• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଓଡ଼ିଶାରେ ସରିଲା ପ୍ରଥମ ପର୍ଯ୍ୟାୟ ଭୋଟ

FNN WEB by FNN WEB
May 13, 2024
in ଓଡ଼ିଶା, ମୁଖ୍ୟ ଖବର, ରାଜନୀତି
0
ଓଡ଼ିଶାରେ ସରିଲା ପ୍ରଥମ ପର୍ଯ୍ୟାୟ ଭୋଟ
0
SHARES
4
VIEWS

ସନ୍ଧ୍ୟା ୬ଟା ସୁଦ୍ଧା ୬୩.୮୫% ମତଦାନ


ଭୁବନେଶ୍ବର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, କୋରାପୁଟ, ନବରଂଗପୁର ଓ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଓ ଏହାର ଅଧୀନସ୍ଥ ୨୮ଟି ବିଧାନସଭା କ୍ଷେତ୍ରରେ ସୋମବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିଲା। ଦୀର୍ଘ ୫ ବର୍ଷ ପରେ ପୁଣି ମତଦାନ ମହାନ ସୁଯୋଗ ମିଳିଥିବାରୁ ଆଜି ସକାଳୁ ସକାଳୁ ବୁଥ୍‌ଗୁଡ଼ିକ ଆଗରେ ଲାଗିଥିଲା ଏମିତି ଲମ୍ବା ଲାଇନ୍। ମତାଧିକାର ସାବ୍ୟସ୍ତ ଲାଗି ଯୁବାବର୍ଗଙ୍କ ମଧ୍ୟରେ ଯେତିକି ଉତ୍ସାହ ଥିଲା, ଉପାନ୍ତ ଆଦିବାସୀ ଇଲାକାର ଆଦିମ ଜନଜାତି ଭୋଟରଙ୍କ ଭିତରେ ଥିଲା ତାଠୁ ଅଧିକ ଆକର୍ଷଣ। ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ମତଦାନ ଶେଷ ହୋଇଥିବା ବେଳେ ଅନେକ ସ୍ଥାନରେ ମତଦାଦା ଧାଡ଼ିରେ ଛିଡ଼ା ହୋଇଛନ୍ତି। ତେଣୁ ମତଦାନ ପ୍ରତିଶତ ବଢ଼ିପାରେ। ସନ୍ଧ୍ୟା ୫ଟା ସୁଦ୍ଧା ୬୩.୮୫ ପ୍ରତିଶତ ‌ମତଦାନ ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟର ସୂତ୍ରରୁ ଏହି ସୂଚନା ମିଳିଛି। ‌ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି, ନବରଂଗପୁର ଲୋକସଭା ଆସନରେ ସନ୍ଧ୍ୟା ୫ଟା ସୁଦ୍ଧା ନବରଂଗପୁରରେ ୬୮.୮୪ ପ୍ରତିଶତ, କଳାହାଣ୍ଡିରେ ୬୭.୩୭ ୯%, କେରାପୁଟରେ ୬୧.୨୨% ମତଦାନ ହୋଇଛି। ସେହିପରି ନୂଆପଡ଼ାରେ ୬୬.୩୫, ଗଜପତିରେ ୬୩.୭୧ ରାୟଗଡ଼ାରେ ୬୨.୯୬ ପ୍ରତିଶତ ମତଦାନ ହୋଇଛି।

ଗୋପାଳପୁର ସିନ୍ଧିଗାଁ ଭୋଟଗ୍ରହଣ କେନ୍ଦ୍ରରେ ୧୦୮ ବର୍ଷିୟା ବୃଦ୍ଧା, ଟ୍ରାଇସାଇକେଲରେ ଆସି ମତଦାନ କରି ନିଜ ମନ ପସନ୍ଦର ନେତା ବାଛିଥିଲେ । ସେହିଭଳି ବ୍ରହ୍ମପୁର, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର ଆଦି ସ୍ଥାନରେ ଦେଖିବାକୁ ମିଳିଥିଲା ଗଣତନ୍ତ୍ରର ମହାପର୍ବରେ ସାମିଲ ହେବାର ଅପୂର୍ବ ଦୃଶ୍ୟ। ବୟସ୍କ, ମହିଳା, ଭିନ୍ନକ୍ଷମମାନେ ବି ନିଜ ଆଙ୍ଗୁଠିରେ କାଳି ବୋଳି ମତାଧିକାରୀ ସାବ୍ୟସ୍ତ ସହ ଭୋଟଦାନର ଅଭୁଲା ଅନୁଭୂତି ସାଉଁଟୁଥିଲେ। ସେହିଭଳି ୧୮ରେ ଛୁଇଁବା ପରେ ପ୍ରଥମ ଥର ବୁଥକୁ ଆସି ବେଶ୍ ଉତ୍ସାହିତ ଥିଲେ ଅନେକ ସାବାଳକ ଯୁବା ଭୋଟର।

ଆଜିର ପାଗ ବିଶେଷ ଅନୁକୂଳ ଥିବାରୁ ମତାଦାତାଙ୍କ ପାଇଁ କୌଣସି ସମସ୍ୟା ନଥିଲା। ସକାଳ ଓ ଅପରାହ୍ଣରେ ବୁଥରେ ଭିଡ଼ ଅପେକ୍ଷାକୃତ ଅଧିକ ଥିଲା। ଏପଟେ ସମୟ ବଢିବା ସହ ମତଦାନ ପ୍ରକ୍ରିୟାରେ ସାମିଲ ହେଉଥିଲେ ବିଭିନ୍ନ ବୟସ ଓ ବର୍ଗର ଭୋଟର। ରାୟଗଡ଼ା ଗୁଣପୁରରେ ନିଜ ପାରମ୍ପାରିକ ପୋଷାକ ପରିଧାନ କରି ମତଦାନ କେନ୍ଦ୍ରକୁ ଆସିଥିଲେ ଲାଞ୍ଜିଆ ସଉରା ଜନଜାତିର ଭୋଟର। ରାୟଗଡ଼ା ନିୟମଗିରିର ଡଙ୍ଗରିଆ କନ୍ଧଙ୍କ ମଧ୍ୟରେ ବି ଦେଖିବାକୁ ମିଳିଥିଲା ମତଦାନ ପ୍ରତି ଅହେତୁକ ଆଗ୍ରହ। ସେପେଟ ଭୋଟରଙ୍କୁ ଉତ୍ସାହିତ କରିବାକୁ ବିଭିନ୍ନ ସ୍ଥାନରେ ହୋଇଥିଲା ଅଭିନବ ପ୍ରୟାସ। ଜୟପୁର ଚନ୍ଦନବାଡ ବୁଥରେ ମତଦାତାଙ୍କ ପାଇଁ ହୋଇଥିଲା ମାଣ୍ଡିଆ ଜାଉର ବ୍ୟବସ୍ଥା। ଗ୍ରୀଷ୍ମ ପ୍ରବାହକୁ ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀଙ୍କ ପକ୍ଷରୁ ଫାଷ୍ଟ ଏଡ୍ ସୁବିଧା ସହ ମାଣ୍ଡିଆ ଜାଉ ବଣ୍ଟନ କରୁଥିଲେ। ତେଣେ ଭୋଟରଙ୍କୁ ଆକର୍ଷିତ କରିବାକୁ ଗଞ୍ଜାମ ଦିଗପହଣ୍ଡିରେ ହୋଇଥିଲା ପରିବେଶ ଉପଯୋଗୀ ସାମିଆନାର ବ୍ୟବସ୍ଥା। ସେହିଭଳି ନବରଙ୍ଗପୁର ଚନ୍ଦାହାଣ୍ଡିର ଇକୋ ଫ୍ରେଣ୍ଡଲି ବୁଥର ଦୃଶ୍ୟ ଥିଲା ଦେଖିବା ଭଳି। ସବୁଜ ଡାଳପତ୍ରରେ ସଜ୍ଜିତ ବୁଥ୍ ଭୋଟରଙ୍କୁ ପରିବେଶ ସୁରକ୍ଷାର ବାର୍ତ୍ତା ଦେଉଥିଲା। ସେପଟେ ଭବାନୀପଟଣାରେ ମହିଳାଙ୍କ ଲାଗି ସଖୀ ମତଦାନ କେନ୍ଦ୍ର ସାଙ୍ଗକୁ ସ୍ଥାନୀୟ ଇରିଗେସନ୍ କଲୋନୀରେ ହୋଇଥିବା ସେଲଫି ପଏଣ୍ଟ ବି ଭୋଟରଙ୍କ ପାଇଁ ଆକର୍ଷଣ ସାଜୁଥିଲା। ମାଓ ସୁରକ୍ଷା ଦୃଷ୍ଟିରୁ ଗତକାଲି ନୂଆପଡ଼ା ସୁନାବେଡ଼ାକୁ ବାୟୁସେନା ହେଲିକପଟରରେ ଯାଇଥିଲେ ପୋଲିଂ ପାର୍ଟି। ଆଜି ମତଦାନ ପ୍ରକ୍ରିୟା ସାରିବା ପରେ ପୋଲିଂ ପାର୍ଟି, ପୁଣି ହେଲିକପଟର ଯୋଗେ ଫେରିଥିଲେ।

Previous Post

ଗଂଜାମରେ ୨ ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ ସହ ଗିରଫ ନିର୍ଦ୍ଦେଶ

Next Post

ଅନୁଭବ ମହାନ୍ତିଙ୍କ ନାଁରେ ୱାରେଣ୍ଟ, ଖୁବଶୀଘ୍ର ହୋଇପାରନ୍ତି ଗିରଫ

FNN WEB

FNN WEB

Next Post
ଅନୁଭବ ମହାନ୍ତିଙ୍କ ନାଁରେ ୱାରେଣ୍ଟ, ଖୁବଶୀଘ୍ର ହୋଇପାରନ୍ତି ଗିରଫ

ଅନୁଭବ ମହାନ୍ତିଙ୍କ ନାଁରେ ୱାରେଣ୍ଟ, ଖୁବଶୀଘ୍ର ହୋଇପାରନ୍ତି ଗିରଫ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.