ଭଦ୍ରକ: ଭଦ୍ରକ ପୁରୁଣା ବଜାର ଥାନା ଅନ୍ତର୍ଗତ ମୁଲ୍ଲା ସାହିର ଗୋ ମାଫିଆ ଶେଖ୍ ରାଜନ ଘରେ କେନ୍ଦୁଝର ଓ ଭଦ୍ରକ ପୁଲିସର ମିଳିତ ଚଢ଼ାଉ। ଘରୁ ଜବତ ହେଲା ନଗଦ ୭୦ ଲକ୍ଷ ଟଙ୍କା ଓ ବିପୁଳ ପରିମାଣର ସୁନା। ଗୋ ମାଫିଆ ଶେଖ୍ ରାଜନକୁ ଥାନାରେ ଅଟକ ରଖି ପୁଲିସର ପଚରାଉଚରା। ଶେଖ୍ ରାଜନକୁ ଓଡ଼ିଶାର ସବୁଠାରୁ ବଡ଼ ଗୋ ମାଫିଆ ବୋଲି କୁହାଯାଉଛି। ତା ଜରିଆରେ ପଶ୍ଚିମବଙ୍ଗକୁ ଗୋ ଚାଲାଣ ହୋଇଥାଏ। ଭଦ୍ରକର ପୁରୁଣା ବଜାର ଅଞ୍ଚଳର ଗୋ ମାଫିଆ ଶେଖ୍ ରାଜନ ଘରେ ଚଢ଼ାଉ। ନଗଦ ୭୦ ଲକ୍ଷ ଟଙ୍କା ଜବତ। ଭଦ୍ରକ ଓ କେନ୍ଦୁଝର ପୁଲିସର ମିଳିତ ଚଢ଼ାଉ ହୋଇଥିଲା। ଗତକାଲି ବିଳମ୍ବିତ ରାତିରେ ଏହି ଚଢ଼ାଉ ଆରମ୍ଭ କରାଯାଇଥିଲା। ଭଦ୍ରକ ପୁରୁଣା ବଜାର ଅଞ୍ଚଳର ମୁଲ୍ଲା ସାହିରେ ରହୁଥିବା ରାଜନର ଘର ଉପରେ ଅଚାନକ ପୁଲିସ ଚଢ଼ାଉ କରିଥିଲା। ଭଦ୍ରକ ଅଞ୍ଚଳର ଏହି ଗୋରୁ ମାଫିଆର ଚୋରା ଗୋ ଚାଲାଣ ଚେର ସାରା ଓଡ଼ିଶା ଭିତରେ ରହୁଥିବା ବେକେ ଅଧିକାଂଶ ଗୋରୁ ପଶ୍ଚିମବଙ୍ଗକୁ ଚାଲାଣ କରୁଥିଲା। ଭଦ୍ରକର ଗୋ ମାଫିଆ ରାଜନ୍ ର ଏହି କଳା କାରବାର ଉପରେ ପୁଲିସର ନଜର ବହୁଦିନ ଆଗରୁ ଥିଲା। ଭଦ୍ରକ ଏସ ପି ମନୋଜ ରାଉତଙ୍କ ନିର୍ଦ୍ଦେଶରେ ଏହି ଚଢାଉ ହୋଇଛି।
ସେହିପରି ଆଜି କେନ୍ଦୁଝର ପୁଲିସର ଏକାଧିକ ଦଳ ୪୬ଟି ସ୍ଥାନରେ ବେଆଇନ ଗୋରୁ ବ୍ୟବସାୟୀଙ୍କ ବାସଭବନରେ ସମନ୍ୱିତ ଚଢ଼ାଉ କରୁଥିବା ବେଳେ ଏହି ଅଭିଯାନରେ କେନ୍ଦୁଝର, ଭଦ୍ରକ, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛନ୍ତି। ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ତେଣ୍ଟୋପୋଷି ଓ କେନ୍ଦ୍ରେଇ ଗ୍ରାମରେ ଚଢ଼ାଉ ଜାରି ରଖିଥିବା ବେଳେ ସେହିପରି ବିଶୋଇ, କରଞ୍ଜିଆ,ଝାରପୋଖରିଆ, ଚଢେଇଭୋଳ ପ୍ରଭୃତି ଅଞ୍ଚଳରେ ମଧ୍ୟ ଗୋ ମାଫିଆଙ୍କ ଘର ଓ ଦୋକାନରେ ସ୍ଥାନୀୟ ପୁଲିସ ସହାୟତାରେ ଚଢ଼ାଉ ଜାରି ରଖିଛି । ତେବେ ଚଢ଼ାଉ ସମୟରେ ନଗଦ ଲକ୍ଷ ଲକ୍ଷ ଟଙ୍କା ସହିତ ସୁନା ଗହଣା ଜବତ କରାଯାଇଥିବା ସୂଚନା ମିଳିଛି।













