• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ପ୍ରାକ୍ ବଜେଟ ପରାମର୍ଶ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ

FNN WEB by FNN WEB
February 5, 2026
in ଓଡ଼ିଶା, ମୁଖ୍ୟ ଖବର
0
ପ୍ରାକ୍ ବଜେଟ ପରାମର୍ଶ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ
0
SHARES
5
VIEWS

ଭୁବନେଶ୍ୱର : ଆମ ସରକାର ହେଉଛି ଲୋକଙ୍କ ସରକାର । ଆମ ପାଇଁ ଲୋକଙ୍କ ସ୍ୱର ହେଉଛି ଭଗବାନଙ୍କ ସ୍ୱର । ତେଣୁ ସରକାରଙ୍କ ବଜେଟ ପ୍ରସ୍ତୁତ ପ୍ରକ୍ରିୟା ଏବେ ସଚିବାଳୟରୁ ବାହାରି ଲୋକଙ୍କ ପାଖକୁ ଯାଇଛି । ଜନସାଧାରଣଙ୍କ ଠାରୁ ସେମାନଙ୍କ ବହୁମୂଲ୍ୟ ମତାମତ ଆହ୍ୱାନ କରି ଅନୁଧ୍ୟାନ ଓ ତର୍ଜମା ପରେ ବଜେଟରେ ସ୍ଥାନୀତ କରାଯାଉଛି । ଏହା ସବୁ ଦୃଷ୍ଟିରୁ ଲୋକଙ୍କ ବଜେଟ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ପ୍ରାକ୍‌ ବଜେଟ ପରାମର୍ଶ ସଭା ଅବସରରେ କହିଛନ୍ତି । ଲୋକସେବା ଭବନ କନ୍‌ଭେନସନ୍ ହଲ ଠାରେ ଆୟୋଜିତ ପ୍ରାକ୍ ବଜେଟ ପରାମର୍ଶ ସଭା ବୈଠକରେ ମୁଖ୍ୟମନ୍ତ୍ରୀ ବିଶେଷଜ୍ଞ, ନାଗରିକ ସମାଜ ଓ ବିଭିନ୍ନ କ୍ଷେତ୍ରର ପ୍ରତିନିଧିମାନଙ୍କ ସହିତ ପ୍ରାକ୍‌ ବଜେଟ ପରାମର୍ଶ ଆଲୋଚନା କରିଛନ୍ତି । ନିକଟରେ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଜନମତରୁ ସଂଗ୍ରହ କରାଯାଇଥିଲା । ଆହୁରି ମଧ୍ୟ ଆଗକୁ କାର୍ଯ୍ୟକାରୀ ହେବାକୁ ଥିବା ଶ୍ରୀ ଜଗନ୍ନାଥ ଦର୍ଶନ କାର୍ଯ୍ୟକ୍ରମ, କଟକ-ଭୁବନେଶ୍ୱର-ପାରାଦୀପ-ପୁରୀ ଅର୍ଥନୈତିକ କରିଡର ପରିକଳ୍ପନା ଜନମତରୁ ଆସିଛି । ଜନମତ ଆଧାରରେ ନୀତି, ଯୋଜନା କାର୍ଯ୍ୟକ୍ରମରେ ମଧ୍ୟ ଆବଶ୍ୟକୀୟ ପରିବର୍ତ୍ତନ କରାଯାଉଛି । ତେଣୁ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ, ଯୋଜନା, ଘୋଷଣାକୁ ନେଇ ସମସ୍ତଙ୍କଠୁ ସୁଚିନ୍ତିତ ମତାମତ ଓ ପରାମର୍ଶ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଥିଲେ ।

ସେ ଆହୁରି କହିଥିଲେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଓଡ଼ିଶାରେ ବ୍ୟାପକ ଶିଳ୍ପାୟନ, ରୋଜଗାର ସୃଷ୍ଟି ଓ ଆର୍ଥିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ ମିଳିଛି । କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ପଦକ୍ଷେପ ଓ ରାଜ୍ୟସରକାରଙ୍କ ମହିଳା ଓ କୃଷକମାନଙ୍କ ଲାଗି ନିଆଯାଉଥିବା ପଦକ୍ଷେପ ରାଜ୍ୟର ଗ୍ରାମୀଣ ଅର୍ଥନୀତିକୁ ଚଳଚଞ୍ଚଳ କରିଛି । ୨୦୨୬-୨୭ ରେ ମଧ୍ୟ କେନ୍ଦ୍ର ବଜେଟରେ ମଧ୍ୟ ଓଡ଼ିଶା ପାଇଁ ଅନେକ ପଦକ୍ଷେପ ଘୋଷଣା କରାଯାଇଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଆଜି ଓଡ଼ିଶାକୁ ଦେଶରେ ପ୍ରାଥମିକତା ମିଳୁଛି । ୨୦୨୬-୨୭ ବଜେଟ ପ୍ରସ୍ତୁତି ପାଇଁ ୱେବ୍‌ ପୋର୍ଟାଲ, ଇ-ମେଲ, ଏସ୍.ଏମ୍.ଏସ୍., ୱାଟସଅପ୍ ଜରିଆରେ ବହୁ ସଂଖ୍ୟାରେ ସୁଚିନ୍ତିତ ମତାମତ ଆସିବାରେ ଲାଗିଛି । ଲୋକଙ୍କ ସରକାରରେ ଲୋକଙ୍କ ମତାମତକୁ ଗୁରୁତ୍ୱ ଦିଆଯିବ ଏବଂ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ଯୋଜନା ପ୍ରସ୍ତୁତ କରାଯିବ । ଆଜି ଏହି ବୈଠକରୁ ଯେଉଁ ସବୁ ସୁଚିନ୍ତିତ ପରାମର୍ଶ ମିଳିଛି, ବିଭାଗ ତାକୁ ରେକର୍ଡ କରି ବିଚାର କରିବା ପାଇଁ ମୁଖ୍ୟମନ୍ତ୍ରୀ ବୈଠକରେ ନିର୍ଦ୍ଦେଶ ଦେଇଥିଲେ ।

ବୈଠକରେ ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ଘଡ଼େଇ, ଶ୍ରୀ ନିରଞ୍ଜନ ପୂଜାରୀ, ପୂର୍ବତନ ଅର୍ଥ ସଚିବ ଶ୍ରୀ ଅର୍ଦ୍ଧେନ୍ଦୁ ଷଡ଼ଙ୍ଗୀ, ଏ.କେ. ତ୍ରିପାଠୀ, ଆର,ଏନ୍. ସେନାପତି, ଓଡ଼ିଶା ବ୍ୟବସାୟୀ ମହାସଂଘ, ଓଡ଼ିଶା ଯୁବ ଉଦ୍ୟୋଗୀ ସଂଘ, NGO ସଦସ୍ୟ, ଫିନ୍‌ଟେକ୍‌ର ସିଇଓ, ବିଭିନ୍ନ କ୍ଷେତ୍ରର ସମାଜସେବୀ, CREDAI ର Vice President, ବରିଷ୍ଠ ରାଜନେତା ସାରଦା ଶତପଥୀ, ସଜ୍ଜନ ଶର୍ମା, ମନୋଜ ମହାପାତ୍ରଙ୍କ ସମେତ ବିଭିନ୍ନ କ୍ଷେତ୍ରର ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ବିଶିଷ୍ଟ ବ୍ୟକ୍ତି ଏହି ବୈଠକରେ ଅଂଶଗ୍ରହଣ କରିଥିଲେ । ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଉନ୍ନୟନ କମିଶନର ଶ୍ରୀ ଡି.କେ. ସିଂହ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ଅର୍ଥ ସଚିବ ଶ୍ରୀ ସଞ୍ଜିବ କୁମାର ମିଶ୍ର ଏବଂ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Previous Post

ଆଇଏଏସ ସ୍ତରରେ ବଡ଼ ଅଦଳବଦଳ

Next Post

ପାହାଡପୁରରେ ରାଷ୍ଟ୍ରପତି: ଜାହିରା ପୀଠ-ଗୋଷାଣୀରେ ନେଲେ ଆଶୀର୍ବାଦ, ମହିଳାଙ୍କ ସହ ଭାବବିନିମୟ କଲେ

FNN WEB

FNN WEB

Next Post
ପାହାଡପୁରରେ ରାଷ୍ଟ୍ରପତି: ଜାହିରା ପୀଠ-ଗୋଷାଣୀରେ ନେଲେ ଆଶୀର୍ବାଦ, ମହିଳାଙ୍କ ସହ ଭାବବିନିମୟ କଲେ

ପାହାଡପୁରରେ ରାଷ୍ଟ୍ରପତି: ଜାହିରା ପୀଠ-ଗୋଷାଣୀରେ ନେଲେ ଆଶୀର୍ବାଦ, ମହିଳାଙ୍କ ସହ ଭାବବିନିମୟ କଲେ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

ଓଡ଼ିଶା ଛୁଇଁଲା ମୌସୁମୀ, ରଜରେ ତୁହାକୁ ତୁହା ବର୍ଷା

June 12, 2026
ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

June 11, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

June 12, 2026
ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି: ମୁଖ୍ୟମନ୍ତ୍ରୀ

June 12, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.