• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ରାଜ୍ୟରେ ଜଳବାୟୁ ସହନଶୀଳ କୃଷିର ପ୍ରସାର ପାଇଁ ‘ଜଳବାୟୁ-ଅନୁକୂଳ କୃଷି ସଂଗୋଷ୍ଠୀ’ କର୍ମଶାଳା ଆୟୋଜିତ

FNN WEB by FNN WEB
December 20, 2025
in ଓଡ଼ିଶା, ମୁଖ୍ୟ ଖବର
0
ରାଜ୍ୟରେ ଜଳବାୟୁ ସହନଶୀଳ କୃଷିର ପ୍ରସାର ପାଇଁ ‘ଜଳବାୟୁ-ଅନୁକୂଳ କୃଷି ସଂଗୋଷ୍ଠୀ’ କର୍ମଶାଳା ଆୟୋଜିତ
0
SHARES
18
VIEWS

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ‘ସେଣ୍ଟର ଫର୍ ଷ୍ଟଡି ଅଫ୍ ସାଇନ୍ସ, ଟେକ୍ନୋଲୋଜି ଆଣ୍ଡ ପଲିସି’ ଏବଂ ‘କାଟାଲିଷ୍ଟ ମ୍ୟାନେଜସଂଗୋଷ୍ଠୀ ସର୍ଭିସେସ୍’ ସହ ମିଳିତ ଭାବେ ଆଜି ‘ଓଡ଼ିଶା କ୍ଲାଇମେଟ୍ ସ୍ମାର୍ଟ ଏଗ୍ରିକଲଚର ଆଲାଇନ୍ସ’ ବା ଓଡ଼ିଶା ଜଳବାୟୁ-ଅନୁକୂଳ କୃଷି ସଂଗୋଷ୍ଠୀର କର୍ମଶାଳା ଆୟୋଜିତ ହୋଇଯାଇଛି। କୃଷି କ୍ଷେତ୍ରରେ ଜଳବାୟୁ ସହନଶୀଳତାକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ରାଜ୍ୟ ସରକାର ଆଜି ଓଡ଼ିଶା ପାଇଁ ଏହି ସଂଗୋଷ୍ଠୀକୁ ଆନୁଷ୍ଠାନିକ ରୂପ ଦେବା ପାଇଁ ଏକ ଉଚ୍ଚସ୍ତରୀୟ କର୍ମଶାଳା ଆୟୋଜନ କରିଥିଲେ । ଏହି ସଂଗୋଷ୍ଠୀରେ ବରିଷ୍ଠ ସରକାରୀ ଅଧିକାରୀ, ଗବେଷଣା ପ୍ରତିଷ୍ଠାନର ଅଧିକାରୀ, ଘରୋଇ କ୍ଷେତ୍ରର ଅଂଶୀଦାର, ସାମାଜିକ ସଂଗଠନ ମାନଙ୍କ ପ୍ରତିନିଧି ଏବଂ ନୀତି ବିଶେଷଜ୍ଞମାନେ ସାମିଲ ହୋଇଥିଲେ। ସମସ୍ତେ ମିଳିତ ଭାବେ ରାଜ୍ୟବ୍ୟାପୀ ଜଳବାୟୁ-ଅନୁକୂଳ କୃଷି ପଦ୍ଧତିର ପ୍ରସାର ପାଇଁ କାର୍ଯ୍ୟ କରିବେ ବୋଲି ନିଜ ନିଜ ଅନୁଷ୍ଠାନର ପ୍ରତିବଦ୍ଧତାକୁ ଦର୍ଶାଇଥିଲେ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ ଅରବିନ୍ଦ କୁମାର ପାଢ଼ୀ କହିଥିଲେ ଯେ, ଜଳବାୟୁ ପରିବର୍ତ୍ତନର ମୁକାବିଲା ଏକାକୀ କରିବା ସମ୍ଭବ ନୁହେଁ। ଏହାର କୁପ୍ରଭାବକୁ ରୋକିବା କିମ୍ବା ଏହା ସହ ଖାପ ଖୁଆଇବା ପାଇଁ ଆମକୁ ମିଳିତ ଉଦ୍ୟମ କରିବାକୁ ପଡ଼ିବ। ଏହି ଦିଗରେ, ‘ଓଡ଼ିଶା କ୍ଲାଇମେଟ୍ ସ୍ମାର୍ଟ ଏଗ୍ରିକଲଚର ଆଲାଇନ୍ସ’, ବିଭିନ୍ନ ସହଯୋଗୀ ସଂସ୍ଥା ମାଧ୍ୟମରେ ଚିହ୍ନଟ କରାଯାଇଥିବା ଜଳବାୟୁ-ଅନୁକୂଳ ଜ୍ଞାନକୌଶଳକୁ ରାଜ୍ୟରେ ପ୍ରଦର୍ଶନ ଓ କାର୍ଯ୍ୟକାରୀ କରିବା ପାଇଁ ଏକ ପ୍ରକୃଷ୍ଟ ମଞ୍ଚ ଭାବେ କାର୍ଯ୍ୟ କରିବ। ଡଃ ପାଢ଼ୀ ଆହୁରି ମଧ୍ୟ କହିଥିଲେ ଯେ, ଏହି ସଂଗୋଷ୍ଠୀର ଲକ୍ଷ୍ୟ ହେଉଛି କୃଷି ଯୋଜନା ଓ କାର୍ଯ୍ୟକ୍ରମରେ ଜଳବାୟୁ ସହନଶୀଳତାକୁ ସାମିଲ କରିବା, ମୃତ୍ତିକା ଓ ଜଳ ସଂରକ୍ଷଣ ମୂଳଦୁଆକୁ ସୁଦୃଢ଼ କରିବା, ଜଳବାୟୁ-ସହନଶୀଳ ଫସଲ, ବିବିଧ କୃଷି ପ୍ରଣାଳୀ ଓ ଉଦ୍ୟାନ କୃଷିକୁ ପ୍ରୋତ୍ସାହନ ଦେବା। ଏହା ସହିତ ବିଜ୍ଞାନ, ଡିଜିଟାଲ ଉପକରଣ ଏବଂ ତଥ୍ୟ-ଭିତ୍ତିକ ନିଷ୍ପତ୍ତିର ଉପଯୋଗ କରିବା ଏବଂ ସରକାରୀ, ଘରୋଇ ଓ ମିଳିତ ପାଣ୍ଠି ଯୋଗାଡ଼ କରି ଜଳବାୟୁ-ଅନୁକୂଳ କୃଷିର ସମାଧାନ ବାହାର କରିବା ଉପରେ ଗୁରୁତ୍ୱ ଦିଆଯିବ।

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ କହିଥିଲେ ଯେ, ଜଳବାୟୁ ପରିବର୍ତ୍ତନର ପ୍ରଭାବ ବାସ୍ତବ ଏବଂ ଏହା ସୂଦୁରପ୍ରସାରୀ। ଏହି ପରିବର୍ତ୍ତନର ନକାରାତ୍ମକ ପ୍ରଭାବକୁ ଏଡ଼ାଇବା ଏବଂ ବିଶ୍ୱ ତଥା ଆମ ରାଜ୍ୟର ବର୍ଦ୍ଧିତ ଜନସଂଖ୍ୟା ପାଇଁ ଖାଦ୍ୟ ଓ ପୁଷ୍ଟି ନିରାପତ୍ତା ନିଶ୍ଚିତ କରିବାକୁ ହେଲେ ଆମ କୃଷି କ୍ଷେତ୍ରକୁ ଯଥେଷ୍ଟ ‘ସ୍ମାର୍ଟ’ ବା ଦକ୍ଷ କରିବା ପାଇଁ ଆମକୁ ଏକାଠି କାର୍ଯ୍ୟ କରିବାକୁ ପଡ଼ିବ। ଏହି କର୍ମଶାଳାରେ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ନିର୍ଦ୍ଦେଶକ, ଶ୍ରୀ ସୁବ୍ରତ କୁମାର ପଣ୍ଡା ନିଜର ମତ ରଖି କହିଥିଲେ ଯେ ଜଳବାୟୁ-ଅନୁକୂଳ କୃଷି ଆଉ ଇଚ୍ଛାଧୀନ (optional) ହୋଇ ରହିନାହିଁ, ବରଂ ଚାଷୀଙ୍କ ଜୀବିକା ସୁରକ୍ଷା, ଖାଦ୍ୟ ନିରାପତ୍ତା ଏବଂ ଦୀର୍ଘମିଆଦି କୃଷି ସ୍ଥାୟୀତ୍ୱ ପାଇଁ ଏହା ଏକାନ୍ତ ଆବଶ୍ୟକ ହୋଇପଡ଼ିଛି।

ଏହି ପରିପ୍ରେକ୍ଷୀରେ କ୍ୟାଟାଲିଷ୍ଟ ମ୍ୟାନେଜମେଣ୍ଟ ସର୍ଭିସେସ୍ ପ୍ରା:ଲିଃର ସହ-ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଶ୍ରୀ ଶିବ କୁମାର କହିଛନ୍ତି, ଏହି ସଂଗୋଷ୍ଠୀର (Alliance) ମୁଖ୍ୟ ଶକ୍ତି ହେଉଛି ଏହାର ସହଯୋଗୀ ସଦସ୍ୟ ଗଣ, ଯେଉଁମାନେ ନିଜର ସ୍ୱତନ୍ତ୍ର ଦକ୍ଷତା, ଅଭିଜ୍ଞତା ଏବଂ ପ୍ରତିବଦ୍ଧତା ସହ ଏଥିରେ ଯୋଡ଼ି ହୋଇଛନ୍ତି । ସେମାନଙ୍କର ଏହି ସମ୍ମିଳିତ ପ୍ରୟାସ ଜଳବାୟୁ-ଅନୁକୂଳ କୃଷି (climate-smart agriculture) କୁ ବ୍ୟାପକ ସ୍ତରରେ ପହଞ୍ଚାଇ ପାରିବ। ଏକଜୁଟ ହୋଇ କାର୍ଯ୍ୟ କରିବା ଦ୍ୱାରା, ଜଳବାୟୁ-ଅନୁକୂଳ ସମାଧାନଗୁଡିକ କେବଳ ପରୀକ୍ଷାମୂଳକ ସ୍ତରରେ ସୀମିତ ନ ରହି ସମଗ୍ର ଓଡ଼ିଶାରେ ସ୍ଥାୟୀ ଭାବେ କାର୍ଯ୍ୟକାରୀ ହେବ । ଏହାଦ୍ୱାରା ନୂତନ ଜ୍ଞାନକୌଶଳର ବ୍ୟାପକ ପ୍ରସାର ଘଟିବ ଏବଂ ଚାଷୀ ମାନଙ୍କ ଆର୍ଥିକ ସ୍ଥିରତା ସହ ନୂତନ ଆଶାର କିରଣ ଜାଗ୍ରତ ହେବ। ଏହି କର୍ମଶାଳାରୁ ମିଳିଥିବା ମତାମତ, ସଂଗୋଷ୍ଠୀର ରୋଡମ୍ୟାପ୍, ପ୍ରମୁଖ କାର୍ଯ୍ୟକ୍ରମ ଏବଂ ପରିଚାଳନା ଢାଞ୍ଚା ପ୍ରସ୍ତୁତ କରିବାରେ ସହାୟକ ହେବ। ଏହି ‘କ୍ଲାଇମେଟ୍ ସ୍ମାର୍ଟ ଏଗ୍ରିକଲଚର ଆଲାଇନ୍ସ’ ମିଳିତ ସହଯୋଗ, ବିଜ୍ଞାନ-ଭିତ୍ତିକ ଏବଂ କୃଷକ-କୈନ୍ଦ୍ରିକ ଜଳବାୟୁ କାର୍ଯ୍ୟାନୁଷ୍ଠାନ ପାଇଁ ଓଡ଼ିଶାର ପ୍ରତିବଦ୍ଧତାକୁ ଦର୍ଶାଉଅଛି।

ରାଜ୍ୟ ସରକାର, ଗବେଷକ, ଘରୋଇ କ୍ଷେତ୍ର ଏବଂ ସାମାଜିକ ସଂଗଠନମାନଙ୍କୁ ଏକାଠି କରି ଓଡ଼ିଶା ଜଳବାୟୁ-ସହନଶୀଳ କୃଷି କ୍ଷେତ୍ରରେ ନିଜକୁ ଏକ ଜାତୀୟ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ସମ୍ବନ୍ଧରେ ସିଷ୍ଟେପ୍ର ସେକ୍ଟର ମୁଖ୍ୟ ଡଃ ଇନ୍ଦୁ କେ. ମୂର୍ତ୍ତି କହିଥିଲେ, ଏହି ଜଳବାୟୁ-ଅନୁକୂଳ କୃଷି ସଂଗୋଷ୍ଠୀ (CSA Alliance), କୃଷକମାନଙ୍କୁ ଜଳବାୟୁ ପରିବର୍ତ୍ତନ ମୁକାବିଲା କାର୍ଯ୍ୟକ୍ରମର କେନ୍ଦ୍ରବିନ୍ଦୁରେ ରଖିଛି। ଜଳବାୟୁ ସହନଶୀଳତା ପ୍ରକୋଷ୍ଠ (Climate Resilience Cell) ର ଅଂଶ ତଥା ଏହି ସଂଗୋଷ୍ଠୀର ମୁଖ୍ୟ ସଂଯୋଜକ ଭାବରେ, ସିଷ୍ଟେପ୍‌ର ଲକ୍ଷ୍ୟ ହେଉଛି ମିଳିତ ଭାବେ ଏଭଳି ସମାଧାନ ପ୍ରସ୍ତୁତ କରିବା ଯାହା ସ୍ଥାନୀୟ ଆବଶ୍ୟକତା ଅନୁଯାୟୀ ପ୍ରାସଙ୍ଗିକ, ଆର୍ଥିକ ଦୃଷ୍ଟିରୁ ବ୍ୟବହାରଯୋଗ୍ୟ ଏବଂ ବୃହତ ସ୍ତରରେ କାର୍ଯ୍ୟକାରୀ ହୋଇପାରିବ। ଏହା ଦ୍ୱାରା ପ୍ରାକୃତିକ ସମ୍ପଦର ସୁରକ୍ଷା ହେବା ସହିତ ଜଳବାୟୁ ସହନଶୀଳତା, ଚାଷୀଙ୍କ ଜୀବିକାରେ ସିଧାସଳଖ ଉନ୍ନତି ଆଣିବାରେ ନିଶ୍ଚିତ ସାହାଯ୍ୟ କରିବ । ଏହି କର୍ମଶାଳାରେ ବିଭାଗର ବରିଷ୍ଠ ଅଧିକାରୀବୃନ୍ଦ, CRRI, IIWM, CIWA, CIFA ଭଳି ଗବେଷଣା ପ୍ରତିଷ୍ଠାନର କୃଷି ବୈଜ୍ଞାନିକ, ଘରୋଇ କ୍ଷେତ୍ରର ଅଂଶୀଦାର, ସାମାଜିକ ସଂଗଠନ ଏବଂ ନୀତି ନିର୍ଦ୍ଧାରକମାନେ ଯୋଗ ଦେଇଥିଲେ। ପରିଶେଷରେ ଅତିରିକ୍ତ ଶାସନ ସଚିବ ଶ୍ରୀ ଶୁଭ୍ରାଂଶୁ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Previous Post

ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଚୋରୀକୁ ନେଇ ଚର୍ଚ୍ଚା

Next Post

ଅନ୍ତର୍ଜାତୀୟ ସମବାୟ ବର୍ଷ- ୨୦୨୫ ସମାରୋହ ଉଦଯାପିତ

FNN WEB

FNN WEB

Next Post
ଅନ୍ତର୍ଜାତୀୟ ସମବାୟ ବର୍ଷ- ୨୦୨୫ ସମାରୋହ ଉଦଯାପିତ

ଅନ୍ତର୍ଜାତୀୟ ସମବାୟ ବର୍ଷ- ୨୦୨୫ ସମାରୋହ ଉଦଯାପିତ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

June 4, 2026
ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026
ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ

ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ

June 4, 2026
ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

June 4, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

June 4, 2026
ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.