• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ସରଗି ଫୁଲ୍ ମହୋତ୍ସବ ୨୦୨୫ ର ଶୁଭାରମ୍ଭ କଲେ ମନ୍ତ୍ରୀ: ୩୦ ଟି ଜିଲ୍ଲାରୁ ୧୧୬୦ ଅଂଶଗ୍ରହଣକାରୀ ସାମିଲ୍

FNN WEB by FNN WEB
December 18, 2025
in ଓଡ଼ିଶା, ମୁଖ୍ୟ ଖବର
0
ସରଗି ଫୁଲ୍ ମହୋତ୍ସବ ୨୦୨୫ ର ଶୁଭାରମ୍ଭ କଲେ ମନ୍ତ୍ରୀ: ୩୦ ଟି ଜିଲ୍ଲାରୁ ୧୧୬୦ ଅଂଶଗ୍ରହଣକାରୀ ସାମିଲ୍
0
SHARES
9
VIEWS


ପିଲାମାନଙ୍କ ମଧ୍ୟରେ ଅଫୁରନ୍ତ ଆଶା ଓ ଆନନ୍ଦ ଆଣିଦିଏ ସରଗି ଫୁଲ୍ : ମନ୍ତ୍ରୀ

ଭୁବନେଶ୍ବର : ଆରମ୍ଭ ହୋଇଯାଇଛି ବହୁ ପ୍ରତିକ୍ଷିତ ସରଗି ଫୁଲ୍ ମହୋତ୍ସବ ୨୦୨୫ । ତିନିଦିନବ୍ୟାପୀ ହେବାକୁ ଥିବା ଏହି ମହୋତ୍ସବର ଶୁଭାରମ୍ଭ କରିଛନ୍ତି ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ, ମାନ୍ୟବର ମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ । ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଅଧିନରେ ଥିବା ଆଦିବାସୀ ଭାଷା ଓ ସଂସ୍କୃତି ଏକାଡ଼େମୀ ଆନୁକୁଲ୍ୟରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ଉତ୍ସବରେ ଯୋଗ ଦେଇ ମନ୍ତ୍ରୀ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧନ କରିଛନ୍ତି । ଅନ୍ୟାନ୍ୟ ଅତିଥି ଭାବେ ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଶ୍ରୀ ବି.ପରମେଶ୍ବରନ୍, , ଅତିରିକ୍ତ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର ମୀଣା, ଅନୁସୂଚିତ ଜାତି ନିର୍ଦ୍ଦେଶକ ଶ୍ରୀ ଲକ୍ଷ୍ମଣ କୁମାର ମଲ୍ଲିକ, ଅନ୍ୟାନ୍ୟ ପଛୁଆ ବର୍ଗ ନିର୍ଦ୍ଦେଶକ ଶ୍ରୀମତୀ ଯୁଗଳେଶ୍ବରୀ ଦାଶ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ତଥା ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀର ମେମ୍ବର ସେକ୍ରେଟାରୀ ଶ୍ରୀ ସୁଧାକର ଶବର ପ୍ରମୁଖ ଉପସ୍ଥିତ ଥିଲେ ।

ଉଦଘାଟନୀ ଉତ୍ସବରେ ମନ୍ତ୍ରୀ ଶ୍ରୀ ଗଣ୍ଡ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧନ କରି କହିଛନ୍ତି, ପିଲାମାନଙ୍କ ମଧ୍ୟରେ ଅଫୁରନ୍ତ ଆଶା ଓ ଆନନ୍ଦ ଆଣିଦେବାରେ ସହାୟକ ହୁଏ ସରଗି ଫୁଲ୍ ମହୋତ୍ସବ । ପିଲାମାନେ ରାଜ୍ୟକୁ ପ୍ରତିନିଧିତ୍ବ କରିବା ଭଳି କ୍ଷମତା ବହନ କରୁଛନ୍ତି । ବିଶେଷ କରି ଅନୁସୂଚିତ ଜନଜାତି ତଥା ଅନୁସୂଚିତ ଜାତିର ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଓ ସେମାନଙ୍କର ଦକ୍ଷତାକୁ ଅଧିକ ବିକଶିତ କରିବା ନିମନ୍ତେ ଏହି ମହୋତ୍ସବ ଏକ ଅଭିନବ ମାଧ୍ୟମ ହେବ ବୋଲି ସେ ମତ ପ୍ରକାଶ କରିଛନ୍ତି । ମନ୍ତ୍ରୀ ଶ୍ରୀ ଗଣ୍ଡ ବିଭାଗର ସଫଳତା ସମ୍ପର୍କରେ ବର୍ଣ୍ଣନା କରି କହିଛନ୍ତି, ୧୭୬୫ ଟି ଶିକ୍ଷାନୁଷ୍ଠାନ ଓ ୫୯୬୩ ଟି ଛାତ୍ରାବାସ ଓ ଛାତ୍ରୀ ନିବାସ ଅଧିନରେ ୫.୫ ଲକ୍ଷରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ ରହି ଅଧ୍ୟୟନ କରୁଛନ୍ତି । ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ନୂତନଭାବେ ୨୩୫ ଟି ଛାତ୍ରାବାସ ଅନୁମୋଦନ କରାଯାଇଛି I ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା ମାଧ୍ୟମରେ ନବମ ଓ ଏକାଦଶରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯାଉଛି । ଏଥିସହ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ନିମନ୍ତେ ପ୍ରାକ୍ ମାଟ୍ରିକ୍ ଓ ମାଟ୍ରିକ୍ ପରବର୍ତ୍ତୀ ଛାତ୍ରବୃତ୍ତି ବୃଦ୍ଧି ସେମାନଙ୍କ ଶୈକ୍ଷିକ ବିକାଶର ମାଧ୍ୟମ ହୋଇପାରିବ ବୋଲି ସେ ମତ ପ୍ରକାଶ କରିଛନ୍ତି ।

କାର୍ଯ୍ୟକ୍ରମରେ ଆୟୁକ୍ତ ତଥା ଶାସନ ସଚିବ ସ୍ବାଗତ ଅଭିଭାଷଣ ରଖି ସର୍ଗିଫୁଲର କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ସେ କହିଛନ୍ତି, ସରଗି ଫୁଲ୍ କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ଜିଲ୍ଲାରୁ ବିଭାଗୀୟ ଆଶ୍ରମ ସ୍କୁଲ, ସେବାଶ୍ରମ, ଉଚ୍ଚ ବିଦ୍ୟାଳୟ, ଆବାସିକ ବିଦ୍ୟାଳୟ, ଏକଲବ୍ୟ ଆଦର୍ଶ ବିଦ୍ୟାଳୟରୁ ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀ ଭାଗ ନେଇଥାନ୍ତି । ଏହି ଉତ୍ସବ ଛାତ୍ରଛାତ୍ରୀମାନଙ୍କ ପାଇଁ ଯେତେ ଗୁରୁତ୍ବପୂର୍ଣ୍ଣ, ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ପାଇଁ ମଧ୍ୟ ସେତେ ଉପଯୋଗୀ ବୋଲି ସେ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ଉଦଘାଟନୀ ଅବସରରେ ୨୦୨୫ ଦଶମ ବୋର୍ଡ଼ ପରୀକ୍ଷାରେ ଭଲ ପ୍ରଦର୍ଶନ କରିଥିବା ୧୦ ଜଣ ଏସସି/ଏସଟି ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ମାନପତ୍ର ପ୍ରଦାନ ସହ ସ୍ମାରକି ଏବଂ ପୁସ୍ତକ ପ୍ରଦାନ କରିଛନ୍ତି । ଅନୁଗୁଳରୁ ନିର୍ମଳ ଦେହୁରୀ, କେନ୍ଦୁଝରରୁ ଗିତିସୁଦ୍ଧା ନାଏକ, ଗଜପତିରୁ ଜୁସପିନା ମଣ୍ଡଳ, କନ୍ଧମାଳରୁ ସୌମ୍ୟରଞ୍ଜନ କହଁର, ମୟୂରଭଞ୍ଜରୁ ଡ଼ାଳିନୀ ମୁର୍ମୁ, ଗଜପତିରୁ ଅନୁଶ୍ରୀ ବଡରାଏତା, ନବରଙ୍ଗପୁରରୁ ଉର୍ମିଳା ଭତ୍ରା, ଗଜପତିରୁ ବିପାଶା ଭୂୟାଁ, ରାୟଗଡ଼ାରୁ ପିଙ୍କି କାଲକା, ବରଗଡ଼ରୁ ବାସନ୍ତି ମହାନନ୍ଦ ସମ୍ମାନିତ ହୋଇଛନ୍ତି ।

ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ପ୍ରତିବର୍ଷ ସର୍ଗିଫୁଲ୍ କାର୍ଯ୍ୟକ୍ରମ ବିଦ୍ୟାଳୟ, ବ୍ଲକ୍, ଜିଲ୍ଲାସ୍ତରରେ କରିବା ପରେ ରାଜ୍ୟସ୍ତରରେ ପାଳନ କରାଯାଇଥାଏ । ୨୦୧୦ ମସିହାରେ ସରଗି ଫୁଲ ମହୋତ୍ସବ ଆରମ୍ଭ ହୋଇଥିଲା । ପିଲାମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାର ବିକାଶ ଉଦ୍ଦେଶ୍ୟରେ ସରଗି ଫୁଲ୍ ମହୋତ୍ସବ ଆରମ୍ଭ । ଚଳିତ ବର୍ଷ ଏହି ଉତ୍ସବରେ ରାଜ୍ୟର ସମସ୍ତ ଜିଲ୍ଲାରୁ ବିଭାଗୀୟ ଆଶ୍ରମ ସ୍କୁଲ, ସେବାଶ୍ରମ, ଉଚ୍ଚ ବିଦ୍ୟାଳୟ, ଆବାସିକ ବିଦ୍ୟାଳୟ, ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ୧୧୬୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି । ଚଳିତ ବର୍ଷ ତିନିଦିନବ୍ୟାପୀ ହେବାକୁ ଥିବା ଏହି ଉତ୍ସବରେ ରାଜ୍ୟସ୍ତରୀୟ ବିଜ୍ଞାନ ମେଳାର ଆୟୋଜନ କରାଯାଇଛି । ୪୦ ଟି ଷ୍ଟଲରେ ୮୦ ଜଣ ଛାତ୍ରଛାତ୍ରୀ ଓ ୪୦ ଟି ଗାଇଡ୍ ଶିକ୍ଷକ ସାମିଲ୍ ଅଛନ୍ତି । ସେହିପରି ୧୧୨ ଜଣ ଅଂଶଗ୍ରହଣକାରୀଙ୍କୁ ନେଇ ତପୋବନ ଉଚ୍ଚ ବିଦ୍ୟାଳୟରେ ଭଲି ବଲ୍ ପ୍ରତିଯୋଗିତା ଆୟୋଜିତ କରାଯିବ । ଏଥିସହ ୧୬ ଟି ପାଭିଲିୟନ୍ ରେ ୨୨ ଟି ପ୍ରତିଯୋଗିତା ଆୟୋଜିତ ହେବ । ଯେଉଁଥିରେ କି ଚିତ୍ରାଙ୍କନ, ସଙ୍ଗୀତ, ଡିବେଟ୍, କୁଇଜ୍, ନୃତ୍ୟ, ସ୍ଲୋଗାନ୍ ଆଦି ପ୍ରତିଯୋଗିତା କରାଯିବ । ଏଥିସହ ୨୭ ଟି କର୍ମଶାଳା ମଧ୍ୟ ଆୟୋଜନ କରାଯିବ । ଯେଉଁଥିରେ କି ଶିଶୁ ସାମ୍ବାଦିକତା, ଗଣିତ ଖେଳ, ମୁରାଲ୍ ଆର୍ଟ, କଣ୍ଢେଇ ଖେଳ, ଷ୍ଟୋରିଟେଲିଂ, ଗ୍ଲାସ୍ ପେଣ୍ଟି, ଛଉ, ପୋଷ୍ଟର ମେକିଂ, ଚିତ୍ରାଙ୍କନ ଆଦି ଆୟୋଜିତ ହେବ ।

Previous Post

ଉତ୍କଳ ବିଶ୍ୱବିଦ୍ୟାଳୟରେ ଅମୃତ ପିଢ଼ି ଛାତ୍ର ବିଶ୍ୱ ସମ୍ମିଳନୀ ଆୟୋଜିତ

Next Post

ଟାଟା ପାୱାର ବିରୁଦ୍ଧରେ ତାତିଲା ଯୁବ ବିଜେଡି

FNN WEB

FNN WEB

Next Post
ଟାଟା ପାୱାର ବିରୁଦ୍ଧରେ ତାତିଲା ଯୁବ ବିଜେଡି

ଟାଟା ପାୱାର ବିରୁଦ୍ଧରେ ତାତିଲା ଯୁବ ବିଜେଡି

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.