ଭୁବନେଶ୍ୱର: ରୋଟାରୀ କ୍ଲବ ପରିସରରେ ରାଜ୍ ମିଡିଆ ଲକ୍ଷ୍ମୀ ଟେଲିଭିଜନ ନେଟୱାର୍କର ନ୍ୟୁଜ ନ୍ୟୁଜ ଚ୍ୟାନେଲ ରିପବ୍ଲିକ ଓଡ଼ିଶା ର ନବମ ସ୍ଵନକ୍ଷତ୍ର ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର କୁ ପୂର୍ବତନ ଲୋକସଭା ସାଂସଦ ତଥା କୋରାପୁଟ ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀଯୁକ୍ତ ଝିନ୍ନ ହିକକା ଉଦ୍ ଘାଟନ କରିଥିଲେ, ସେହିପରି ବିଷମକଟକ ବିଧାୟକ ଶ୍ରୀଯୁକ୍ତ ନିଳମାଧବ ହିକକା , ରାୟଗଡ଼ା ସାଂସଦ ପ୍ରତିନିଧି ଦିଲିପ କୁମାର ପଟ୍ଟନାୟକ, ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା, ଶିକ୍ଷାବିତ ଓ କବି ଡଃ ଚିତ୍ତରଞ୍ଜନ ବିଶ୍ୱାଳ ମୂଖ୍ୟ ବକ୍ତା ଭାବେ ଯୋଗଦେଇ ରାଜନୈତିକ ପଶାପାଲି ରେ ଗଣମାଧ୍ୟମ ବଳି ପଡୁଛି ଶିର୍ଷକ ଆଲୋଚନା ଚକ୍ର ରେ ଭାବଗର୍ଭକ ଆଲୋଚନା କରିଥିଲେ। ଗଣମାଧ୍ୟମର ଭୂମିକାକୁ କୁ ଭୁୟସି ପ୍ରଶଂସା କରିଥିଲେ। ଗଣତନ୍ତ୍ର ର ସୁରକ୍ଷା ପାଇଁ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଆସନ ଅଧିକାର କରିଥିବା ବକ୍ତା ମାନେ ପ୍ରକାଶ କରିଛନ୍ତି। ରାଜ୍ ମିଡିଆ ଲକ୍ଷ୍ମୀ ଟେଲିଭିଜନ ନେଟୱାର୍କର ନିର୍ଦ୍ଦେଶକ ଡଃ ରାଜେଶ କୁମାର ମାହାନ୍ତି ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟ ରେ ବରିଷ୍ଠ ଆଇନଜୀବୀ ଦିଲିପ କୁମାର ମହାପାତ୍ର, ସମାଜସେବୀ ଇ ସନ୍ତୋଷ କୁମାର ହୋତା, ବରିଷ୍ଠ ସାମ୍ବାଦିକ ଲଲାଟେନ୍ଦୁ ମିଶ୍ର ଯୋଗ ଦେଇ ଗଣତନ୍ତ୍ର ର ସୁରକ୍ଷା ରେ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ।
ହରିହର ଶତପଥୀ ବାର୍ଷିକ ବିବରଣୀ ପାଠ କରିଥିଲେ। ବିରେନ୍ଦ୍ର ପାଣ୍ଡେ କାର୍ଯ୍ୟ କ୍ରମର ସଂଯୋଜନା କରିଥିଲେ।ତ୍ରିନାଥ ବେସ୍ରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ୮୦ ରୁ ଉର୍ଦ୍ଧ ବରିଷ୍ଠ ଓ ଯୁବ ସାମ୍ବାଦିକ , କଳାକାର, ସମାଜସେବୀଙ୍କୁ ସମ୍ୱର୍ଦ୍ଧନା ପ୍ରଦାନ କରାଯାଇଥିଲା।ନବମ ସ୍ଵନକ୍ଷତ୍ର ସମାରୋହ ରେ ବକ୍ତା ମାନେ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରି ଏହି ଅନୁଷ୍ଠାନ ଦିନେ ଓଡ଼ିଶାର ପ୍ରଗତି ର ପଥପ୍ରଦର୍ଶକ ହେବ ବୋଲି ମତପୋଷଣ କରିଥିଵା ବେଳେ ସାମ୍ବାଦିକ ତଥା ସ୍ତମ୍ଭକାର ଶ୍ରୀଯୁକ୍ତ ପ୍ରମୋଦ କିଶୋର ପରିଡ଼ା ସହଯୋଗ କରିଥିଲେ।














