ପାରଳାଖେମୁଣ୍ଡି :ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଉଖୁରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମିଞ୍ଜିର ଗ୍ରାମ ପାଡାରସାଲ ସାହି ଠାରେ ଏକ ଗ୍ରାମ ପଞ୍ଚାୟତ ସ୍ତରୀୟ ସମନ୍ୱୟ ମେଳା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଗୋଷ୍ଠୀ କୃଷି ଅଧିକାରୀ ଶ୍ରୀ ନାରାୟଣ ଚାନ୍ଦ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଡଃ ରାଜାରାମ ଖଟୁଆ, ଗୋଷ୍ଠୀ ଉଦ୍ୟାନ ବିଭାଗ ଶ୍ରୀ ରାମନାଥ ଦାସ୍, ଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଶ୍ରୀ ରାଗବେନ୍ଦ୍ର ଦୋରା, ଶ୍ରୀ ମତି ଜୟଲଳିତା ମଣ୍ଡଳ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି ସମନ୍ବୟ ମେଳାର ଉଦେଶ୍ୟ ଗ୍ରାମ ପଞ୍ଚାୟତ ର ସମସ୍ତ ଗ୍ରାମଗୁଡିକରେ ବିଭିନ୍ନ ପ୍ରକାରର ସମସ୍ୟା ଗୁଡ଼ିକ ସମାଧାନ କରିବାପାଇଁ ଏବଂ ସରକାରୀ ଅଧିକାରୀମାନଙ୍କ ସମ୍ମୁଖରେ ପ୍ରକାଶ କରିବା । ସେହି ଦାବି ଗୁଡିକ ରହିଥିଲା ଯଥା:-ରାସ୍ତା, ପାନୀୟ ଜଳ, ଗୃହ ନିର୍ମାଣ, ବିଧବା ଭତ୍ତା, ବିକଳାଙ୍ଗଭତ୍ତା, ବାର୍ଦ୍ଧକ୍ୟ ଭତ୍ତା, ପଶୁ ପାଳନ, କୃଷି କମସ୍ୟା ଗୁଡ଼ିକ ରହିଛି। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ GPCC ସମ୍ପାଦକ ଶ୍ରୀ ସଲିମନ୍ ନାଏକା। ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ଗ୍ରାମ ବିକାଶ ଅଧିକାରୀ ଶ୍ରୀ ସନ୍ତୋଷ କୁମାର୍ ପାଡ଼ି, ଶ୍ରୀ ଗୈରିଶଙ୍କର ନାଏକ ଏବଂ GPCC ର ସମସ୍ତ ସଭାପତି, ଉପସଭାପତି ଓ ମିଞ୍ଚିର ଗ୍ରାମ ପାଡାରସାଲ ସାହି ର ଗ୍ରାମ ଉନ୍ନୟନ କମିଟିର ସିପନୀୟ ଭୂୟାଁ,ଗାସିନ ଭୂୟାଁ, ରାଜକୁମାର ବଡ଼ ରଇତ,ପିଲିପ୍ ଶବର ଅନନ୍ୟା ଗ୍ରାମ ର ସମସ୍ତ କମିଟି ସଦସ୍ୟମାନେ ସହଯୋଗ କରିଥିଲେ ।














