• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

କୃଷି ଭବନରେ ଲିଙ୍ଗଗତ ଦାୟିତ୍ବବୋଧ କକ୍ଷ ଉଦଘାଟନ

FNN WEB by FNN WEB
November 29, 2025
in ଓଡ଼ିଶା, ମୁଖ୍ୟ ଖବର
0
କୃଷି ଭବନରେ ଲିଙ୍ଗଗତ ଦାୟିତ୍ବବୋଧ କକ୍ଷ ଉଦଘାଟନ
0
SHARES
4
VIEWS

ଭୁବନେଶ୍ୱର : ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ଶ୍ରୀମତୀ ପ୍ରଭାତୀ ପରିଡା ଆଜି କୃଷି ଭବନରେ ମିଳିତ ଭାବରେ ଲିଙ୍ଗଗତ ଦାୟିତ୍ୱବୋଧ କକ୍ଷ (GRC) ଉଦଘାଟନ କରିଛନ୍ତି। ଅନ୍ତର୍ଜାତୀୟ ଖାଦ୍ୟ ନୀତି ଗବେଷଣା ପ୍ରତିଷ୍ଠାନ ସହିତ ମିଳିତ ଭାବରେ ଉଦଘାଟନ ହୋଇଥିବା ଏହି କକ୍ଷ ରାଜ୍ୟର କୃଷି ଶାସନ ବ୍ୟବସ୍ଥାରେ ଲିଙ୍ଗଗତ ସମାନତାକୁ ବ୍ୟବସ୍ଥିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହେବ। ଏହି କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଗୁରୁତ୍ୱାରୋପ କରିଥିଲେ ଯେ GRC ର ଶୁଭାରମ୍ଭ ଅନ୍ତର୍ଭୁକ୍ତିମୂଳକ କୃଷି ବିକାଶ ପ୍ରତି ଓଡ଼ିଶାର ଦୀର୍ଘକାଳୀନ ପ୍ରତିବଦ୍ଧତାକୁ ସୁଦୃଢ଼ ​​କରୁଛି। ଓଡ଼ିଶା ସର୍ବଦା ପ୍ରଗତିଶୀଳ କୃଷି ସଂସ୍କାରକୁ ସମର୍ଥନ କରିଆସିଛି, ଏବଂ ଏହି ଲିଙ୍ଗଗତ ଦାୟିତ୍ୱବୋଧ କକ୍ଷର ଶୁଭାରମ୍ଭ କୃଷି ଶାସନକୁ ଅଧିକ ଅନ୍ତର୍ଭୁକ୍ତ, ପ୍ରମାଣ-କେନ୍ଦ୍ରିତ ଏବଂ ମହିଳା ଚାଷୀଙ୍କ ଆବଶ୍ୟକତା ପ୍ରତି ପ୍ରତିକ୍ରିୟାଶୀଳ କରିବା ପାଇଁ ଆମର ସଂକଳ୍ପକୁ ପ୍ରତିଫଳିତ କରେ। ଯେହେତୁ ମହିଳାମାନେ ଆମର କୃଷି କର୍ମଶକ୍ତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, ଆମେ ନିଶ୍ଚିତ କରିବା ଉଚିତ ଯେପରି ସେମାନେ ଯୋଜନା, ବଜାର ଏବଂ ସୁଯୋଗରେ ସମାନ ପ୍ରବେଶ ପାଇବେ।

ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଏହି କକ୍ଷର ଆରମ୍ଭ କରିବାର ସମୟୋଚିତତା ଏବଂ ବ୍ୟାପକ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ, ବିଶେଷକରି ବିଶ୍ୱ ଜାତିସଂଘ ମହିଳା କୃଷକଙ୍କ ଅନ୍ତର୍ଜାତୀୟ ବର୍ଷ (୨୦୨୬) ପାଳନ କରିବାକୁ ପ୍ରସ୍ତୁତ ହେଉଥିବା ସମୟରେ ଆମେ ଏହି ସ୍ୱତନ୍ତ୍ର GRCର ଏହି ଶୁଭାରମ୍ଭ କରି ଆମ ରାଜ୍ୟର ମହିଳାମାନଙ୍କ ପ୍ରତି ଥିବା ଅଙ୍ଗୀକାରବଦ୍ଧତାକୁ ପ୍ରତିପାଦନ କରୁଛୁ। GRC ଏପରି ଏକ ମୁହୂର୍ତ୍ତରେ ଆରମ୍ଭ ହେଉଛି ଯେତେବେଳେ ସମଗ୍ର ବିଶ୍ୱର ଧ୍ୟାନ ମହିଳା କୃଷକମାନଙ୍କ ସମ୍ମୁଖୀନ ହେଉଥିବା ସମସ୍ୟା ଏବଂ ଅଧିକ ଅନ୍ତର୍ଭୁକ୍ତିମୂଳକ ବ୍ୟବସ୍ଥାର ଜରୁରୀ ଆବଶ୍ୟକତା ଉପରେ ଦୃଷ୍ଟି ଆକର୍ଷଣ କରୁଛି। ଆମର ଶାସନ ଢାଞ୍ଚାରେ ଲିଙ୍ଗଗତ ଅସମାନତାକୁ ଦୂରକରିବା ସହ ନୀତି ପ୍ରଣୟନ କରି ମହିଳା ଚାଷୀଙ୍କର ଆକାଂକ୍ଷାକୁ ପ୍ରକୃତରେ ପ୍ରତିଫଳିତ କରିବାରେ ସହଯୋଗ କରିବ । ଡ଼ ଅରବିନ୍ଦ କୁମାର ପାଢୀ, ପ୍ରମୁଖ ଶାସନ ସଚିବ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ କହିଛନ୍ତି ଯେ, ଯୋଜନା, ବଜେଟ ପ୍ରସ୍ତୁତ, ସେବା ପ୍ରଦାନ, ତଦାରଖରେ GRC ଆମକୁ ବ୍ୟବସ୍ଥିତ ଭାବରେ ଲିଙ୍ଗଗତ ଦୃଷ୍ଟିକୋଣରୁ ପ୍ରୟୋଗ କରିବାରେ ସାହାଯ୍ୟ କରିବ। ଏହି କକ୍ଷ ଏକ ବିଶ୍ଳେଷଣାତ୍ମକ କେନ୍ଦ୍ର ଭାବରେ ମଧ୍ୟ କାର୍ଯ୍ୟ କରିବ, ନୀତି ମୂଲ୍ୟାଙ୍କନ, ଲିଙ୍ଗ-ଆଧାରିତ ବଜେଟ ପ୍ରସ୍ତୁତ ଓ ତଥ୍ୟ-ଚାଳିତ ନିଷ୍ପତ୍ତି ଗ୍ରହଣକୁ ସମର୍ଥନ କରିବ।

IFPRIର ଦକ୍ଷିଣ ଏସିଆ ଆଞ୍ଚଳିକ ନିର୍ଦ୍ଦେଶକ ଡ଼ ଶାହିଦୁର ରସିଦ, ଏକ ଦୀର୍ଘକାଳୀନ ବୈଷୟିକ ଏବଂ ଜ୍ଞାନ ଅଂଶୀଦାର ଭାବରେ ରାଜ୍ୟ ପ୍ରତି IFPRIର ସମର୍ଥନକୁ ପୁନଃ ପରିପ୍ରକାଶ କରିଥିଲେ। ଉଦଘାଟନ ସମାରୋହ ଅଧିକାରୀ, ଗବେଷକ, ବିକାଶର ପ୍ରମୁଖ ଅଂଶୀଦାର ଓ ନାଗରିକ ସମାଜ ସଂଗଠନଗୁଡ଼ିକୁ ଏକ ସୁବ୍ୟବସ୍ଥିତ କୃଷି ବ୍ୟବସ୍ଥା ଗଠନ କରିବାକୁ ଏକତ୍ରିତ କରିଥିଲା ​​ଯାହା ସମାନତା ଏବଂ ଭବିଷ୍ୟତ ପନ୍ଥା ପ୍ରସ୍ତୁତ କରିବ। ଗେଟ୍ସ ଫାଉଣ୍ଡେସନର ପ୍ରତିନିଧି, କୃଷି ଏବଂ କୃଷକ ସଶକ୍ତିକରଣ, ମତ୍ସ ଓ ପ୍ରାଣୀସମ୍ପଦ, ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀମାନେ ବୈଠକରେ ଯୋଗ ଦେଇଥିଲେ।

Previous Post

ଓଡ଼ିଆପ୍ରେନ୍ୟୁର ସ୍ମାର୍ଟ ଓଡ଼ିଶା ହାକାଥନ୍ ୩.o ୱେବସାଇଟ୍ ଶୁଭାରମ୍ଭ

Next Post

ଜଟଣୀ ମଣ୍ଡଳ ସ୍ତରୀୟ ଯୁବ ମହୋତ୍ସବ ୨୦୨୫

FNN WEB

FNN WEB

Next Post
ଜଟଣୀ ମଣ୍ଡଳ ସ୍ତରୀୟ ଯୁବ ମହୋତ୍ସବ ୨୦୨୫

ଜଟଣୀ ମଣ୍ଡଳ ସ୍ତରୀୟ ଯୁବ ମହୋତ୍ସବ ୨୦୨୫

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

June 12, 2026
ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

June 11, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.