ପାରାଦୀପ : ପାରାଦୀପ ଚଣ୍ଡିଖୋଲ ୫୩ ନଂ ରାଜପଥ ଲକଥାନା ଅନ୍ତର୍ଗତ ଦୋଛକିରେ ଶନିବାର ସନ୍ଧ୍ୟାରେ ଦୁର୍ଘଟଣା ଘଟି ଜଣେ ଅଧ୍ଯାପକଙ୍କ ମୃତ୍ୟୁ ଘଟିଛି।ସେ ହେଲେ କୁଜଙ୍ଗ କଲେଜର କମ୍ପୁଟର ଅଧ୍ୟାପକ ଅଜୟ ରାଉତ।ଦୁର୍ଘଟଣା ପରେ ସେହି ସ୍ଥାନରେ ଉତ୍ତେଜନା ପ୍ରକାଶ ପାଇଛି।ଶବ ରାସ୍ତା ଉପରେ ରହିଛି।ଫଳରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି।ଘଟଣା ସ୍ଥଳରେ ଲକଥାନା ପୋଲିସ ପହଞ୍ଚି ଲୋକଙ୍କ ସହ ଆଲୋଚନା ଚଳାଇଛି।ମୃତକ ଅଜୟ ଏକ ସ୍କୁଟି ଯୋଗେ କୁଜଙ୍ଗରୁ ପାରାଦୀପ ଅଭିମୁଖେ ଆସୁଥିବା ବେଳେ ପାରାଦୀପରୁ ଚଣ୍ଡିଖୋଲ ଯାଉଥିବା ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା।ଘଟଣା ସ୍ଥଳରେ ଅଜୟ ତଳେ ପଡି ଯାଇଥିଲେ।ତାଙ୍କ ଉପରେ ଟ୍ରକ ଚଢି ଯିବାରୁ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଦୋଛକି ନିକଟରେ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଚାଲିଛି।ଏବଂ ଫ୍ଲାଏଓଭର ମଧ୍ୟ ନିର୍ମାଣ ହେଉଛି।ସେଠାରେ ୪ ଲେନ୍ ରାସ୍ତା ବନ୍ଦ କରାଯାଇ ଗୋଟିଏ ପଟେ ଗାଡି ଚଳାଚଳ ପାଇଁ ରଖାଯାଇଛି।ସେହି ସ୍ଥାନରେ ଏମିତି ଦୁର୍ଘଟଣା ଘଟିଛି।ମୃତକଙ୍କ ଘର କୁଜଙ୍ଗ ଥାନା ଅନ୍ତର୍ଗତ ଗୋପିଆକୁଦ ଗ୍ରାମର ବୋଲି ଜଣାପଡିଛି।ଖବରପାଇ ତାଙ୍କ ଗାଁ ଲୋକ ଘଟଣା ସ୍ଥଳରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।














