ଜଟଣୀ: ଜଟଣୀ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଜଟଣୀ ଗୋଷ୍ଠୀ ଶିକ୍ଷାଧିକାରୀ ଯୋଗେଶ ଚନ୍ଦ୍ର ସାମନ୍ତସିଂହାରଙ୍କ ଅଧ୍ୟକ୍ଷତାରେ “ଜଟଣୀ ମଣ୍ଡଳ ସ୍ତରୀୟ ଯୁବ ମହୋତ୍ସବ ୨୦୨୫” ଅନୁଷ୍ଠିତ ହୋଇଥିଲା। ଉକ୍ତ ଉତ୍ସବରେ ଜଟଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବସନ୍ତ କୁମାର ହାତୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିକଶିତ ଭାରତ ର ବିକାଶ ଦିଗରେ ଯୁବ ଛାତ୍ରଛାତ୍ରୀ ମାନଙ୍କର ପ୍ରତିଭାକୁ ବିକଶିତ କରି ରାଷ୍ଟ୍ର ନିମିତ୍ତ ସମର୍ପିତ ହବାପାଇଁ ଯୁବ ସମାଜକୁ ଉଦବୋଧନ କରିଥିଲେ। ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ସାମନ୍ତସିଂହାର ବକ୍ତବ୍ୟ ରଖିଥିଲେ ‘ଛାତ୍ରଛାତ୍ରୀ ସମଗ୍ର ପ୍ରତିଭାର ବିକାଶ ସହିତ ଚେତନାର ଉନ୍ମିଳନ ନିହାତି ଆବଶ୍ୟକ’। ଅନ୍ୟତମ ସଂମାନିତ ଅତିଥିମାନଙ୍କ ମଧ୍ୟରେ ଓଡ଼ିଶା ଇଞ୍ଜିନିୟରିଂ କଲେଜର ଅବସର ପ୍ରାପ୍ତ ପ୍ରାଧ୍ୟାପକ ଇଂ ରାଜେନ୍ଦ୍ର ପ୍ରସାଦ ନାୟକ ନିଜ ବ୍ୟକ୍ତବ୍ୟରେ ଛାତ୍ର ଛାତ୍ରୀ ମାନଙ୍କୁ ନିଜର ମନୋବଳ ଏକାଗ୍ରତାକୁ ସୃଦୃଢ କରବା ସହିତ ସାକାରତ୍ମକ ମନୋବୃତ୍ତି ନେଇ ଆଗକୁ ଯିବା ପାଇଁ ଉତ୍ସାହିତ କରିଥିଲେ। ମହାବିଦ୍ୟାଳୟର ଅଧକ୍ଷା ଡ଼ଃ ସ୍ୱପ୍ନା ମଲ୍ଲିକ ଯୁବ ମହୋତ୍ସବର ତାତ୍ପର୍ଯ୍ୟ କୁ ପ୍ରତିପାଦିତ କରିଥିଲେ।ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ପୂର୍ଣ୍ଣ ଚନ୍ଦ୍ର ବେହେରା ଏବଂ ମହାବିଦ୍ୟାଳୟର କାର୍ଯ୍ୟକ୍ରମ ସଂଯୋଜକ ଡ଼ଃ ସୁଶାନ୍ତ ବାରିକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଥିଲେ। ଜଟଣୀ ବ୍ଲକରେ ଅବସ୍ଥିତ ସମସ୍ତ ମହାବିଦ୍ୟାଳୟ ର ୧୦୦ ଜଣ ଛାତ୍ରଛାତ୍ରୀ ମୋ ଭାରତ (ମାଇଁ ଭାରତ) ପୋର୍ଟାଲ ରେ ପଞ୍ଜିକରଣ କରି ୭ଟି ବିଭାଗରେ ଭାଗ ନେଇଥିଲେ । ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଜିଲ୍ଲା ସ୍ତରକୁ ମନୋନିତ ହୋଇଥିଲେ। ପ୍ରାୟତଃ ଜଟଣୀ ମହାବିଦ୍ୟାଳୟର ବକୃତା ପ୍ରତିଯୋଗିତା ରେ ତପସ୍ୟା ସାହୁ, କବିତା ଲିଖନ ରେ ସିଦ୍ଧାର୍ଥ ଦାସ, ଗଳ୍ପ ଲିଖନ ରେ ଇତିଶ୍ରୀ ଦାସ ପ୍ରଥମ ହୋଇଥିବା ବେଳେ ଦଳଗତ ପ୍ରତିଯୋଗିତା ଲୋକନୃତ୍ୟ , ଲୋକ ଗୀତ, ବିଜ୍ଞାନ ମେଳାରେ ମଧ୍ୟ ଜଟଣୀ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସନାତନ ହରିଚନ୍ଦନ ମଦନପୁର ମହାବିଦ୍ୟାଳୟ ଚିତ୍ରାଙ୍କନ ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଡ଼ଃ ରଶ୍ମିତା ନାୟକ ଓ ଟୁଲୁ ଦେଇ ମଞ୍ଚ ପରିଚାଳନା କରିଥିଲେ। ଡ଼ଃ ଅନୁପ କୁମାର ମହାନ୍ତି, ଡ଼ଃ ତପନ ମିଶ୍ର, ଡ଼ଃ ପି କେ ପାଣିଗ୍ରାହୀ, ଡ଼ଃ ପୁଷ୍ପାଞ୍ଜଳି ସାମଲ, ଡ଼ଃ ଅନ୍ତର୍ଯ୍ୟାମୀ ପ୍ରଧାନ, ଅଜୟ କୁମାର ବରାଡ଼, ଉଗ୍ରସେନ ସୁନ୍ଦରାୟ, ଜିତ ରଞ୍ଜନ ମହାପାତ୍ର ପ୍ରମୁଖ ଏବଂ ଜଟଣୀ ବ୍ଲକର ସମସ୍ତ ସି ଆର ସି ସି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହାୟତା ପ୍ରଦାନ କରିଥିଲେ, ଯାହାଦ୍ୱାରା କାର୍ଯ୍ୟକ୍ରମ ସଫଳତାର ସହିତ ସମାପନ ହୋଇଥିଲା। ପରିଶେଷରେ ଡ଼ଃ ସୁଶାନ୍ତ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।














