• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବ୍ୟାପକ ସମୀକ୍ଷା

FNN WEB by FNN WEB
December 6, 2025
in ଓଡ଼ିଶା, ମୁଖ୍ୟ ଖବର
0
ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବ୍ୟାପକ ସମୀକ୍ଷା
0
SHARES
2
VIEWS

 MGNREGA, ପାନୀୟ ଜଳ ଯୋଗାଣ, ଶ୍ରମ କଲ୍ୟାଣକୁ ସୁଦୃଢ଼ କରିବା ଉପରେ ଧ୍ୟାନ
 ପଞ୍ଚାୟତିରାଜ ଓ ପାନୀୟ ଜଳ ବିତରଣ କ୍ଷମତା ବୃଦ୍ଧି କରିବା ପାଇଁ ଖାଲି ପଦବୀ ସମୀକ୍ଷା ଆରମ୍ଭ
 ଗ୍ରାମାଞ୍ଚଳ ଓଡ଼ିଶାରେ ଅନ୍ତ୍ୟୋଦୟ ଏବଂ ଗଣତାନ୍ତ୍ରିକ ତୃଣମୂଳ ସ୍ତରର ସଶକ୍ତିକରଣ ଉପରେ ଗୁରୁତ୍ୱ

ଭୁବନେଶ୍ୱର : ଭୁବନେଶ୍ୱରର ଲୋକସେବା ଭବନର କାର୍ଯ୍ୟାଳୟ ପ୍ରକୋଷ୍ଠରେ ଆଜି ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ଏକ ଉଚ୍ଚସ୍ତରୀୟ ବ୍ୟାପକ ସମୀକ୍ଷା ବୈଠକ ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ମାନ୍ୟବର ମନ୍ତ୍ରୀ ରାଜ୍ୟ ସରକାରଙ୍କ ଦ୍ୱାରା ସମର୍ଥିତ ଅତିରିକ୍ତ ୨୦୦ ଦିନର ନିଯୁକ୍ତିର ପ୍ରଭାବଶାଳୀ ବ୍ୟବସ୍ଥା ମାଧ୍ୟମରେ ଦାଦନପ୍ରବଣ ଅଞ୍ଚଳରେ ଦାଦନ ସମସ୍ୟାକୁ ରୋକିବା ଉପରେ ବିଶେଷ ଧ୍ୟାନ ଦେଇ MGNREGA କାର୍ଯ୍ୟାନ୍ୱୟନର ସମୀକ୍ଷା କରିଥିଲେ । ସେ ସମୟସୀମା ମଧ୍ୟରେ ମଜୁରୀ ପ୍ରଦାନ, ଗୁଣାତ୍ମକ ଗ୍ରାମୀଣ ଭିତ୍ତିଭୂମି ସୃଷ୍ଟି ଏବଂ ସ୍ଥାୟୀ ଜୀବିକା ବୃଦ୍ଧି ନିମନ୍ତେ ପ୍ରଥମ ୧୦୦ ଦିନ ପାଇଁ ୯୮ ଟଙ୍କା ଓ ପରବର୍ତ୍ତୀ ୨୦୦ ଦିନ ପାଇଁ ୩୭୧ ଟଙ୍କା ଅତିରିକ୍ତ ରାଜ୍ୟ ସହାୟତା ଜାରି ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଶ୍ରମ କାର୍ଡ ପଞ୍ଜୀକରଣ ଏବଂ ଲାଭ ବଣ୍ଟନ ସମୀକ୍ଷା କରି, ମାନ୍ୟବର ମନ୍ତ୍ରୀ ସମସ୍ତ ଯୋଗ୍ୟ ଶ୍ରମିକଙ୍କୁ ଶ୍ରମ କାର୍ଡ ପ୍ରଦାନ କରିବା ସହ ସେମାନଙ୍କୁ ସମୟସୀମା ମଧ୍ୟରେ ସ୍ୱଚ୍ଛ ଭାବରେ ସମସ୍ତ ଗ୍ରହଣୀୟ ସୁବିଧା ପ୍ରଦାନକୁ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ୨୦୭ ମେଗା ପାନୀୟ ଜଳ ପ୍ରକଳ୍ପ ଏବଂ ଅନ୍ୟାନ୍ୟ ଜାରି ରହିଥିବା ପଦକ୍ଷେପ ସମେତ ରାଜ୍ୟବ୍ୟାପୀ ପାନୀୟ ଜଳ ଯୋଗାଣ ଭିତ୍ତିଭୂମିର ଅଗ୍ରଗତି ବାବଦରେ ମଧ୍ୟ ସମୀକ୍ଷା କରାଯାଇଥିଲା । ମାର୍ଚ୍ଚ ୨୦୨୭ ସୁଦ୍ଧା ସମସ୍ତ ଗ୍ରାମୀଣ ପରିବାରକୁ ସ୍ୱଚ୍ଛ ନିରାପଦ ପାନୀୟ ଜଳ ସୁନିଶ୍ଚିତ କରିବା କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।
ରାଜ୍ୟରେ PESAର କାର୍ଯ୍ୟାନ୍ୱୟନ ସ୍ଥିତି ସମୀକ୍ଷା କରାଯାଇଥିଲା । ବିଭିନ୍ନ ବିଭାଗରୁ ମତାମତ ଗ୍ରହଣ କରାଯାଇଛି ଏବଂ ଡ୍ରାଫଫ ନିୟମାବଳୀକୁ ଆଗାମୀ ବୈଠକରେ ଜନଜାତୀୟ ପରାମର୍ଶଦାତା କମିଟି ସମ୍ମୁଖରେ ଅବଲୋକନ ପାଇଁ ରଖାଯିବ ବୋଲି ସୂଚନା ଦିଆଯାଇଥିଲା ।
ବିକାଶିତ ଗାଁ ବିକାଶ ଓଡ଼ିଶା (BGBO) ଅଧୀନରେ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରି, ମାନ୍ୟବର ମନ୍ତ୍ରୀ ବ୍ୟାପକ ଗ୍ରାମୀଣ ବିକାଶ ପାଇଁ ଲକ୍ଷ୍ୟ ରଖାଯାଇଥିବା ପ୍ରକଳ୍ପଗୁଡ଼ିକର ସମୟସୀମା ସମାପ୍ତ କରିବା ପାଇଁ ରିଅଲ- ଟାଇମ ତଦାରଖ ଉପରେ ଗୁରୁତ୍ୱାରୋପ କରିଥିଲେ ।

ଅନ୍ତ୍ୟୋଦୟ ଗୃହ ଯୋଜନା ଅଧୀନରେ, ଯୋଗ୍ୟ ହିତାଧିକାରୀଙ୍କୁ ୧.୬୮ ଲକ୍ଷ ଘର ଯୋଗାଇ ଦିଆଯାଇ ସାରିଛି । ମାନ୍ୟବର ମନ୍ତ୍ରୀ ସେସବୁର ନିର୍ମାଣ ଗୁଣବତ୍ତା ତଦାରଖ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଅବଶିଷ୍ଟ ହିତାଧିକାରୀଙ୍କୁ ସଠିକ୍‌ ଭାବରେ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ଦ୍ୱାରା ପ୍ରତ୍ୟେକ ଯୋଗ୍ୟ ପରିବାର ଲାଭ ପାଇପାରିବେ ଏବଂ ତୃଣମୂଳ ସ୍ତର ପର୍ଯ୍ୟନ୍ତ ବିକାଶକୁ ସୁନିଶ୍ଚିତ କରିବାରେ ଅନ୍ତ୍ୟୋଦୟର ସ୍ୱପ୍ନ ପୂରଣ ହୋଇପାରିବ ବୋଲି ସେ ମତପ୍ରକାଶ କରିଥିଲେ । ବିଭାଗରେ ଖାଲି ପଦବୀଗୁଡ଼ିକର ମଧ୍ୟ ସମୀକ୍ଷା କରାଯାଇଥିଲା । ମାନ୍ୟବର ମନ୍ତ୍ରୀ ଏକ ବିସ୍ତୃତ ମାନବସମ୍ବଳ ମୂଲ୍ୟାଙ୍କନ ସହ ପୂର୍ବରୁ ଥିବା ଖାଲି ପଦବୀ ପୂରଣ ପାଇଁ ପ୍ରସ୍ତାବର ପ୍ରକ୍ରିୟାକରଣ ପାଇଁ ପରାମର୍ଶ ଦେଇଥିଲେ । ଆବଶ୍ୟକ ସ୍ଥଳେ, ବିଭାଗକୁ ସୁଦୃଢ଼ କରିବା ପାଇଁ ନୂତନ ପଦବୀ ସୃଷ୍ଟି ନିମନ୍ତେ ମଧ୍ୟ ପ୍ରସ୍ତାବ ଦିଆଯିବ ବୋଲି ସେ ପ୍ରକାଶ କରିଥିଲେ। ଏହା ସହ ମାନ୍ୟବର ହାଇକୋର୍ଟଙ୍କ ନିକଟରେ ବିଚାରାଧୀନ ଥିବା ମାମଲାଗୁଡ଼ିକର ମଧ୍ୟ ବିଧି ମୁତାବକ ତ୍ୱରିତ ପ୍ରକ୍ରିୟାକରଣ ପାଇଁ ନିୟୋଜନକାରୀ ସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କୁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀ ଏସ.ଏନ. ଗିରିଶ, ନିର୍ଦ୍ଦେଶକ (ପାନୀୟ ଜଳ ଏବଂ ପରିମଳ) ଶ୍ରୀ ବିନୀତ ଭରଦ୍ୱାଜ, ନିର୍ଦ୍ଦେଶକ (ସ୍ୱତନ୍ତ୍ର ପ୍ରକଳ୍ପ) ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ନିର୍ଦ୍ଦେଶକ (ଏସ୍‌ଆଇଆର୍‌ଡ଼ି) ଶ୍ରୀମତୀ ମଧୁମିତା ସାମଲ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Previous Post

ଭାରତ-ରୁଷ୍ ମଧ୍ୟରେ ବହୁ ଚୁକ୍ତି ସ୍ବାକ୍ଷରିତ

Next Post

କିମ୍‍ସରେ ପେନ୍‍ ମ୍ୟାନେଜମେଣ୍ଟ ସମ୍ମିଳନୀ ଉଦ୍‍ଘାଟିତ

FNN WEB

FNN WEB

Next Post
କିମ୍‍ସରେ ପେନ୍‍ ମ୍ୟାନେଜମେଣ୍ଟ ସମ୍ମିଳନୀ ଉଦ୍‍ଘାଟିତ

କିମ୍‍ସରେ ପେନ୍‍ ମ୍ୟାନେଜମେଣ୍ଟ ସମ୍ମିଳନୀ ଉଦ୍‍ଘାଟିତ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

March 5, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.