• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ମହାୟୁତି ମୁଣ୍ଡରେ ମୁମ୍ବାଇ ମୁକୁଟ, ୨୮ ବର୍ଷ ପରେ ଭୁଶୁଡ଼ିଲା ଠାକରେ ଦୁର୍ଗ

FNN WEB by FNN WEB
January 16, 2026
in ଓଡ଼ିଶା, ମୁଖ୍ୟ ଖବର
0
ମହାୟୁତି ମୁଣ୍ଡରେ ମୁମ୍ବାଇ ମୁକୁଟ, ୨୮ ବର୍ଷ ପରେ ଭୁଶୁଡ଼ିଲା ଠାକରେ ଦୁର୍ଗ
0
SHARES
2
VIEWS

ମୁମ୍ବାଇ: ସତ ହୋଇଛି ବିଜେପି ନେତୃତ୍ୱାଧୀନ ମହାୟୁତିର ସ୍ୱପ୍ନ। ମୁମ୍ବାଇ ଦଖଲ ପାଇଁ ମେଣ୍ଟ ଦେଖିବା ସ୍ୱପ୍ନ ସାକାର ହୋଇଛି। ମୁମ୍ବାଇ ମୁକୁଟ ଦଖଲ କରିଛନ୍ତି ବିଜେପି-ଶିବସେନା ମେଣ୍ଟ। ବ୍ରିହାନ ମୁମ୍ବାଇ ମହାନଗର ନିଗମ(ବିଏମସି) ନିର୍ବାଚନରେ ବିଜୟ ବାନା ଉଡ଼ାଇଛି ମହାୟୁତି। ଏସିଆର ସବୁଠାରୁ ଧନୀ ମହାନଗର ନିଗମକୁ ମହାୟୁତି ନିଜ ଦଖଲକୁ ନେବାକୁ ସକ୍ଷମ ହୋଇଛି। ୨୮ ବର୍ଷ ଧରି ବିଏମସି ଠାକରେ ପରିବାରର ଦୁର୍ଗ ଭାବେ ଛିଡ଼ା ହୋଇଥିଲା। କିନ୍ତୁ ମହାୟୁତିର ଝଡ଼ରେ ଭୁଶୁଡ଼ି ପଡ଼ିଛି ଠାକରେ ଦୁର୍ଗ। ପ୍ରଥମଥର ପାଇଁ ମହାୟୁତି ବିଏମସି ନିର୍ବାଚନ ଜିତିଛି। ଖାଲି ସେତିକି ନୁହେଁ, ଏବେ ବିଜେପି-ଶିବସେନାର ମେୟରଙ୍କ ରାଜୁତି ବିଏମସିରେ ଆରମ୍ଭ ହେବ।

ମୁମ୍ବାଇ ପୌର ନିର୍ବାଚନରେ ବିଜେପିର ଐତିହାସିକ ପ୍ରଦର୍ଶନ ପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ମ୍ୟାନ ଅଫ ଦି ଟୁର୍ଣ୍ଣମେଣ୍ଟ ସାବ୍ୟସ୍ତ ହୋଇଛନ୍ତି। ତାଙ୍କ ନେତୃତ୍ୱରେ ବିଜେପି ୨୦୧୭ ନିର୍ବାଚନ ରେକର୍ଡକୁ ଭାଙ୍ଗି ଦେଇଛି। ୨୦୧୭ରେ ବିଜେପି ଏକାକୀ ୮୨ଟି ୱାର୍ଡ ଦଖଲ କରିଥିଲା। ଏବେ ଦଳ ବିଏମସିର ୨୨୭ ୱାର୍ଡରୁ ୯୦ଟି ଜିତିବା ଏକ ପ୍ରକାରର ନିଶ୍ଚିତ ହୋଇଛି। ଦଳର ମୁମ୍ବାଇ ସହଯୋଗୀ ଏନନାଥ ସିନ୍ଦେଙ୍କ ଶିବସେନା ମଧ୍ୟ ୨୯ଟି ଆସନରେ ଲିଡ କିମ୍ବା ବିଜୟ ହୋଇଛି। ତେଣୁ ମେୟର ପଦ ହାତେଇବା ପାଇଁ ଆବଶ୍ୟକ ୧୧୪ ସଂଖ୍ୟାକୁ ଏମାନେ ବେଶ ସହଜରେ ହାସଲ କରିବା ସ୍ପଷ୍ଟ ହୋଇଛି।

୨୦୧୭ରେ ଅବିଭକ୍ତ ଶିବସେନା ବିଏମସିରେ ୮୪ଟି ଆସନ ଜିତିଥିଲା। ସେତେବେଳେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନାରେ ସିନ୍ଦେ ରହିଥିଲେ। ଏବେ ସେ ଅଲଗା ହୋଇ ଯାଇଛନ୍ତି। ବିଜେପି ତୁଳନାରେ ସିନ୍ଦେ ସେନାର ପ୍ରଦର୍ଶନ ସେତେଟା ଆଖି ଦୃଶିଆ ମଧ୍ୟ ହୋଇନାହିଁ। ବହୁ କଷ୍ଟରେ ଦଳ ପ୍ରାୟ ୩୦ଟି ୱାର୍ଡ ଜିତିବାରୁ ସକ୍ଷମ ହୋଇଛି। ଏଥିପାଇଁ ଏକନାଥ ସିନ୍ଦେ ଭୋଟ ଗଣତି ସମୟରେ ମଧ୍ୟ ଫଡନାଭିସ ଓ ବିଜେପି ନେତୃତ୍ୱାଧୀନ ମେଣ୍ଟର ପ୍ରଶଂସା କରିଛନ୍ତି। ଏହି ଜନାଦେଶକୁ ସେ ଦୁର୍ନୀତି ବିରୋଧରେ ଗୋଟିଏ ବିଜୟ ଭାବେ ଚିତ୍ରିତ କରିଛନ୍ତି। ଅନ୍ୟପକ୍ଷରେ ଉଦ୍ଧବ ଠାକରେଙ୍କ ଶିବସେନା ବିଏମସିର ପ୍ରାୟ ୭୩ଟି ଆସନରେ ଲିଡ ବା ବିଜୟୀ ହୋଇଛି। ଏହା ୨୦୧୭ ମସିହାରେ ଥିବା ୮୪ ଠାରୁ ଯଥେଷ୍ଟ କମ। ବିଏମସି ନିର୍ବାଚନ ପାଇଁ ୨୦ ବର୍ଷ ପରେ ଠାକେର ବ୍ରଦର୍ସ(ଉଦ୍ଧବ ଓ ରାଜ) ଏକାଠି ହୋଇଥିଲେ। କିନ୍ତୁ ସେମାନେ ନିଜର ଦୁର୍ଗକୁ ବଞ୍ଚାଇବାରେ ସକ୍ଷମ ହୋଇ ନାହାନ୍ତି। ତଥାପି ଉଦ୍ଧବ ଠାକରେ ଦଳର ଏ ପ୍ରଦର୍ଶନରେ ନିଶ୍ଚିତ ଆତ୍ମସନ୍ତୋଷ ଲାଭ କରିବେ।

କାରଣ ଶିବସେନାରେ ବିଦ୍ରୋହ ଯୋଗୁ ସେ ନିଜର ପାରମ୍ପରିକ ଦଳୀୟ ଚିହ୍ନ ହରାଇଥିଲେ। ସେହିପରି ଶିବସେନାର ଅନେକ ବରିଷ୍ଠ ନେତା ଏବେ ସିନ୍ଦେଙ୍କ ସହ ରହିଛନ୍ତି। ତଥାପି ବିଏମସି ନିର୍ବାଚନରେ ଉଦ୍ଧବଙ୍କ ଦଳ ୭୦ରୁ ଅଧିକ ଆସନ ଜିତିବାକୁ ସକ୍ଷମ ହୋଇଛି। ଠାକରେ ଲିଗାସୀ ଏଯାଏ ଶେଷ ହୋଇ ନଥିବା ଏହି ଜନାଦେଶରୁ ସଙ୍କେତ ମିଳିଛି। ରାଜ ଠାକରେଙ୍କ ଦଳ ମଧ୍ୟ ୧୦ଟି ଆସନରେ ଲିଡ କରୁଛି। ଅର୍ଥାତ ଦୁଇ ଠାକରେ ବ୍ରଦର୍ସ ୮୩ଟି ୱାର୍ଡରେ ଜିତିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ କଂଗ୍ରେସ ୧୬ଟି ଆସନରେ ଆଗରେ ରହିଥିବା ବେଳେ ଶରଦ ପାୱାର ଓ ଅଜିତ ପାୱାରଙ୍କ ଏନସିପି ଖାତା ଖୋଲିବାକୁ ସକ୍ଷମ ହୋଇ ନାହାନ୍ତି। ମାହାରାଷ୍ଟ୍ରର ୨୯ଟି ନଗର ନିଗମ ପାଇଁ ଭୋଟିଂ ଗୁରୁବାର ଶେଷ ହୋଇଥିଲା। ୩.୪୮ କୋଟି ଯୋଗ୍ୟ ଭୋଟର ୧୫,୯୩୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟକୁ ଇଭିଏମରେ ସିଲ କରିଥିଲେ। ଏହା ମଧ୍ୟରେ ରହିଥିଲା ବ୍ରିହାନ ମୁମ୍ବାଇ ମହାନଗର ନିଗମ ବା ବିଏମସି।

ଏହା ହେଉଛି ଭାରତ ତଥା ଏସିଆର ସବୁଠାରୁ ଧନୀ ମହାନଗର ନିଗମ। ଏହାର ବଜେଟ ୭୪,୦୦୦ ଟଙ୍କା। ବିଏମସି ଅଧୀନରେ ଥିବା ୨୨୭ଟି ୱାର୍ଡରେ ୧୭୦୦ ପ୍ରାର୍ଥୀ ନିଜର ଭାଗ୍ୟ କରିଛନ୍ତି। ୨୦୧୭ ପରେ ବିଏମସି ନିର୍ବାଚନ ହେଉଥିବାରୁ ପୂରା ଦେଶର ନଜର ଏହା ଉପରେ ରହିଥିଲା। ୧୯୯୨-୧୯୯୬ରୁ ଛାଡ଼ି ୧୯୮୫ରୁ ଅବିଭକ୍ତ ଶିବସେନା ବିଏମସିକୁ ଦଖଲ କରିଚାଲିଥିଲା। ହେଲେ ଏଥର ବିଏମସି ଉଦ୍ଧବ ଠାକେରଙ୍କ ହାତରୁ ଖସି ଯାଇଛି। ବିଏମସିର ୨୨୭ ୱାର୍ଡରୁ ବିଜେପି ୧୩୭ଟି ଓ ଶିବସେନା ୯୦ଟିରେ ପ୍ରାର୍ଥୀ ଦେଇଥିଲା। ମହାୟୁତିରେ ଅଜିତ ପାୱାରଙ୍କ ଏନସିପି ରହିଥିଲେ ହେଁ ଏକାକୀ ମହାନଗର ନିଗମ ନିର୍ବାଚନ ଲଢ଼ିଥିଲା। କଂଗ୍ରେସ ବିରୋଧୀ ମେଣ୍ଟରେ ଥିଲେ ବି ଏକାକୀ ଅଧିକାଂଶ ସିଟରେ ପ୍ରାର୍ଥୀ ଦେଇଥିଲା।

Previous Post

ଐତିହ୍ୟ ଓ ଧାର୍ମିକ ସ୍ଥଳୀର ବିକାଶ ଓ ସୁରକ୍ଷା ନେଇ ପ୍ରଭାତୀଙ୍କ ସମୀକ୍ଷା ବୈଠକ

Next Post

ଗୋମାଫିଆ ଶେଖ୍ ରାଜନ ଘରେ ପୁଲିସର ଚଢ଼ାଉ, ମିଳିଲାଣି ନଗଦ ୭୦ ଲକ୍ଷ ଟଙ୍କା ଓ ବିପୁଳ ସୁନାଗହଣା

FNN WEB

FNN WEB

Next Post

ଗୋମାଫିଆ ଶେଖ୍ ରାଜନ ଘରେ ପୁଲିସର ଚଢ଼ାଉ, ମିଳିଲାଣି ନଗଦ ୭୦ ଲକ୍ଷ ଟଙ୍କା ଓ ବିପୁଳ ସୁନାଗହଣା

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

June 4, 2026
ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026
ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ

ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ

June 4, 2026
ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

June 4, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

ଅପରାଧମୁକ୍ତ ସମାଜ ଗଠନ କେବଳ ସରକାରଙ୍କର ନୁହେଁ, ଆମ ସମସ୍ତଙ୍କର ମିଳିତ ସଂକଳ୍ପ : ମୁଖ୍ୟମନ୍ତ୍ରୀ

June 4, 2026
ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.