• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ମାଆ ବିରଜାଙ୍କ ଦର୍ଶନ ସହ ନାଭିଗୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କଲେ ରାଷ୍ଟ୍ରପତି

FNN WEB by FNN WEB
February 3, 2026
in ଓଡ଼ିଶା, ମୁଖ୍ୟ ଖବର
0
ମାଆ ବିରଜାଙ୍କ ଦର୍ଶନ ସହ ନାଭିଗୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କଲେ ରାଷ୍ଟ୍ରପତି
0
SHARES
5
VIEWS

ଯାଜପୁର: ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଯାଜପୁର ବିରଜା ମନ୍ଦିର ଗସ୍ତରେ ଆସିଛନ୍ତି। ସମଗ୍ର ଜିଲ୍ଲାବାସୀ ମହାମହିମ ରାଷ୍ଟ୍ରପତିଙ୍କୁ ଗସ୍ତକୁ ନେଇ ଉତ୍ସାହିତ ଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଏହା ପ୍ରଥମ ଯାଜପୁର ଗସ୍ତ ଥିଲା। ଯାଜପୁରବାସୀ ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହୋଇଥିଲେ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ୯.୩୦ ମିନିଟ ସମୟରେ ଯାଜପୁରର ପ୍ରଶାସନିକ ଭବନ ପଡ଼ିଆରେ ହେଲିପ୍ୟାଡରେ ଅବତରଣ କରିଥିଲେ। ସେଠାରେ ମହାମହିମ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ସମବାୟ ହସ୍ତତନ୍ତ, ବୟନ ଶିଳ୍ପ,ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ଯାଜପୁର ସାଂସଦ ଡା.ରବୀନ୍ଦ୍ର ନାରାୟଣ ବେହେରା, ଯାଜପୁର ଜିଲ୍ଲାର ସମସ୍ତ ନିର୍ବାଚନମଣ୍ଡଳୀର ମାନ୍ୟବର ବିଧାୟକ ଓ ବିଧାୟିକା ବୃନ୍ଦ, ଜିଲ୍ଲାପରିଷଦ ଅଧ୍ୟକ୍ଷା, ଡି.ଆଇ.ଜି ପୁଲିସ ଚରଣ ସିଂ ମୀନା, ଅତିରିକ୍ତ ମହାନିର୍ଦ୍ଦେଶକ ପୁଲିସ ରେଳବାଇ ଓ ଉପକୂଳ ସୁରକ୍ଷା ଅରୁଣ ବୋଥ୍ରା, କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଗୁହା ପୁନମ ତାପସ କୁମାର, ଜିଲ୍ଲାପାଳ ଅମ୍ବର କୁମାର କର, ଆରକ୍ଷୀ ଅଧୀକ୍ଷକ ୟଶ ପ୍ରତାପ ଶ୍ରୀମାଲଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ମହାମହିମ ରାଷ୍ଟ୍ରପତିଙ୍କୁ ଯାଜପୁର ମାଟିକୁ ଭବ୍ୟ ସ୍ବାଗତ କରିଥିଲେ।

ରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସମସ୍ତ ପ୍ରକାର ଆନୁଷଙ୍ଗିକ ଆୟୋଜନ କରାଯାଇଥିଲା। ହେଲିପ୍ୟାଡରୁ ରାଷ୍ଟ୍ରପତି ସ୍ଵତନ୍ତ୍ର ସୁରକ୍ଷା ବଳୟ ମଧ୍ୟରେ ମା’ ବିରଜାଙ୍କ ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ। ବିରଜା ମନ୍ଦିରରେ ପହଞ୍ଚି ହସ୍ତପଦ ପ୍ରକ୍ଷାଳନ କରି ମନ୍ଦିର ପ୍ରବେଶ କରିଥିଲେ। ପ୍ରଥମେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ନାଭିଗୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଥିଲେ। ପ୍ରାୟ ୧ ଘଣ୍ଟା ଧରି ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଚାରି ଜଣ ସେବାୟତ ବ୍ରାହ୍ମଣ ନିୟୋଜିତ ଥିଲେ।

ପିଣ୍ଡଦାନ ସରିବା ପରେ ମହାମହିମ ରାଷ୍ଟ୍ରପତି ମାଆ ବିରଜାଙ୍କ ଦର୍ଶନ କରିଥିଲେ ଏବଂ ଏହା ପରେ ବେଢ଼ା ପରିକ୍ରମା କରି ଗଙ୍ଗେଶ୍ୱର, ମୁକ୍ତେଶ୍ଵର, ସଂହାର ଭୈରବ, ୧୦୮ ଶିବ ଲିଙ୍ଗ ପାର୍ଶ୍ଵ ଦେବା ଦେବୀଙ୍କ ଦର୍ଶନ କରିଥିଲେ ଏବଂ ମୁକ୍ତି ମଣ୍ଡପ ସଭାରେ ଆଶୀର୍ବାଦ ଗ୍ରହଣ କରିଥିଲେ। ରାଷ୍ଟ୍ରପତିଙ୍କ ମନ୍ଦିର ପରିଦର୍ଶନ ସମୟରେ ଚତୁର୍ଦ୍ଦିଗ ବେଦ ମନ୍ତ୍ର ଉଚ୍ଚାରଣ ଓ ହୁଳୁହୁଳି ନାଦରେ ଗୁଞ୍ଜରିତ ହେଉଥିଲା। ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଷ୍ଟ୍ରପତିଙ୍କୁ ବୌଦ୍ଧ ମୂର୍ତ୍ତି ଏବଂ ଟସର ଶାଢ଼ୀ ଉପହାର ସ୍ୱରୂପ ପ୍ରଦାନ କରାଯାଇଥିଲା। ଏହାପରେ ନିମନ୍ତ୍ରିତ ବ୍ରହ୍ମକୁମାରୀମାନେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଥିଲେ। ଏହାପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ଵତନ୍ତ୍ର ସୁରକ୍ଷା ବଳୟ ମଧ୍ୟରେ ପ୍ରଶାସନିକ ଭବନ ହେଲିପ୍ୟାଡକୁ ଯାତ୍ରା କରିଥିଲେ ଏବଂ ଦିନ ୧୧.୪୦ ମିନିଟ ସମୟରେ ବିମାନ ଯୋଗେ ବାଲେଶ୍ଵର ଅଭିମୁଖେ ପ୍ରସ୍ଥାନ କରିଥିଲେ। ଏହି ଗସ୍ତ ଅବସରରେ ରାସ୍ତାର ଉଭୟ ପାର୍ଶ୍ବରେ ବହୁ ଜନସାଧାରଣ ଉପସ୍ଥିତ ରହି ମହାମହିମ ରାଷ୍ଟ୍ରପତିଙ୍କୁ ସ୍ଵାଗତ କରିବା ସହ ରାସ୍ତାର ଉଭୟ ପାର୍ଶ୍ବରେ ବିଭିନ୍ନ ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା।

ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାଏକ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶିବାନନ୍ଦ ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗନଗର ସପନ କୁମାର ନନ୍ଦ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଦେବୀ ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଉପ ଆରକ୍ଷୀ ଅଧୀକ୍ଷକ, ଉପଖଣ୍ଡ ପୁଲିସ ଅଧିକାରୀଙ୍କ ସହ ବିଭିନ୍ନ ବିଭାଗୀୟ ଅଧିକାରୀ ପରିଚାଳନା କରିଥିଲେ।

Previous Post

ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

Next Post

ମା ତାରା ତାରିଣୀଙ୍କ ପବିତ୍ର ପୀଠରୁ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

FNN WEB

FNN WEB

Next Post
ମା ତାରା ତାରିଣୀଙ୍କ ପବିତ୍ର ପୀଠରୁ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ମା ତାରା ତାରିଣୀଙ୍କ ପବିତ୍ର ପୀଠରୁ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
Jindal Foundation Marks Seva Diwas with Acts of Compassion and Care

Jio Platforms IPO Creates History: First IPO to Cross 1 Crore Applications and Counting, Bidding Open Till 7 PM Today

October 23, 2026
Jindal Foundation Marks Seva Diwas with Acts of Compassion and Care

Jindal Foundation Marks Seva Diwas with Acts of Compassion and Care

October 23, 2026
୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

September 11, 2026
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

Jindal Foundation Marks Seva Diwas with Acts of Compassion and Care

Jio Platforms IPO Creates History: First IPO to Cross 1 Crore Applications and Counting, Bidding Open Till 7 PM Today

October 23, 2026
Jindal Foundation Marks Seva Diwas with Acts of Compassion and Care

Jindal Foundation Marks Seva Diwas with Acts of Compassion and Care

October 23, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.