• About
  • Advertise
  • Privacy & Policy
  • Contact
Fast News Network
Advertisement
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି
No Result
View All Result
Fast News Network
No Result
View All Result
Home ଓଡ଼ିଶା

ରାଜ୍ୟପାଳଙ୍କ ଅଭିଭାଷଣ ପ୍ରଗତିଶୀଳ,ସଂସ୍କାରମୂଳକ:ମୁଖ୍ୟମନ୍ତ୍ରୀ

FNN WEB by FNN WEB
February 19, 2026
in ଓଡ଼ିଶା, ମୁଖ୍ୟ ଖବର
0
ରାଜ୍ୟପାଳଙ୍କ ଅଭିଭାଷଣ ପ୍ରଗତିଶୀଳ,ସଂସ୍କାରମୂଳକ:ମୁଖ୍ୟମନ୍ତ୍ରୀ
0
SHARES
5
VIEWS

ରାଜ୍ୟପାଳଙ୍କ ବଜେଟ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ

ଭୁବନେଶ୍ୱର : ରାଜ୍ୟପାଳଙ୍କ ବଜେଟ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ବିରୋଧୀଙ୍କୁ କାଠଗଡ଼ାରେ ଛିଡ଼ା କରାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିରୋଧୀ ବିଜେଡି ଓ କଂଗ୍ରେସର ହଟ୍ଟଗୋଳ ସହ କକ୍ଷତ୍ୟାଗକୁ ସେ କଡ଼ା ସମାଲୋଚନା କରିଛନ୍ତି । କହିଛନ୍ତି,ଜନତା ଜନାର୍ଦ୍ଦନ ଆପଣଙ୍କ ଆଚରଣ,ଉଚ୍ଚାରଣର ବିଚାର କରିବେ। ରାଜ୍ୟପାଳଙ୍କ ଅଭିଭାଷଣକୁ ଦୂରଦର୍ଶୀ,ପ୍ରଗତିଶୀଳ ଓ ସଂସ୍କାରମୂଳକ ବୋଲି ଦର୍ଶାଇଛନ୍ତି ମୋହନ ।

ମୋହନ କହିଲେ,ରାଜ୍ୟପାଳଙ୍କ ଅଭିଭାଷଣରେ ଆମ ରାଜ୍ୟକୁ ଏକ ସମୃଦ୍ଧ,ଶକ୍ତିଶାଳୀ ଏବଂ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ଭିଜନକୁ ଦର୍ଶାଯାଇଛି । ଏହି ଦୂରଦୃଷ୍ଟି ସମ୍ପନ୍ନ ଅଭିଭାଷଣ ଆଗାମୀ ଦିନରେ ରାଜ୍ୟ ପାଇଁ ଏକ ମାର୍ଗଦର୍ଶିକା ସଦୃଶ ହେବ । ଏଥିପାଇଁ ମୁଁ ରାଜ୍ୟପାଳଙ୍କ ଉଚ୍ଚ ପ୍ରଶଂସା କରୁଛି । ଆମର ଲକ୍ଷ୍ୟ ହେଉଛି ୨୦୩୬ ସୁଦ୍ଧା ଓଡିଶାକୁ “ସମୃଦ୍ଧ ଓଡିଶା’ଏବଂ ୨୦୪୭ ସୁଦ୍ଧା ମୋଦୀଜୀଙ୍କ ପରିକଳ୍ପିତ “ବିକଶିତ ଭାରତ’ର ଅଭିବୃଦ୍ଧି ଇଞ୍ଜିନ ହେବା । କେବଳ ଘୋଷଣା ନୁହେଁ,ଏଥିପାଇଁ ଏକ ସ୍ପଷ୍ଟ ରୋଡ ମ୍ୟାପ୍ ବି ରାଜ୍ୟପାଳ ଉଲ୍ଲେଖ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଲେ,୨୦୩୬ ସୁଦ୍ଧା ୫୦୦ ବିଲିଅନ ଡଲାର ଅର୍ଥନୀତି,୨୦୪୭ ସୁଦ୍ଧା ୧୫୦୦ ବିଲିଅନ ଡଲାର ଅର୍ଥନୀତି ହାସଲ ଆମର ଲକ୍ଷ୍ୟ । ବର୍ଷକୁ ୯.୫ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରି ୨୦୪୭ରେ ବାର୍ଷିକ ମୁଣ୍ଡପିଛା ଆୟ ୩୨ ଲକ୍ଷ ଟଙ୍କା କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଗରିବୀ ହାର ୫ ପ୍ରତିଶତକୁ କମାଇବାକୁ ଯୋଜନା ପ୍ରସ୍ତୁତ ହୋଇଛି । ସମୃଦ୍ଧ ଓଡିଶାର ଲକ୍ଷ୍ୟ ହେଉଛି ୨୦୩୬ ସୁଦ୍ଧା ରାଜ୍ୟକୁ ଦେଶର ସର୍ବଶ୍ରେଷ୍ଠ ପାଞ୍ଚଗୋଟି ରାଜ୍ୟ ମଧ୍ୟରେ ସ୍ଥାନ ଦେବା । ମୁଁ ପଳାୟନପନ୍ଥୀ ନୁହେଁ,ବିରୋଧୀ ଦଳ ଯାହା ପ୍ରଶ୍ନ ପଚାରିବେ,ମୁଁ ତାର ଉତ୍ତର ଦେବି । ମୁଁ ସେଇ ରାଜନେତା ନୁହେଁ,କେବଳ ନିଜ ଘର ଅବା ସଚିବାଳୟର ପାହାଚରେ ଧାଡିକିଆ ଉତ୍ତର ଦିଏ । ବିଧାନସଭାରେ ସରକାର ସବୁ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ,କିନ୍ତୁ,ବିରୋଧୀ ଛତ୍ରଭଙ୍ଗ ଦେଉଛନ୍ତି । କଂଗ୍ରେସ ଯେତେବେଳେ କକ୍ଷତ୍ୟାଗ କରୁଛି,ବିରୋଧୀ ବିଜୁ ଜନତା ଦଳ ସେତେବେଳେ କକ୍ଷତ୍ୟାଗ କରୁଛି । ଏହା ବଡ଼ ଆଶ୍ଚର୍ଯ୍ୟ କଥା ।

ସରକାରୀ ତଥ୍ୟ ଅନୁସାରେ ୨୪ ବର୍ଷର ସରକାରଙ୍କ ସମୟରେ ଓଡିଶାର ଚାଷୀଙ୍କ ଆୟ ସାରା ଭାରତରେ ଶେଷଆଡୁ ଥିଲା ଦ୍ୱିତୀୟ,ମାସିକ ଆୟ ଥିଲା ମାତ୍ର ୫ ହଜାର ୧୧୫ ଟଙ୍କା । ଯେଉଁମାନେ ଆଜି ସରକାରଙ୍କ ଇନ୍ପୁଟ ସବସିଡି ବିଷୟରେ ପ୍ରଶ୍ନ ଉଠାଉଛନ୍ତି,ସେମାନେ ବୋଧେ ଭୁଲି ଯାଉଛନ୍ତି,ସେମାନେ ବରଗଡର ସୋହେଲା ଠାରେ ଚାଷୀଙ୍କୁ ୧୦୦ ଟଙ୍କା ବୋନସ ଦେବାପାଇଁ ଘୋଷଣା କରିଥିଲେ ।”ରାତ ଗୟୀ,ବାତ୍ ଗୟୀ’। “ତମାସା ଖତମ,ପୈସା ହଜମ’ନ୍ୟାୟରେ ପୁରା ଭୁଲିଗଲେ । ଆମେ ଭୁଲି ନ ଥିଲୁ । ଆମ ସରକାର ପ୍ରତିଶୃତି ଦେଇଥିବା ଇନ୍ପୁଟ ସବସିଡି ପ୍ରଦାନ ପାଇଁ ନିଷ୍ପତ୍ତି ଆମେ ମାତ୍ର ୨୪ ମିନିଟରେ ନେଇଥିଲୁ । ବିରୋଧୀଙ୍କୁ ଏହା ଏତେ ପୀଡା କାହିଁକ ଦେଉଛି ମୁଁ ବୁଝି ପାରୁନାହିଁ । ଆଜି ଯେଉଁମାନେ ମଣ୍ଡି ଅବ୍ୟବସ୍ଥା କଥା କହୁଛନ୍ତି,ସେମାନେ ୨୪ ବର୍ଷରେ କେତେଟା ମଣ୍ଡିର ଉନ୍ନତିକରଣ କରିଛନ୍ତି । ୨୪ଟା ମଡେଲ ମଣ୍ଡି କରିଛନ୍ତି କି?ସୁଭଦ୍ରା ଯୋଜନାରେ ଏକ କୋଟି ସୁଭଦ୍ରାଙ୍କୁ ୧୦ ହଜାର ଟଙ୍କା ଦେବା,ଚାଷୀଙ୍କୁ ଇନ୍ପୁଟ ସବସିଡି ଦେଇ ୩୧୦୦ ଟଙ୍କାରେ ଧାନ କିଣିବା,ଶହୀଦ ମାଧୋ ସିଂ ହାତଖର୍ଚ୍ଚ ଯୋଜାନାରେ ୫ ହଜାର ଟଙ୍କା ପ୍ରଦାନ କରିବା,କନ୍ୟା ବିବାହ ଯୋଜନାରେ ଗରିବ କନ୍ୟାଙ୍କୁ ବିବାହ କରାଇବା,ଶ୍ରୀ ଜଗନ୍ନାଥ ଦର୍ଶନ ଅନ୍ତର୍ଗତ ବରିଷ୍ଠ ନାଗରିକଙ୍କୁ ଜଗା ଦର୍ଶନ କରାଇବା ପ୍ରତିଶ୍ରୁତି ଦେଇଥିଲୁ,ତାହା ପୂରଣ କରିଛୁ ।

ଓଡ଼ିଶାରେ ବର୍ତ୍ତମାନ ପ୍ରାୟ ୯୦ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପ ଚାଲୁ ରହିଛି । ଗତ ଦେଢ଼ ବର୍ଷ ମଧ୍ୟରେ ପ୍ରାୟ ୫୦ ହଜାର କୋଟି ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପ ମଞ୍ଜୁର ହୋଇଛି । ରାଜ୍ୟ ସରକାର ମଧ୍ୟ ୫ ବର୍ଷରେ ୭୫ ହଜାର କିଲୋମିଟର ବିଶ୍ୱସ୍ତରୀୟ ସଡ଼କ ନିର୍ମାଣ ପାଇଁ ସଂକଳ୍ପ କରିଛନ୍ତି । କ୍ୟାପିଟାଲ ରିଜିଅନ ରିଂଗ ରୋଡ,ଭୁବନେଶ୍ୱର କଟକ ପୁରୀ ପାରାଦୀପ ଇକୋନୋମିକ ରିଜିଅନ ଜରିଆରେ ଏହି ଅଞ୍ଚଳକୁ ଦେଶର ଏକ ଗ୍ରୋଥ ହବ୍ କରିବା ପାଇଁ କ୍ଷେତ୍ର ପ୍ରସ୍ତୁତ କରାଯାଇଛି । ଯୁବବର୍ଗଙ୍କୁ ବିଶ୍ୱସ୍ତରୀୟ ସ୍କିଲ୍ରେ ଦକ୍ଷ କରିବା ପାଇଁ ଆମେ ଅନେକ ପଦକ୍ଷେପ ନେଇଛୁ । ଆଧୁନିକ ଟେକେ୍ନାଲୋଜିରେ ଦକ୍ଷ କରିବା ପାଇଁ ସେମିକଣ୍ଡକ୍ଟର ପାର୍କ,ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପାର୍କ,ବାୟୋଟେକେ୍ନାଲୋଜି ପାର୍କ ଆଦି ସ୍ଥାପନ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ । ରାଜ୍ୟକୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ପ୍ରସ୍ତାବ ଆସିଛି । ରାଜ୍ୟର ମୁଖ୍ୟ ସେବକ ଭାବରେ ମୁଁ ନିଜେ,ଏବଂ ମୋ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ଓଡ଼ିଶାର ବିକାଶ ପାଇଁ କଠିନ ପରିଶ୍ରମ କରୁଛନ୍ତି । ଆମର ଡବଲ ଇଞ୍ଜିନ ସରକାର’ର ଇଚ୍ଛାଶକ୍ତି ଓ ଆମ ଅବିଶ୍ରାନ୍ତ ପରିଶ୍ରମର ସୁଫଳ ମିଳିଛି । ମହିଳାମାନଙ୍କ ସଶକ୍ତିକରଣ ପାଇଁ କୋଟିଏ ମା’ଙ୍କ ଆକାଉଣ୍ଟକୁ ବର୍ଷକୁ ୧୦ ହଜାର କୋଟି ଟଙ୍କା ଯାଉଛି । ୧୭ ଲକ୍ଷ ଲକ୍ଷପତି ଦିଦି ହେଉଛନ୍ତି ଆମ ମହିଳା ସଶକ୍ତିକରଣର ଏକ ସୁଦୃଢ଼ ପରିଚୟ । ଜନଶୁଣାଣିକୁ ଅାର ସଫଳତା ମିଳିଛି । ଦୁର୍ନୀତି ବିରୋଧରେ ଲଢେଇ ଜୋର ଧରିଛି । ସମୃଦ୍ଧ ଓଡ଼ିଶା ଗଠନ ପାଇଁ ମୋ ସରକାର ସଂକଳ୍ପବଦ୍ଧ ।

Previous Post

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ, ୨ କ୍ଲଷ୍ଟରକୁ ପୃଥକ ସିଟି ଇକୋନୋମିକ ରିଜିୟନରେ ବିକଶିତ ପାଇଁ କଲେ ଅନୁରୋଧ

Next Post

ବିଜୁ ମହିଳା ଜନତା ଦଳର ନୂତନ କର୍ମକର୍ତ୍ତାଙ୍କୁ ଭେଟିଲେ ନବୀନ ପଟ୍ଟନାୟକ

FNN WEB

FNN WEB

Next Post
ବିଜୁ ମହିଳା ଜନତା ଦଳର ନୂତନ କର୍ମକର୍ତ୍ତାଙ୍କୁ ଭେଟିଲେ ନବୀନ ପଟ୍ଟନାୟକ

ବିଜୁ ମହିଳା ଜନତା ଦଳର ନୂତନ କର୍ମକର୍ତ୍ତାଙ୍କୁ ଭେଟିଲେ ନବୀନ ପଟ୍ଟନାୟକ

Leave a Reply Cancel reply

Your email address will not be published. Required fields are marked *

  • Trending
  • Comments
  • Latest
ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

ଓଡ଼ିଶା ତବଲିଗି ଇଜତେମାକୁ ଶେଷ ମୁହୂର୍ତ୍ତରେ ବାତିଲ କଲେ ସରକାର

February 14, 2026
ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ସରକାରୀ ମଦ୍ରାସାରେ ଶିକ୍ଷାର ଗୁଣବତ୍ତା ଉପରେ ଶିଶୁ ଅଧିକାର ଆୟୋଗର ପ୍ରଶ୍ନ , ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

October 19, 2024
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

March 6, 2025
ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

ୱାକଫ୍ ବିଲ୍ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି

October 1, 2024
ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

ସ୍ତ୍ରୀଙ୍କୁ ୨୦୦ ଖଣ୍ଡ କରି ହାଣିଲେ ସ୍ବାମୀ

0
ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ

0
ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

ଆଇପିଏଲ୍‌: ଖାତା ଖୋଲିଲା ମୁମ୍ବାଇ

0
ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

ଆଇପିଏଲ୍‌ର: ଗିଲ୍‌ଙ୍କୁ ହରାଇଲେ ରାହୁଲ

0
୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

September 11, 2026
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

August 28, 2026

Recent News

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

September 11, 2026
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

ନେପାଳରେ ମୃତ୍ୟୁର ମହାତାଣ୍ଡବ, ୫ଶହ ଟପିଲା ମୃତ୍ୟୁସଂଖ୍ୟା

August 28, 2026
ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

ଆମେରିକା ଠାରୁ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ କିଣିବ ଭାରତ: ୟୁଏସ କହିଲା ଭାରତୀୟ ସେନାକୁ ଆମେ ସମର୍ଥନ କରୁ

August 28, 2026
Fast News Network

Managing Editor- Shaikh Riaj Mohammed

Office.: At-VR 3/1, Unit-3, Kharavel Nagar, Bhubaneswar-751001,
Dist- Khordha

Tel.: (0674) 2492509,
Mob.: 9437142171,
E-mail: odishafnn@gmail.com

Liaison Office.: Plot N0-668/671, Shanti Nagar, Laxmisagar, Jharpada, Bhubaneswar, Odisha, 751006

Follow Us

Browse by Category

  • Uncategorized
  • ଅନ୍ତର୍ଜାତୀୟ
  • ଅପରାଧ
  • ଓଡ଼ିଶା
  • ଖେଳକୁଦ
  • ଜାତୀୟ
  • ପାଣିପାଗ
  • ଫଟୋରେ ଖବର
  • ବାଣିଜ୍ୟ ଓ ଅର୍ଥନୀତି
  • ବିଶେଷ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରାଜନୀତି
  • ରାଶିଫଳ

Recent News

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

୧୪ରେ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲା ପ୍ରତିଷ୍ଠା ଦିବସ

September 11, 2026
ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

ଇଂରାଜୀ ଦୈନିକ ‘ନ୍ୟାସନାଲ ବିକନ୍’ ଲୋକାର୍ପିତ

September 4, 2026
  • About
  • Advertise
  • Privacy & Policy
  • Contact

© 2025 fast news network.

No Result
View All Result
  • ହୋମ
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
  • ଖେଳକୁଦ
  • ବାଣିଜ୍ୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ବିଶେଷ
  • ରାଜନୀତି

© 2025 fast news network.