• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଓଡ଼ିଆପ୍ରେନ୍ୟୁର ସ୍ମାର୍ଟ ଓଡ଼ିଶା ହାକାଥନ୍ ୩.o ୱେବସାଇଟ୍ ଶୁଭାରମ୍ଭ

FNN WEB by FNN WEB
November 29, 2025
in ଓଡ଼ିଶା, ମୁଖ୍ୟ ଖବର
0
ଓଡ଼ିଆପ୍ରେନ୍ୟୁର ସ୍ମାର୍ଟ ଓଡ଼ିଶା ହାକାଥନ୍ ୩.o ୱେବସାଇଟ୍ ଶୁଭାରମ୍ଭ
0
SHARES
11
VIEWS


ୱେବସାଇଟ୍ ମାଧ୍ୟମରେ ନିଜର ସୃଜନଶୀଳତାକୁ ପଞ୍ଜୀକରଣ କରିବେ ଛାତ୍ରଛାତ୍ରୀ
ଭୁବନେଶ୍ବର : ଯୁବପିଢ଼ିଙ୍କ ମଧ୍ୟରେ ନବସୃଜନତା ଏବଂ ଉଦ୍ୟୋଗୀ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା ପାଇଁ ଆୟୋଜନ କରାଯାଉଛି ଓଡ଼ିଆପ୍ରେନ୍ୟୁର ସ୍ମାର୍ଟ ଓଡ଼ିଶା ହାକାଥନ୍ ୩.o । ଓଡ଼ିଶା ସରକାରଙ୍କ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ଆଇଆଇଟି ଭୁବନେଶ୍ୱରର ଗବେଷଣା ଓ ଉଦ୍ୟୋଗୀତା ବିଭାଗ ଏବଂ ୟୁନିସେଫ୍ ର ମିଳିତ ସହଯୋଗରେ ଉଚ୍ଚ ମାଧ୍ୟମିକ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଏକ ରାଜ୍ୟସ୍ତରୀୟ ହାକାଥନ୍ ର ଆୟୋଜନ କରାଯିବ । ଏହିକ୍ରମରେ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଆଜି ଓଡ଼ିଆପ୍ରେନ୍ୟୁର ୱେବପୋର୍ଟାଲ୍ ର ଶୁଭାରମ୍ଭ କରିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀମତୀ ନିୟତୀ ପଟ୍ଟନାୟକ । ଏହି ୱେବପୋର୍ଟାଲ୍ ଜରିଆରେ ଛାତ୍ରଛାତ୍ରୀମାନେ ନିଜନିଜ ସୃଜନଶୀଳତାକୁ ପ୍ରଦର୍ଶନ କରିପାରିବେ, ନିଜ ନିଜ ମେଣ୍ଟରମାନଙ୍କ ସହାୟତାରେ ସେମାନେ ୱେବପୋର୍ଟାଲ୍ ମାଧ୍ୟମରେ ନିଜ ପ୍ରକଳ୍ପଭିତ୍ତିକ ଅଭିନବ ସୃଜନଶୀଳତା ରେଜିଷ୍ଟର କରିପାରିବେ ।

କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ ଶ୍ରୀମତୀ ନିୟତୀ ପଟ୍ଟନାୟକଙ୍କ ସମେତ ଶ୍ରୀମତୀ ସ୍ମିତା ରାଉତ, ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ, ଡକ୍ଟର ନରେଶ ଚନ୍ଦ୍ର ସାହୁ, ଆସିସଟାଣ୍ଟ ପ୍ରଫେସର, ଆଇଆଇଟି ଭୁବନେଶ୍ୱର, ଲଳିତା ପଟ୍ଟନାୟକ, ଶିକ୍ଷା ବିଶେଷଜ୍ଞ, ୟୁନିସେଫ୍, ଶ୍ରୀମତୀ ସି.ଏଚ୍ ବିଜୟଲକ୍ଷ୍ମୀ, ଉପନିର୍ଦ୍ଦେଶକ, ଡ଼ ଉମାକାନ୍ତ ସେଠୀ, ଓଆଇସି, ସାମ୍ସ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକଳ୍ପ ବିଷୟରେ ଆଲୋଚନା କରି, ନିର୍ଦ୍ଦେଶକ ଶ୍ରୀମତୀ ନିୟତି ପଟ୍ଟନାୟକ କହିଛନ୍ତି ଯେ, ଓଡ଼ିଆପ୍ରେନ୍ୟୁର, ସ୍ମାର୍ଟ ଓଡ଼ିଶା ହାକାଥନ ଛାତ୍ରଛାତ୍ରୀମାନଙ୍କ ନିକଟରୁ ସର୍ବୋତ୍ତମ ନବସୃଜନ ଚିନ୍ତାଧାରାକୁ ସଂଗ୍ରହ କରିବ । ଏହା କେବଳ ନବସୃଜନକୁ ପ୍ରୋତ୍ସାହିତ କରିବା ନାହିଁ ବରଂ ଛାତ୍ରଛାତ୍ରୀମାନଙ୍କୁ ଉଦ୍ୟୋଗ ଓ ଉଦ୍ୟୋଗୀମାନଙ୍କ ସହ ମିଶିବାକୁ ସୁଯୋଗ ସୃଷ୍ଟି କରିବ ଏବଂ ସେମାନଙ୍କ ଅଭିଜ୍ଞତାରୁ ଶିଖିବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିବ ।

ଓଡ଼ିଶାର ପରବର୍ତ୍ତୀ ପିଢ଼ିର ନବସୃଜନକାରୀଙ୍କୁ ସଶକ୍ତ କରିବା ପାଇଁ ଆଇଆଇଟି ଭୁବନେଶ୍ୱର ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ସହିତ ସହଯୋଗ କରିବାକୁ ଉତ୍ସାହିତ ଥିବା ପ୍ରକାଶ କରିଛନ୍ତି ଆସିସଟାଣ୍ଟ ପ୍ରଫେସର ଡକ୍ଟର ନରେଶ ଚନ୍ଦ୍ର ସାହୁ । ଏହି ହାକାଥନ୍ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ପ୍ରତିଭା, ସୃଜନଶୀଳତା ଏବଂ ସମସ୍ୟା ସମାଧାନ ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିବ, ଏବଂ ଆମେ ସେମାନଙ୍କୁ ଉତ୍କର୍ଷତା ଆଡ଼କୁ ମାର୍ଗଦର୍ଶନ କରିବ ବୋଲି ସେ ମତ ପ୍ରକାଶ କରିଛନ୍ତି । ସେହିପରି ୟୁନିସେଫ୍ ଶିକ୍ଷା ବିଶେଷଜ୍ଞ ଲଳିତା ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ପ୍ରୟାସକୁ ପ୍ରଶଂସା କରିଛନ୍ତି । ହାକାଥନ୍ ଆୟୋଜନ ଫଳରେ ଛାତ୍ରଛାତ୍ରୀମାନଙ୍କର ନବସୃଜନ ଚିନ୍ତାଧାରାର ସଦୂପଯୋଗ ହୋଇପାରିବ ଏବଂ ସେମାନେ ସାମାଜିକ ଦୃଷ୍ଟିକୋଣରୁ ସମସ୍ୟାର ସମାଧାନ କରିପାରିବେ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ, ଡିସେମ୍ବର ୨୦୨୫ ଏବଂ ଜାନୁଆରୀ ୨୦୨୬ ରେ ହେବାକୁ ଥିବା ଏହି ହାକାଥନ୍ ରେ ଓଡ଼ିଶାର ପ୍ରାୟ ୩,୦୦୦ ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି । ଏଥିସହ ୯୦୦ ରୁ ଅଧିକ ପ୍ରକଳ୍ପ ଭିତ୍ତିକ ସୃଜନଶୀଳତା ମିଳିପାରିବ ବୋଲି ଆଶା କରାଯାଉଛି । ଏହି ହାକାଥନ୍ ରେ ମୁଖ୍ୟତଃ ଏକାଦଶ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଭାଗ ନେବେ । ସ୍ମାର୍ଟ ଓଡ଼ିଶା ହାକାଥନ୍ ରେ ମୁଖ୍ୟତଃ କୃଷି, ସ୍ୱାସ୍ଥ୍ୟସେବା, ନବୀକରଣୀୟ ଶକ୍ତି ଏବଂ ବର୍ଜ୍ୟବସ୍ତୁ ପରିଚାଳନା ଭଳି ବିଷୟବସ୍ତୁ ଉପରେ ଧ୍ୟାନ ଦିଆଯିବ । ଆସନ୍ତା ଦୁଇ ମାସ ମଧ୍ୟରେ ଏହି କାର୍ଯ୍ୟକ୍ରମ ପ୍ରଥମେ ବିଦ୍ୟାଳୟସ୍ତରରେ ପରେ ଜିଲ୍ଲାସ୍ତରରେ ଏବଂ ଶେଷରେ ରାଜ୍ୟସ୍ତରରେ ଆୟୋଜନ କରାଯିବ ।

Previous Post

ଅତିରିକ୍ତ ବଜେଟକୁ ନେଇ ବର୍ଷିଲେ ନବୀନ

Next Post

କୃଷି ଭବନରେ ଲିଙ୍ଗଗତ ଦାୟିତ୍ବବୋଧ କକ୍ଷ ଉଦଘାଟନ

FNN WEB

FNN WEB

Next Post
କୃଷି ଭବନରେ ଲିଙ୍ଗଗତ ଦାୟିତ୍ବବୋଧ କକ୍ଷ ଉଦଘାଟନ

କୃଷି ଭବନରେ ଲିଙ୍ଗଗତ ଦାୟିତ୍ବବୋଧ କକ୍ଷ ଉଦଘାଟନ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.