• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଅନ୍ତର୍ଜାତୀୟ ସମବାୟ ବର୍ଷ- ୨୦୨୫ ସମାରୋହ ଉଦଯାପିତ

FNN WEB by FNN WEB
December 20, 2025
in ଓଡ଼ିଶା, ମୁଖ୍ୟ ଖବର
0
ଅନ୍ତର୍ଜାତୀୟ ସମବାୟ ବର୍ଷ- ୨୦୨୫ ସମାରୋହ ଉଦଯାପିତ
0
SHARES
5
VIEWS

ଗ୍ରାମାଞ୍ଚଳରେ ପ୍ରତ୍ୟେକ ବ୍ୟକ୍ତି ପାଖରେ ପହଞ୍ଚିବ ସମବାୟ : ମନ୍ତ୍ରୀ ଶ୍ରୀ ବଳସାମନ୍ତ

ଭୁବନେଶ୍ଵର : ବର୍ତ୍ତମାନର ବଜାର ବ୍ୟବସ୍ଥା ଅର୍ଥନୀତିରେ ସମବାୟ ଅନୁଷ୍ଠାନକୁ ସମୃଦ୍ଧ ଓ ସଶକ୍ତ କରିବାକୁ ହେଲେ ସମବାୟଗୁଡିକ ମଧ୍ୟରେ ଆର୍ଥିକ ସହଭାଗିତା ଓ ସହଯୋଗିତା ଅପରିହାର୍ଯ୍ୟ । ଭାରତ ସରକାରଙ୍କ ଦିଗଦର୍ଶନ ଓ ମାର୍ଗଦର୍ଶନକୁ ପାଥେୟ କରି କୃଷି, ବିପଣନ, ବ୍ୟାଙ୍କିଂ, ଖାଉଟି, ଗୋପାଳନ, ମତ୍ସ୍ୟ, ହସ୍ତତନ୍ତ, ହସ୍ତଶିଳ୍ପମାନଙ୍କ ମଧ୍ୟରେ ସଂଯୋଗ ଓ ସହଯୋଗ ବଢ଼ାଇବା ଉଦ୍ଦେଶ୍ୟରେ ଏକ ସୁଦୃଢ ସମବାୟ ପରିବେଶ ସୃଷ୍ଟି କରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳସାମନ୍ତ ପ୍ରକାଶ କରିଛନ୍ତି ।

ଆଜି ସ୍ଥାନୀୟ ସ୍ଵସ୍ତି ହୋଟେଲଠାରେ ଅନ୍ତର୍ଜାତୀୟ ସମବାୟ ବର୍ଷ- 2025 ପାଳନର ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ବଳସାମନ୍ତ ଆନୁଷ୍ଠାନିକ ଭାବେ ଏହି ସମାରୋହକୁ ଉଦଯାପନ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ବଳସାମନ୍ତ ପ୍ରାଥମିକ ସମବାୟ ସମିତିଗୁଡ଼ିକର ପୁନଃବିନ୍ୟାସ, ବ୍ୟବସାୟିକ ସମ୍ପ୍ରସାରଣ, ସମବାୟ ସଂସ୍ଥାମାନଙ୍କ ମଧ୍ୟରେ ଆର୍ଥିକ ସହଭାଗିତା, ସଭ୍ୟମାନଙ୍କର ଆର୍ଥିକ ଅନ୍ତର୍ଭୁକ୍ତିକରଣ ତଥା କୃଷକମାନଙ୍କ ଦ୍ଵାରା ଉତ୍ପାଦିତ ଖାଦ୍ୟଶସ୍ୟର ସହଜ ବିପଣନ ଓ ସଂରକ୍ଷଣ ସୁବିଧା ଉପରେ ଗୁରୁତ୍ବାରୋପ କରିଥିଲେ । ସେ କହିଥିଲେ ଯେ ସମବାୟ ଆନ୍ଦୋଳନକୁ ଅଧିକ ସୁଦୃଢ, ସଂଗଠିତ ଓ ଲୋକାଭିମୁଖୀ କରିବା ସହିତ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ଏକ ପ୍ରଭାବଶାଳୀ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ଏହି ଅନ୍ତର୍ଜାତୀୟ ସମବାୟ ବର୍ଷର ପରିକଳ୍ପନା କରାଯାଇଛି । ଭାରତ ସରକାରଙ୍କ ଦ୍ଵାରା ସମବାୟ କ୍ଷେତ୍ରକୁ ଅଧିକ ଉନ୍ନତ, ବିସ୍ତାରିତ ଓ କ୍ରିୟାଶୀଳ କରିବା ନିମନ୍ତେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ସମବାୟ ମାଧ୍ୟମରେ ଗ୍ରାମ୍ୟ ଅର୍ଥନୀତିର ସୂଦୃଢୀକରଣ ପାଇଁ ବହୁବିଧ ଯୋଜନା ପ୍ରଣୟନ କରାଯାଇ ତାହାର ସଫଳ ରୂପାୟନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସଂକଳ୍ପବଦ୍ଧ ଅଛନ୍ତି । ଏହି ପରିପ୍ରେକ୍ଷିରେ ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ପ୍ରାଥମିକ କୃଷି ସମବାୟ ସମିତି ଗଠନ କରିବା ପାଇଁ ନୀତିଗତ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଗ୍ରାମାଞ୍ଚଳରେ ପ୍ରତ୍ୟେକ ବ୍ୟକ୍ତି ପାଖରେ ସମବାୟର ସୁଫଳ ପହଞ୍ଚତ୍ପାରିଲେ ହିଁ ସମବାୟ ଆନ୍ଦୋଳନ ସଫଳ ହେବ ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ ମତ ବ୍ୟକ୍ତ କରିଛନ୍ତି ।

ଆଜିର କାର୍ଯ୍ୟକ୍ରମରେ ବିଶେଷଜ୍ଞମାନଙ୍କୁ ନେଇ ୪ଟି ପ୍ୟାନେଲ ଆଲୋଚନା ଆୟୋଜିତ ହୋଇଥିଲା । କୃଷି ସମବାୟ ସମିତିର ବ୍ୟବସାୟିକ ବିବିଧିକରଣ, ବିଭିନ୍ନ କ୍ଷେତ୍ରର ସମବାୟ ମଧ୍ୟରେ ସହଭାଗିତା, ବିଶ୍ଵର ସର୍ବବୃହତ ଶସ୍ୟ ଭଣ୍ଡାରଣ ଯୋଜନାର କାର୍ଯ୍ୟକାରିତା ଏବଂ ରାଜ୍ୟରେ ବ୍ୟବହୃତ ରାସାୟନିକ ସାରର ୬୦ ପ୍ରତିଶତ ମାର୍କଫେଡ୍ ଓ ସମବାୟ ମାଧ୍ୟମରେ ଯୋଗଣ ଉପରେ ଆଲୋଚନା ହୋଇଥିଲା । ଏହି ଆଲୋଚନାରେ କେନ୍ଦ୍ର ସମବାୟ ମନ୍ତ୍ରାଳୟର ଯୁଗ୍ମ ସଚିବ ପଙ୍କଜ ଶ୍ରୀବାସ୍ତବ, ନିର୍ଦ୍ଦେଶକ ମୁକେଶ ମୁକାର, ନାବାର୍ଡର ମୁଖ୍ୟ ପରିଚାଳନା ଅଧିକାରୀ, ଏଫସିଆଇର ସାଧାରଣ ପରିଚାଳକ, ଗୁଜୁରାଟ ବନସ ଡାଇରୀର ପରିଚାଳନା ନିର୍ଦ୍ଦେଶକ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।

ଏହି ଅବସରରେ ସମବାୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ସମବାୟ ସଂସ୍ଥାଙ୍କୁ ମନ୍ତ୍ରୀ ଶ୍ରୀ ବଳସାମନ୍ତ ପୁରସ୍କୃତ କରିଥିଲେ । ପ୍ରଧାନମନ୍ତ୍ରୀ ଜନ-ଔଷଧୀ କେନ୍ଦ୍ରେରେ ଭଲ କାରବାର ପାଇଁ ଲାଠିକଟା ପ୍ରାଥମିକ କୃଷି ସମବାୟ ସମିତି, ସୁନ୍ଦରଗଡ଼ ଓ କୃଷି ସେବା କେନ୍ଦ୍ରରେ ଭଲ କାରବାର ପାଇଁ ଷଡ଼ଙ୍ଗୀ ପ୍ରାଥମିକ କୃଷି ସମବାୟ ସମିତି, ଢେଙ୍କାନାଳକୁ ମନ୍ତ୍ରୀ ଶ୍ରୀ ବଳସାମନ୍ତ ପୁରସ୍କୃତ କରିଥିଲେ । ସେହିପରି ଜନସେବା କେନ୍ଦ୍ର ଜରିଆରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବୋଡ଼େନ ପ୍ରାଥମିକ କୃଷି ସମବାୟ ସମିତି ଓ ନୂଆପଡ଼ା ଉପନିବନ୍ଧକ, ସମବାୟ ସମିତି ସମୂହଙ୍କୁ ପୁରସ୍କୃତ କରାଯାଇଥିଲା । ସରାଟ କୃଷି ସମବାୟ ସମିତି, ଖୋର୍ଦ୍ଧା, ଶ୍ରୀ ଜଗନ୍ନାଥ ସମବାୟ ସମିତି ଓ ଅଖଣ୍ଡଶ୍ବର ସମବାୟ ସମିତି, କଟକକୁ ଜାତୀୟ ସମବାୟ ଡାଟାବେଶ୍ ରାଙ୍କ ଆଧାରରେ ବ୍ୟବସାୟ ବିବିଧିକରଣ ପାଇଁ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସମବାୟ ମନ୍ତ୍ରଣାଳୟର ନିର୍ଦ୍ଦେଶକ ଶ୍ରୀ କପିଲ ମୀନା, କମିଶନର ତଥା ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ, ମତ୍ସ୍ୟସମ୍ପଦ ନିର୍ଦ୍ଦେଶକ ମହମ୍ମଦ ସାଦ୍ଦିକ୍ ଆଲାମ୍, ଓମ୍ ଫେଡ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ, ସମବାୟ ସମିତି ସମୂହ ନିବନ୍ଧକ ସିଦ୍ଧାର୍ଥ ଦାସ, ଏଜିସିଏସ୍ ସନ୍ତୋଷ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Previous Post

ରାଜ୍ୟରେ ଜଳବାୟୁ ସହନଶୀଳ କୃଷିର ପ୍ରସାର ପାଇଁ ‘ଜଳବାୟୁ-ଅନୁକୂଳ କୃଷି ସଂଗୋଷ୍ଠୀ’ କର୍ମଶାଳା ଆୟୋଜିତ

Next Post

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

FNN WEB

FNN WEB

Next Post
ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

June 4, 2026
ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026
ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ

ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ

June 4, 2026
ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

June 4, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

June 4, 2026
ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.