ପାରଳାଖେମୁଣ୍ଡି :ନିଷ୍ଠାପର ଭlଵରେ ଜଣେ ଡାକ୍ତର ନିଜ କର୍ମ କରି ଅଞ୍ଚଳ ବାସୀଙ୍କ ହୃଦୟ ଜିତି ପାରିଥିବା ବେଳେ ହଟାତ ତାଙ୍କ ବଦଳି ହୋଇଥିବା ନେଇ ସ୍ଥାନୀୟ ଅଞ୍ଚଳ ରେ ଅସନ୍ତୋଷ ଦେଖାଯାଇଛିl ଏମିତି କିଛି ଘଟଣା ଦେଖୁବାକୁ ମିଳିଛି ଗଜପତି ଜିଲ୍ଲା ଉଦୟଗିରି ବ୍ଲକ ରାମଗିରି ରେ ଥିବା ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିବା ଡାକ୍ତର ବ୍ରଜରାଜ କର ଅଳ୍ପ କିଛି ଦିନ ଭିତରେ ନିଜ କାମ ପାଇଁ ଅଞ୍ଚଳ ବାସୀଙ୍କ ମନରେ ଘର କରି ପାରିଛନ୍ତି l ନିଜ ଦାୟିତ୍ୱ କୁ ଖୁବ ସୁନ୍ଦର ଭାବରେ ପରିଚାଳନା କରି ଆସୁଥିଲେ l ପ୍ରତ୍ୟେକ ରୋଗୀଙ୍କୁ ନିଜ ପ୍ରିୟଜନ ଭଳି ସେବା କରୁଥିଲେ l କିନ୍ତୁ ଏଭଳି ଦାୟିତ୍ୱ ବାନ ଡାକ୍ତର ଙ୍କୁ କୌଣସି ଏକ କାରଣ ଦର୍ଶାଇ ରାମଗିରି ସ୍ୱାସ୍ଥ୍ୟ କେନ୍ଦ୍ରରୁ ପାରଳାଖେମୁଣ୍ଡି ଙ୍କୁ ବଦଳି କରାଯାଇଥିବା ଖବର ଜାଣିବା ପରେ ସ୍ଥାନୀୟ ଅଞ୍ଚଳ ରେ ଅସନ୍ତୋଷ ଦେଖାଯିବା ସହିତ ଆଜି ଉକ୍ତ ଡାକ୍ତର ଙ୍କୁ ପୁନଃ ରାମଗିରି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଫେରାରି ଆଣିବା ନିମନ୍ତେ ଅଞ୍ଚଳ ବାସୀ ପ୍ରଥମେ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀଙ୍କୁ ଓ ପରେ ଭାରପ୍ରାପ୍ତ ଜିଲ୍ଲାପାଳ ଙ୍କୁ ଭେଟି ଅଭିଯୋଗ ପତ୍ର ଦେଲେ l ଅଧିକାରୀମାନେ ତଦନ୍ତ ପରେ ଦାବି ପୂରଣ କରାଯିବ ବୋଲି କହିଥିବା ଅଞ୍ଚଳ ବାସି କହିଛନ୍ତି l














