• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଉତ୍କଳ ବିଶ୍ୱବିଦ୍ୟାଳୟରେ ଅମୃତ ପିଢ଼ି ଛାତ୍ର ବିଶ୍ୱ ସମ୍ମିଳନୀ ଆୟୋଜିତ

FNN WEB by FNN WEB
December 18, 2025
in ଓଡ଼ିଶା, ମୁଖ୍ୟ ଖବର
0
ଉତ୍କଳ ବିଶ୍ୱବିଦ୍ୟାଳୟରେ ଅମୃତ ପିଢ଼ି ଛାତ୍ର ବିଶ୍ୱ ସମ୍ମିଳନୀ ଆୟୋଜିତ
0
SHARES
5
VIEWS


ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗ ସହାୟତାରେ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଓ ଉତ୍କଳ ବିଶ୍ୱ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଆଜି ଉତ୍କଳ ବିଶ୍ୱ ବିଦ୍ୟାଳୟର ଦୀକ୍ଷାନ୍ତ ଭବନରେ “ଅମୃତ ପିଢ଼ି ଛାତ୍ର ବିଶ୍ୱ ସମ୍ମିଳନୀ” କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଡିସେମ୍ବର ୧୮ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଏହି ସମ୍ମିଳନୀର ଆୟୋଜନ କରାଯିବ। ଏହି ଛାତ୍ର ବିଶ୍ୱ ସମ୍ମିଳନୀର ଥିମ୍ ରହିଛି “କୃତ୍ରିମ ବୁଦ୍ଧିମତା ଓ ଏହାର ନୈତିକତା”। ଏହି ସମ୍ମିଳନୀରେ ୫୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି। ବିଭିନ୍ନ ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସମେତ ଅଧ୍ୟାପକ, ଶିକ୍ଷାବିତ୍‌, ଗବେଷକ, ଷ୍ଟାର୍ଟଅପ୍ ଫାଉଣ୍ଡର, ବିଭିନ୍ନ କର୍ପୋରେଟ୍‌ କମ୍ପାନୀରେ କାମ କରୁଥିବା ଉଚ୍ଚପଦସ୍ଥ ଅଧିକାରୀ, ଦେଶ ବାହାରର ଆଇଟି ଏବଂ ଏଆଇ (କୃତ୍ରିମ ବୁଦ୍ଧିମତା) କମ୍ପାନୀରେ କାର୍ଯ୍ୟ କରୁଥିବା ବିଶିଷ୍ଟ ବ୍ୟକ୍ତିବିଶେଷ, ଆଇଆଇଟି ଏବଂ ଏମ୍ସରେ କାର୍ଯ୍ୟରତ ପ୍ରଫେସର ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି।

ଆଜି ସମ୍ମିଳନୀର ଉଦ୍‌ଘାଟନୀ ସମାରୋହରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନିଜର ଅଭିଭାଷଣରେ ସେ କହିଥିଲେ ଯେ, “କୃତ୍ରିମ ବୁଦ୍ଧିମତା ହେଉଛି ଭବିଷ୍ୟତ। କୃତ୍ରିମ ବୁଦ୍ଧିମତା ମନୁଷ୍ୟକୃତ। ମଣିଷ ହିଁ ଏହାକୁ ତିଆରି କରିଛି, ବ୍ୟବହାର କରୁଛି ଏବଂ ଆଗାମୀ ଭବିଷ୍ୟତରେ ଏହାର ବ୍ୟବହାର ଓ ଏହାକୁ କିପରି ସଦଉପଯୋଗ କରାଯାଇ ପାରିବ ତାହାକୁ ନେଇ ଏହି ଛାତ୍ର ବିଶ୍ୱ ସମ୍ମିଳନୀର ଆୟୋଜନ ହୋଇଛି। ସମ୍ମିଳନୀରେ କୃତ୍ରିମ ବୁଦ୍ଧିମତା ଓ ଏହାର ନୈତିକତା, ସ୍ୱାସ୍ଥ୍ୟ, ଶିକ୍ଷା, ଶିଳ୍ପ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଉପଯୋଗ, ସାଇବର ସିକ୍ୟୁରିଟି, କୃତ୍ରିମ ବୁଦ୍ଧିମତା ଉପରେ ଆଧାରିତ ନୂତନ ଉଦ୍ଭାବନ,କୃତ୍ରିମ ବୁଦ୍ଧିମତାକୁ ଆଧାର କରି ନିର୍ମିତ ହୋଇଥିବା ଷ୍ଟାର୍ଟଅପ୍ ଆଦି ସମ୍ବନ୍ଧରେ ଆଲୋଚନା କରାଯିବ।ଛାତ୍ରଛାତ୍ରୀମାନେ ଆଲୋଚନାରେ ଅଂଶଗ୍ରହଣ କରିବା ସହ କୃତ୍ରିମ ବୁଦ୍ଧିମତା ଓ ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧୀୟ ନିଜର ଲିଖିତ ବିଷୟବସ୍ତୁକୁ ମଧ୍ୟ ଉପସ୍ଥାପିତ କରିପାରିବେ ଏବଂ ବିଶେଷଜ୍ଞମାନଙ୍କ ଦ୍ୱାରା ଚୟନିତ ହୋଇଥିବା ବିଷୟବସ୍ତୁ (ଟେକନିକାଲ ରାଇଟଅପ୍)କୁ ଉତ୍କଳ ୟୁନିଭର୍ସିଟି ଜରନାଲ ଅଫ୍ କମ୍ପ୍ୟୁଟିଙ୍ଗ ଆଣ୍ଡ କମ୍ୟୁନିକକେସନ୍‌ରେ ସ୍ଥାନିତ କରାଯିବ”।

“ଛାତ୍ରଛାତ୍ରୀମାନେ ହେଉଛନ୍ତି ଆମ ଦେଶର ଭବିଷ୍ୟତ। ବିକଶିତ ଭାରତ ଓ ବିକଶିତ ଓଡ଼ିଶା ନିର୍ମାଣର ଆଧାର। ୨୦୪୭ ମସିହାରେ ଆମେ ଦେଶ ସ୍ୱାଧୀନ ହେବାର ୧୦୦ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିବା। ତେଣୁ ଏହି ଅମୃତ ପିଢ଼ିର ନେତୃତ୍ୱ ନେବା ସହିତ ଆମ ଛାତ୍ରଛାତ୍ରୀମାନେ ଆମ ସମୃଦ୍ଧ ଇତିହାସ ଓ ଐତିହ୍ୟରୁ ଅନୁପ୍ରାଣିତ ହୋଇ ଆଗାମୀ ଭବିଷ୍ୟତରେ କୃତ୍ରିମ ବୁଦ୍ଧିମତା ଓ ନୂତନ ପ୍ରଯୁକ୍ତିବିଦ୍ୟାକୁ ଉପଯୋଗ କରି ଉଦ୍ୟୋଗ ନିର୍ମାଣ, ଗବେଷଣା ଓ ନୂତନ ଉଦ୍ଭାବନ ଆଦି କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ ବୋଲି ମୋର ବିଶ୍ୱାସ। ଏଥିସହ କୃତ୍ରିମ ବୁଦ୍ଧିମତାକୁ ଉପଯୋଗ କରି ଓଡ଼ିଶାକୁ ଓ ଭାରତକୁ ଏକ ଟେକନିକାଲ ହବ୍ ଓ ଷ୍ଟାର୍ଟଅପ୍ ହବ୍‌ରେ ପରିଣତ କରାଯାଇ ପାରିବ ଏବଂ ଛାତ୍ରଛାତ୍ରୀମାନେ ଏଥିରେ ସକ୍ରିୟ ରୂପେ ଯୋଗଦାନ ଦେବେ”, ବୋଲି ମତପ୍ରକାଶ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ।

ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂରଜ ଛାତ୍ର ବିଶ୍ୱ ସମ୍ମିଳନୀର ଉଦ୍‌ଘାଟନୀ ସମାରୋହରେ ଯୋଗଦେବା ସହ “ଯୁବ ସ୍ବେଦେଶୀ ନବ ପ୍ରଚାର ପ୍ରଦର୍ଶନୀ”କୁ ମଧ୍ୟ ବୁଲି ଦେଖିଥିଲେ। ଏହି ପ୍ରଦର୍ଶନୀରେ ୫୨ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି। କୃତ୍ରିମ ବୁଦ୍ଧିମତା ଓ ପ୍ରଯୁକ୍ତିବିଦ୍ୟାକୁ ଆଧାର କରି ଛାତ୍ରଛାତ୍ରୀମାନଙ୍କର ଉଦ୍ଭାବନ ଓ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନିର୍ମିତ ହୋଇଥିବା ବିଭିନ୍ନ ପ୍ରକଳ୍ପ ଗୁଡ଼ିକୁ ଏହି ପ୍ରଦର୍ଶନୀରେ ସ୍ଥାନିତ କରାଯାଇଛି ଯାହାକୁ ଦେଖି ମନ୍ତ୍ରୀ ଶ୍ରୀ ସୂରଜ ଖୁସିବ୍ୟକ୍ତ କରିଥିଲେ। ଏଥିସହ ମନ୍ତ୍ରୀ କୃତ୍ରିମ ବୁଦ୍ଧିମତା ଏବଂ ବର୍ତ୍ତମାନ ସମୟର ନୂତନ ପ୍ରଯୁକ୍ତିବିଦ୍ୟା ଉପରେ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ।

ପ୍ରକାଶଯୋଗ୍ୟ ଯେ, ଯୁବ ସ୍ବେଦେଶୀ ନବ ପ୍ରଚାର ପ୍ରଦର୍ଶନୀର ସର୍ବଶ୍ରେଷ୍ଠ ୫ଟି ନବସୃଜନ ପ୍ରକଳ୍ପକୁ ସମୁଦାୟ ୧ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ। ଆଜିର ଉଦ୍‌ଘାଟନୀ ସମାରୋହରେ ବିଶିଷ୍ଟ ଅତିଥି ଭାବେ ରିପବ୍ଲିକ ଅଫ କୋରିଆର ଇଞ୍ଜେ ବିଶ୍ୱବିଦ୍ୟାଳୟର କଲେଜ ଅଫ୍ ଏଆଇ କନଭରଜେନ୍ସର ପ୍ରଫେସର ହି-ଚେଓଲ-କିମ୍ ଯୋଗଦେଇ କୃତ୍ରିମ ବୁଦ୍ଧିମତାର ବିଶେଷତା ଓ ଏହାର ଉପଯୋଗିତା ଉପରେ ସବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଯଜ୍ଞେଶ୍ୱର ଦଣ୍ଡପାଟ, ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ଦୀପକ କୁମାର ସାହୁ, ଉତ୍କଳ ବିଶ୍ୱବିଦ୍ୟାଳୟର ରେଜିଷ୍ଟାର ଡ଼. ସ୍ୱାତୀ ମିଶ୍ର, ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱ ବିଦ୍ୟାଳୟର ରେଜିଷ୍ଟାର ଶ୍ରୀ ପ୍ରଦୀପ ଡାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ।

Previous Post

‘ଭୁବନେଶ୍ୱର ପାଲଟୁଛି ରେପ୍ ସିଟି’: ବିଜେଡି

Next Post

ସରଗି ଫୁଲ୍ ମହୋତ୍ସବ ୨୦୨୫ ର ଶୁଭାରମ୍ଭ କଲେ ମନ୍ତ୍ରୀ: ୩୦ ଟି ଜିଲ୍ଲାରୁ ୧୧୬୦ ଅଂଶଗ୍ରହଣକାରୀ ସାମିଲ୍

FNN WEB

FNN WEB

Next Post
ସରଗି ଫୁଲ୍ ମହୋତ୍ସବ ୨୦୨୫ ର ଶୁଭାରମ୍ଭ କଲେ ମନ୍ତ୍ରୀ: ୩୦ ଟି ଜିଲ୍ଲାରୁ ୧୧୬୦ ଅଂଶଗ୍ରହଣକାରୀ ସାମିଲ୍

ସରଗି ଫୁଲ୍ ମହୋତ୍ସବ ୨୦୨୫ ର ଶୁଭାରମ୍ଭ କଲେ ମନ୍ତ୍ରୀ: ୩୦ ଟି ଜିଲ୍ଲାରୁ ୧୧୬୦ ଅଂଶଗ୍ରହଣକାରୀ ସାମିଲ୍

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.