ପାରଳାଖେମୁଣ୍ଡି:ସରକାର ସ୍ୱାସ୍ଥ୍ୟ କ୍ଷେତ୍ରର ଭିତିଭୂମିକୁ ସୁଦୃଢ଼ କରିବାପାଇଁ ବିଭିନ୍ନ ପ୍ରକାର ଯୋଜନା ମାନ କରିବା ସହ ଶହ ଶହ କୋଟି ବ୍ୟୟ ମଞ୍ଜୁରୀ କରି ମେଡିକାଲ କୋଠାବାଡି ନିର୍ମାଣ କରୁଛି କିନ୍ତୁ ଗୁମ୍ମା ବ୍ଲକ ନାମନଗଡ ପଞ୍ଚାୟତର ନାମନଗଡ ଗ୍ରାମରେ ମେଡିକାଲ କୋଠା ନିର୍ମାଣ ରେ ଅବହେଳାର ଅଭିଯୋଗ ହୋଇଛି। ଗ୍ରାମବାସୀଙ୍କ ସୂଚନା ଅନୁସାରେ ତାଙ୍କ ଗ୍ରାମବାସୀଙ୍କ ଦାବି ଅନୁସାରେ ସରକାର ଏକ ନୂତନ ମେଡିକାଲ କୋଠା ନିର୍ମାଣ କରିବା ନିମନ୍ତେ ଏକ କୋଟି ଟଙ୍କା ମଞ୍ଜୁରୀ କଲେ। ଏହି କୋଠା ନିର୍ମାଣ ନିମନ୍ତେ ଭୁବନେଶ୍ୱରର ଏମ ବି ସି ସି ନାମକ ଏକ ଠିକା ସଂସ୍ଥା ହାତକୁ ନେଲା। ଯାହା ନିର୍ମାଣର ଅବଧି ନଅ ମାସରେ ସମାପ୍ତ କରିବାପାଇଁ ଚୁକ୍ତି ମଧ୍ୟ ହୋଇଛି। ବିଡମ୍ବନାର ବିଷୟ ସେହି ଠିକା ସଂସ୍ଥା କେବଳ ମୂଳଦୁଆପାଇଁ ଗାତ ଖୋଳି ଆଜକୁ ବର୍ଷେରୁ ଅଧିକ ସମୟ ହେବ ନିର୍ମାଣ କାର୍ଯ୍ୟ ସ୍ଥଗିତ ରଖିଛି। ଅଞ୍ଚଳ ବାସୀଙ୍କ ଆଶା ଥିଲାଯେ ବଡ଼ ମେଡିକାଲ ହେଲେ ଆଉ ପାରଳାଖେମୁଣ୍ଡି ମେଡିକାଲକୁ ଯିବାକୁ ପଡିବନାହିଁ କିନ୍ତୁ ଏହି ଆଶା ଦିନକୁ ଦିନ ମଉଳିବାକୁ ବସିଲାଣି ଓ ଏହି କାର୍ଯ୍ୟ ଯଥା ଶୀଘ୍ର ଆରମ୍ଭ ନ କରାଗଲେ ରାଜରାସ୍ତାକୁ ଓଲ୍ହାଇବାକୁ କ୍ଷେତ୍ରୀବର ବିଷୋୟୀ, କୈଳାଶ ମହାଙ୍କୁଡ, ମାଥିଉ କାର୍ଜି ଓ ମେଖମାଲ ଲିମ୍ମା ଚେତାବନୀ ଦେଇଛନ୍ତି। ଏସମ୍ପର୍କରେ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ ଉକ୍ତ ଠିକା ସଂସ୍ଥାକୁ ଚିଠି କରାଯାଇଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇନଥିବା କହିଛନ୍ତି।














