• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

FNN WEB by FNN WEB
February 4, 2026
in ଓଡ଼ିଶା, ମୁଖ୍ୟ ଖବର
0
ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି
0
SHARES
2
VIEWS


ରାଇରଙ୍ଗପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଇରଙ୍ଗପୁରଠାରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟର ସୂଚନା ପ୍ରଯୁକ୍ତିବିଦ୍ୟା କ୍ୟାମ୍ପସ ଉଦଘାଟନ କରିଛନ୍ତି। ଏଥିସହିତ ସେ ଆୟୁଷ ହସ୍ପିଟାଲ ତଥା ଆୟୁର୍ବେଦିକ କଲେଜ, ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ, ଧନୁର୍ବିଦ୍ୟା କେନ୍ଦ୍ର, ସହର ସୌନ୍ଦର୍ଯ୍ୟକରଣ ଏବଂ ଜଳ ନିଷ୍କାସନ ଉନ୍ନତିକରଣ ପ୍ରକଳ୍ପ, ପ୍ରେକ୍ଷାଳୟ ଓ ସାଂସ୍କୃତିକ କେନ୍ଦ୍ର, ଛାତ୍ରୀନିବାସ ଏବଂ ନିଶା ନିବାରଣ କେନ୍ଦ୍ର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଥିଲେ, ଭାରତ ସରକାରଙ୍କ ପୂର୍ବୋଦୟ ଦୃଷ୍ଟିକୋଣ ଓଡ଼ିଶାର ବିକାଶକୁ ପ୍ରାଥମିକତା ଦେଇଥାଏ। ମୟୂରଭଞ୍ଜ ଜିଲ୍ଲା ଏହି ଦୃଷ୍ଟିକୋଣରୁ ଯଥେଷ୍ଟ ଲାଭ ପାଉଛି। ଏହି ବିକାଶମୂଳକ ପ୍ରକଳ୍ପ, ପ୍ରତିଷ୍ଠାନ ଏବଂ ଯୋଜନାଗୁଡ଼ିକ ସ୍ଥାନୀୟ ଅଞ୍ଚଳକୁ ଲାଭାନ୍ୱିତ କରିବ ଏବଂ ଏଠାକାର ଲୋକଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ରାଷ୍ଟ୍ରପତି ବିଶ୍ୱାସ ପ୍ରକଟ କରିଥିଲେ।

ରାଷ୍ଟ୍ରପତି କହିଥିଲେ, ଭାରତ ସରକାର ଆଦିବାସୀ ଭାଇଭଉଣୀମାନଙ୍କ ଆର୍ଥିକ ବିକାଶ ପାଇଁ ବିଶେଷ ପ୍ରୟାସ କରୁଛି। ପ୍ରଧାନମନ୍ତ୍ରୀ ବନ ଧନ ଯୋଜନା ମାଧ୍ୟମରେ ୯୦ ରୁ ଅଧିକ କ୍ଷୁଦ୍ର ବନଜାତ ଦ୍ରବ୍ୟ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରାଯାଇଛି । କ୍ଷୁଦ୍ର ଋଣ ଯୋଜନା ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀର ଆଦିବାସୀ ସଦସ୍ୟମାନଙ୍କୁ ଋଣ ଯୋଗାଇ ଦିଆଯାଉଛି। ସେହିପରି ଅନୁସୂଚିତ ଜନଜାତି ମହିଳା ସଶକ୍ତିକରଣ ଯୋଜନା ଅଧୀନରେ ଆଦିବାସୀ ମହିଳାଙ୍କୁ କମ ସୁଧରେ ଋଣ ପ୍ରଦାନ ସରକାରଙ୍କ ପ୍ରତିବଦ୍ଧତାର ଉଦାହରଣ। ସରକାର ଉତ୍ତମ ସ୍ୱାସ୍ଥ୍ୟ ଏବଂ ଶିକ୍ଷା ସୁବିଧା ପାଇଁ ମଧ୍ୟ କାର୍ଯ୍ୟ କରୁଛନ୍ତି। ପିଭିଟିଜି ସମ୍ପ୍ରଦାୟଗୁଡ଼ିକର କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀ-ଜନମନ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳଗୁଡ଼ିକୁ ବିଦ୍ୟୁତକରଣ କରାଯାଇଛି ଏବଂ ଦୁର୍ଗମ ଅଞ୍ଚଳରେ ଫୋର୍‌ ଜି ଇଣ୍ଟରନେଟ୍ ସଂଯୋଗ ଯୋଗାଇ ଦିଆଯାଇଛି। ଏହି ପ୍ରୟାସ ସହିତ, ଆଦିବାସୀ ଅଞ୍ଚଳରେ ସାମଗ୍ରିକ ବିକାଶର ଧାରା ପ୍ରବାହିତ ହେଉଛି।

ରାଷ୍ଟ୍ରପତି କହିଥିଲେ, ଆଦିବାସୀ ସମ୍ପ୍ରଦାୟର ବିକାଶ ମାଧ୍ୟମରେ ହିଁ ସବୁଠାରୁ ଗରିବ ଲୋକଙ୍କ ଉନ୍ନତିର ଲକ୍ଷ୍ୟ ହାସଲ କରାଯାଇପାରିବ। ସମସ୍ତ ସରକାରୀ କଲ୍ୟାଣ ଓ ବିକାଶମୂଳକ ଯୋଜନାର ଲାଭ ଆଦିବାସୀ ସମ୍ପ୍ରଦାୟକୁ ଯୋଗାଇ ଦେବା ପାଇଁ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମସ୍ତଙ୍କୁ ସେହି ଯୋଜନାଗୁଡ଼ିକର ଲାଭ ଉଠାଇ ଅନ୍ୟମାନଙ୍କୁ ସଚେତନ କରିବାକୁ ରାଷ୍ଟ୍ରପତି ଆହ୍ୱାନ କରିଥିଲେ। ସେ କହିଥିଲେ, ଏହା ସ୍ଥାନୀୟ ବିକାଶ ସୁନିଶ୍ଚିତ କରିବା ସହିତ ରାଜ୍ୟର ବିକାଶରେ ଯୋଗଦାନ କରିବ। ଶେଷରେ ଏହା ଦେଶର ବିକାଶକୁ ଆଗେଇ ନେବ। ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ଆମ ସଂକଳ୍ପ କେବଳ ସରକାର ଏବଂ ନାଗରିକଙ୍କ ସାମୂହିକ ପ୍ରୟାସ ଦ୍ୱାରା ପୂରଣ ହେବ ବୋଲି ରାଷ୍ଟ୍ରପତି ଜୋର ଦେଇ କହିଥିଲେ।

ମୟୂରଭଞ୍ଜ ଜିଲ୍ଲାର ପ୍ରାଣକେନ୍ଦ୍ର ରାଇରଙ୍ଗପୁର ତଥା ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଜନ୍ମମାଟି ଓ ପ୍ରଥମ କର୍ମଭୂମିରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା, ମୋ ପାଇଁ ଏକ ଗର୍ବ ଓ ଗୌରବର ବିଷୟ। ଗତ ନଭେମ୍ବର ୨୭ ତାରିଖରେ ମୋ ସହିତ ଓଡ଼ିଶାର ସମସ୍ତ ମନ୍ତ୍ରୀ ଓ ବିଧାୟକମାନେ ମହାମହିମ ରାଷ୍ଟ୍ରପତିଙ୍କୁ ରାଜ୍ୟ ବିଧାନସଭାରେ ସ୍ବାଗତ କରିଥିଲୁ। ରାଷ୍ଟ୍ରପତି ଆମ ଭଳି ଜନପ୍ରତିନିଧି ମାନଙ୍କୁ ଆମର ଦାୟିତ୍ବ ଓ କର୍ତ୍ତବ୍ୟ ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ। ଆଜି ପୁଣି ତାଙ୍କୁ ସ୍ବାଗତ କରିବାର ସୁଯୋଗ ମିଳିଛି। ତାଙ୍କର ଉପସ୍ଥିତି ଏହି ଅବସରକୁ ଐତିହାସିକ କରିଛି ଏବଂ ଏହି ଅଞ୍ଚଳର ଲୋକଙ୍କ ପାଇଁ ପ୍ରେରଣାଦାୟକ ସାଜିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜି ମୟୂରଭଞ୍ଜ ପାଇଁ ଏକ ଐତିହାସିକ ଦିନ। ଏଠାରେ ବହୁବିଧ ଉନ୍ନୟନ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ ହେଉଛି। ମୟୂରଭଞ୍ଜ ତଥା ସାରା ଓଡ଼ିଶାର ନିରନ୍ତର ବିକାଶ ପ୍ରତି ଏହି ପ୍ରକଳ୍ପ ଗୁଡିକ ହେଉଛି କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ମିଳିତ ପ୍ରତିବଦ୍ଧତାର ପ୍ରତିଫଳନ। ଏହି ପ୍ରକଳ୍ପଗୁଡ଼ିକ କେବଳ ସାମାନ୍ୟ କୋଠା କିମ୍ବା ଭିତ୍ତିଭୂମି ନୁହେଁ; ଏହା ହେଉଛି ଉନ୍ନତ ମାନବ ସମ୍ବଳ ସୃଷ୍ଟିରେ ଆମର ନିବେଶ। ବିଶେଷକରି ଆମର ଯୁବପିଢ଼ି, ଚାଷୀ, ଆଦିବାସୀ ସମ୍ପ୍ରଦାୟ ଏବଂ ମହିଳାଙ୍କ ସୁନ୍ଦର ଭବିଷ୍ୟତ ପାଇଁ ଏହା ପଥ ପ୍ରସ୍ତୁତ କରିବ। ମହାମହିମ ରାଷ୍ଟ୍ରପତି, ଯେଉଁ ମାଟିର ଝିଅ, ସେ ମାଟି କେବେହେଲେ ଅବହେଳିତ ରହିପାରିବ ନାହିଁ। ଯେଉଁ ଦିନ ଠାରୁ ଆମ ସମସ୍ତଙ୍କର ସମ୍ମାନନୀୟା ଦ୍ରୌପଦୀ ମୁର୍ମୁଜୀ ଦେଶର ପ୍ରଥମ ନାଗରିକ ହୋଇଛନ୍ତି, ସେହିଦିନ ଠାରୁ ମୟୂରଭଞ୍ଜ ଜିଲ୍ଲା ବାସୀଙ୍କ ପାଇଁ ବିକାଶର ଗ୍ୟାରେଣ୍ଟି ମିଳିଛି।

Previous Post

ଶ୍ୱେତଗଙ୍ଗାରେ ପିଣ୍ଡ ଦାନ କଲେ, ମହାପ୍ରଭୁଙ୍କ ଦର୍ଶନ କଲେ ରାଷ୍ଟ୍ରପତି

Next Post

ଏଣିକି ହ୍ୱାଟସଆପରେ ମିଳିବ ରାଜସ୍ବ ସେବା, ‘ଆମ ସାଥୀ ୟୁନିଫାଏଡ୍‌ ହ୍ବାଟ୍ସଆପ୍‌ ବଟ’ ଶୁଭାରମ୍ଭ

FNN WEB

FNN WEB

Next Post
ଏଣିକି ହ୍ୱାଟସଆପରେ ମିଳିବ ରାଜସ୍ବ ସେବା, ‘ଆମ ସାଥୀ ୟୁନିଫାଏଡ୍‌ ହ୍ବାଟ୍ସଆପ୍‌ ବଟ’ ଶୁଭାରମ୍ଭ

ଏଣିକି ହ୍ୱାଟସଆପରେ ମିଳିବ ରାଜସ୍ବ ସେବା, 'ଆମ ସାଥୀ ୟୁନିଫାଏଡ୍‌ ହ୍ବାଟ୍ସଆପ୍‌ ବଟ’ ଶୁଭାରମ୍ଭ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

ରାଜ୍ୟପାଳଙ୍କ ପରାମର୍ଶ: କୃଷି ପାଇଁ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର କରନ୍ତୁ

June 17, 2026
ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

ପୁରୀ-କୋଣାର୍କ ଓ ହୀରାକୁଦ ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ

June 17, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

June 17, 2026
ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

June 17, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.