• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ

FNN WEB by FNN WEB
January 24, 2026
in ଓଡ଼ିଶା, ମୁଖ୍ୟ ଖବର
0
ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ
0
SHARES
5
VIEWS


କନ୍ୟାରତ୍ନଙ୍କ ଆକାଶ ଛୁଇଁବାର ସ୍ୱପ୍ନ ପୂରଣ କରିବ : ଧର୍ମେନ୍ଦ୍ର ପ୍ରଧାନ

  • ‘ଜାତୀୟ ଶିଶୁ କନ୍ୟା ଦିବସ’ରେ ସମ୍ବଲପୁରର ସିଏସବି ଜିଲ୍ଲା ହାଇସ୍କୁଲ, ଗୌରଚନ୍ଦ୍ର ହାଇସ୍କୁଲ, ରେଢ଼ାଖୋଲ ଏବଂ ସରକାରୀ ହାଇସ୍କୁଲ କୁଚିଣ୍ଡାରେ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ ଉଦଘାଟିତ
  • ବିଜ୍ଞାନ ସହ ଏରୋସ୍ପେସ୍ ସମ୍ବନ୍ଧୀୟ ଶିକ୍ଷା ଏବଂ ପାଇଲଟ୍ ହେବା ପାଇଁ ଆବଶ୍ୟକୀୟ ପ୍ରଶିକ୍ଷଣ ପ୍ରଦାନ କରାଯିବ
  • ଛାତ୍ରୀମାନଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା ଓ ନବସୃଜନର ନୂତନ ଜ୍ୟୋତି ପ୍ରଜ୍ୱଳିତ କରିବ
  • ମାତୃଭାଷାରେ ଶିକ୍ଷା ପ୍ରଦାନ ସହ ଓଡ଼ିଶାର ପିଲାମାନଙ୍କ ସ୍ୱାସ୍ଥ୍ୟଗତ ଯତ୍ନ ନେବା ଉପରେ ଗୁରୁତ୍ୱାରୋପ
  • ଓଡ଼ିଆ ଭାଷାର ପୁନଃପ୍ରତିଷ୍ଠା ଏବଂ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦିଗରେ ଆଇନଜୀବୀ ଚନ୍ଦ୍ରଶେଖର ବେହେରାଙ୍କ ଅବଦାନକୁ ମନେ ପକାଇଲେ

ସମ୍ବଲପୁର : ଜ୍ଞାନ ଓ ବିଜ୍ଞାନର ସମନ୍ୱୟରେ ଓଡ଼ିଶାର ଛାତ୍ରୀମାନେ ଏବେ ସ୍ୱପ୍ନ ଦେଖିବେ ନାହିଁ, ବରଂ ସେହି ସ୍ୱପ୍ନକୁ ବାସ୍ତବରେ ରୂପାନ୍ତରିତ କରିବେ । ପ୍ରଥମ ପର୍ଯ୍ୟାୟରେ ସମ୍ବଲପୁରର ଐତିହାସିକ ଚନ୍ଦ୍ରଶେଖର ବେହେରା(ସିଏସବି) ଜିଲ୍ଲା ସ୍କୁଲ ସମେତ ୩ଟି ସ୍ଥାନରେ ଉଦଘାଟିତ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ କେବଳ ଏକ ବିଜ୍ଞାନାଗାର ନୁହେଁ, ବରଂ ଏହା ଆମର କନ୍ୟାରତ୍ନମାନଙ୍କ ପାଇଁ ଆକାଶ ଛୁଇଁବାର ଏକ ଶକ୍ତିଶାଳୀ ମାଧ୍ୟମ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଆଜି ‘ଜାତୀୟ ଶିଶୁ କନ୍ୟା ଦିବସ’ ଅବସରରେ ସମ୍ବଲପୁରର ଐତିହାସିକ ସି.ଏସ.ବି ଜିଲ୍ଲା ସ୍କୁଲର ବାର୍ଷିକୋତ୍ସବ ‘ଜ୍ୟୋତିର୍ଗମୟ’ରେ ଯୋଗଦେବା ସହ ଏହି ଠାରୁ ଆଭାସୀ ମାଧ୍ୟମରେ ‘ବୋଇଂ ସୁକନ୍ୟା ପ୍ରୋଗ୍ରାମ ଷ୍ଟେମ୍ ଲ୍ୟାବ୍’ର ଉଦଘାଟନ କରିଥିଲେ ଶ୍ରୀ ପ୍ରଧାନ । ସମ୍ବଲପୁରର ସିଏସବି ଜିଲ୍ଲା ହାଇସ୍କୁଲ, ଗୌରଚନ୍ଦ୍ର ହାଇସ୍କୁଲ, ରେଢ଼ାଖୋଲ ଏବଂ ସରକାରୀ ହାଇସ୍କୁଲ କୁଚିଣ୍ଡାରେ ଏହି ଲ୍ୟାବର ଉଦଘାଟନ କରି ଶ୍ରୀ ପ୍ରଧାନ ଖୁସି ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ‘ଜାତୀୟ ଶିଶୁ କନ୍ୟା ଦିବସ’ ଅବସରରେ ଓଡ଼ିଶାର ପ୍ରଥମ ‘ବୋଇଂ ଷ୍ଟେମ ଲ୍ୟାବ୍’ ସମ୍ବଲପୁରରୁ ଆରମ୍ଭ ହୋଇଛି । ଏହି ଲ୍ୟାବରେ ବିଜ୍ଞାନ ସହ ଏରୋସ୍ପେସ୍ ସମ୍ବନ୍ଧୀୟ ଶିକ୍ଷା ଏବଂ ପାଇଲଟ୍ ହେବା ପାଇଁ ଆବଶ୍ୟକୀୟ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏହି ଉଦ୍ୟମ ଆମର ଛାତ୍ରଛାତ୍ରୀ, ବିଶେଷ କରି ଛାତ୍ରୀମାନଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା ଓ ନବସୃଜନର ନୂତନ ଜ୍ୟୋତି ପ୍ରଜ୍ୱଳିତ କରିବ ।

ମନ୍ତ୍ରୀ କହିଛନ୍ତି ଯେ, ଆଗାମୀ ୧୦ବର୍ଷ ମଧ୍ୟରେ ଭାରତରେ ବିମାନ ସଂଖ୍ୟା ୧୫ହଜାରକୁ ବୃଦ୍ଧି ପାଇବ। ଏଥିପାଇଁ ବହୁ ସଂଖ୍ୟାରେ ପାଇଲଟ୍, ଇଞ୍ଜିନିୟର ଓ ଡିଜାଇନର୍ ଆବଶ୍ୟକ । ଏହି ଷ୍ଟେମ୍ ଲ୍ୟାବଗୁଡ଼ିକ ଆଗାମୀ ଦିନରେ ବୈଷୟିକ ଶିକ୍ଷା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ । ଆମର ଛାତ୍ରଛାତ୍ରୀଙ୍କୁ, ବିଶେଷ କରି ଛାତ୍ରୀମାନଙ୍କୁ ଏକବିଂଶ ଶତାବ୍ଦୀର ଏହି ଆହ୍ୱାନ ପାଇଁ ପ୍ରସ୍ତୁତ କରିବ । ଏହା ସେମାନଙ୍କ ସ୍ୱପ୍ନକୁ ବାସ୍ତବ ରୂପ ଦେବାରେ ଏକ ବଳିଷ୍ଠ ମାଧ୍ୟମ ସାଜିବ । ଶ୍ରୀ ପ୍ରଧାନ ମିଶାଇଲ ମ୍ୟାନ ଭାରତରତ୍ନ ଏପିଜେ ଅବଦୁଲ କଲାମଙ୍କ ସଫଳତାର ଉଦାହରଣ ଦେବା ସହ ପିଲାମାନଙ୍କ ମଧ୍ୟରେ ମୌଳିକ ସ୍ପଷ୍ଟତା ଓ ‘କ୍ରିଟିକାଲ ଥିଙ୍କିଂ’ ବୃଦ୍ଧି କରିବା ପାଇଁ ବିଜ୍ଞାନ ସମେତ ଅନ୍ୟାନ୍ୟ ବିଷୟକୁ ମାତୃଭାଷାରେ ପଢ଼ାଇବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।

ସେ ଆହୁରି କହିଛନ୍ତି ଯେ, ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ ହୋଇଥିବା ବେଳେ ଶିକ୍ଷାବର୍ଷ ୨୦୨୬-୨୭ ରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂତନ ପାଠ୍ୟପୁସ୍ତକ ପ୍ରଚଳନ କରାଯିବ । ଏହା ‘ଓଡ଼ିଶା ରାଜ୍ୟ ପାଠ୍ୟକ୍ରମ ଢାଞ୍ଚା’ (ଓଏସସିଏଫ) ଉପରେ ଆଧାରିତ ହେବ । ରାଜ୍ୟର ୧ ଲକ୍ଷ ୬୭ ହଜାର ଶିକ୍ଷକଙ୍କୁ ନୂତନ ପାଠ୍ୟକ୍ରମରେ ଦକ୍ଷ କରିବା ପାଇଁ ଏନସିଇଆରଟି ଏବଂ ଏଆଇଆଇଟି ମାଡ୍ରାସ ସହାୟତାରେ ଏଆଇ ମାଧ୍ୟମରେ ପ୍ରଶିକ୍ଷଣ ଦିଆଯିବା ଆରମ୍ଭ ହୋଇଛି । ସେହିପରି ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମାତୃଭାଷାରେ ଶିକ୍ଷାଦାନକୁ ସୁଦୃଢ଼ କରାଯିବ, ଯାହାଦ୍ୱାରା ପିଲାମାନଙ୍କର ମୌଳିକ ଶିକ୍ଷା ମୂଳଦୁଆ ଶକ୍ତ ହେବ । ଏହାବ୍ୟତୀତ ଓଡ଼ିଶାର ପିଲାମାନଙ୍କ ସ୍ୱାସ୍ଥ୍ୟଗତ ଯତ୍ନ ନେବାକୁ ସେ ଆହ୍ୱାନ କରିଥିଲେ ।

ପ୍ରାୟ ୧୭୪ ବର୍ଷର ପୁରାତନ ସିଏସବି ବିଦ୍ୟାଳୟକୁ ଏକ ‘ବଟବୃକ୍ଷ’ ସହ ତୁଳନା କରି ମନ୍ତ୍ରୀ ଓଡ଼ିଶା ଗଠନରେ ସ୍ୱର୍ଗୀୟ ଚନ୍ଦ୍ରଶେଖର ବେହେରାଙ୍କ ଅତୁଳନୀୟ ଅବଦାନକୁ ମନେ ପକାଇଥିଲେ । ସ୍କୁଲର ମୁଖପତ୍ର ‘ବୈଜୟନ୍ତୀ’ ମଧ୍ୟ ଶ୍ରୀ ପ୍ରଧାନଙ୍କ କରକମଳରେ ଉନ୍ମୋଚିତ ହୋଇଥିଲା ।

Previous Post

କିସରେ ଜାତିସଂଘ ସ୍ଥାୟୀ ବିକାଶ ଲକ୍ଷ୍ୟ ଉପରେ ଦିନିକିଆ ଜାତୀୟ ଆଲୋଚନାଚକ୍ର

Next Post

ରତ୍ନାକର ମାଣିଆ ଏକ ଅନନ୍ୟ ସାଧାରଣ ବ୍ୟକ୍ତିତ୍ଵ ୧୦୨ ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି

FNN WEB

FNN WEB

Next Post
ରତ୍ନାକର ମାଣିଆ ଏକ ଅନନ୍ୟ ସାଧାରଣ ବ୍ୟକ୍ତିତ୍ଵ ୧୦୨ ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି

ରତ୍ନାକର ମାଣିଆ ଏକ ଅନନ୍ୟ ସାଧାରଣ ବ୍ୟକ୍ତିତ୍ଵ ୧୦୨ ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
ଆସନ୍ତା ୮ରୁ ହରିରାଜପୁର ମେଳନ

ଆସନ୍ତା ୮ରୁ ହରିରାଜପୁର ମେଳନ

March 6, 2026
ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟ ଲୋକାର୍ପଣ କଲେ ଅମିତ୍ ଶାହ

March 6, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ

March 6, 2026
ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

ଶିଳ୍ପ ସୁରକ୍ଷାରେ ଶୀର୍ଷରେ ପହଞ୍ଚିଛି ସିଆଇଏସଏଫ୍‍

March 6, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.