• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ପୂର୍ବ ଭାରତର ଉଦୟ ଦେଶର ଭବିଷ୍ୟତକୁ ଗଢ଼ି ତୋଳିବ: ରାଜ୍ୟପାଳ

FNN WEB by FNN WEB
December 13, 2025
in ଓଡ଼ିଶା, ମୁଖ୍ୟ ଖବର
0
ପୂର୍ବ ଭାରତର ଉଦୟ ଦେଶର ଭବିଷ୍ୟତକୁ ଗଢ଼ି ତୋଳିବ: ରାଜ୍ୟପାଳ
0
SHARES
4
VIEWS

ଭୁବନେଶ୍ୱର : ପୂର୍ବ ଭାରତର ଉଦୟ ଦେଶର ଭବିଷ୍ୟତକୁ ଗଢି ତୋଳିବ। ପୂର୍ବ ଭାରତର ଉଦୟ ଭାରତର ଭବିଷ୍ୟତର ଅଭିବୃଦ୍ଧି ପଥକୁ ପରିଭାଷିତ କରିବ ଏବଂ ଓଡ଼ିଶାର ପ୍ରଗତି ସମଗ୍ର ଅଞ୍ଚଳରେ ବିକାଶର ଏକ ନୂତନ ପର୍ଯ୍ୟାୟକୁ ପ୍ରଜ୍ଜ୍ୱଳିତ କରିବ l ଭୁବନେଶ୍ବର ଠାରେ ଆୟୋଜିତ ‘ ପୂର୍ବୋଦୟ ଦୃଷ୍ଟିକୋଣ -୨୦୨୫ ‘ ଆନ୍ତର୍ଜାତୀୟ ସମ୍ମିଳନୀକୁ ଉଦଘାଟନ କରି ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମାପାଟି ଶନିବାର କହିଛନ୍ତି।

ରାଜ୍ୟପାଳ କହିଥିଲେ ଯେ ଏହି କାର୍ଯ୍ୟକ୍ରମ କେବଳ ଏକ ଶିକ୍ଷାଗତ କିମ୍ବା ନୀତିଗତ ମଞ୍ଚ ନୁହେଁ ବରଂ ଭାରତର କ୍ରମ ବିକଶିତ ଆକାଂକ୍ଷା, ସଭ୍ୟତାଗତ ଆତ୍ମବିଶ୍ୱାସ ଏବଂ ପୂର୍ବ ଭାରତର ପୂର୍ଣ୍ଣ ସମ୍ଭାବନାକୁ ଉନ୍ମୁକ୍ତ କରିବା ପାଇଁ ସାମୂହିକ ପ୍ରତିବଦ୍ଧତାର ପ୍ରତିଫଳନ l ପୂର୍ବ ଭାରତ ଏକଦା ସମୃଦ୍ଧିର ଆଲୋକବର୍ତ୍ତିକା ଥିଲା l ଏହା ସମୃଦ୍ଧ ବନ୍ଦର, ବ୍ୟାପକ ବାଣିଜ୍ୟ ନେଟୱାର୍କ, ପ୍ରସିଦ୍ଧ ଶିକ୍ଷା କେନ୍ଦ୍ର ଏବଂ ସାଧବ ଗୋଷ୍ଠୀ ପାଇଁ ଗର୍ବ କରୁଥିଲା। ସମୟ ସହିତ ଐତିହାସିକ ବାଧା, ଦୀର୍ଘକାଳ ଧରି ଅବହେଳା ଏବଂ ଭିତ୍ତିଭୂମିଗତ ପ୍ରତିବନ୍ଧକ ଏହି ଅଞ୍ଚଳକୁ ପଛରେ ପକାଇ ଦେଇଥିଲା।

ରାଜ୍ୟପାଳ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଏବେ ଏକ ଐତିହାସିକ ମୋଡ଼ରେ ପହଞ୍ଚିଛି। ପୂର୍ବୋଦୟ ମିଶନର ଶୁଭାରମ୍ଭ ଏହି ସ୍ୱୀକୃତିକୁ ପ୍ରତିଫଳିତ କରେ ଯେ, ପୂର୍ବ ଭାରତର ଉତଥାନ କେବଳ ଏହି ଅଞ୍ଚଳ ପାଇଁ ନୁହେଁ ବରଂ ଦେଶର ସାମଗ୍ରିକ ପ୍ରଗତି ଏବଂ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ଗଠନର ଦୃଷ୍ଟିକୋଣ ପାଇଁ ଗୁରୁତ୍ୱପୂର୍ଣ୍ଣ। ରାଜ୍ୟପାଳ ଉଲ୍ଲେଖ କରିଥିଲେ ଯେ ଏହି ଅଞ୍ଚଳ ସମ୍ପ୍ରତି ସଂଯୋଗୀକରଣ, ଭିତ୍ତିଭୂମି, ଶିଳ୍ପ, ଶକ୍ତି ଏବଂ ମାନବ ବିକାଶରେ ଦ୍ରୁତ ଅଭିବୃଦ୍ଧି ହାସଲ କରିଛି, ଯାହା ରାସ୍ତା, ରେଳପଥ, ବନ୍ଦର, ବିମାନବନ୍ଦର ଏବଂ ଡିଜିଟାଲ୍ ନେଟୱାର୍କରେ ଗୁରୁତ୍ୱପୂର୍ଣ୍ଣ ନିବେଶ ଦ୍ୱାରା ପରିଚାଳିତ ହେଉଛି l

ପୂର୍ବୋଦୟ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶାର ଭୂମିକା ଉପରେ ରାଜ୍ୟପାଳ ଆଲୋକପାତ କରି ରାଜ୍ୟର ଅନ୍ତର୍ନିହିତ ଶକ୍ତି, ଏହାର ପ୍ରଚୁର ପ୍ରାକୃତିକ ସମ୍ପଦ, ସୁଦୀର୍ଘ ଉପକୂଳ, ଦକ୍ଷ କର୍ମଚାରୀ, ସ୍ଥିର ଶାସନ ଢାଞ୍ଚା ଏବଂ ଦୃଢ଼ ଓ ସ୍ୱତନ୍ତ୍ର ସାଂସ୍କୃତିକ ପରିଚୟ ଉପରେ ଅବତାରଣା କରିଥିଲେ। ରାଜ୍ୟପାଳ ଉଲ୍ଲେଖ କରିଥିଲେ ଯେ, ଓଡ଼ିଶାର ସାମ୍ପ୍ରତିକ ପଦକ୍ଷେପଗୁଡ଼ିକ ଯଥା- ସେମିକଣ୍ଡକ୍ଟର ଇକୋସିଷ୍ଟମରେ ପ୍ରବେଶ, ରେଳ ଏବଂ ବନ୍ଦର ଓ ବିମାନ ବନ୍ଦର ଭିତ୍ତିଭୂମିର ପ୍ରସାର, ସବୁଜ ହାଇଡ୍ରୋଜେନ୍ ଜୋନ୍ର ବିକାଶ ଏବଂ ବ୍ୟାପକ ଭାବେ ପର୍ଯ୍ୟଟନ ଏବଂ ଐତିହ୍ୟ ପ୍ରକଳ୍ପର ନିରନ୍ତର ଅଭିବୃଦ୍ଧି ବିକାଶର ପ୍ରମୁଖ ବାହକ ସାଜିଛି l

ଓଡ଼ିଶାର ଐତିହାସିକ ପରିଚୟ କଳିଙ୍ଗ ବୋଲି ଉଲ୍ଲେଖ କରି ରାଜ୍ୟପାଳ କହିଛନ୍ତି ଯେ, ଦକ୍ଷିଣ-ପୂର୍ବ ଏସିଆ ସହିତ ପ୍ରାଚୀନ ସାମୁଦ୍ରିକ ଏବଂ ସାଂସ୍କୃତିକ ସମ୍ପର୍କର ପୁନରୁଦ୍ଧାର, ଭାରତର ପୂର୍ବାଞ୍ଚଳ ନୀତି ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ସହଭାଗୀତା ସହିତ ଦୃଢ଼ ଭାବରେ ସମନ୍ୱିତ ହେବା ଉଲ୍ଲେଖନୀୟ। ରାଜ୍ୟପାଳ ବିଶ୍ୱାସ ପ୍ରକଟ କରିଥିଲେ ଯେ,ଏହି ସମ୍ମିଳନୀ ଭାରତର ପୂର୍ବାଞ୍ଚଳକୁ ଦକ୍ଷିଣ-ପୂର୍ବ ଏସିଆ ସହିତ ସଂଯୋଗ କରୁଥିବା ଅର୍ଥନୈତିକ କରିଡରକୁ ସୁଦୃଢ଼ କରିବା ପାଇଁ ବ୍ୟବହାରିକ ନୀତି ସୃଷ୍ଟି କରିବ, ଯାହା ସ୍ଥାୟୀ ଏବଂ ସମାବେଶୀ ଆଞ୍ଚଳିକ ସମୃଦ୍ଧିକୁ ପ୍ରୋତ୍ସାହିତ କରିବ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏକ ଭିଡିଓ ଅଭିଭାଷଣ ପ୍ରଦର୍ଶିତ ହୋଇଥିଲା, ଯାହା ପ୍ରେରଣାଦାୟକ ଥିଲା। ଫେଡେରାଲ୍ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ ନେପାଳର ରାଷ୍ଟ୍ରଦୂତ ଡ.ଶଙ୍କର ପ୍ରସାଦ ଶର୍ମା, ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ (ନୀତି ଯୋଜନା ଏବଂ ଗବେଷଣା) ଅପର୍ଣ୍ଣା ରାୟ ବକ୍ତବ୍ୟ ପ୍ରଦାନ କରିଥିଲେ l ଭାରତ ସରକାରଙ୍କ ପୂର୍ବତନ ସଚିବ ଏବଂ ଦି ଏନର୍ଜି ଫୋରମର ଟ୍ରଷ୍ଟି ସିଦ୍ଧାର୍ଥ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l

Previous Post

ମହାନତା ଦେଖାଇଲେ ନବୀନ, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

Next Post

ଗଜପତି: ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣରେ ସେଞ୍ଚୁରିଆନ ପବଲିକ ସ୍କୁଲର ଛାତ୍ରଙ୍କ ଉତ୍କୃଷ୍ଟ ସଫଳତା

FNN WEB

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

March 5, 2026
ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ-ସୁଜିତ, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

March 5, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

March 5, 2026
ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ ପଟ୍ଟନାୟକ

March 5, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.