ପୁରୀ: ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ପକ୍ଷରୁ ଆଜି ପତିତପାବନ ଦର୍ଶନ ଓ ଶ୍ରୀମନ୍ଦିର ସମ୍ମୁଖରେ କୋହିନୁର ହୀରା ଓ ଶ୍ରୀଜଗନ୍ନାଥ ବ୍ରହ୍ମ କମଳ ଫୁଲ ଅରକ୍ଷିତକୁ ଦଇବ ସାହା ରୋହିଣୀ କୁଣ୍ଡ, ମୁକ୍ତି ମଣ୍ଡପ ଓ ଅନ୍ୟାନ୍ୟ ଏଆଇ ଭିଡିଓ କାହାଣୀ ୟୁଟ୍ୟୁବରେ ଲୋକାର୍ପଣ ହୋଇଯାଇଛି। ପୂର୍ବରୁ ଅନୁଷ୍ଠାନ ପକ୍ଷରୁ ମହାପ୍ରଭୁଙ୍କ ବହୁ ବିଷୟରେ ଏଆଇ ଭିଡ଼ିଓରେ କାହାଣୀ କରାଯାଇ ୟୁଟ୍ୟୁବରେ ଛଡ଼ାଯାଇଛି। ଆମେ ଯେଉଁ ଶରୀର ସହିତ ଆମେ ଜନ୍ମ ନେଉଛୁ, ତାହା ପାଇଁ ଦାୟୀ ଆମେ ନୁହେଁ। କିନ୍ତୁ ଯେଉଁ ଚରିତ୍ର, ବ୍ୟକ୍ତିତ୍ୱ ଓ ପ୍ରଭାବ ସହିତ ଏହି ଲୋକରୁ ବିଦାୟ ନେବୁ ତାର ପୂର୍ଣ୍ଣ ଦାୟିତ୍ୱ ଆମର ନିଜର। ଆମର ଓଡିଶା ତଥା ଭାରତ ବର୍ଷର ଯୁବ ସମାଜ ମଧ୍ୟ ବୟସ ଓ ବରିଷ୍ଠ ଗୁରୁଜନ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରନ୍ତୁ। କିଛି ଅନୁଷ୍ଠାନ ଶ୍ରୀଜଗନ୍ନାଥ ସଂସ୍କୃତିକୁ ଅବମାନନା କରି ନିଜେ ସ୍ରଷ୍ଟା ହୋଇ ବିଭିନ୍ନ ପୁରାତନ ଗ୍ରନ୍ଥର ଲେଖାକୁ ନିଜକୁ ସୁହାଇଲା ଭଳି ପରିବର୍ତ୍ତନ କରି ନିଜର ପ୍ରଚାର ବିଶ୍ୱରେ କରି ସନାତନ ଧର୍ମର ଦାୟିତ୍ୱ ତାଙ୍କ ହାତରେ ବୋଲି ପ୍ରକାଶ କରୁଛନ୍ତି। ସମୟ ଆସିଛି ଆମ ସଂସ୍କୃତିର ପ୍ରଚାର ଓ ପ୍ରସାର ଆମେ ହାତକୁ ନେବା, ଯେଉଁ ଅନୁଷ୍ଠାନ ସ୍ରଷ୍ଟାଙ୍କ ବିରୋଧରେ କାର୍ଯ୍ୟ କରି ବିଶ୍ୱର ସାଧାରଣ ଜନସମାଜକୁ ବିପଦ ଭିତରକୁ ଟାଣି ନେଉଛି ତାହା କରିବାରେ କେବେ ବି ସଫଳତା ପାଇବେରିବେନି ବୋଲି ଆମର ଦୃଢ଼ ବିଶ୍ୱାସ। ଶରୀର ଦେଇଥାନ୍ତି ମାତାପିତା, କିନ୍ତୁ ଚରିତ୍ର ଗଠନ କରେ ନିଜର ବିଚାର, ନିଜର କର୍ମ ଏବଂ ନିଜର ସାଧନାଭଗବାନ ଆମକୁ ଜନ୍ମର ଅବସର ଦେଇଛନ୍ତି। କିନ୍ତୁ ଜୀବନକୁ ଦିବ୍ୟ କରିବାର ଅବସର ଆମେ ନିଜେ ସୃଷ୍ଟି କରୁ। ଶରୀର ଅନିତ୍ୟ ଆସିବ ଓ ଯିବ, କିନ୍ତୁ ଚରିତ୍ର ଓ ପ୍ରଭାବ ଅମର। ଅବତାର ଆସିବ ଜୀବ, କିନ୍ତୁ ଆମେ ହିଁ ଶ୍ରେଷ୍ଠ ଏହା ଚାହିଁବା ଶତ ପ୍ରତିଶତ ଭୁଲ,ସେହି ସତ୍ କର୍ମ, ସଦ୍ ଭାବନା ଓ ସତ୍ ଚିନ୍ତନରେ ଗଢ଼ା ଜୀବନ ହିଁ ମନୁଷ୍ୟ କୁ ଦିବ୍ୟ ମନୁଷ୍ୟ ରେ ପରିଣତ କରେ। ଶ୍ରୀଜଗନ୍ନାଥ ସଂସ୍କୃତି ପକ୍ଷରୁ ସୋନୁ ସାହୁ ଦିବ୍ୟଶକ୍ତି ମହାପାତ୍ର ରାହୁଲ ପଲେଇ ସୋନୁପ ଦାସ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରି ଥିଲେ। ଜୀବନ ଆମର କିନ୍ତୁ ତାହାକୁ ଦେବମୟ କରିବା ଆମ ନିଜ ଦାୟିତ୍ୱ।














