• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ, ୨ କ୍ଲଷ୍ଟରକୁ ପୃଥକ ସିଟି ଇକୋନୋମିକ ରିଜିୟନରେ ବିକଶିତ ପାଇଁ କଲେ ଅନୁରୋଧ

FNN WEB by FNN WEB
February 19, 2026
in ଓଡ଼ିଶା, ମୁଖ୍ୟ ଖବର
0
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ, ୨ କ୍ଲଷ୍ଟରକୁ ପୃଥକ ସିଟି ଇକୋନୋମିକ ରିଜିୟନରେ ବିକଶିତ ପାଇଁ କଲେ ଅନୁରୋଧ
0
SHARES
5
VIEWS

ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ମଡେଲରେ ଏହି ଦୁଇଟି 'ସିଟି ଇକୋନୋମିକ ରିଜିୟନ' ଗଠନ ପାଇଁ ପ୍ରସ୍ତାବ
ସମ୍ବଲପୁର-ସୁନ୍ଦରଗଡ଼-ଝାରସୁଗୁଡ଼ା-ବରଗଡ଼ କ୍ଲଷ୍ଟର ଭୁବନେଶ୍ୱର, ରାୟପୁର, ରାଞ୍ଚିର ୩୦୦ କିମି ପରିଧି ମଧ୍ୟରେ ରହିଛି

ନୂଆଦିଲ୍ଲୀ/ଭୁବନେଶ୍ୱର : ସମ୍ବଲପୁର-ସୁନ୍ଦରଗଡ଼-ଝାରସୁଗୁଡ଼ା-ବରଗଡ଼ କ୍ଲଷ୍ଟର ଏବଂ ଅନୁଗୋଳ-ଢେଙ୍କାନାଳ କ୍ଲଷ୍ଟରକୁ ଦୁଇଟି ପୃଥକ ‘ସିଟି ଇକୋନୋମିକ ରିଜିୟନ’ ଭାବରେ ବିକଶିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖି ଅନୁରୋଧ କରିଛନ୍ତି । ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ କ୍ଷେତ୍ର (ବିସିପିପିଇଆର) ମଡେଲରେ ଏହି ଇକୋନୋମିକ ରିଜିୟନ ଗଠନ ପାଇଁ ସେ ପ୍ରସ୍ତାବ ଦେଇଛନ୍ତି ।

ଶ୍ରୀ ପ୍ରଧାନ ଚିଠିଣେ ଦର୍ଶାଇଛନ୍ତି ଯେ, ସମ୍ବଲପୁର-ସୁନ୍ଦରଗଡ଼-ଝାରସୁଗୁଡ଼ା-ବରଗଡ଼ ଅଞ୍ଚଳରେ ପ୍ରଚୁର ଖଣିଜ ସମ୍ପଦ, ଶିଳ୍ପ ଭିତ୍ତିଭୂମି ରହିଛି। ଏନଆଇଟି ରାଉରକେଲା, ଆଇଆଇଏମ ସମ୍ବଲପୁର, ଭିସୁଟ ବୁର୍ଲା ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଭଳି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଯୋଗୁଁ ଏହା ଆଧୁନିକ ଜ୍ଞାନକୌଶଳ, ନବସୃଜନ ଏବଂ ନୂଆ ନୂଆ ଷ୍ଟାର୍ଟଅପ୍ କ୍ଷେତ୍ରରେ ‘ନ୍ୟୁ ଏଜ୍ ଇକୋନୋମୀ’ର ଏକ କେନ୍ଦ୍ରବିନ୍ଦୁ ଭାବରେ ସ୍ଥାପିତ କରୁଛି । ଉତ୍ତମ ସଂଯୋଗୀକରଣ ଏବଂ ପ୍ରଚୁର ସମ୍ପଦ ଯୋଗୁଁ ଏହାକୁ ଏକ ‘ସିଟି ଇକୋନୋମିକ ରିଜିୟନ’ ଭାବେ ଗଢ଼ିବା ପାଇଁ ସବୁ ପ୍ରକାର ଯୋଗ୍ୟତା ରହିଛି । ସଡ଼କ ଓ ରେଳପଥ ସହ ଝାରସୁଗୁଡ଼ା (ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର), ରାଉରକେଲା, ସମ୍ବଲପୁର (ଜମାଦାରପାଲି) ଏବଂ ବରଗଡ଼ (ସତିଭଟା)ର ବିମାନ ଚଳାଚଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଏହି ଅଞ୍ଚଳରେ ଥିବା ଦେବ୍ରିଗଡ, ଭୀମମଣ୍ଡଳୀ, ବେଦବ୍ୟାସ, ଖଣ୍ଡାଧାର ପ୍ରଧାନପାଟ ଭଳି ପର୍ଯ୍ୟଟନର ଯଥେଷ୍ଟ ସମ୍ଭାବନା ରଖୁଛି ।

ସେହିପରି ଅନୁଗୋଳ-ଢେଙ୍କାନାଳ ରିଜିୟନ କେବଳ ଓଡ଼ିଶା ପାଇଁ ନୁହେଁ, ବରଂ ସାରା ଭାରତର ଆର୍ଥିକ ପ୍ରଗତି ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଏଠାରେ ପ୍ରଚୁର ପରିମାଣରେ କୋଇଲା, କ୍ରୋମାଇଟ୍ ଏବଂ ଲୁହା ପଥର ମିଳୁଥିବାରୁ ଏହା ଭାରୀ ଶିଳ୍ପ, ନୂତନ କାରଖାନା ଏବଂ ସୌର ଶକ୍ତି ଭଳି ଅକ୍ଷୟ ଶକ୍ତି ଉତ୍ପାଦନ ପାଇଁ ଏକ ଉତ୍କୃଷ୍ଟ ସ୍ଥାନ । ଅନୁଗୋଳ-ଢେଙ୍କାନାଳ ଅଞ୍ଚଳରେ ବ୍ରାହ୍ମଣୀ ନଦୀ ଦେଇ ନିକଟରେ ଘୋଷଣା କରାଯାଇଥିବା ୫ ନମ୍ବର ଜାତୀୟ ଜଳପଥ ପରିବହନ କ୍ଷେତ୍ରରେ ବିପ୍ଳବ ଆଣିବ । ଏହା ତାଳଚେର, କଳିଙ୍ଗନଗର ଓ ପାରାଦୀପ ମଧ୍ୟରେ ଖଣିଜ ଦ୍ରବ୍ୟର ଶସ୍ତା ପରିବହନ ପାଇଁ ରାସ୍ତା ଫିଟାଇବ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସମ୍ବଲପୁର-ସୁନ୍ଦରଗଡ଼-ଝାରସୁଗୁଡ଼ା-ବରଗଡ଼ ଓ ଅନୁଗୋଳ-ଢେଙ୍କାନାଳ କ୍ଲଷ୍ଟର ରାଜ୍ୟର ମୋଟ ଜିଏସଡିପିରେ ୨୬ % ରୁ ଅଧିକ ଯୋଗଦାନ ରଖୁଛି । ଏହି ଅଞ୍ଚଳରେ ଜିସିସି ଡାଟା ସେଣ୍ଟର, ଇଲେକ୍ଟ୍ରୋନିକ୍ସ ଉତ୍ପାଦନ, ବସ୍ତ୍ର ଶିଳ୍ପ ଏବଂ ଖାଦ୍ୟ ପ୍ରକ୍ରିୟାକରଣ (ବିଶେଷ କରି ଲଘୁ ବନଜାତ ଦ୍ରବ୍ୟ ଭିତ୍ତିକ) କ୍ଷେତ୍ରରେ ବ୍ୟାପକ ପୁଞ୍ଜିନିବେଶର ସୁଯୋଗ ରହିଛି। ଏହି ନୂତନ କରିଡରଗୁଡ଼ିକର ବିକାଶ କରାଗଲେ, ଏହା ଶିଳ୍ପାୟନ ଓ ବ୍ୟବସ୍ଥିତ ସହରୀକରଣ ମାଧ୍ୟମରେ ରାଜ୍ୟର ସମୃଦ୍ଧି ଏବଂ ଜନସାଧାରଣଙ୍କ ସାମଗ୍ରିକ କଲ୍ୟାଣ ସୁନିଶ୍ଚିତ କରିବାରେ ଏକ ମୁଖ୍ୟ ଆଧାର ସାଜିବ ।

ଏହି ଦୁଇଟି ନୂତନ ଇକୋନୋମିକ ରିଜିୟନ ଗଠନ ହେଲେ ଶିଳ୍ପାୟନକୁ ବଡ଼ ଗତି ମିଳିବା ସହ ହଜାର ହଜାର ସ୍ଥାନୀୟ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହା ରାଜ୍ୟ ଓ ଦେଶର ସାମଗ୍ରିକ ଅଭିବୃଦ୍ଧିରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ । ଏହି ପ୍ରସ୍ତାବ ସମ୍ବନ୍ଧୀୟ ଏକ ବିସ୍ତୃତ ‘କନସେପ୍ଟ ନୋଟ୍’ ମଧ୍ୟ ସେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି ।

Previous Post

ଓଡ଼ିଶାର ବାସ୍ତବ ଆର୍ଥିକ ଅଭିବୃଦ୍ଧି ହାର ୭.୯ ପ୍ରତିଶତ ରହିବା ନେଇ ଆକଳନ

Next Post

ରାଜ୍ୟପାଳଙ୍କ ଅଭିଭାଷଣ ପ୍ରଗତିଶୀଳ,ସଂସ୍କାରମୂଳକ:ମୁଖ୍ୟମନ୍ତ୍ରୀ

FNN WEB

FNN WEB

Next Post
ରାଜ୍ୟପାଳଙ୍କ ଅଭିଭାଷଣ ପ୍ରଗତିଶୀଳ,ସଂସ୍କାରମୂଳକ:ମୁଖ୍ୟମନ୍ତ୍ରୀ

ରାଜ୍ୟପାଳଙ୍କ ଅଭିଭାଷଣ ପ୍ରଗତିଶୀଳ,ସଂସ୍କାରମୂଳକ:ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

September 11, 2026
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

August 28, 2026

Recent News

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

September 11, 2026
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.