ମହିଳା ରାଷ୍ଟ୍ରପତି । ସମ୍ବିଧାନର ପରିପାଳକ ଭାବେ ରାଷ୍ଟ୍ରପତି ତିନିବାହିନୀର ମୁଖ୍ୟ ଦାୟିତ୍ୱ ତୁଲାଇବା ସହିତ ରାଫେଲ ଓ ସୁଖୋଇରେ ଉଡିବାର ସୌଭାଗ୍ୟପ୍ରାପ୍ତ କରିଛନ୍ତି । ତାଙ୍କୁ ଆଜି ଏ ପବିତ୍ର ଗୃହରେ ପାଇ ଆମେ ସମସ୍ତେ ଗର୍ବିତ ।

ଏ ମାଟିର ଝିଅ ଆଜି ଦେଶର ରାଷ୍ଟ୍ରପତି
ବିରୋଧିଦଳ ନେତା ନବୀନ ପଟ୍ଟନାୟକ କହିଥବଲେ ଏ ମାଟିର ଝିଅ ଆଜି ଦେଶର ରାଷ୍ଟ୍ରପତି । ଏଥିପାଇଁ ଆମେ ସମସ୍ତେ ଗର୍ବିତ । ଆହୁରି ଗର୍ବର କଥା ହେଲା ସେ ତାଙ୍କର ରାଜନୈତିକ ଜୀବନ ୨୫ବର୍ଷ ତଳୁ ଏ ଗୃହରୁ ଆରମ୍ଭ କରିଥିଲେ । ଆଜି ଦେଶର ରାଷ୍ଟ୍ରପତି ଭାବେ ସେ ରାଜ୍ୟର ଗୌରବ ବୃଦ୍ଧି କରିଛନ୍ତି । ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ଓଡିଶା ବିଧାନସଭାରେ ରାଷ୍ଟ୍ରପତିଙ୍କ ଉପସ୍ଥିତିକୁ ସ୍ୱାଗତ କରିବା ସହିତ ତାଙ୍କର ଜୀବନଦର୍ଶନ ଉପରେ ଆଲୋକପାତ କରିଥିଲେ ।

ଆଜିର ଦିନଟି ସ୍ବର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଓଡ଼ିଶାର ଗଣତାନ୍ତ୍ରିକ ବ୍ୟବସ୍ଥାରେ ଆଜିର ଦିନଟି ସ୍ବର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ। ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆମ ସମସ୍ତଙ୍କୁ ବିଧାନସଭାରେ ସମ୍ବୋଧିତ କରିବା ସହିତ ମାର୍ଗଦର୍ଶନକରିବେ। ତାଙ୍କର ସକ୍ରିୟ ଉପସ୍ଥିତି ଆମପାଇଁ ଉତ୍ସାହ ଆଣି ଦେଇଛି। ଆମ ପାଇଁ ଗୌରବର ବିଷୟ ଯେ, ତାଙ୍କର ରାଜନୈତିକ ଜୀବନ ସେ ଏହି ଗୃହରୁ ଆରମ୍ଭ କରିଥିଲେ। ନିଜର କଠୋର ପରିଶ୍ରମ ଏବଂ ତ୍ୟାଗ ବଳରେ ଦେଶର ଶ୍ରେଷ୍ଠ ଆସନ ଅଳଂକୃତ କରିଛନ୍ତି। ନିଜର ଜନ୍ମଭୂମି ପାଇଁ ଆପଣଙ୍କର ଅବଦାନ ଭୁଲିବାର ନାହିଁ। ମଣିଷ ଯେତେ ବଡ଼ ହେଲେ ମଧ୍ୟ ଜନ୍ମ ଏବଂ କର୍ମଭୂମି ପାଇଁ କାମ କରିବାର ଅଛି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମୟୂରଭଂଜ ଜିଲ୍ଲାର ଉପରବେଡ଼ାର ଏକ ସାନ୍ତାଳୀ ପରିବାରରେ ଜନ୍ମଗ୍ରହଣ କରି ଜୀବନରେ ହାର ମାନିନାହାନ୍ତି। ରୋଷେଇ କରିବା ପାଇଁ ଆପଣ ଜଙ୍ଗଲରୁ କାଠ ସଂଗ୍ରହ କରୁଥିଲେ, ତାହା ମୁଁ ଶୁଣିବାକୁ ପାଇଥିଲି। ତମାମ ସଂଘର୍ଷ ଓ ଝଡ଼ଝଂଜା ମଧ୍ୟରୁ ଆପଣ ବାହାରିଛନ୍ତି। ଗତକାଲି ସମ୍ବିଧାନ ଦିବସ ଅବରରେ ରାଷ୍ଟ୍ରପତି ଦେଶବାସୀଙ୍କୁ ଯେଉଁ ସମ୍ବୋଧନ ଦେଇଥିଲେ, ତାହା ଦେଶବାସୀଙ୍କ ଦୃଦୟକୁ ଛୁଇଁଥିଲା। ଆଜି ଗୋଟିଏ ଦିନ ପରେ ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ଓଡ଼ିଶାବାସୀଙ୍କୁ ପୁଣି ଥରେ ସମ୍ବୋଧିତ କରୁଛନ୍ତି। ଆପଣ ଏହି ଗୃହରେ ମନ୍ତ୍ରୀ ଭାବେ କାମ କରିଛନ୍ତି। ଆପଣଙ୍କର ପରାମର୍ଶ ସମୃଦ୍ଧ ଓଡ଼ିଶା ଏବଂ ବିକଶିତ ଭାରତ ଗଠନରେ ସହାୟକ ହେବ।

ବିଧାନସଭା ଉତ୍ସବମୁଖର, ରାଷ୍ଟ୍ରପତିଙ୍କ ସହ ଫଟୋ ଉଠାଇଲେ
ଓଡ଼ିଶା ବିଧାନସଭା ପରିସରରେ ଆଜି ଐତିହାସିକ ତଥା ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା । ଦେଶର ପ୍ରଥମ ନାଗରିକ ତଥା ଓଡ଼ିଶାର ଗର୍ବ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଧାନସଭାରେ ପହଞ୍ôଚିବା ପରେ ସମଗ୍ର ପରିବେଶ ଉତ୍ସବମୁଖର ହୋଇଉଠିଥିଲା । ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଭଳି ପୁରୁଣା ସହକର୍ମୀମାନଙ୍କ ସହ ମଧ୍ୟ ରାଷ୍ଟ୍ରପତି ଭାବ ବିନିମୟ କରୁଥିବା ଦେଖିବାକୁ ମିିଳିଥିଲା । ବିଧାୟକମାନଙ୍କ ସହ ଏକ ସ୍ୱତନ୍ତ୍ର ଫଟୋ ସେସନରେ ରାଷ୍ଟ୍ରପତି ସାମିଲ ହୋଇଥିଲେ । ପରେ ରାଷ୍ଟ୍ରପତିଙ୍କୁ ବିଧାନସଭା ଗୃହ ଭିତରକୁ ପାଛୋଟି ନିଆଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମବେଳେ ବିଧାନସଭା ଗ୍ୟାଲେରୀରେ କେନ୍ଦ୍ରମନ୍ତ୍ରୀ,ସାଂସଦ, ପୂର୍ବତନ ବିଧାୟକ ଓ ବିଶିଷ୍ଟ ବ୍ୟକ୍ତିମାନଙ୍କ ସମେତ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଓ ରାଷ୍ଟ୍ରପତି ଭବନର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

ମହିଳା ନେତ୍ରୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ
ମହାମହିମ କହିଛନ୍ତି, ସ୍ବାଧୀନତା ସଂଗ୍ରାମରେ ରମାଦେବୀ, ସାରଳାଦେବୀ, ମାଳତୀ ଦେବୀଙ୍କୁ ଭୁଲି ହେବ ନାହିଁ। ଓଡ଼ିଶା ବିଧାନସଭାରେ ମହିଳା ନେତ୍ରୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ବର୍ତ୍ତମାନର ବାଚସ୍ପତି ମହିଳା, ପୂର୍ବରୁ ମଧ୍ୟ ଓଡ଼ିଶାର ବାଚସ୍ପତି ମହିଳା ଥିଲେ। ସ୍ବାଧୀନତା ପୂର୍ବରୁ ଏ ଲକ୍ଷ୍ମୀବାଇ ମଧ୍ୟ ଉପବାଚସ୍ପତି ହୋଇଥିଲେ। ନନ୍ଦିନୀ ଶତପଥୀ ଭାରତର ଦ୍ବିତୀୟ ମୁଖ୍ୟମନ୍ତ୍ରୀ ଭାବେ ଜଣାଶୁଣା। ଓଡ଼ିଶାର ମହିଳାମାନେ ସାହିତ୍ୟକୁ ମଧ୍ୟ ସମୃଦ୍ଧ କରିଛି।

Previous Post

ରାଜଭବନରେ କଳିଙ୍ଗ ଅତିଥି ନିବାସର ଉଦଘାଟନ କଲେ ରାଷ୍ଟ୍ରପତି

Next Post

ସ୍ମୃତି ରୋମନ୍ଥନ କଲେ ରାଷ୍ଟ୍ରପତି

FNN WEB

FNN WEB

Next Post
ସ୍ମୃତି ରୋମନ୍ଥନ କଲେ ରାଷ୍ଟ୍ରପତି

ସ୍ମୃତି ରୋମନ୍ଥନ କଲେ ରାଷ୍ଟ୍ରପତି

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

June 4, 2026
ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026
ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ

ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ

June 4, 2026
ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

June 4, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

June 4, 2026
ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.