• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ରାଜଧାନୀରେ ପୁଣି ଶିକ୍ଷକଙ୍କ ହୁଙ୍କାର, ଗ୍ରେଡ୍ ପେ’ ବୃଦ୍ଧି ଓ ଠିକା ବ୍ୟବସ୍ଥା ଉଚ୍ଛେଦ ଦାବିରେ ଗର୍ଜନ

FNN WEB by FNN WEB
December 5, 2025
in ଓଡ଼ିଶା, ମୁଖ୍ୟ ଖବର
0
ରାଜଧାନୀରେ ପୁଣି ଶିକ୍ଷକଙ୍କ ହୁଙ୍କାର, ଗ୍ରେଡ୍ ପେ’ ବୃଦ୍ଧି ଓ ଠିକା ବ୍ୟବସ୍ଥା ଉଚ୍ଛେଦ ଦାବିରେ ଗର୍ଜନ
0
SHARES
1
VIEWS

ଭୁବନେଶ୍ବର: ଶିକ୍ଷା ହେଉଛି ବିକାଶର ଅନ୍ୟତମ ବଳିଷ୍ଠ ମାଧ୍ୟମ। ବ୍ୟକ୍ତିଗତ ଓ ସାମାଜିକ ବିକାଶକୁ ନେଇ ଦେଶର ଭବିଷ୍ୟତ କଳ୍ପନା କରାଯାଇ ପାରିବ। ଶିକ୍ଷାର ବିକାଶ ପାଇଁ ସରକାର ସବୁବେଳେ ଚିନ୍ତା କରୁଛନ୍ତି ବୋଲି କହୁଛନ୍ତି। ମନ୍ତ୍ରୀ ଠାରୁ ଆରମ୍ଭ କରି ଅଧିକାରୀ ପର୍ଯ୍ୟନ୍ତ ଭାଷଣବାଜି କରୁଛନ୍ତି। କିନ୍ତୁ ବାସ୍ତବରେ ଶିକ୍ଷା ପ୍ରତି ସରକାର ଏବଂ ପ୍ରଶାସନ କେତେ ଚିନ୍ତିତ ଏଠାରେ ଉପସ୍ଥାପିତ ୨ଟି ଫଟୋ ହିଁ ବୟାନ କରୁଛି। ବିଦ୍ୟାଳୟ ଭଳି ପବିତ୍ର ମନ୍ଦିରରେ ଶିକ୍ଷାର୍ଥୀ ହେଉଛନ୍ତି ଦେବତା ସଦୃଶ୍ୟ ଏବଂ ଏହି ଦେବତାରୂପୀ ପିଲାମାନଙ୍କୁ ଭଲ ମଣିଷ କରିବା ପାଇଁ ବଡ଼ ଦାୟିତ୍ବ ନେଇଥାନ୍ତି ପୂଜାରୀରୂପୀ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ। ମାତ୍ର କ୍ଷୋଭର ବିଷୟ ହେଲା ଯେ, ଆଜି ସେମାନେ ନିଜର ଅଧିକାର ପାଇପାରି ନଥିବାରୁ ରାଜରାସ୍ତାରେ ଛିଡ଼ା ହୋଇଛନ୍ତି। ବିଦ୍ୟାଳୟରେ ଶିକ୍ଷାଦାନ କରିବା ବଦଳରେ ରାଜଧାନୀ ଭୁବନେଶ୍ବରରେ ଅଧିକାର ମାଗୁଛନ୍ତି। ବିଧାନସଭା ଶୀତକାଳୀନ ଅଧିବେଶନ ଜାରି ଥିବା ବେଳେ ଏକ ଗୋଷ୍ଠୀର ହଜାର ହଜାର ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ରାଜରାସ୍ତାରେ ସ୍ବର ଉତ୍ତୋଳନ କରୁଛନ୍ତି। ସେହିପରି ଆଗାମୀ ଦିନରେ ଅନ୍ୟ ଏକ ଶିକ୍ଷକ ଗୋଷ୍ଠୀ ବିଧାନସଭା ଘେରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

ସପ୍ତଦଶ ବିଧାନସଭାର ଶୀତକାଳୀନ ଅଧିବେଶନ ଜାରି ଥିବା ବେଳେ ଶୁକ୍ରବାର ପ୍ରାଥମିକ ଶିକ୍ଷକମାନେ ଗର୍ଜନ କରିଛନ୍ତି। ମହାତ୍ମା ଗାନ୍ଧିମାର୍ଗରେ ହଜାରେ ହଜାରେ ସଂଖ୍ୟାରେ ପ୍ରାଥମିକ ଶିକ୍ଷକମାନେ ଆନ୍ଦୋଳନକୁ ଓହ୍ଲାଇ ସରକାରଙ୍କ ବ୍ୟବସ୍ଥା ଉପରେ ପ୍ରଶ୍ନ କରିଛନ୍ତି ଏବଂ ନିଜର ଅଧିକାର ଦାବି କରିଛନ୍ତି। ମହାତ୍ମା ଗାନ୍ଧୀ ମାର୍ଗରେ ହଜାର ହଜାର ଶିକ୍ଷକ ଓ ଶିକ୍ଷୟତ୍ରୀ ଏକାଠି ହୋଇଛନ୍ତି। ଏମାନେ ୨ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସେମାନେ ଦାବି କରିଛନ୍ତି ଯେ, ପ୍ରାଥମିକ ଶିକ୍ଷକମାନଙ୍କର ମୂଳ ପଦବିକୁ ଅପଗ୍ରେଡ଼୍ କରି ମୂଳ ବେତନ ୩୫ ହାଜର ୪ ଶହ ଟଙ୍କା ଏବଂ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରୁ ଠିକା ପ୍ରଥା ଉଚ୍ଛେଦ କରି କାର୍ଯ୍ୟରତ ସମସ୍ତ ଶିକ୍ଷକମାନଙ୍କ ଠିକା କାର୍ଯ୍ୟକାଳକୁ ମୂଳ ଚାକିରିରେ ଗଣନା ସହ ନୋସନାଲ୍ ଇନକ୍ରିମେଣ୍ଟ୍ ପ୍ରଦାନ କରାଯାଉ। ୧ଲକ୍ଷ ୫୦ ହଜାରରୁ ଊର୍ଦ୍ଧ୍ବ ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟତ୍ରୀ ଦୀର୍ଘଦିନରୁ ଏହି ଦାବି କରି ଆସୁଛନ୍ତି।

ଅନ୍ୟପଟରେ ରାଜ୍ୟ ପ୍ରାଥମିକ ଶିକ୍ଷକ (ଏକ୍ସକ୍ୟାଡ଼ର) ମହାସଙ୍ଘ ଆସନ୍ତା ୧୫ ତାରିଖ ଦିନ ବିଧାନସଭା ଘେରିବାକୁ ପ୍ରସ୍ତୁତ ହେଉଛନ୍ତି। ଏନେଇ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି ନେଇଛନ୍ତି। ଭୁବନେଶ୍ୱର ଠାରେ ରାଜ୍ୟ ସଭାପତି ଜୟନ୍ତୀଲାଲ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ କାର୍ଯ୍ୟରତ ୨୨ହଜାର ଶିକ୍ଷକଙ୍କୁ କ୍ୟାଡର ଭୁକ୍ତ କରିବା ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ସରକାର ଏଥପ୍ରତି ଦୃଷ୍ଟି ଦେଉନଥିବାରୁ ରାଜ୍ୟ ମହାସଙ୍ଘ ଅସନ୍ତୋଷ ପ୍ରକାଶ କରିଛି। ରାଜ୍ୟ ମହାସଙ୍ଘ ପକ୍ଷରୁ କ୍ୟାଡର ଭୁକ୍ତ ପାଇଁ ସରକାରଙ୍କୁ ବହୁବାର ଦାବିପତ୍ର ଦେବା ସହ ଆଲୋଚନା କରି ଆସୁଥିଲେ ମଧ୍ୟ ଏଥିପ୍ରତି ସରକାର ଦୃଷ୍ଟି ଦେଉ ନଥିବା ଅଭିଯୋଗ ହୋଇଛି। ଆଜି ମହାସଙ୍ଘର ରାଜ୍ୟ ମହାସଚିବ ବିଶ୍ୱ ରଂଜନ ଦାସ, କାର୍ଯ୍ୟକାରୀ ସଭାପତି ଅଲେଖ ସାହୁ, ଉପସଭାପତି ଉମେଶ ସ୍ୱାଇଁ, ରାଜେନ୍ଦ୍ର ପୃଶେଠ, ରାଜକିଶୋର ପ୍ରଧାନ, ବିଷ୍ଣୁ ପଣ୍ଡା, ଅମୁଲ୍ୟ ପାତ୍ର ପ୍ରମୁଖ ଯୋଗ ଦେଇ ଆନ୍ଦୋଳନକୁ ଓଲ୍ଲାଇବାକୁ ନିଷ୍ପତ୍ତି ନେଇଥିବା ଆଜି ଏକ ପ୍ରେସ୍‌ ବିଜ୍ଞପ୍ତିରେ ରାଜ୍ୟ ମିଡ଼ିଆ ସଂପାଦକ ରଂଜୁ ଅମାତ ସୂଚନା ଦେଇଛନ୍ତି।

Previous Post

ସାଙ୍ଗକୁ ପୋଡିବା ଧମକ, ଦୁଇ ଅଭିଯୁକ୍ତ ଗିରଫ

Next Post

ଜିଲ୍ଲାସ୍ତରୀୟ ବିଶ୍ବ ମୃତ୍ତିକା ଦିବସ ପାଳିତ

FNN WEB

FNN WEB

Next Post
ଜିଲ୍ଲାସ୍ତରୀୟ ବିଶ୍ବ ମୃତ୍ତିକା ଦିବସ ପାଳିତ

ଜିଲ୍ଲାସ୍ତରୀୟ ବିଶ୍ବ ମୃତ୍ତିକା ଦିବସ ପାଳିତ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

March 5, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.