ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ରାୟଗଡ଼ା ସରକାରୀ ଏସ୍ ଡି ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି। ସକାଳୁ ସକାଳୁ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ରାୟଗଡ଼ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରୁ ପବିତ୍ର କ୍ରୀଡା ମଶାଲ ଅଣାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରଶ କୁମାର ସାହୁକାରଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସନ୍ତୋଷ କୁମାର ବାରିକ ଉପସ୍ଥିତ ରହି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ କ୍ରୀଡାର ଆବଶ୍ୟକତା ଓ ଉପକାରିତା ସଂପର୍କରେ ଅବଗତ କରିଥିଲେ। ପ୍ରଥମ ଦିନରେ କନିଷ୍ଠ, ବରିଷ୍ଠ ବର୍ଗର ହାଇଜମ୍ପ,ଲଙ୍ଗଜମ୍ପ, ସଟ୍ ପୁଟ୍,ଡିସ୍କସ୍ ଦ୍ରୋଣ ଇତ୍ୟାଦି ଅନୁଷ୍ଠିତ ହୋଇଥିଲା। ଏହି କ୍ରୀଡା ଆସନ୍ତା ୩ ଧରି ଜାରି ରହିବ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସୁନନ୍ଦା ସାହୁ, ବିରଞ୍ଚି ନାରାୟଣ ରଥ, ଶିବ ପ୍ରସାଦ ଚୌଧୁରୀ, ମାନିନୀ ମିଶ୍ର, ପୁରୋଷୋତମ ମାଳି, ସୁଦର୍ଶନ ଜେନା, ସସ୍ମିତା ମଲ୍, ରବିନ୍ଦ୍ରନାଥ ମିଶ୍ର, ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ ସେହିପରି ବିଦ୍ୟାଳୟର କ୍ରୀଡା ଶିକ୍ଷକ ସନ୍ତୋଷ ପ୍ରସାଦ ପଣ୍ଡା ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।














