ପାରଳାଖେମୁଣ୍ଡି: ଜିଲ୍ଲା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ବିକଶିତ ଭାରତ ଯୁବ ନେତୃତ୍ବ ସଂକଳ୍ପ -୨୦୨୫ଯୁବୋତ୍ସବ ଉଦଯାପିତ ହୋଇଯାଇଛି । ଉକ୍ତ ଉତ୍ସବରେ ସହକାରୀ ଜିଲ୍ଲାପାଳ ତଥା ଜିଲ୍ଲା କ୍ରୀଡ଼ା ଅଧିକାରୀ ତ୍ରିନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଜିଲ୍ଲାପାଳ ମୁନିନ୍ଦ୍ର ହନେନାଗା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଫାଲଗୁନୀ ମାଝୀ, ଅର୍ଚ୍ଚନା କୁମାରୀ ମଙ୍ଗରାଜ, ଜିଲ୍ଲା ସଂସ୍କୃତି ଅଧିକାରୀ ଗଜପତି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଉତ୍ସବରେ ଜିଲ୍ଲାର ସମସ୍ତ ୧୫୦୨୯ବର୍ଷ ବୟସ୍କ ଯୁବକ ଯୁବତୀ ଅଂଶ ଗ୍ରହଣ କରିଥିଲେ। ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ବହୁ ସଂଖ୍ୟାରେ ଯୁବକ ଯୁବତୀ ଅଂଶଗ୍ରହଣ କରି ବିକଶିତ ଭାରତ ଗଢ଼ି ତୋଳିବାରେ ଯୁବଶକ୍ତିର ଭୂମିକା, ନେତୃତ୍ବ ନେଇ ଡିଜିଟାଲ ସକ୍ଷମତା ନେଇ ସଚେତନତା କରାଯାଇଥିଲା। ଉକ୍ତ ଉତ୍ସବରେ ଯୁବକଯୁବତୀ ମାନଙ୍କ ପାଇଁ କାହାଣୀ ଲିଖନ ପ୍ରତିଯୋଗିତା, କବିତା ଲିଖନ,ବିଜ୍ଞାନ ପ୍ରଦର୍ଶନୀ ମେଳା, ଚିତ୍ର କଳା, ଲୋକନୃତ୍ୟ ଓ ଲୋକ ଗୀତ ସଂସ୍କୃତିକ ପ୍ରତିଯୋଗିତା ଇତ୍ୟାଦି ଅନୁଷ୍ଠିତ ହୋଇଥିଲା, ସମସ୍ତ ପ୍ରତିଯୋଗିତାର ବିଜେତାମାନଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କ ଦ୍ବାରା ପ୍ରମାଣପତ୍ର ଓ ପୁରସ୍କାର ରାଶି ପ୍ରଦାନ କରଯାଇଛି। ଏହି ଯୁବୋତ୍ସବରେ ବିଭିନ୍ନ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ,ଶିକ୍ଷୟତ୍ରୀ ସହଯୋଗ କରିଥିଲେ।














