• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

FNN WEB by FNN WEB
December 12, 2025
in ଓଡ଼ିଶା, ମୁଖ୍ୟ ଖବର
0
ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
0
SHARES
6
VIEWS

ଆଗକୁ ଓଡ଼ିଶାର ବିଭିନ୍ନ ଇକୋ-ରିଟ୍ରିଟ୍ ସ୍ଥାନରେ ରାଜ୍ୟ କ୍ୟାବିନେଟ ବୈଠକ ଓ ମନ୍ତ୍ରୀ ମଣ୍ଡଳ ବୈଠକ ହେବ

ଓଡ଼ିଶା ଇକୋ-ରିଟ୍ରିଟ ପର୍ଯ୍ୟଟନ କ୍ଷେତ୍ରରେ ଏକ ମଡେଲ ଭାବେ ଅନ୍ୟ ରାଜ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି

ଆମର ଲକ୍ଷ୍ୟ ହେଉଛି ଏସିଆର ଶ୍ରେଷ୍ଠ ୫ଟି Eco Cultural Tourism Hub ମଧ୍ୟରେ ସ୍ଥାନ ହାସଲ କରିବା – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ ମୁହାଁଣ ନିକଟରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ହୋଇଛି ୭ମ ଇକୋ-ରିଟ୍ରିଟ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଉତ୍ସବକୁ ଉଦ୍‌ଘାଟନ କରି କହିଛନ୍ତି ଯେ, ପର୍ଯ୍ୟଟନ ପାଇଁ ରାଜ୍ୟ ସରକାର ଯେତେପ୍ରକାର ପଦକ୍ଷେପ ନେଉଛନ୍ତି, ତନ୍ମମଧ୍ୟରୁ ‘ଇକୋ-ରିଟ୍ରିଟ୍’ ସବୁଠାରୁ ଆକର୍ଷଣୀୟ ।

କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ଆଗାମୀ ଦିନ ଗୁଡିକରେ ଓଡ଼ିଶାର ବିଭିନ୍ନ ପ୍ରସିଦ୍ଧ ପର୍ଯ୍ୟଟନ ଅଂଚଳ ମାନଙ୍କରେ ହେଉଥିବା ଇକୋ-ରିଟ୍ରିଟ୍ ସ୍ଥାନରେ ରାଜ୍ୟ ସରକାରଙ୍କର କ୍ୟାବିନେଟ ବୈଠକ ଓ ମନ୍ତ୍ରୀ ମଣ୍ଡଳ ବୈଠକ ମଧ୍ୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ଓଡ଼ିଶାର ପର୍ଯ୍ୟଟନ ବିଭାଗ ପକ୍ଷରୁ କରାଯାଉଥିବା ପରିବେଶଭିତ୍ତିକ ଏହି ଇକୋ-ରିଟ୍ରିଟ ସାରା ଭାରତବର୍ଷରେ ସୁନାମ ଅର୍ଜନ କରିବା ସହିତ ସଫଳତା ହାସଲ କରିପାରିଛି। ଭାରତବର୍ଷରେ ଓଡ଼ିଶା ଇକୋ-ରିଟ୍ରିଟ ପର୍ଯ୍ୟଟନ କ୍ଷେତ୍ରରେ ଏକ ମଡେଲ ଭାବେ ଅନ୍ୟ ରାଜ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସାତକୋଶିଆ, ଭିତରକନିକା, ଦାରିଙ୍ଗବାଡ଼ି, ସୋନାପୁର ଏବଂ କୋଣାର୍କରେ ଏହି ସବୁ ଇକୋ-ରିଟ୍ରିଟ୍ ଗୁଡ଼ିକ ଓଡ଼ିଶାର ପରିବେଶ ପର୍ଯ୍ୟଟନର ଗୁରୁତ୍ୱ ବୃଦ୍ଧି କରିଛି। ସ୍ଥାନୀୟ ଲୋକମାନଙ୍କ ପାଇଁ ଜୀବିକା ସୃଷ୍ଟି, ପରିବେଶ ସମ୍ପର୍କରେ ସଚେତନତା ସୃଷ୍ଟି, ସ୍ଥାନୀୟ ଅର୍ଥନୀତିର ଅଭିବୃଦ୍ଧି-ଏସବୁ କ୍ଷେତ୍ରରେ ଇକୋ-ରିଟ୍ରିଟ୍ ଏକ ମଡେଲ ଅଭିଯାନ ବୋଲି କହିବା ସହିତ ଓଡ଼ିଶାର ଅନ୍ୟାନ୍ୟ ପ୍ରାକୃତିକ ସ୍ଥାନରେ ଏହିପରି ବ୍ୟବସ୍ଥା କରାଯାଉ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ନିର୍ମାଣରେ ଏକ ଅଗ୍ରଣୀ ଭୂମିକା ନେବା ପାଇଁ ଓଡ଼ିଶା ଯାତ୍ରା ଆରମ୍ଭ କରିଛି । ଏଥିରେ ବିଭିନ୍ନ କ୍ଷେତ୍ର ସହିତ ପର୍ଯ୍ୟଟନର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କାରଣ, ପର୍ଯ୍ୟଟନ ହେଉଛି ଏପରି ଏକ କ୍ଷେତ୍ର, ଯାହା ନିମ୍ନ ଆୟକାରୀ ବର୍ଗଙ୍କ ମଧ୍ୟରେ ବ୍ୟାପକ ନିଯୁକ୍ତି ସୃଷ୍ଟି କରେ । କେବଳ ସେତିକି ନୁହେଁ, ଏହା ଆମ ଐତିହ୍ୟ, ସଂସ୍କୃତି, ପରମ୍ପରା, ଖାଦ୍ୟ, ଜୀବନଶୈଳୀ ସବୁକିଛିର ପ୍ରଚାର ପ୍ରସାରରେ ସହାୟକ ହୁଏ ।

ଭିଜନ ଓଡ଼ିଶା ଅନୁଯାୟୀ ଆମର ଲକ୍ଷ୍ୟ ହେଉଛି ଏସିଆର ଶ୍ରେଷ୍ଠ ୫ଟି Eco Cultural Tourism Hub ମଧ୍ୟରେ ସ୍ଥାନ ହାସଲ କରିବା । ଅତି କମ୍‌ରେ ୧୫ଟି ଆଇକନିକ୍ ସ୍ଥାନକୁ ବିକଶିତ କରିବା ଏବଂ ୨୫ ଲକ୍ଷ ଜୀବିକା ସୃଷ୍ଟି କରିବା ଆମର ଲକ୍ଷ୍ୟ । ଓଡ଼ିଶାରେ ଇକୋ ଟୁରିଜିମ, ଆଡଭେଞ୍ଚର ଟୁରିଜିମ, ହେରିଟେଜ ଟୁରିଜିମ, କଲ୍‌ଚରାଲ ଟୁରିଜିମ ଆଦି ଅନେକ ପ୍ରକାର ଟୁରିଜିମ ପ୍ରଡକ୍ଟ ପାଇଁ ସୁଯୋଗ ଭରି ରହିଛି । ୨୦୪୭ ସୁଦ୍ଧା ବର୍ଷକୁ ୫ କୋଟି ସ୍ୱଦେଶୀ ପର୍ଯ୍ୟଟକ ଓ ୭ ଲକ୍ଷ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ପାଇଁ ଆମେ ଲକ୍ଷ୍ୟ ରଖିଛୁ। ଏଥିପାଇଁ ଓଡ଼ିଶା ତା’ର ଯାତ୍ରା ଆରମ୍ଭ କରିଛି ବୋଲି ସେ କହିଥିଲେ।

ଓଡିଶାକୁ ପର୍ଯ୍ୟଟକଙ୍କ ପାଇଁ ସବୁଠାରୁ ପସନ୍ଦଯୋଗ୍ୟ ଲକ୍ଷ୍ୟସ୍ଥଳରେ ପରିଣତ କରିବାକୁ ହେଲେ, ଚିରାଚରିତ ମଡେଲରେ ସମ୍ଭବ ନୁହେଁ। ଆଗାମୀ ବର୍ଷ ମାନଙ୍କରେ ଓଡିଶାକୁ ବହୁତ ଅଧିକ ପର୍ଯ୍ୟଟକ ଆସିବାର ସମ୍ଭାବନା ଅଛି। ତେବେ ଆମକୁ ଏବେଠୁ ପ୍ରସ୍ତୁତ ହେବାକୁ ପଡିବ। ପର୍ଯ୍ୟଟନରେ PPP ମୋଡ ଅତ୍ୟନ୍ତ ଆବଶ୍ୟକ। ତେଣୁ, ଆଗାମୀ ଦିନରେ ଆମ ସରକାର ଏହି ବିଷୟରେ ଅଧିକ ମାନସ ମନ୍ଥନ କରିବେ ଏବଂ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ପରିଶେଷରେ କହିଥିଲେ।

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଆଗକୁ କିପରି ଏହି ଇକୋ ରିଟ୍ରିଟକୁ ଆହୁରି ବ୍ୟବସ୍ଥିତ କରାଯାଇ ଅନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠିତ କରାଯାଇ ପାରିବ ସେ ନେଇ ବିଭିନ୍ନ ପରାମର୍ଶ ଦେଇଥିଲେ ।

ଉକ୍ତ ଉଦଘାଟନ ଉତ୍ସବରେ ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ, କାକଟପୁର ବିଧାୟକ ଶ୍ରୀ ତୁଷାରକାନ୍ତି ବେହେରା, ସତ୍ୟବାଦୀ ବିଧାୟକ ଶ୍ରୀ ଓମ ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟକ ଶ୍ରୀମତୀ ଉପାସନା ମହାପାତ୍ର, ପୁରୀ ବିଧାୟକ ସୁନୀଲ ମହାନ୍ତି, ପର୍ଯ୍ୟଟନ ସଚିବ ଶ୍ରୀ ବଳବନ୍ତ ସିଂ, ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡା ପ୍ରମୁଖ ମଞ୍ଚାସୀନ ଥିଲେ।

Previous Post

ରାମଚଣ୍ଡୀରେ ‘ଓଡ଼ିଶା ୱାଟରମ୍ୟାନସିପ୍ ଏବଂ ଲାଇଫଗାର୍ଡ ପ୍ରତିଷ୍ଠାନ’ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

Next Post

ଦୁର୍ଘଟଣାରେ ଅଧ୍ୟାପକ ମୃତ: ଘଟଣାସ୍ଥଳରେ ଉତ୍ତେଜନା

FNN WEB

FNN WEB

Next Post
ଦୁର୍ଘଟଣାରେ ଅଧ୍ୟାପକ ମୃତ: ଘଟଣାସ୍ଥଳରେ ଉତ୍ତେଜନା

ଦୁର୍ଘଟଣାରେ ଅଧ୍ୟାପକ ମୃତ: ଘଟଣାସ୍ଥଳରେ ଉତ୍ତେଜନା

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.