• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ବିଜେଡି ରହିଛି ଏବଂ ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ଓଡିଶାବାସୀଙ୍କ ସ୍ୱର ହୋଇ ରହିବ: ନବୀନ

FNN WEB by FNN WEB
December 26, 2025
in ଓଡ଼ିଶା, ମୁଖ୍ୟ ଖବର
0
ବିଜେଡି ରହିଛି ଏବଂ ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ଓଡିଶାବାସୀଙ୍କ ସ୍ୱର ହୋଇ ରହିବ: ନବୀନ
0
SHARES
9
VIEWS

ଭୁବନେଶ୍ୱର: ଆଜି ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ । ଶଙ୍ଖ ଭବନରେ ବିଜୁ ଜନତା ଦଳ ୨୯ତମ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ବିପୁଳ ଉତ୍ସାହ ସହ ପାଳିତ ହୋଇ ଯାଇଛି । ଏହି ଅବସରରେ ଉପସ୍ଥିତ ନେତା ଓ କର୍ମୀମାନଙ୍କୁ ଉଦବୋଧନ ଦେଇ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ କହିଛନ୍ତି କି, ଗଣତନ୍ତ୍ରରେ ହାରଜିତ ରହିଛି । କିନ୍ତୁ କିଛି ଲୋକ ଓ କିଛି ଦଳ ଏବେ ବିଜୁ ଜନତା ଦଳକୁ ନେଇ ଅପପ୍ରଚାର କରୁଛନ୍ତି । ବିଜୁ ଜନତା ଦଳ ଭାଙ୍ଗି ଯିବ.. ଇତ୍ୟାଦି ନାନା ଗୁଜବ ମଧ୍ୟ ସୃଷ୍ଟି କରାଯାଉଛି । କିନ୍ତୁ ସେମାନେ ଜାଣି ରଖିବା ଉଚିତ ଯେ ବିଜୁ ଜନତା ଦଳ ଓଡ଼ିଶବାସୀଙ୍କ ଦଳ। ସାଢେ ଚାରି କୋଟି ଓଡିଶାବାସୀଙ୍କ ଆଶା ଆକାଂକ୍ଷା ଓ ସ୍ୱାଭିମାନ ସହ ବିଜେଡି ଜଡିତ। ବିଜେଡି ରହିଛି ଏବଂ ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ବିଜେଡି ଓଡିଶାବାସୀଙ୍କ ସ୍ୱର ହୋଇ ରହିବ ବୋଲି ଶ୍ରୀ ପଟ୍ଟନାୟକ ଦୃଢୋକ୍ତି ପ୍ରକାଶ କରିଥିଲେ ।

ବିଜୁ ଜନତା ଦଳକୁ ଏକ ସଫଳ ଆଞ୍ଚଳିକ ଦଳ ଭାବରେ ବର୍ଣ୍ଣନା କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ୧୯୯୭ ରୁ ବିଜେଡି ବିଜୁ ବାବୁଙ୍କ ଆଦର୍ଶରେ ଓଡିଶାବାସୀଙ୍କ ସେବା କରିଚାଲିଛି । ୨୦୦୦ ରୁ ୨୦୨୪ ପର୍ଯ୍ୟନ୍ତ ବିଜେଡି ଶାସନ ଥିଲା ଓଡିଶାର ବିକାଶ ଇତିହାସର ସୁବର୍ଣ୍ଣ ଯୁଗ । ଦାରିଦ୍ର୍ୟ, କ୍ଷୁଧା, ଶିଶୁ ମୃତ୍ୟୁ ଓ ପ୍ରାକୃତିକ ବିପତ୍ତି ସହ ଲଢ଼ିଛୁ । ସଫଳ ମଧ୍ୟ ହୋଇଛୁ । ଓଡିଶାକୁ ନୂଆ ପରିଚୟ ଦେଇଛୁ । ମା’ମାନଙ୍କୁ ସଶକ୍ତ କରିଛୁ । ଚାଷୀଙ୍କ ରୋଜଗାର ଵୃଦ୍ଧି କରିଛୁ। BSKY ପରି ମାଗଣା ସ୍ୱାସ୍ଥ୍ୟ ସେବା ଦେଇଛୁ । ରାଜ୍ୟକୁ ପୁଞ୍ଜି ଆଣିଛୁ। ଯୁବ ସମାଜକୁ ନିଯୁକ୍ତି ଦେଇଛୁ। ଓଡିଶାକୁ ବିଜେଡି ସରକାର ନୂଆ ପରିଚୟ ଦେଇଛି।

ବର୍ତ୍ତମାନର ବିଜେପି ସରକାରର କାମ ଉପରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ରାଜ୍ୟରେ ଏଵେ ଡବଲ ଇଞ୍ଜିନ ସରକାର ଚାଲିଛି । କିନ୍ତୁ ବିକାଶ କାହିଁ? ବୋଲି ସେ ପ୍ରଶ୍ନ କରିଥିଲେ। ସେ କହିଥିଲେ ଯେ ଏଵେ ଚାଷୀକୁ ସାର ମିଳୁନି।ମଣ୍ଡି ଖୋଲୁନି। ମିଶନ ଶକ୍ତି ମା’ମାନେ ହଇରାଣ ହେଉଛନ୍ତି । ଯୁବ ସମାଜ ହତାଶ। ଗତ ଅଠର ମାସରେ ଅଠର ଥର ନିଯୁକ୍ତି ପରୀକ୍ଷା ପ୍ରଶ୍ନ ଲିକ୍ ହେଲାଣି। ଆଇନଶୃଙ୍ଖଳା କଥା ନ କହିବା ଭଲ। ମହିଳାମାନଙ୍କ ଉପରେ ଅତ୍ୟାଚାର ବଢ଼ି ଚାଲିଛି । ଏପରିକି ଛୋଟ ଛୋଟ ଝିଅମାନେ ମଧ୍ୟ ନିରାପଦ ନୁଁହନ୍ତି । ରାଜ୍ୟରେ ଏକ ସରକାର ଥିବା ପରି ଅନୁଭବ ହେଉ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଥିଲେ।

ଯୁବ ସମାଜକୁ ଦଳର ଅମୂଲ୍ୟ ସମ୍ପତ୍ତି ଭାବରେ ବର୍ଣ୍ଣନା କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସେବା, ସଂଗ୍ରାମ ଓ ସ୍ୱାଭିମାନ ବିଜେଡିର ମନ୍ତ୍ର । ବିକାଶ ଆମର ପରିଚୟ। ତେଣୁ ବିଜେଡିର ଯୁବ ବନ୍ଧୁମାନେ ସୋସିଆଲ ମିଡ଼ିଆରେ ସକ୍ରିୟ ରହିବା ସହ ଦଳ ବିରୁଦ୍ଧରେ ଚାଲିଥିବା ଅପପ୍ରଚାରର ଫଳପ୍ରଦ ମୁକାବିଲା କରିବାକୁ ବିଜେଡି ସଭାପତି ଆହ୍ୱାନ ଜଣାଇଥିଲେ।

ରାଜନୀତିରେ ଧୈର୍ଯ୍ୟ ବହୁତ ଗୁରୁତ୍ୱପୂର୍ଣ ବୋଲି ମତ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଦଳର ଲକ୍ଷ ଲକ୍ଷ କର୍ମୀ ଭାଇଭଉଣୀମାନଙ୍କ କଠିନ ପରିଶ୍ରମ ଓ ପ୍ରତିବଦ୍ଧତା ଉପରେ ତାଙ୍କର ଗଭୀର ବିଶ୍ୱାସ ରହିଛି । ତେଣୁ ବର୍ତ୍ତମାନର ଆହ୍ୱାନକୁ ଭବିଷ୍ୟତ ପାଇଁ ସୁଯୋଗରେ ରୂପାନ୍ତରିତ କରି ଏକ ସଶକ୍ତ ଓଡିଶା ଗଠନ ଦିଗରେ ବ୍ରତୀ ହେବାକୁ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।

ଯୁବଶକ୍ତି ଆମର ସବୁଠୁ ବଡ଼ ଆସେଟ । ଅଧିକ ଆକ୍ଟିଭ ହୋଇ କାମ କରିବାକୁ ମୁଁ ତାଙ୍କୁ ନିବେଦନ କରୁଛି । ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ ହୋଇ ପ୍ରଭାବଶାଳୀ କାମ କରିବାକୁ କର୍ମୀଙ୍କୁ ଆହ୍ୱାନ ଦେବା ସହ ରାଜନୀତିରେ ଧୈର୍ଯ୍ୟ ବହୁତ ଗୁରୁତ୍ୱପୂର୍ଣ ବୋଲି ମତ ଦେଇଥିଲେ । ଦଳର ଲକ୍ଷ ଲକ୍ଷ କର୍ମୀ ଭାଇ ଭଉଣୀମାନଙ୍କ କଠିନ ପରିଶ୍ରମ ଓ ପ୍ରତିବଦ୍ଧତା ଉପରେ ତାଙ୍କର ଗଭୀର ବିଶ୍ୱାସ ରହିଛି । ତେଣୁ ବର୍ତ୍ତମାନର ଆହ୍ୱାନକୁ ଭବିଷ୍ୟତ ପାଇଁ ସୁଯୋଗରେ ରୂପାନ୍ତରିତ କରି ଏକ ସଶକ୍ତ ଓଡିଶା ଗଠନ ଦିଗରେ ବ୍ରତୀ ହେବାକୁ ନବୀନ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।

Previous Post

ଗରିବ ଲୋକଙ୍କୁ ସୁରକ୍ଷିତ ଜୀବନ ଦେବା ଆମ ଲକ୍ଷ୍ୟ: ଧର୍ମେନ୍ଦ୍ର

Next Post

କେନ୍ଦୁଝରବାସୀ ଲଢୁଆ ମନୋଭାବ ପାଇଁ ମଧ୍ୟ ଜଣାଶୁଣା: ମୁଖ୍ୟମନ୍ତ୍ରୀ

FNN WEB

FNN WEB

Next Post
କେନ୍ଦୁଝରବାସୀ ଲଢୁଆ ମନୋଭାବ ପାଇଁ ମଧ୍ୟ ଜଣାଶୁଣା: ମୁଖ୍ୟମନ୍ତ୍ରୀ

କେନ୍ଦୁଝରବାସୀ ଲଢୁଆ ମନୋଭାବ ପାଇଁ ମଧ୍ୟ ଜଣାଶୁଣା: ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

June 4, 2026
ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026
ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ

ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ

June 4, 2026
ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

June 4, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

June 4, 2026
ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.