ଭୁବନେଶ୍ୱର : ଆଜି ରାଜ୍ୟ କୃଷି ଭବନ ଅଡିଟୋରିୟମ୍ରେ ଆୟୋଜିତ କାର୍ଯ୍ୟକ୍ରମରେ ନାଗରିକତା ସଂଶୋଧନ ଅଧିନିୟମ (CAA), ୨୦୧୯ ଆଇନ ଅନୁଯାୟୀ ୩୫ ଜଣ ବ୍ୟକ୍ତିବିଶେଷଙ୍କୁ ଭାରତୀୟ ନାଗରିକତା ପ୍ରମାଣପତ୍ର କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୂଚନା ଯୋଗ୍ୟଯେ
ନବରଙ୍ଗପୁର ଜିଲ୍ଲାରୁ ଆସିଥିବା ଏହି ୩୫ ଜଣ ବ୍ୟକ୍ତିବିଶେଷଙ୍କୁ ସମସ୍ତ ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ଭାରତର ନାଗରିକତା ପ୍ରଦାନ କରାଯାଇଛି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ମାନନୀୟ ଶ୍ରୀ ନରେନ୍ଦ୍ର ମୋଦୀଜୀ ଏବଂ ଗୃହମନ୍ତ୍ରୀ ଶ୍ରୀ ଅମିତ୍ ଶାହଜୀଙ୍କର ଏହି ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ, ପଡ଼ୋଶୀ ରାଷ୍ଟ୍ରମାନଙ୍କରେ ଧାର୍ମିକ ନିର୍ଯ୍ୟାତନାର ଶିକାର ହୋଇଥିବା ଶରଣାର୍ଥୀମାନଙ୍କୁ ଭାରତ ଭୂମିରେ ସମ୍ମାନର ସହିତ ଜୀବନଯାପନ କରିବାର ଅଧିକାର ଦେଇଛି। ଏହା କେବଳ ଏକ ଆଇନଗତ ପ୍ରକ୍ରିୟା ନୁହେଁ, ବରଂ ଏହା ଭାରତୀୟ ସଂସ୍କୃତିର ଚିରନ୍ତନ ମୂଲ୍ୟବୋଧ ‘ବସୁଧୈବ କୁଟୁମ୍ବକମ୍’ ଏବଂ ମାନବିକତା ପ୍ରତି ଆମର ପ୍ରତିବଦ୍ଧତାକୁ ପୁନଃପ୍ରତିଷ୍ଠିତ କରୁଛି ବେୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।














