ପାରଳାଖେମୁଣ୍ଡି :ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଜୀବା ଗ୍ରାମ ଢ଼େପସାହିରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜୀବା ଗ୍ରାମ ଢ଼େପ ସାହିର ରାହୁଲ ପ୍ରଧାନ (୫) ପିତା ଗାନ୍ଧୀ ପ୍ରଧାନ ଗତ କାଲି ସାହିପାଖରେ ଥିବା ଏକ ପୋଖରୀରେ ବୁଡି ମୃତ୍ୟୁ ବରଣ କରିଛନ୍ତି। ଗତକାଲି ସନ୍ଧ୍ୟା ପ୍ରାୟ ପାଞ୍ଚ ଘଣ୍ଟା ସମୟରେ ରାହୁଲ ଖେଳିବାକୁ ଯାଉଛି କହି ଘରୁ ବାହାରିଲା ତାପରେ ଆଉ ଫେରିନଥିଲେ ବୋହୁ ଖୋଜାଖୋଜି ପରେ ନ ପାଇବାରୁ ଥାନାରେ ଜଣାଇଥିଲେ। ପୋଲିସ ଆସି ଖୋଜାଖୋଜି ପରେ ସାହି ପାଖର ପୋଖୋରୀରେ ବୁଡିଯାଇ ମରିଥିବା ସନ୍ଧାନ ପାଇଥିଲେ। ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପାରଳାଖେମୁଣ୍ଡି ବଡ଼ ମେଡିକାଲ କୁ ପଠାଇଥିଲା। ଆଜି ବ୍ୟବଚ୍ଛେଦ ପରେ ଶବ ପରିବାରକୁ ହସ୍ତାନ୍ତର କରାଯାଇଛି। ଗାନ୍ଧୀ ପ୍ରଧାନଙ୍କ ଗୋଟିଏ ଝିଅ ଆଉ ଗୋଟିଏ ପୁଅ। ଏକମାତ୍ର ପୁଅକୁ ହରାଇ ପିତା ଗାନ୍ଧୀ ମର୍ମାହତ ହୋଇଛନ୍ତି। ଗାନ୍ଧୀ ଅତ୍ୟନ୍ତ ଗରିବ ହୋଇଥିଲା ଅହେତୁକ ଗ୍ରାମରେ କାମ ଧନ୍ଦା ନ ପାଇ ତାମିଲନାଡୁରେ ଶ୍ରମିକ ଭାବରେ କାର୍ଯ୍ୟ କରୁଛନ୍ତି।














