• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ରତ୍ନାକର ମାଣିଆ ଏକ ଅନନ୍ୟ ସାଧାରଣ ବ୍ୟକ୍ତିତ୍ଵ ୧୦୨ ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି

FNN WEB by FNN WEB
January 26, 2026
in ଓଡ଼ିଶା, ମୁଖ୍ୟ ଖବର
0
ରତ୍ନାକର ମାଣିଆ ଏକ ଅନନ୍ୟ ସାଧାରଣ ବ୍ୟକ୍ତିତ୍ଵ ୧୦୨ ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି
0
SHARES
8
VIEWS

ଭୁବନେଶ୍ଵର : ବିଶିଷ୍ଟ ସମାଜସେବୀ, ସମାଜ ସଂସ୍କାରକ, ସାମାଜିକ ନ୍ୟାୟ ଆନ୍ଦୋଳନର ଅନ୍ୟତମ ପ୍ରମୁଖ ପ୍ରବକ୍ତା ରତ୍ନାକର ମାଣିଆଙ୍କ ୧୦୨ତମ ଜୟନ୍ତୀ ସମାରୋହ ରତ୍ନାକର ମାଣିଆ ଫାଉଣ୍ଡେସନ୍‌ ଆନୁକୂଲ୍ୟରେ ରେଡକ୍ରସ ଭବନ ସଭାକକ୍ଷ, ୟୁନିଟ୍-୯, ଭୁବନେଶ୍ୱରଠାରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଅଛି ।
ସମାଜର ଅବହେଳିତ ଜନଗଣଙ୍କ ଦୁଃଖ ମୋଚନ ପାଇଁ ଅବିରତ ସଂଗ୍ରାମକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବା ରତ୍ନାକର ମାଣିଆ ପ୍ରକୃତପକ୍ଷେ ଏକ ଅନନ୍ୟ ସାଧାରଣ ବ୍ୟକ୍ତିତ୍ଵ। ଉଚ୍ଚ ପ୍ରଶାସନିକ ପଦବୀରେ ଥାଇ ମଧ୍ୟ ସାଧାରଣ ଲୋକଙ୍କୁ ସେମାନଙ୍କ ହକ୍ ଦେବା ପାଇଁ ସେ ଯତ୍ପରୋନାସ୍ତି ପ୍ରୟାସ କରିଆସିଥିଲେ । ସମାଜରେ ରହିଆସିଥିବା କୁସଂସ୍କାର, ଅନ୍ଧବିଶ୍ବାସ ଦୂରୀକରଣ ପାଇଁ ସେ ଉଦ୍ୟମ ଜାରି ରଖୁଥିଲେ । ସାମନ୍ତବାଦୀ ବ୍ୟବସ୍ଥା ବିରୁଦ୍ଧରେ ତାଙ୍କର ସ୍ୱର ଶାଣିତ ଥିଲା । ସେ ଜଣେ ସଚ୍ଚୋଟ, ନିର୍ଭିକ ଓ ନିର୍ବିବାଦୀୟ ବ୍ୟକ୍ତି ଥିଲେ ବୋଲି ତାଙ୍କର ୧୦୨ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ଉପସ୍ଥିତ ଅତିଥୁଗଣ ମତବ୍ୟକ୍ତ କରିଥିଲେ।
ଫାଉଣ୍ଡେସନର ସଭାପତି, ବରିଷ୍ଠ ସମାଜସେବୀ, ସାମାଜିକ ନ୍ୟାୟ ଆନ୍ଦୋଳନର ଅନ୍ୟତମ ସମ୍ମୁଖ ଯୋଦ୍ଧା, ଅତ୍କଳ ଭାରତୀୟ ଯାଦବ ମହାସଭାର ରାଷ୍ଟ୍ରୀୟ ଉପସଭାପତି ପ୍ରଫୁଲ୍ଲ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ଅର୍ଥନୀତି ବିଶାରଦ, ଫକୀର ମୋହନ ବିଶ୍ଵବିଦ୍ୟାଳୟର ପ୍ରାକ୍ତନ କୁଳପତି, ବିଶ୍ଵବ୍ୟାଙ୍କର ଅର୍ଥନୈତିକ ପରାମର୍ଶଦାତା ପ୍ରଫେସର କୁମରବର ଦାସ ମୁଖ୍ୟ ଅତିଥୁ, ପ୍ରାକ୍ତନ ବିଧାୟିକା, ବରୀ ଶ୍ରୀମତୀ ସୁନନ୍ଦା ଦାସ ସମ୍ମାନୀତ ଅତିଥ୍‌ ଓ ବିଶିଷ୍ଟ ଶିକ୍ଷାବିତ୍ର ଅଧ୍ୟାପକ ଦୁର୍ଯ୍ୟୋଧନ କାଠୁଆ ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ। ଏହି ଅବସରରେ ସୁଶ୍ରୀ ଶ୍ରୀୟା ଦାସଙ୍କୁ ଚଳିତ ବର୍ଷର ରତ୍ନାକର ମାଣିଆ ବିଦ୍ୟାର୍ଥୀ ପୁରସ୍କାର ଓ ସର୍ବଶ୍ରୀ ଶଙ୍କର୍ଷଣ ବେହେରା, ଗୌରହରି ବାରିକ, ନୃସିଂହ ନାରାୟଣ ଦାସଙ୍କୁ ରତ୍ନାକର ମାଣିଆ ସମ୍ମାନ ପ୍ରଦାନ କରାଯାଇଥିଲା ।
ପ୍ରାରମ୍ଭରେ ଅତିଥିଗଣ ପ୍ରଦୀପ ପ୍ରଜ୍ଜ୍ଵଳନ ଓ ରତ୍ନାକର ମାଣିଆଙ୍କ ଫଟୋ ଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ । ବିଶିଷ୍ଟ ସମାଜସେବୀ, ସ୍ତମ୍ଭକାର, ଫାଉଣ୍ଡେସନର ଉପସଭାପତି କ୍ଷେତ୍ରମୋହନ ଦାସ ସ୍ଵାଗତ ଭାଷଣ ଦେଇଥିଲେ। ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ଗୌରହରି ବାରିକ, ଫାଉଣ୍ଡେସନର ଅନ୍ୟତମ ଉପସଭାପତି ଡଃ କାର୍ଭିକ ଚନ୍ଦ୍ର ପୃଷ୍ଟି, କିଶୋର ମାଣିଆ, ଗୋପବନ୍ଧୁ ଦାସ, ରାମଚନ୍ଦ୍ର ପାଣ୍ଡବ, ନୃସିଂହ ଚରଣ ବେହେରା, ଡଃ ଜୟନ୍ତୀ ମାଣିଆ ଓ ଉତ୍କଳ ଯାଦବ ମହାସଭାର ଉପଦେଷ୍ଟା ଲକ୍ଷ୍ମୀଧର ବେହେରା ପ୍ରମୁଖ ଏହି ଅବସରରେ ସ୍ୱର୍ଗତ ମାଣିଆ କୀର୍ତି ଓ କୃତି ସମ୍ପର୍କରେ ବକ୍ତବ୍ୟ ରଖ୍ ଶ୍ରଦ୍ଧା ନିବେଦନ କରିଥିଲେ । ଫାଉଣ୍ଡେସନର ସଂପାଦକ କର୍ପୋରେଟର ରାଜକିଶୋର ଦାସ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ।

Previous Post

ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ

Next Post

କୋଚିରେ ଆଇଡବ୍ଲ୍ୟୁଡିସି ୩.୦ ଭାରତର ଅନ୍ତର୍ଦେଶୀୟ ଜଳପଥର ପରବର୍ତୀ ପର୍ଯ୍ୟାୟ ବିକାଶର ନକ୍ସା ପ୍ରସ୍ତୁତ କରିବ

FNN WEB

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.