• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ବିଧାନସଭାରେ ୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଆଗତ

FNN WEB by FNN WEB
November 28, 2025
in ଓଡ଼ିଶା, ମୁଖ୍ୟ ଖବର
0
ବିଧାନସଭାରେ ୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଆଗତ
0
SHARES
3
VIEWS


ଶିକ୍ଷା ଓ ମହିଳା କଲ୍ୟାଣକୁ ପ୍ରାଥମିକା, ନୂଆ ଯୋଜନା ‘ଶକ୍ତିଶ୍ରୀ’

-ସୁଭଦ୍ରା ଯୋଜନା ପାଇଁ ୨୯୫ କୋଟି
-ମମତା ଯୋଜନା ପାଇଁ ୧୪୨ କୋଟି
-ମିଶନ ଶକ୍ତି ପାଇଁ ୪୦୫ କୋଟି
-ଅଙ୍ଗନବାଡି ଗୃହ ନିର୍ମାଣ ପାଇଁ ୨୦୦ କୋଟି
-ଜାତୀୟ ସ୍ୱାସ୍ଥ୍ୟ ମିଶନ ପାଇଁ ୯୫୪ କୋଟି
-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ୪୦ କୋଟି
-ପାଇପ ଜଳ ଯୋଗାଣ ୧୧୬ କୋଟି
-ବିକଶିତ ଗାଁ ବିକଶିତ ଓଡିଶା ପାଇଁ ୫୭ କୋଟି
-ରାଷ୍ଟ୍ରୀୟ ଗ୍ରାମ୍ୟ ସ୍ୱରାଜ ଅଭିଯାନ ପାଇଁ ୪୦ କୋଟି

ଭୁବନେଶ୍ୱର: ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୧୭୪୪୦କୋଟି ଟଙ୍କାର ପ୍ରଥମ ଅତିରିକ୍ତ ବଜେଟ୍ ଆଜି ବିଧାନସଭାରେ ଉପସ୍ଥାପିତ ହୋଇଛି । ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅତିରିକ୍ତ ବ୍ୟୟବରାଦକୁ ଗୃହର ଅନୁମୋଦନ ପାଇଁ ଉପସ୍ଥାପନ କରିବା ପରେ ବାଚସ୍ପତି ଗୃହକୁ ଆସନ୍ତାକାଲି ପୂର୍ବାହ୍ନ ସାଢ଼େ ୧୦ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି । ଅତିରିକ୍ତ ବ୍ୟୟବରାଦରେ କାର୍ଯ୍ୟକ୍ରମ ବ୍ୟୟ ବାବଦରେ ସର୍ବାଧିକ ୧୩୭୧୬ କୋଟି ଟଙ୍କା,ପ୍ରଶାସନିକ ବ୍ୟୟ ପାଇଁ ୩୩୮୯ କୋଟି ଟଙ୍କା ଓ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ନିମନ୍ତେ ୧୭୧ କୋଟି ଟଙ୍କା ବରାଦ ହୋଇଛି। ତେବେ ଜିଲ୍ଲା ପରିଷଦ ନିର୍ବାଚନ ପରିଚାଳନା ପାଇଁ ୪୨କୋଟି ଟଙ୍କାର ବ୍ୟୟବରାଦ କରି ରାଜ୍ୟ ସରକାର ଖାଲି ପଡ଼ିଥିବା ତ୍ରିସ୍ତରୀୟ ପଂଚାୟତିରାଜ ଆସନଗୁଡ଼ିକରେ ନିର୍ବାଚନକୁ ଚଳିତ ଆର୍ଥିକ ବର୍ଷ ସୁଦ୍ଧା ଶେଷ କରିବେ ବୋଲି ଆଭାସ ଦେଇଛନ୍ତି ।

୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୨.୯୦ଲକ୍ଷ କୋଟି ଟଙ୍କାର ବଜେଟ ୨୦୨୫ ମାର୍ଚ୍ଚ ୨୯ତାରିଖରେ ଗୃହର ଅନୁମୋଦନ ଲାଭ କରିଥିଲା । ତେବେ ବିଭିନ୍ନ କାରଣରୁ ଅତିରକ୍ତ ବଜେଟର ଆବଶ୍ୟକତା ଉପୁଜିଥିବା ବଜେଟ୍ ପୁସ୍ତିକାରେ ସରକାର ଦର୍ଶାଇଛନ୍ତି । ରାଜ୍ୟରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଓ ନୂଆ ଯୋଜନାଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ଏବଂ ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା କେନ୍ଦ୍ରୀୟ ଓ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାଗୁଡ଼ିକ ପାଇଁ ପାଣ୍ଠିର ଆବଶ୍ୟକତା ଦେଖାଦେଇଛି । ସେହିପରି ଓଡ଼ିଶା ଆକସ୍ମିକ ପାଣ୍ଠିରୁ ନିଆଯାଇଥିବା ଅଗ୍ରୀମକୁ ଫେରସ୍ତ ଓ ବିଭିନ୍ନ ପ୍ରଶାସନିକ ବ୍ୟୟବରାଦରେ ଲେଖା ସଂଶୋଧନ ପାଇଁ ଏହି ୧୭୪୪୦କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦର ଆବଶ୍ୟକତା ଥିବା ଅର୍ଥମନ୍ତ୍ରୀ ଶ୍ରୀ ମାଝୀ ନିଜ ବଜେଟ୍ ପୁସ୍ତିକାରେ ଉଲ୍ଲେଖ କରିଛନ୍ତି । ଏଥିରେ କାର୍ଯ୍ୟକ୍ରମ ବ୍ୟୟ ବାବଦରେ ଥିବା ୧୩୭୧୬ କୋଟି ଟଙ୍କା ମଧ୍ୟରୁ କେନ୍ଦ୍ରୀୟ ଯୋଜନାରେ ୨୦୫୪କୋଟି ଓ ରାଜ୍ୟ ଯୋଜନାରେ ୧୧୬୪୩କୋଟି ଟଙ୍କା ଖର୍ଚ୍ଚ ହେବ । ସମୃଦ୍ଧ ଓଡ଼ିଶା -୨୦୩୬ର ଲକ୍ଷ୍ୟକୁ ହାସଲ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇବା ସହ ଓଡ଼ିଶା ନିଜର ବଜେଟ ବ୍ୟୟବରାଦ ଓ ଖର୍ଚ୍ଚରେ ଏଫଆରବିଏମ୍ ଆକ୍ଟର ଅନୁପାଳନ କରୁଥିବା ଶ୍ରୀ ମାଝୀ କହିଛନ୍ତି । ୨୦୨୫ ଅକ୍ଟୋବର ପର୍ଯ୍ୟନ୍ତ ରାଜ୍ୟର ଋଣବୋଝ ମୋଟ ରାଜ୍ୟ ଜିଡିପିର ୧୧.୯ପ୍ରତିଶତ ଥିବାବେଳେ ସୁଧ ଦେୟ ଓ ରାଜସ୍ୱ ଆୟର ଅନୁପାତ ୨.୨% ଓ ରାଜସ୍ୱ ବଳକା ୧.୩% ରହିଥିବା ଜଣାପଡ଼ିଛି ।

ଅତିରିକ୍ତ ବଜେଟରେ ଶିକ୍ଷା ଓ ମହିଳା ସଶକ୍ତିକରଣକୁ ଗୁରୁତ୍ୱ ଦିଆଯାଇ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ମହିଳାମାନଙ୍କ ସୁରକ୍ଷା ଏବଂ ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ‘ଶକ୍ତିଶ୍ରୀ’ ନାମରେ ଏକ ନୂଆ ଯୋଜନା କାର୍ଯ୍ୟକାରୀ ପାଇଁ ନିଷ୍ପତ୍ତି ନେଇ ୧୫ କୋଟି ଟଙ୍କା ଆବଂଟନ କରିଛନ୍ତି । ନିଜସ୍ୱ ମହତ୍ୱାକାଂକ୍ଷୀ ‘ସୁଭଦ୍ରା’ ଯୋଜନା ପାଇଁ ୨୯୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହାବ୍ୟତୀତ ମିଶନ ଶକ୍ତି କାର୍ଯ୍ୟକ୍ରମ ଅଧୀନରେ ୪୦୫ କୋଟି ଟଙ୍କାର ବ୍ୟବସ୍ଥା ହୋଇଥିବା ବେଳେ ମମତା ଯୋଜନା ପାଇଁ ୧୪୨ କୋଟି ଟଙ୍କା ପ୍ରଦାନ କରାଯାଇଛି । ଶିକ୍ଷା କ୍ଷେତ୍ରରେ, ପିଏମ୍‌-ପୋଷଣ ଅଧୀନରେ ୩୯୨ କୋଟି ଟଙ୍କା ଏବଂ ମୁଖ୍ୟମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ପାଇଁ ୭୧ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।

ଅତିରିକ୍ତ ବଜେଟରେ ରାଜ୍ୟ ସରକାର କୃଷକ କଲ୍ୟାଣ ଏବଂ ଖାଦ୍ୟ ନିରାପତ୍ତା କ୍ଷେତ୍ରରେ ସର୍ବାଧିକ ଅର୍ଥ ଆବଣ୍ଟନ କରାଯାଇଛି । ଧାନ କ୍ରୟ ପାଇଁ ରିଭଲଭିଂ ପାଣ୍ଠି ପାଇଁ ୩ହଜାର କୋଟି ଟଙ୍କାର ବ୍ୟବସ୍ଥା କରିଥିବାବେଳେ ସାଧାରଣ ବଂଟନ ବ୍ୟବସ୍ଥାରେ ରିହାତି ପାଇଁ ୧୩୨୫ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ସମୃଦ୍ଧ କୃଷକ ଯୋଜନା ଅଧୀନରେ ଚାଷୀମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ଏବଂ ଇନପୁଟ୍ ସହାୟତା ପାଇଁ ୮୫୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ପାଇଁ ୯୯୪ କୋଟି ଟଙ୍କା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ଅତିରିକ୍ତ ୪୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଏଥିସହ ରାସ୍ତା ଏବଂ ସେତୁର ରକ୍ଷଣାବେକ୍ଷଣ ପାଇଁ ୨୫୦ କୋଟି ଟଙ୍କା ଓ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୧୭୧ କୋଟି ଟଙ୍କା ପ୍ରଦାନ କରାଯାଇଛି ।

ଅତିରିକ୍ତ ବଜେଟରେ ରାଜ୍ୟ ସରକାର ଜିଲ୍ଲା ପରିଷଦ ନିର୍ବାଚନ ପରିଚାଳନା ପାଇଁ ୪୨କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ଯଦିଓ ଜିଲ୍ଲାପରିଷଦ ଓ ପଂଚାୟତ ନିର୍ବାଚନର ଅବଧି ୨୦୨୭ ମସିହାରେ ଶେଷ ହେବ । ଅତିରିକ୍ତ ବଜେଟରେ ୪୨କୋଟି ଟଙ୍କାର ବ୍ୟୟବରାଦ କରି ରାଜ୍ୟ ସରକାର ଏବେ ତ୍ରିସ୍ତରୀୟ ପଂଚାୟତରାଜ ବ୍ୟବସ୍ଥାରେ ଖାଲି ପଡ଼ିଥିବା ଜିଲ୍ଲା ପରିଷଦ, ସରପଂଚ, ସମିତି ସଭ୍ୟ ଓ ୱାର୍ଡମେମ୍ବର ପଦବୀର ନିର୍ବାଚନ କରିପାରନ୍ତି ବୋଲି ସମ୍ଭାବନା ସୃଷ୍ଟି ହୋଇଛି ।

ନୂଆପଡ଼ା ଉପନିର୍ବାଚନରେ ବୃହତ୍ ବିଜୟ ପରେ ରାଜ୍ୟର ବିଜେପି ସରକାର ଉତ୍ସାହିତ ଅଛି । ରାଜ୍ୟ ନିର୍ବାଚନ ଆୟୋଗ ପୂର୍ବରୁ ଏହି ଖାଲି ପଡ଼ିଥିବା ପଦବୀରେ ନିର୍ବାଚନ ପାଇଁ ବିଜ୍ଞପ୍ତି ଘୋଷଣା କରି ଦିନକ ପରେ ଏହାକୁ ଫେରସ୍ତ ନେଇଥିଲେ । ୨୦୨୫ ଏପ୍ରିଲ ସୁଦ୍ଧା ଖାଲିପଡ଼ିଥିବା ୫ଟି ଜିଲ୍ଲା ପରଷଦ ସଭ୍ୟ, ୪୧ଟି ପଂଚାୟତ ସମିତି ସଭ୍ୟ ଓ ୪୫ଟି ସରପଂଚ ସମେତ ମୋଟ ୧୧୩୪ଟି ପଦବୀ ଖାଲି ପଡ଼ିଥିଲା । ଏବେ ଅତିରିକ୍ତ ବଜେଟରେ ୪୨କୋଟି ଟଙ୍କାର ବ୍ୟୟବରାଦ କରି ରାଜ୍ୟ ସରକାର ଏହି ଖାଲି ପଡ଼ିଥିବା ପଦବୀଗୁଡ଼ିକରେ ନିର୍ବାଚନ ସାରିବାକୁ ଲକ୍ଷ୍ୟ ରଖିଥିବା ଆକଳନ କରାଯାଉଛି ।

Previous Post

କିଟ୍‌ରେ ୨୬ ତମ ଓଡ଼ିଶା ବିଜ୍ଞାନ ଓ ପରିବେଶ କଂଗ୍ରେସ ଉଦ୍‍ଘାଟିତ

Next Post

ଅତିରିକ୍ତ ବଜେଟକୁ ନେଇ ବର୍ଷିଲେ ନବୀନ

FNN WEB

FNN WEB

Next Post
ରାଜ୍ୟରେ ସାମାଜିକ ବିଶୃଙ୍ଖଳା ନେଇ ନବୀନଙ୍କ ଉଦବେଗ

ଅତିରିକ୍ତ ବଜେଟକୁ ନେଇ ବର୍ଷିଲେ ନବୀନ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.