• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଜିଲ୍ଲାସ୍ତରୀୟ ମାଣ୍ଡିଆ ଓ ହରଡ଼ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ

FNN WEB by FNN WEB
December 10, 2025
in ଓଡ଼ିଶା, ମୁଖ୍ୟ ଖବର
0
ଜିଲ୍ଲାସ୍ତରୀୟ ମାଣ୍ଡିଆ ଓ ହରଡ଼ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ
0
SHARES
12
VIEWS

ପାରଳାଖେମୁଣ୍ଡି : ଆଜି ଗଜପତି ଜିଲ୍ଲା ସଦରମହକୁମା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ମାଣ୍ଡିଆ ଓ ହରଡ଼ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମୁନୀନ୍ଦ୍ର ହୋନେନାଗାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପରିଷଦ ସଭାପତି ଶ୍ରୀଯୁକ୍ତ ଜି.ତିରୁପତି ରାଓ, ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଶ୍ରୀ ଅଂଶୁମାନ ମହାପାତ୍ର, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଏମ.ପ୍ରକାଶ ରାଓ ପ୍ରମୁଖ ଉପସ୍ଥିତରେ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେ ଚଳିତ ଖରିଫ ଋତୁ ପାଇଁ ମାଣ୍ଡିଆ ଓ ହରଡ କିଣା ଯାଇପାରିବ ସେନେଇ ଆଲୋଚନା କରାଯାଇଥିଲା। ମାଣ୍ଡିଆ ଓ ହରଡର କ୍ରୟ ନୀତି, MSP ବିବରଣୀ, MPAS ଅନଲାଇନ ପୋର୍ଟାଲ ରେ କୃଷକ ନିବନ୍ଧନ ପ୍ରଗତି,ମଣ୍ଡି ପ୍ରସ୍ତୁତି ଏବଂ ବ୍ଲକ୍-ଭିତ୍ତିକ ଲକ୍ଷ୍ୟ ସମ୍ପର୍କରେ ଅଲୋଚନା ହୋଇଥିଲା। ଖରିଫ ମାର୍କେଟିଂ ୨୦୨୫-୨୬ ପାଇଁ ମାଣ୍ଡିଆ ର MSP-୪୮୮୬/- ଟଙ୍କା ଓ ହରଡର ୮୦୦୦ /- ଟଙ୍କା ପ୍ରତି କ୍ୱିଣ୍ଟାଲ୍ ନିର୍ଦ୍ଧାରିତ ହୋଇଛି ଏବଂ FAQ ନମୁନା ଅନୁସାରେ ଚାଷୀ ମାନଙ୍କ ଠାରୁ ସରକାର ମାଣ୍ଡିଆ ଓ ହରଡ କିଣିବା ପାଇଁ ଧାର୍ଯ୍ୟ କରାଯାଇଛି। ଜିଲ୍ଲାର ୬ଟି ବ୍ଲକ୍‌ରେ ୨୩ଟି କେନ୍ଦ୍ର ସ୍ଥାପିତ ହେବ। ମୋଟ ୯ଟି ବ୍ଳକ୍ ସ୍ତରୀୟ କିଣିବା ସଂସ୍ଥା BLPA (୫ FPO ଏବଂ ୪ BLF) ଖରିଦ କାର୍ଯ୍ୟକୁ ସମ୍ଭାଳିବେ।
ଏହି ବର୍ଷ ପାଇଁ ଜିଲ୍ଲାର ରାଗି (ମାଣ୍ଡିଆ) ଖରିଦ ଲକ୍ଷ୍ୟ ୨୫ହଜାର କ୍ୱିଣ୍ଟାଲ୍ ରଖାଯାଇଛି। ଜିଲ୍ଲା ପୋର୍ଟାଲରେ ୬୪୬୫ ନୂଆ କୃଷକ ନିବନ୍ଧନ ଲକ୍ଷ୍ୟ ରହିଛି। ସେହିପରି ହରଡର ୫ ଗୋଟି ମଣ୍ଡି ୫ଟି ସ୍ଥାନରେ ଓ ୮୦୦୦ ସର୍ବନିମ୍ନ ସରକାରଙ୍କ ନିର୍ଦ୍ଧାରିତ ଦରରେ ଚାଷୀ ମାନଙ୍କ ଠାରୁ କ୍ରୟ କରାଯିବ। ମଣ୍ଡି ଖୋଲିବା ପାଇଁ ଜାନୁୟାରୀ ୨୦୨୬ ପ୍ରଥମ ସପ୍ତାହ ପ୍ରସ୍ତାବ ରଖାଯାଇଛି। ଖରିଦ ହୋଇଥିବା ସମସ୍ତ ମାଣ୍ଡିଆକୁ ଚାଷୀଙ୍କ ଠାରୁ ସରକାରଙ୍କ କେନ୍ଦ୍ରୀୟ ଗୃହ ତଥା ବିଭିନ୍ନ କେନ୍ଦ୍ରୀୟ ଗୋଦାମ କୁ ଗାଡ଼ି ମାଧ୍ୟମରେ ନେବା ଓ ମାଣ୍ଡିଆ କିଣିବାରେ ସପ୍ତାହ ମଧ୍ୟରେ ସେମାନଙ୍କ ବ୍ୟାଙ୍କ ଖାତାକୁ ବିକ୍ରୀ ରାଶି ମଧ୍ୟ ଆସିବା ବିଷୟରେ ଆଲୋଚନା କରାଗଲା। ସ୍ଥାନୀୟ ସ୍ଵୟଂ ସହାୟକ ଗୋଷ୍ଠୀ ଓ ଅନ୍ୟ ବିଭାଗ ଦ୍ଵାରା ସଂଗ୍ରହ କରିବା ପାଇଁ ବ୍ୟବସ୍ଥା ରହିଅଛି। ସେହିପରି ପ୍ରତ୍ୟେକ ବ୍ଲକ୍‌ର ଗୋଷ୍ଠୀ କୃଷି ଅଧିକାରୀ ମାନେ ନୋଡାଲ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବେ । ଭାରପ୍ରାପ୍ତ ଜିଲ୍ଲାପାଳ ଏହି ସମସ୍ତ କାର୍ଯ୍ୟକୁ ଅଧିକାରୀ ମାନଙ୍କୁ କୃଷକ ମାନଙ୍କ ସହିତ ସମନ୍ୱୟ ରଖି ମାଣ୍ଡିଆ ଓ ହରଡ଼ ସଂଗ୍ରହ କରିବାରେ ସୁଚାରୁରୂପେ ପରିଚାଳନା କରିବା ପାଇଁ ପରାମର୍ଶ ଦେଇଥିଲେ।

ସେହିପରି ଆଞ୍ଚଳିକ ସ୍ତରରେ କୃଷି ଓ ଯନ୍ତ୍ରପାତି ମେଳା-୨୦୨୫-୨୬ ଉପଲକ୍ଷେ ମଧ୍ଯ ଆଲୋଚନା କରାଯାଇଥିଲା। ଉକ୍ତ ମେଳା ଆସନ୍ତା ଜାନୁୟାରୀ ୬ରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ଗଜପତି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେବ। କୃଷକମାନଙ୍କୁ ବିଭିନ୍ନ କୃଷି ଯନ୍ତ୍ରପାତି ସଂପର୍କରେ ଜଣାଇବା ଏବଂ କିଭଳି ସହଜରେ ଉପଲବ୍ଧ କରାଇବା ନେଇ ଏହି ମେଳା ଅନୁଷ୍ଠିତ ହେବ । ଉକ୍ତ ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳାରେ ଗଜପତି,ଗଞ୍ଜାମ, ରାୟଗଡ଼ା, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ଉଦ୍ୟୋଗୀ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଅଛି। ଉକ୍ତ ମେଳାରେ ୧୦୦ରୁ ଉର୍ଦ୍ଧ୍ବ ଗୋଟି ଷ୍ଟଲ ଖୋଲାଯାଇ ବିଭିନ୍ନ ଆଧୁନିକ କୃଷି ଯନ୍ତ୍ରପାତି ପ୍ରଦର୍ଶନ କରିବା ସହିତ ରିହାତି ଦରରେ ଚାଷୀ ଓ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଅଛି। ଜିଲ୍ଲାର ବିଭିନ୍ନ ବିଭାଗ ତଥା ଉଦାନ କୃଷି, ମତ୍ସ, ପ୍ରାଣୀ ସମ୍ପଦ ବିକାଶ, ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା, ଓଡିଶା କୃଷି ଶିଳ୍ପ ନିଗମ, ମିଶନ ଶକ୍ତି ଓ ଓଡିଶା ମିଲେଟ୍ ମିଶନ ଭଳି ବିଭିନ୍ନ ବିଭାଗ ନିଜ ନିଜ ବିଭାଗର ଯନ୍ତ୍ରପାତି ପ୍ରଦର୍ଶିତ କରାଯିବ । ଫଳରେ ଚାଷୀମାନେ ବିଭିନ୍ନ ଚାଷ ସଂପର୍କରେ ଜ୍ଞାନ ଅର୍ଜନ କରିବା ସହିତ କୃଷିର ବିକାଶ ହେବା କୃଷକଙ୍କୁ ସଚେତନ କରାଯିବା ବୋଲି ଆଲୋଚନା କରାଯାଇଛି। ଉକ୍ତ ବୈଠକରେ ଅତିରିକ୍ତ କୃଷି ଅଧିକାରୀ ଶ୍ରୀମତୀ ଶୁଭଶ୍ରୀ ପ୍ରିୟଦର୍ଶିନୀ ଓ ସଂଘମିତ୍ରା ପ୍ରଧାନ,ନାବାର୍ଡ ବ୍ୟାଙ୍କ ଅଧିକାରୀ ଶ୍ରୀ ପ୍ରତୀକ କୁମାର ପଣ୍ଡା, ସହକାରୀ କୃଷି ଅଧିକାରୀ ଶ୍ରୀ କେ.ସୁରୋଜ କୁମାର ସାହୁ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Previous Post

ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍ ପାରିତ

Next Post

ସ୍ୱାସ୍ଥ୍ୟକେନ୍ଦ୍ର କାର୍ଯ୍ୟକୁ ନେଇ ଅସନ୍ତୋଷ, ଆଗକୁ ଆନ୍ଦୋଳନ ଚେତାବନୀ ଦେଲେ ଅଞ୍ଚଳବାସୀ!

FNN WEB

FNN WEB

Next Post
ସ୍ୱାସ୍ଥ୍ୟକେନ୍ଦ୍ର କାର୍ଯ୍ୟକୁ ନେଇ ଅସନ୍ତୋଷ, ଆଗକୁ ଆନ୍ଦୋଳନ ଚେତାବନୀ ଦେଲେ ଅଞ୍ଚଳବାସୀ!

ସ୍ୱାସ୍ଥ୍ୟକେନ୍ଦ୍ର କାର୍ଯ୍ୟକୁ ନେଇ ଅସନ୍ତୋଷ, ଆଗକୁ ଆନ୍ଦୋଳନ ଚେତାବନୀ ଦେଲେ ଅଞ୍ଚଳବାସୀ!

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

June 4, 2026
ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026
ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ

ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ

June 4, 2026
ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

June 4, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

June 4, 2026
ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.