କେନ୍ଦ୍ରର ଜନବିରୋଧୀ ନୀତି ବିରୋଧରେ ଗର୍ଜିଲେ ନେତୃବୃନ୍ଦ
ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ଜନବିରୋଧୀ ଆଇନ ସମୂହ ବିରୋଧରେ ଆଜି ଭୁବନେଶ୍ୱର ଗାନ୍ଧୀ ମାର୍ଗଠାରେ ସଂଯୁକ୍ତ କିଷାନ ମୋର୍ଚ୍ଚା (SKM) ଏବଂ କେନ୍ଦ୍ରୀୟ ଶ୍ରମିକ ସଂଗଠନଗୁଡ଼ିକର ମିଳିତ ଆହ୍ୱାନରେ ଏକ ଐତିହାସିକ ଗଣ-ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। (ମନରେଗାର ବିକଳ୍ପ) ଆଇନ, ଶ୍ରମ କୋଡ୍, ବିହନ ବିଲ୍ ୨୦୨୫ ଏବଂ ବିଦ୍ୟୁତ ସଂଶୋଧନ ବିଲ୍ ୨୦୨୫ କୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ଦାବିରେ ହଜାର ହଜାର କର୍ମୀ ରାଜରାସ୍ତାକୁ ଓହ୍ଲାଇଥିଲେ।
ଏହି ସମାବେଶକୁ ଦେଶ ଓ ରାଜ୍ୟର ଅଗ୍ରଣୀ ଶ୍ରମିକ ଓ କୃଷକ ନେତୃବୃନ୍ଦ ସମ୍ବୋଧିତ କରି ସରକାରଙ୍କୁ କଡ଼ା ଚେତାବନୀ ଦେଇଥିଲେ।
ସମାବେଶକୁ ସମ୍ବୋଧିତ କରିଥିବା ମୁଖ୍ୟ ନେତୃବୃନ୍ଦ:ଏହି ବିକ୍ଷୋଭ ସଭାରେ ବିଭିନ୍ନ ସଂଗଠନରୁ ପ୍ରମୁଖ ନେତାମାନେ ଯୋଗ ଦେଇ ସରକାରଙ୍କ କର୍ପୋରେଟ୍ ପ୍ରୀତି ଓ ଶ୍ରମିକ-ମାରଣ ନୀତିର ପର୍ଦ୍ଦାଫାଶ କରିଥିଲେ:ଡକ୍ଟର ରାମଚନ୍ଦ୍ର ଖୁଣ୍ଟିଆ (ରାଷ୍ଟ୍ରୀୟ ସଭାପତି, ଇଣ୍ଟକ /ଆଇ ଏନଟିୟୁସି)ସୁଆର ଜେନା (ଏଆଇଟିୟୁସି )ନାରାୟଣ ରେଡ୍ଡୀ (ଏଆଇକେଏସ୍ )ଦୁଷ୍ମନ୍ତ ଦାସ (ସିଆଇଟିୟୁ )ମହେନ୍ଦ୍ର ପରିଡ଼ା (ଏଆଇସିସିଟିୟୁ )ଜ୍ୟୋତିରଞ୍ଜନ ମହାପାତ୍ର (ଟିୟୁସିସି )ନିରଞ୍ଜନ ମହାନ୍ତି (ଏଆଇୟୁଟିୟୁସି )
ଜମ୍ବେଶ୍ୱର ପ୍ରଧାନ (SKM ଏସକେଏମ ନେତା)
ବଂଶୀଧର ପରିଡ଼ା, ବିଜୟ ଜେନା ଏବଂ ନରେନ୍ଦ୍ର ମହାନ୍ତି
ଆନ୍ଦୋଳନର ମୁଖ୍ୟ ପ୍ରସଙ୍ଗ:
ସଭାରେ ନେତୃବୃନ୍ଦ କହିଥିଲେ ଯେ:
୧. ବିଭି- ରାମଜି ଆଇନ: ଏହା ଗ୍ରାମୀଣ ଶ୍ରମିକଙ୍କ ଶେଷ ଭରସା ‘ମନରେଗା’କୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରିଦେବ।
- ୨. ଶ୍ରମ କୋଡ୍: ବ୍ରିଟିଶ ଅମଳରୁ ଲଢ଼ି ହାସଲ କରିଥିବା ଶ୍ରମିକ ଅଧିକାରକୁ ଏହି ନୂତନ କୋଡ୍ ସାହାଯ୍ୟରେ ଶିଳ୍ପପତିଙ୍କ ପାଖରେ ବନ୍ଧା ପକାଯାଉଛି।
- ୩. ବିହନ ବିଲ୍ ୨୦୨୫: ଏହା ଚାଷୀଙ୍କୁ ନିଜ ଜମିରେ ପରଦାସ କରିଦେବ ଏବଂ କମ୍ପାନୀମାନଙ୍କୁ ବିହନ ବଜାରରେ ଏକଚାଟିଆ ଅଧିକାର ପ୍ରଦାନ କରିବ
- ୪. ବିଦ୍ୟୁତ ବିଲ୍: ଏହା ଫଳରେ ବିଦ୍ୟୁତ ଶୁଳ୍କ ବୃଦ୍ଧି ପାଇବ ଏବଂ ଗରିବ ଜନସାଧାରଣ ଅନ୍ଧାରରେ ରହିବାକୁ ବାଧ୍ୟ ହେବେ।ଆଗାମୀ ଚେତାବନୀ:ସମସ୍ତ ଶ୍ରମିକ ସଂଗଠନ ଏବଂ ଏସକେଏମ ପକ୍ଷରୁ ଏକ ସ୍ୱରରେ ଘୋଷଣା କରାଯାଇଛି ଯେ, ଯଦି କେନ୍ଦ୍ର ସରକାର ଏହି ଦାବିଗୁଡ଼ିକୁ ଗ୍ରହଣ ନକରନ୍ତି, ତେବେ ଆଗାମୀ ଦିନରେ ଓଡ଼ିଶାର ପ୍ରତିଟି ବ୍ଲକ୍ ଏବଂ ଜିଲ୍ଲା ସ୍ତରରେଆନ୍ଦୋଳନକୁ ବ୍ୟାପକ କରାଯିବ। ଚାଷୀ ଓ ଶ୍ରମିକଙ୍କ ଏହି ସଂଗ୍ରାମ ଦିଲ୍ଲୀ ଦରବାର ପର୍ଯ୍ୟନ୍ତ ଶୁଭିବ।














